ଆୟବା,ଗୁଲନଗର ଗ୍ରାମବାସୀ ଧାନ କ୍ଷୟକ୍ଷତି ଦାବି କଲେ

କେନ୍ଦ୍ରାପଡା, ୧୧/୦୯(ଲକ୍ଷ୍ମୀକାନ୍ତ ନାୟକ)- ଗତ ଲଘୁ·ପ ଜନିତ ବର୍ଷାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ଗ୍ରାମ ପଞ୍ଚାୟତ ଅଧିନସ୍ତ ଆୟବା ଗ୍ରାମର ୧୫୦ ପରିବାର ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ଆଜି ଜିଲ୍ଲାପାଳଙ୍କୁ ଭେଟି କ୍ଷତିପୂରଣ ଦାବି କରିଛନ୍ତି । ବର୍ଷାରେ ଏହି ପରିବାରର କାନ୍ଥ ଭିଜିଯାଇଥିବା ବେଳେ ଧାନ ଜମିରୁ ପାଣି ଖଲାସ ହେଉନାହିଁ । ଯାହା ଫଳରେ ୭୦ ପ୍ରତିଶତ ଧାନ ଫସଲ କ୍ଷତି ହୋଇଛି । ପୋଖରୀ ହୁଡା ବୁଡି ମାଛ ପଦାକୁ ବାହାରି ଯାଇଥିବାରୁ ମାଛ·ଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ସେହିପରି ପନିପରିବା ସବୁ ନଷ୍ଟ ହୋଇଯାଇଛି ବୋଲି ସମିତି ସଭ୍ୟ ମନୋରଞନ ଦାସ, ବିଜୟ କୁମାର ସ୍ୱାଇଁ,ସନତ କୁମାର…

"ଆୟବା,ଗୁଲନଗର ଗ୍ରାମବାସୀ ଧାନ କ୍ଷୟକ୍ଷତି ଦାବି କଲେ"

ଭୋଟର ତାଲିକାରେ ଜାଲିଆତି,ବର୍ଦ୍ଧକ୍ୟ ଭତ୍ତା ହଡପ ଉଦ୍ୟମ

କେନ୍ଦ୍ରାପଡା, ୧୧/୦୯(ଲକ୍ଷ୍ମୀକାନ୍ତ ନାୟକ)- କାମ ନକରି ଖାଇବା,ସରକାରୀ ଧନ ହରିଲୁଟ କରିବା ଅସାଧୁ ବ୍ୟକ୍ତିଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି । ସରକାରୀ ଯୋଜନାକୁ ହଡପ କରିବାପାଇଁ ଯେ କୌଣସି ଉପାୟ ଅବଲମ୍ବନ କରି କାର୍ଯ୍ୟ ହାସଲ କରିବାକୁ ପଛାଉନାହାଁନ୍ତି । ଏପରି ଏକ ଗୁରୁତର ଜାଲିଆତି ଘଟଣା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି । ୨୦ଜଣ ବ୍ୟକ୍ତି ଭୋଟର ତାଲିକାରେ ଜାଲିଆତିକରି ବୟସ ବୃଦ୍ଧିକରି ବାର୍ଦ୍ଧକ୍ୟ ଭତ୍ତା ହଡପ କରିବାକୁ ଉଦ୍ୟମ କରିଛନ୍ତି । ଏହି ଘଟଣାର ଉପଯୁକ୍ତ ତଦନ୍ତ କରିବାକୁ ଉକ୍ତ ଗ୍ରାମପଞ୍ଚାୟତର ଗ୍ରାମବାସୀମାନେ କେନ୍ଦ୍ରାପଡା ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ ୨୦୧୪ ମସିହା…

"ଭୋଟର ତାଲିକାରେ ଜାଲିଆତି,ବର୍ଦ୍ଧକ୍ୟ ଭତ୍ତା ହଡପ ଉଦ୍ୟମ"

