ବାଇକ ସହ ଚୋରକୁ ଧରି ଥାନାରେ ଜିମାଦେଲେ ଗ୍ରାମବାସୀ

କେନ୍ଦ୍ରାପଡା, ୨୨/୦୯(ଲକ୍ଷ୍ମୀକାନ୍ତ ନାୟକ)-ଚୋରୀ କରୁଥିବା ସମୟରେ ଚୋରକୁ ଗୋଡେଇ ଗୋଡେଇ ଧରି ଥାନାରେ ଜିମାଦେଇଛନ୍ତି ଗ୍ରାମବାସୀ। କେନ୍ଦ୍ରାପଡା ଟାଉନଥାନା ପୁଲିସ ଅଭିଯୁକ୍ତ ଚୋର ଦିବ୍ୟ ପ୍ରକାଶ ଦାସ ନାମରେ ମାମଲା ରୁଜୁକରି କୋର୍ଟ ·ଲାଣ କରିଛି। ଅନ୍ୟଜଣେ ଫେରାର ହୋଇଯାଇଛି। ଆଜି ସକାଳ ୮ଟା ସମୟରେ କେନ୍ଦ୍ରାପଡା ସହରସ୍ଥ ନୂଆ ବସଷ୍ଟାଣ୍ଡ ଭିତରେ ଜୈନେକ ବୁଲା ବାସନ ବେପାରି ତାଙ୍କ ବାସନକୁ ଲୁନାରେ ରଖି ହୋଟେଲରେ ଖାଉଥିଲେ। ଏହି ସମୟରେ ଦୁଇଜଣ ଚୋର ନିକଟସ୍ଥ ଦୋକାନରୁ ଗୋଟିଏ ବ୍ଲେଡ ଆଣି ଲୁନାରେ ଥିବା ବାସନ ବ୍ୟାଗକୁ କାଟି ଧରି ବାଇକରେ ବସି ପଲାଇ ଯିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ବାସନ ବେପାରିର ଆଖି ତାଙ୍କ…

"ବାଇକ ସହ ଚୋରକୁ ଧରି ଥାନାରେ ଜିମାଦେଲେ ଗ୍ରାମବାସୀ"

ଜିଲାସ୍ତରୀୟ ରାଜସ୍ୱ କମିଟି ବୈଠକ

କେନ୍ଦ୍ରାପଡା, ୨୨/୦୯(ଲକ୍ଷ୍ମୀକାନ୍ତ ନାୟକ)-ଜିଲାସ୍ତରୀୟ ରାଜ୍ୟସ୍ୱ କମିଟି ବୈଠକ ଜିଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଜିଲାପାଳ ଦାଶରଥି ଶତପଥୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲାର ସମସ୍ତ ତହସିଲର ତହସିଲଦାରମାନେ ଯୋଗଦେଇ ରାଜ୍ୟସ୍ୱ ମାମଲା ଗୁଡିକର ସ୍ଥିତି ସମ୍ପର୍କରେ ବୈଠକରେ ଉପସ୍ଥାପନ କରିଥିଲେ। ତହସିଲଦାରମାନେ ଧାର୍ଯ୍ୟ ସମୟ ମଧ୍ୟରେ ସେମାନଙ୍କ ତହସିଲରେ ବାକି ପଡିଥିବା ମାମଲା ଗୁଡିକର ସମାଧାନ କରିବା ସହିତ ଜିଲାରେ ରାଜସ୍ୱ ବୃଦ୍ଧି ଦିଗରେ ଯତ୍ନବାନ ହେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ତହସିଲମାନଙ୍କରେ ପଡିରହିଥିବା ପୁରୁଣା ମାମଲା ଗୁଡିକର ସମୀକ୍ଷା, ଦାଖଲ ଖାରଜ ମାମଲା, ଶୈରାତ ଉତ୍ସ ନିଲାମ, ପେନସନ ମାମଲା ଗୁଡିକର ପଇସଲା, ଭିଜିଲାନ୍ସ ବିଭାଗରୁ ଆସୁଥିବା ମାମଲା ଗୁଡିକର ତଦନ୍ତ,…

"ଜିଲାସ୍ତରୀୟ ରାଜସ୍ୱ କମିଟି ବୈଠକ"