କେନ୍ଦ୍ରାପଡାରେ କଂଗ୍ରେସର ବନ୍ଦ କମ୍ୟୁନିଷ୍ଟର ହରତାଳ

କେନ୍ଦ୍ରାପଡା ୧୦ /୯ (ଓଡ଼ିଆ ପୁଅ/ଲକ୍ଷ୍ମୀକାନ୍ତ ନାୟକ)- ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଜାତୀୟ କଂଗ୍ରେସ ଡାକରାରେ ଆଜି ଭାରତ ବନ୍ଦ କରାଯାଇଥିବା ବେଳେ ଏହାର ପ୍ରଭାବ କେନ୍ଦ୍ରାପଡା ସହର ତଥା ଜିଲ୍ଲା ଉପରେ ପଡିଛି। ସ୍ୱତପୂତ୍ତଭାବେ ଗାଡି ମୋଟର ଦୋକାନ ବଜାର ବନ୍ଦ ହୋଇଯାଇଥିବା ବେଳେ ଜନ ସାଧାରଣଙ୍କ କାରବାର ବନ୍ଦ ହୋଇଯାଇଥିଲା। ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭାରତ ବନ୍ଦ ପାଳନ କରାଯାଇଥିଲା। ଗତକାଲି ସନ୍ଧ୍ୟାରେ କେନ୍ଦ୍ରାପଡା ସହରରେ କଂଗ୍ରେସ ଏକ ବାଇକ ର୍ୟାଲି ମାଧ୍ୟମରେ ବନ୍ଦକୁ ସଫଳ କରିବାକୁ ଜନ ସାଧାରଣଙ୍କୁ ସଚେତନ କରାଇଥିଲେ। ଆଜି ସକାଳ ୮ଟା ସମୟରେ ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ବେହୁରା, ପୂର୍ବତନ…

"କେନ୍ଦ୍ରାପଡାରେ କଂଗ୍ରେସର ବନ୍ଦ କମ୍ୟୁନିଷ୍ଟର ହରତାଳ"

କେନ୍ଦ୍ରାପଡା କଳେଜରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପାଇଁ ନବାଗତଙ୍କ ପ୍ରବେଶ ଉତ୍ସବ

କେନ୍ଦ୍ରାପଡା ୧୦ /୯ (ଓଡ଼ିଆ ପୁଅ/ଲକ୍ଷ୍ମୀକାନ୍ତ ନାୟକ)- କେନ୍ଦ୍ରାପଡା କଲେଜର ସମ୍ମିଳନୀ ଗୃହରେ ୨୦୧୮ ମସିହା ପାଇଁ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ନବାଗତ ଛାତ୍ରମାନଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ କଲେଜ ଅଧ୍ୟକ୍ଷ ପ୍ରଫେସର ବିନ୍ଦୁମିତ୍ର ବଳ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ ମୁକ୍ତ ବିଶ୍ୱବିଦ୍ୟାଳୟର ସାର୍ଟିଫିକେଟ୍ର ମର୍ଯ୍ୟାଦା ଏବଂ ଏହା କିପରି ୟୁଜିସିଓ ଓ ଅନ୍ୟାନ୍ୟ ଅନୁଷ୍ଠାନମାନଙ୍କ ଦ୍ୱାରା ସ୍ୱିକୃତୀପ୍ରାପ୍ତ ହାସଲ କରିହେବ ଏବଂ ପାଠ୍ୟକ୍ରମସବୁ ଉପଯୋଗିତା ଭିତ୍ତିକ ହେବ ବୋଲି କହିଥିଲେ। ପ୍ରଶିକ୍ଷକ ଭାବେ ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ସଂଯୋଜକ ପ୍ରାଧ୍ୟାପକ ଲକ୍ଷ୍ମୀ ନାରାୟଣ ଦାସ ଏହି ନୂଆ ପାଠ୍ୟକ୍ରମ ଏବଂ ଏହାର କିପରି ପ୍ରଚାର…

"କେନ୍ଦ୍ରାପଡା କଳେଜରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପାଇଁ ନବାଗତଙ୍କ ପ୍ରବେଶ ଉତ୍ସବ"