ମାନବ ଅଧିକାର ଓ ଆଇନ ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡା, ୨୨/୦୯(ଲକ୍ଷ୍ମୀକାନ୍ତ ନାୟକ)-ଜାତୀୟ ମାନବ ଅଧିକାର କମିଟି ଆନୁକୁଲ୍ୟରେ ମାନବ ଅଧିକାର ଓ ଆଇନ ସଚେତନତା କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ଟାଉନ ହଲରେ ରାଜ୍ୟ ମାନବ ଅଧିକାର କମିଟି ଅଧ୍ୟକ୍ଷା ଦିପ୍ତୀମୟୀ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଓଡିଶାର ପୂର୍ବତନ ନ୍ୟାୟଧିଶ ତଥା ବର୍ତ୍ତମାନର ରାଜ୍ୟ ଆଇନ କମିଶନ ଅଧ୍ୟକ୍ଷ ବି·ରପତି ବିଜୟ କୁମାର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ରାଜ୍ୟର ପୂର୍ବତନ ମାନବ ଅଧିକାର କମିଶନ ବି·ରପତି ବିର କିଶୋର ମିଶ୍ର ମୁଖ୍ୟ ବକ୍ତାଭାବେ ଯୋଗଦେଇ ସାଧାରଣ ଲୋକାମାନେ କିପରି ନ୍ୟାୟ ପାଇବା ସହ ସେମାନେ ସମାଜରେ ସେମାନଙ୍କ ଅଧିକାର ସାବ୍ୟସ୍ଥ କରିପାରିବେ ସେ ସମ୍ପର୍କରେ ବକ୍ତବ୍ୟ…

"ମାନବ ଅଧିକାର ଓ ଆଇନ ସଚେତନତା କାର୍ଯ୍ୟକ୍ରମ"

ଅଙ୍ଗୁଳାଇ ଅଞ୍ଚଳରେ ଚୋରା ମଦ କାରବାରକୁ ନେଇ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

କେନ୍ଦ୍ରାପଡା, ୨୨/୦୯(ଲକ୍ଷ୍ମୀକାନ୍ତ ନାୟକ)-ମାର୍ଶାଘାଇ ବ୍ଲକ ତଥା କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ଅଙ୍ଗୁଳାଇ ଗ୍ରାମପଞ୍ଚାୟତରେ ବ୍ୟାପକ ଚୋରାମଦ କାରବାର ହେଉଛି। ଏହି ମଦ୍ୟପାନ ଦ୍ୱାରା ମୃତ୍ୟୁର ଆଶଙ୍କା ସୃଷ୍ଟି ହୋଇଛି। ଅତୀତରେ ଚୋରାମଦକୁ ବିରୋଧକରି ଗତ ଗ୍ରାମପଞ୍ଚାୟତ ନିର୍ବାଚନରେ ବିଜୟ ଲାଭ କରିଥିବା ଜନ ପ୍ରତିନିଧିଙ୍କ ପରିବାର ଲୋକମାନେ ଏହି ଚୋରାମଦ ବ୍ୟବସାୟ କରି ମଦର ବନ୍ୟା ସୃଷ୍ଟି କରିଛନ୍ତି। ବ୍ୟାପକ ବିଦେଶୀ ଓ ଦେଶୀ ଚୋରାମଦ ପିଇ ମଦ୍ୟପମାନେ ଅଶ୍ଲିଳ ଭାଷାରେ ପଞ୍ଚାୟତବାସୀଙ୍କୁ ଗାଳି ଗୁଲଜ କରିବା ସହିତ ମହିଳା ଓ ବିଦ୍ୟାଳୟ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରି ଗଣ୍ଡଗୋଳ କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଏହି ଚୋରାମଦ ପିଇ ଗତ ଅଗଷ୍ଟ ୨୬ତାରିଖରେ ନେମ୍ବରା…

"ଅଙ୍ଗୁଳାଇ ଅଞ୍ଚଳରେ ଚୋରା ମଦ କାରବାରକୁ ନେଇ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ"

ଆଇଆଇସି ଏତଲା ଗ୍ରହଣ ନ କରିବା ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଭେଟିଲେ ଦଳିତ ମହିଳା

କେନ୍ଦ୍ରାପଡା, ୨୨/୦୯(ଲକ୍ଷ୍ମୀକାନ୍ତ ନାୟକ)-ଗଣେଶ ଭସାଣୀକୁ ନେଇ କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ନାଗପୁରା ଗ୍ରାମରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ସବର୍ଣ୍ଣ ଗୋଷ୍ଠୀର ଜୈନେକ ବୃଦ୍ଧାଙ୍କ ମୁଣ୍ଡଫାଟି ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ସବର୍ଣ୍ଣ ଗୋଷ୍ଠୀ ବିରୋଧି ଦଳିତ ଗୋଷ୍ଠୀ ବିରୋଧରେ କେନ୍ଦ୍ରାପଡା ସଦରଥାନାରେ ଅଭିଯୋଗ କରିଥିଲେ। ସଦରଥାନା ପୁଲିସ ଅଭିଯୋଗପାଇଁ ଦଳିତ ଗୋଷ୍ଠୀର ତିନିଜଣଙ୍କୁ ଧରି ଆଣି ଥାନାରେ ଅଟକ ରଖିଥିଲେ। ଏହି ଘଟଣା ଗତ ୧୬ ତାରିଖରେ ହୋଇଥିବା ବେଳେ ଦଳିତ ଗୋଷ୍ଠୀ ତରଫରୁ ସଂଯୁକ୍ତ ମଳିକ ସବର୍ଣ୍ଣ ଗୋଷ୍ଠୀ ବିରୋଧରେ ପାଲଟା ଅଭିଯୋଗ କରିଥିଲେ। ପୁଲିସ ଏହାକୁ ଗ୍ରହଣ କରି ନ ଥିଲା। ଏହି ଅଭିଯୋଗକୁ ନେଇ ଗତକାଲି ୨୧ ତାରିଖରେ…

"ଆଇଆଇସି ଏତଲା ଗ୍ରହଣ ନ କରିବା ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଭେଟିଲେ ଦଳିତ ମହିଳା"

ସହର ଓ ଗ୍ରାମାଞ୍ଚଳରେ ଶ୍ରୀ ଶ୍ରୀ ଗଣପତିଙ୍କ ପୂଜା ପାଳନ

କେନ୍ଦ୍ରାପଡା, ୧୩/୦୯(ଲକ୍ଷ୍ମୀକାନ୍ତ ନାୟକ) – କେନ୍ଦ୍ରାପଡା ସହର ଓ ଆଖପାଖ ଅଞ୍ଚଳରେ ଶ୍ରୀ ଶ୍ରୀ ଗଣପତିଙ୍କ ପୂଜା ଉତ୍ସବ ପାଳନ କରାଯାଉଛି। କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର, ଗୁଲନଗର, ଗରାପୁର, ନିକିରାଇ ପ୍ରଭୃତି ଅଞଚଳରେ ଏହି ପୂଜା ଯଥାରିତୀ ପାଳିତ ହୋଇଛି। ସେହିଭଳି ଶିକ୍ଷାନୁଷ୍ଠାନ ତଥା ଅଙ୍କୁର ଶିକ୍ଷା ନିକେତନ, ଆଇଡିଆଲ ପବ୍ଲିକ ସ୍କୁଲ, ସଂଜୀବନୀ ବିଦ୍ୟାମନ୍ଦିର, ସରକାରୀ ବାଳକ ଓ ବାଳିକା ହାଇସ୍କୁଲ, ସିଟି ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାରେ ଶ୍ରୀ ଶ୍ରୀ ଗଣପତିଙ୍କ ପୂଜା ଉତ୍ସବ ଯଥାରୀତି ପାଳିତ ହୋଇଥିବା ବେଳେ ସହରର ବିଭିନ୍ନ ଅଞ୍ଚଳରେ ପ୍ରାୟ ୩୦ଟି ମେଢ ପୂଜା କରିଆସୁଛନ୍ତି।

"ସହର ଓ ଗ୍ରାମାଞ୍ଚଳରେ ଶ୍ରୀ ଶ୍ରୀ ଗଣପତିଙ୍କ ପୂଜା ପାଳନ"