ପାଟଳିପଙ୍କ ପଞ୍ଚାୟତରେ ଗ୍ରାମ୍ୟରାସ୍ତା ଧୋଇଯାଇଛି

କେନ୍ଦ୍ରାପଡା ୧୦ /୯ (ଓଡ଼ିଆ ପୁଅ/ଲକ୍ଷ୍ମୀକାନ୍ତ ନାୟକ)- ମହାକାଳପଡା ବ୍ଲକ ଅନ୍ତର୍ଗତ ପାଟଳିପଙ୍କ ପଞ୍ଚାୟତର ରଘୁନାଥପୁର ଗ୍ରାମର ମୁଖ୍ୟ ରାସ୍ତାଟି ଲଗାଣ ବର୍ଷା ଯୋଗୁ ୫ ଦିନ ହେବ ଧୋଇଯାଇଛି। ଯାହା ଫଳରେ କି ସେହି ଗ୍ରାମକୁ ୪ ଚିକିଆ ଯାନ ଯିବା ଦୂରର କଥା ୨ ଚକିଆଯାନ ଯାଇପାରୁନାହିଁ। ଗ୍ରାମବାସୀମାନେ ଏଥିପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ମହାକାଳପଡା ବିଡିଓଙ୍କୁ ଗ୍ରାମବାସୀମାନେ ଏହି ଅସୁବିଧା ସଂପର୍କରେ ଅବଗତ କରିବା ସତ୍ୱେ ବିଡିଓ କିଛି ବୁଝୁନଥିବାରୁ ଆଜି ଗ୍ରାମବାସୀମାନେ ଜିଲାପାଳଙ୍କୁ ଭେଟି ଏ ସଂପର୍କରେ ତାଙ୍କର ହସ୍ତକ୍ଷେପ ଲୋଡିଛନ୍ତି। ଆଜି ଭାରତ ବନ୍ଦ ଥିବାରୁ ଜିଲାପାଳ ଏ ସଂପର୍କରେ ଆସନ୍ତାକାଲି ଉପଯୁକ୍ତ ପଦକ୍ଷେପ ନେବେ ବୋଲି…

"ପାଟଳିପଙ୍କ ପଞ୍ଚାୟତରେ ଗ୍ରାମ୍ୟରାସ୍ତା ଧୋଇଯାଇଛି"

ବୈଜୟନ୍ତ ପଣ୍ଡାଙ୍କ ଟିମ୍ ପୌରସଂସ୍ଥା ଏବଂ ମାର୍ଶାଘାଇ ବ୍ଲକରେ

କେନ୍ଦ୍ରାପଡା ୧୦ /୯ (ଓଡ଼ିଆ ପୁଅ/ଲକ୍ଷ୍ମୀକାନ୍ତ ନାୟକ)- ଲଗାଣ ବର୍ଷାଯୋଗୁ ଜିଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆୟିତିପୁର ପଞ୍ଚାୟତର ବିଭିନ୍ନ ୱାର୍ଡରେ ବହୁ କ୍ଷୟକ୍ଷତି ହୋଇଛି। କେତେକ ଲୋକ ପାଣି ଘେରରେ ରହି ଖାଦ୍ୟ କିମ୍ବା ପାନୀୟଜଳ ପାଉନାହାଁନ୍ତି। ଖବର ପାଇ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କର ଏକ ଟିମ୍ ଆଜି ଆୟିତିପୁର ଗ୍ରାମରେ ପହଞ୍ଚି ବିପନ୍ନ ଲୋକମାନଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିବା ତାଙ୍କ କେନ୍ଦ୍ରାପଡା କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଏହା ବ୍ୟତୀତ କେନ୍ଦ୍ରାପଡା ପୌରସଂସ୍ଥାର ବିଭିନ୍ନ୍ ୱାର୍ଡର ବିପନ୍ନ ଲୋକମାନଙ୍କୁ ପୂର୍ବତନ ସାଂସଦ ଶ୍ରୀ ପଣ୍ଡାଙ୍କ ପକ୍ଷରୁ ସୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।

"ବୈଜୟନ୍ତ ପଣ୍ଡାଙ୍କ ଟିମ୍ ପୌରସଂସ୍ଥା ଏବଂ ମାର୍ଶାଘାଇ ବ୍ଲକରେ"

ନିଖୋଜ କୃଷକ ବିଲରୁ ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର

କେନ୍ଦ୍ରାପଡା ୧୦ /୯ (ଓଡ଼ିଆ ପୁଅ/ଲକ୍ଷ୍ମୀକାନ୍ତ ନାୟକ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଞ୍ଚାୟତର ତ୍ରିଲୋଚନପୁର ଗ୍ରାମର ଜଣେ କୃଷକ କୈଳାସ ପ୍ରଧାନ ପାଟବିଲକୁ ଯାଇ ନିଖୋଜ ହୋଇଥିଲେ। ପାଟରେ ଥିବା ତାଙ୍କ ବିଲ ଘରଠାରୁ ପ୍ରାୟ ୧ କି.ମି. ଦୂର। ତାଙ୍କ ଧାନଜମି ପାଣିତଳେ ବୁଡି ନଷ୍ଟ ହୋଇଯାଇଥିବାରୁ ଶ୍ରୀ ପ୍ରଧାନ ପାଣିଘେର ମଧ୍ୟରେ ଥିବା ଏକ ଟାପୁରେ ମାନସିକ ଭାରସ୍ୟାମ ହରାଇ ନିସ୍ତେଜ୍ ହୋଇପଡିଥିଲେ। ସେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଲରୁ ନଫେରିବାରୁ ତାଙ୍କ ଗ୍ରାମରେ ଆତଙ୍କ ସୃଷ୍ଟି ହୋଇଥିଲା। ଖବର ଦିଆଯିବାପରେ ଅଗ୍ନିଶମ ବିଭାଗ ପକ୍ଷରୁ ଶ୍ରୀ ପ୍ରଧାନଙ୍କୁ ପାଟ ଭିତରୁ ଖୋଜାଖୋଜିକରି ଉଦ୍ଧାର କରାଯାଇଥିଲା। ସେ ଅସୁସ୍ଥ ହୋଇପଡିଥିବାରୁ ତାଙ୍କୁ…