ଚାଷୀଙ୍କୁ କ୍ଷତିପୂରଣ ଦାବିରେ ଇନ୍ଦୁପୁର-ପଟ୍ଟାମୁଣ୍ଡାଇ ରାସ୍ତା ଅବରୋଧ

କେନ୍ଦ୍ରାପଡା, ୧୩/୦୯(ଲକ୍ଷ୍ମୀକାନ୍ତ ନାୟକ)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ୫ନମ୍ବର ଜୋନର ଇନ୍ଦୁପୁର, ନିକିରାଇ, ଘାଗରା, କୋରୋ, କୁତ୍ତରଙ୍ଗ, ଢୋଲ, ଚାରି ଗାଁ, ଧୁମାତ ପ୍ରଭୃତି ପଞ୍ଚାୟତର ଶତାଧିକ ଚାଷୀ ବୁଧବାର ଲଗାଣ ବର୍ଷାରେ ଧାନ ·ଷର କ୍ଷୟକ୍ଷତି ବାବଦକୁ କ୍ଷତିପୂରଣ ଦାବିକରି ପଟ୍ଟାମୁଣ୍ଡାଇ – ଇନ୍ଦୁପୁର ରାସ୍ତାରେ ଜୟକୃଷ୍ଣପୁର ଗ୍ରାମପାଖ ହାତୀ ବରଗଛ ଛକରେ ରାସ୍ତା ଅବରୋଧ କରିଥିଲେ। ଏହି ରାସ୍ତା ଅବରୋଧ ଆନ୍ଦୋଳନରେ ଗତ ୫ତାରିଖ ୬ତାରିଖର ଲଘାଣ ବର୍ଷା ଯୋଗୁଁ ଏହି ସବୁ ପଞ୍ଚାୟତରେ ପ୍ରାୟ ୩ ହଜାର ହେକ୍ଟର ଜମିର ଧାନ ଫସଲ ଏକ ସପ୍ତାହଧରି ପାଣିରେ ବୁଡି ରହିଥିବାରୁ ସେହିସବୁ ଜମିର ଫସଲ ନଷ୍ଟ ହୋଇଯାଇଛି। ତେଣୁ ·ଷୀଙ୍କୁ କ୍ଷତି ପୂରଣ…

"ଚାଷୀଙ୍କୁ କ୍ଷତିପୂରଣ ଦାବିରେ ଇନ୍ଦୁପୁର-ପଟ୍ଟାମୁଣ୍ଡାଇ ରାସ୍ତା ଅବରୋଧ"

ତୁଳସୀ ମହିଳା ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ସମ୍ବର୍ଦ୍ଧନା ଉତ୍ସବ

କେନ୍ଦ୍ରାପଡା, ୧୩/୦୯(ଲକ୍ଷ୍ମୀକାନ୍ତ ନାୟକ)- ସ୍ଥାନୀୟ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ଚଳିତ ବର୍ଷର ନୂତନ ବିଜ୍ଞାନ(ସମ୍ମାନ) ଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡଃ ହିରାମଣୀ ବେହୁରା ଅଧ୍ୟକ୍ଷତା କରିଥିଲେ। ଏହି ଉତ୍ସବରେ ବିଜ୍ଞାନ ବିଭାଗ ବରିଷ୍ଠ ଅଧ୍ୟାପିକା ପ୍ରମିଳାରାଣି ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଡଃ ସ୍ମୃତି ରଞନ ବେହେରା, ଡଃ ମନୋରଞନ ମହାନ୍ତି, ପ୍ରାଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ, ଡଃ ପ୍ରଭାକର ମଲ୍ଲିକ ପ୍ରମୁଖ ଏହି ଉତ୍ସବରେ ଅତିଥିଭାବେ ଯୋଗଦେଇ ସାମ୍ପ୍ରତିକ ସମୟରେ ବିଜ୍ଞାନର ଆବଶ୍ୟକତା ଓ ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଭବିଷ୍ୟତରେ ବିଜ୍ଞାନର ଛାତ୍ରୀଭାବେ ଦେଶ ବିଦେଶର ସୁନାମଧନ୍ୟ ବୈଜ୍ଞାନିକମାନଙ୍କ ଆଦର୍ଶରେ ଅନୁପ୍ରାଣିତ…

"ତୁଳସୀ ମହିଳା ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ସମ୍ବର୍ଦ୍ଧନା ଉତ୍ସବ"