"ନିଖୋଜ କୃଷକ ବିଲରୁ ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର"

ଚାଷି ସଚେତନତା ସମାବେଶ ରବି ଫସଲ ଉପରେ ଗୁରୁତ୍ୱଦେଲେ କେନ୍ଦ୍ରାପଡା ଜିଲ୍ଲାର ବିକାଶ ହୋଇପାରିବ

କେନ୍ଦ୍ରାପଡା ୯/୯(ଲକ୍ଷ୍ମୀକାନ୍ତ ନାୟକ):-ବିହନ, ସାର, ଋଣ, ସବସିଡି, ବୀମାରାଶି ପରି ପ୍ରାପ୍ୟ ଯଥେଷ୍ଟ ପରିମାଣରେ ଚାଷୀ ପାଉନଥିବାରୁ ଚାଷରେ ଲାଭବାନ ହୋଇପାରୁନାହିଁ। କେନ୍ଦ୍ରାପଡା ଜିଲ୍ଲାରେ ଉପାଦନର ୭୦ ପ୍ରତିଶତ ଧାନ ବ୍ୟବହାର କରାଯାଉଛି। ଦୈବି ଦୁର୍ବିପାକ ଧାନ ଫସଲକୁ ଅନେକ ସମୟରେ ନଷ୍ଟ କରି ଦେଉଥିବାରୁ କୃଷକର ମେରୁଦଣ୍ଡ ଭାଙ୍ଗି ଯାଉଛି। ରବି ଫସଲ ଯଥା ଡାଲି, ତୈଳବୀଜ, ପରିବା ଉପରେ ଗୁରୁତ୍ୱଦେଲେ କେନ୍ଦ୍ରାପଡା ଜିଲ୍ଲାର ବିକାଶ ହୋଇପାରିବ ବୋଲି କୃଷକ ବିକାଶ ସମବାୟ ସମିତି ଲିଃ ଆନୁକୁଲ୍ୟରେ ସହରସ୍ଥ ଟାଉନହଲ ଠାରେ ଅନୁଷ୍ଠିତ ·ଷୀ ସଚେତନତା ସମାବେଶରେ ମୁଖ୍ୟ ଅତିଥିଭାବେ ସାଂସଦ ପ୍ରତାପ କେଶରୀ ଦେବ ଯୋଗଦେଇ କହିଛନ୍ତି। କୃଷକ ବିକାଶ ପରିଷଦ ସମିତିର…

"ଚାଷି ସଚେତନତା ସମାବେଶ ରବି ଫସଲ ଉପରେ ଗୁରୁତ୍ୱଦେଲେ କେନ୍ଦ୍ରାପଡା ଜିଲ୍ଲାର ବିକାଶ ହୋଇପାରିବ"

ଓଡିଶା ଅମଲା ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ବାର୍ଷିକ ସମ୍ମିୁଳନୀ ଅମଲା ସରକାରୀ ଯୋଜନାକୁ ବିକାଶ ଦିଗରେ ନେବାକୁ କାର୍ଯ୍ୟ କରିବେ

କେନ୍ଦ୍ରାପଡା ୯/୯(ଓଡ଼ିଆ ପୁଅ/ଲକ୍ଷ୍ମୀକାନ୍ତ ନାୟକ):- ଅମଲା କରୁଥିବା କାର୍ଯ୍ୟକୁ ସମର୍ଥନ କରୁଥିବାରୁ ୧୮ବର୍ଷକାଳ ଶାସନ ଚାଲିଛି। ଅମଲାମାନଙ୍କ ଦାବି ସ୍ୱାଭାବିକ। ଏ ସମ୍ପର୍କରେ ସେ ମଧ୍ୟସ୍ଥତା କରି ସରକାରଙ୍କୁ ଜଣାଇବେ ବୋଲି ଗରାପୁରସ୍ଥିତ ସୌଭାଗ୍ୟ ମଣ୍ଡପ ପରିସରରେ ଆଜି ଓଡିଶା ଅମଲା ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ବାର୍ଷିକ ସମ୍ମିଳନୀରେ ମୁଖୟ ଅତିଥିଭାବେ ସାଂସଦ ପ୍ରତାପ ଦେବ ଯୋଗଦେଇ କହିଛନ୍ତି। ଜିଲ୍ଲା ଅମଲା ସଂଘ ସଭାପତି ଅଞନ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଶ୍ରୀ ଦେବ ଆହୁରି କହିଲେ ଯେ ୨୦୦୦ ମସିହା ପରଠାରୁ ପ୍ରତି ଗାଁରେ କଂକ୍ରିଟ ରାସ୍ତା ହୋଇଥିବାରୁ ·ରି ଚକିଆ ଗାଡିରେ ଯାଇ ହେଉଛି। ଏହା ସରକାରଙ୍କ ସଫଳତା…

"ଓଡିଶା ଅମଲା ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ବାର୍ଷିକ ସମ୍ମିୁଳନୀ ଅମଲା ସରକାରୀ ଯୋଜନାକୁ ବିକାଶ ଦିଗରେ ନେବାକୁ କାର୍ଯ୍ୟ କରିବେ"

ଲଘୁଚାପ ବର୍ଷାରେ ଜିଲାର ୧୭୧ ପଞ୍ଚାୟତର ୯୪୩ଟି ଗ୍ରାମର୩.୧୩ଲକ୍ଷଲୋକ ବିପନ୍ନ

କେନ୍ଦ୍ରାପଡା ୮/୯ (ଓଡିଆ ପୁଅ/ଲକ୍ଷ୍ମୀକାନ୍ତ ନାୟକ)- ଗତକାଲି ରାତିସୁଦ୍ଧା ବିଭିନ୍ନ ବ୍ଲକରୁ ଜିଲା ଜରୁରୀ ବିଭାଗକୁ ଆସିଥିବା ତଥ୍ୟ ଅନୁଯାୟୀ ଗତ ୭ତାରିଖର ଲଗାଣ ବର୍ଷା ଯୋଗୁ ଜିଲାର ୯ଟି ବ୍ଲକ ଏବଂ ଦୁଇଟି ପୌରସଂସ୍ଥାର ୧୭୧ ପଞ୍ଚାୟତ ଓ ୮ଟି ୱାର୍ଡର ୩ଲକ୍ଷ ୧୩ହଜାର ଲୋକ ବିପନ୍ନ ହୋଇପଡିଥିବା ପ୍ରାଥମିକ ଆକଳନରୁ ଜଣାପଡିଛି। ଏହାଦ୍ୱରା ୯୪୩ଗ୍ରାମ ପ୍ରଭାବିତ ହୋଇଛି। ବିପନ୍ନ ଲୋକମାନଙ୍କପାଇଁ ୩୩ଟି ମାଗଣା ଭୋଜନ କେନ୍ଦ୍ର ଖୋଲାଯାଇଛି। ଭାଙ୍ଗିଯାଇଥିବା ୪୨୪୧ ବାସଗୃହ ମଧ୍ୟରୁ ୩୧୦ ସଂପୂର୍ଣ୍ଣ ଏବଂ ୨୪୧ଟି ଆଶିଂକ କ୍ଷତିଗ୍ରସ୍ତ ହୋଇଥବା ଏପର୍ଯ୍ୟନ୍ତ ତଥ୍ୟ ସଂଗ୍ରହ କରାଯାଇଛି। ୨୪ହଜାର ୪୫୨ ହେକ୍ଟର ଧାନଜମି ପାଣିରେ ବୁଡି ରହିଥିବା ଏପର୍ଯ୍ୟନ୍ତ ତଥ୍ୟ ସଂଗ୍ରହ…

"ଲଘୁଚାପ ବର୍ଷାରେ ଜିଲାର ୧୭୧ ପଞ୍ଚାୟତର ୯୪୩ଟି ଗ୍ରାମର୩.୧୩ଲକ୍ଷଲୋକ ବିପନ୍ନ"