ମା’ କୋଳକୁ ଯାଇ ନପାରି ଯମପୁର ଗଲା

କେନ୍ଦ୍ରାପଡ଼ା ୧୩-୯ (ଓଡ଼ିଆ ପୁଅ/ଲକ୍ଷ୍ମୀକାନ୍ତ ନାୟକ) ନୂଆଖାଇକୁ ଘରକୁ ଯାଇପାରୁନି ବିଶ୍ବକର୍ମା ପୂଜାକୁ ଘରକୁ ଯିବି ବୋଲି ମା’କୁ କଥା ଦେଇଥିବା ପୁଅ ଆଜି ମା କୋଳକୁ ଫେରି ନପାରି ଯମପୁର ଗଲା। ଏମିତି ଏକ ହୃଦୟ ବିଦାରକ ଘଟଣାକୁ ନେଇ ସ୍ତବ୍ଧ ହୋଇଛି କେନ୍ଦ୍ରାପଡା ଜିଲା। ମହାକାଳପଡା ବ୍ଲକର ବଡରାହାମା ଗାଁର ଏକ ଚିଙ୍ଗୁଡି ଘେରିରେ ପ୍ରାଣ ହରାଇଛନ୍ତି କଳାହାଣ୍ଡି ଜିଲାର ଜଣେ ଶ୍ରିମିକ। ଘଟଣାଟି ଥିଲା ସମ୍ପୁର୍ଣ୍ଣ ହୃଦୟ ବିଦାରକ। ମୋବାଇଲ ଫୋନରେ ମା ସହିତ କଥା ହେଉଥିଲେ ଅଲେଖ। ପ୍ରତ୍ୟକ୍ଷ ଦର୍ଶିଙ୍କ କହିବା କଥାକି ଅଲେଖଙ୍କର ମା ଅଲେଖଙ୍କୁ ଆଜି ସକାଳେ ଫୋନ କରିଥିଲେ। ଅଲେଖ ତାଙ୍କ ମାକୁ ଉତ୍ତର ଦେଉଥିଲା…

"ମା’ କୋଳକୁ ଯାଇ ନପାରି ଯମପୁର ଗଲା"

ବସ କଣ୍ଡକ୍ଟର ଜଣେ ଛାତ୍ରୀଙ୍କୁ ବସରୁ ତଳକୁ ଠେଲିଦେବାରୁ କେନ୍ଦ୍ରାପଡା କଲେଜ ପାଖରେ ରାସ୍ତା ଅବରୋଧ 

କେନ୍ଦ୍ରାପଡା ୧୧/୯(ଲକ୍ଷ୍ମୀକାନ୍ତ ନାୟକ):- ଚଉଦକୁଲାଟରୁ କେନ୍ଦ୍ରାପଡା କଲେଜକୁ ଆସୁଥିବା ଜଣେ ଛାତ୍ରୀକୁ ଆଜି ସକାଳେ ଜଣେ ଘରୋଇ ବସ କଣ୍ଡକ୍ଟର ବସରୁ ତଳକୁ ଠେଲିଦେବାରୁ ସଂପୃକ୍ତ ଛାତ୍ରୀ ତଳେ ପଡିଯାଇ ଖଣ୍ଡିଆ ଘାବରା ହୋଇଥିଲା । ତାର ପ୍ରତିବାଦରେ କେନ୍ଦ୍ରାପଡା କଲେଜ ଛାତ୍ରମାନେ କଲେଜ ସମ୍ମୁଖରେ ଦୀର୍ଘ ୬ଘଣ୍ଟାଧରି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଆସନ୍ତାକାଲି ଏ ସମ୍ପର୍କରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ଉପଜିଲାପାଳ ସଂଜୟ କୁମାର ମିଶ୍ର ଛାତ୍ର ନେତାମାନଙ୍କୁ ପ୍ରତିଶ୍ରୃତି ଦେବାରୁ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ଆସନ୍ତାକାଲି ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାପାଳ, ଜିଲା ଆରକ୍ଷୀ ଅଧିକ୍ଷକ,ଉପଜିଲାପାଳ,କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷ ଏବଂ ଆହତ ଛାତ୍ରୀ…

"ବସ କଣ୍ଡକ୍ଟର ଜଣେ ଛାତ୍ରୀଙ୍କୁ ବସରୁ ତଳକୁ ଠେଲିଦେବାରୁ କେନ୍ଦ୍ରାପଡା କଲେଜ ପାଖରେ ରାସ୍ତା ଅବରୋଧ "