ଟ୍ରାକ୍ଟର ଧକ୍କାରେ ଗୁରୁତର ଆହତଙ୍କ ମୃତ୍ୟୁ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ହାଟଡ଼ିହି, ୧୮। ୮ (ଓଡ଼ିଆ ପୁଅ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ଅଣା-ସମଣା ରାସ୍ତାରେ ଗତ ୧୪ତାରିଖ ଦିନ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ପରିବା ବ୍ୟବସାୟୀ ଗୁରୁତର ଆହତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସତ ହେଉଥିବାବେଳେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଏହା ଦୁର୍ଘଟଣା ନୁହଁ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାଇ ଗ୍ରାମର ଅଭିମନ୍ୟୁ ବାରିକ(୫୮) ଜଣେ ଦିନ ମଜୁରିଆ ଭାବେ ପରିବା ବିକ୍ରୀ କରି ପରିବାର ଚଳାଇଥାନ୍ତି। ତାଙ୍କ ପୁଅ ଶିବ ବାରିକ ସେହି ଗ୍ରାମର ଜଣେ ଧନିକ ଶ୍ରେଣୀର ବ୍ୟକ୍ତି ନିରାକାର ସାହୁଙ୍କ ଝିଅକୁ ଭଲପାଇ ବିବାହ…

"ଟ୍ରାକ୍ଟର ଧକ୍କାରେ ଗୁରୁତର ଆହତଙ୍କ ମୃତ୍ୟୁ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ"

ସରପଞ୍ଚଙ୍କୁ ର୍ଦୁବ୍ୟବହାରକୁ ନେଇ କଳିଗାଁ ପଞ୍ଚାୟତରେ ଉତ୍ତେଜନା, ଦୁଇଟି ମାମଲା ରୁଜୁ

ହାଟଡ଼ିହି, ୧୭। ୮ (ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତରେ ସରପଞ୍ଚଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ନନ୍ଦିପଦା ଥାନାରେ ଦୁଇଗୋଟି ମାମଲା ରୁଜୁ ହେବାସହ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାଇ ଗତ ୧୩ତାରିଖରେ ସରପଞ୍ଚ ଅମରେନ୍ଦ୍ର ଧଳ ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ବସିଥିବାବେଳେ ଇଛାପୁର ଗ୍ରାମର ରମେଶ କାଣ୍ଡି ନାମକ ଜଣେ ଯୁବକ ଫୋନରେ ତୁ ତାକର ବ୍ୟବହାର କରିଥିଲା। ସରପଞ୍ଚ ତାଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି କଣ ହୋଇ କୁହ ବୋଲି କହିବାପରେ ରମେଶ ପଞ୍ଚାୟତକୁ ଆସି ବିଜୁ ପକ୍କାଘର ତାଲିକ ମାଗିଥିଲା। ବିଜୁ ପକ୍କାଘର ତାଲିକା କାନ୍ଥରେ ମରାଯାଇଛି…

"ସରପଞ୍ଚଙ୍କୁ ର୍ଦୁବ୍ୟବହାରକୁ ନେଇ କଳିଗାଁ ପଞ୍ଚାୟତରେ ଉତ୍ତେଜନା, ଦୁଇଟି ମାମଲା ରୁଜୁ"

ସୋସୋ ସରପଞ୍ଚସ୍ୱାମୀଙ୍କ ନାମରେ ଜବରଦଖଲ ଅଭିଯୋଗ

ହାଟଡ଼ିହି, ୧୭। ୮ (ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ) : ସୋସୋ ପଞ୍ଚାୟତର ସରପଞ୍ଚ କାଞ୍ଚନ ନାଇକ ସରକାରୀ ଜମି ଜବରଦଖଲ କରି ଘର କରିଥିବା ଅଭିଯୋଗ ହୋଇଛି। ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ, ବାଳକୃଷ୍ଣ ବିଶ୍ୱାଳ, ଚିତ୍ତରଞ୍ଜନ ରାଉତ, ନିତ୍ୟାନନ୍ଦ ନାୟକ, ବଳରାମ ଦାସ, ଅନାଦି ଚରଣ ବିଶ୍ୱାଳ, ପ୍ରତିମା ବିଶ୍ୱାଳ, ପ୍ରକାଶ ମହାନ୍ତି, ଅଶୋକ ରାଉତ, ତୁଷାର ରାଉତ, ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ ତହସିଲଦାରଙ୍କ ନିକଟରେ କରିଥିବା ଅଭିଯୋଗ ଅନୁଯାଇ ସୋସୋ ସରପଞ୍ଚଙ୍କ ସ୍ୱାମୀ ଅମିନ ନାଇକ ସୋସୋ ମୌଜାର ଖରତରନଂ ୭୩୯ ଓ ପ୍ଲଟନଂ ୧୧୭୪ରେ ସର୍ବସାଧାରଙ୍କ ରାସ୍ତା ଉପରେ ବାସଗୃହ ନିର୍ମାଣ କରି ରହିଛନ୍ତି। ଯାହାଫଳରେ ସାଧାରଣ ଲୋକେ ଯାତାୟତରେ ନାନା…

"ସୋସୋ ସରପଞ୍ଚସ୍ୱାମୀଙ୍କ ନାମରେ ଜବରଦଖଲ ଅଭିଯୋଗ"

ଆୟୁସ୍ମାନ ଭାରତ ଯୋଜନାରେ ସୋସୋ ଡାକ୍ତରଖାନା ଉଦ୍ଘାଟିତ

ହାଟଡ଼ିହି, ୧୬ । ୮ : ଆସୁସ୍ମାନ ଭାରତ ଯୋଜନାରେ କେନ୍ଦୁଝର ଜିଲ୍ଲାର ଦୁଇଟି ଡାକ୍ତରଖାନାକୁ ସାମିଲ କରାଯାଇଥିବାବେଳେ ହାଟଡିହି ବ୍ଳକର ସୋସୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟି ସାମିଲ ହୋଇଛି । ଗତ ଅଗଷ୍ଟ ୧୫ତାରିଖ ଦିନ ଏହାର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବିଧାୟକ ମାୟାଧର ଜେନା, ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧାଶୁଂ ଶେଖର ବଳ, ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକତ୍ସାଧିକାରୀ ପ୍ରଭାସ ଚନ୍ଦ୍ର ସାହୁ, ସୋସୋ ଡାକ୍ତର କୁଲଦୀପ ସେଠୀ, ବ୍ଲକଅଧ୍ୟକ୍ଷାଙ୍କ ପ୍ରତିନିଧି ବିମ୍ବାଧର ବିଶ୍ୱାଳ, ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ନାୟକ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା,ସରପଞ୍ଚ କାଞ୍ଚନ ନାଇକ, ବିପିଓ ଶୁଭେନ୍ଦୁ…

"ଆୟୁସ୍ମାନ ଭାରତ ଯୋଜନାରେ ସୋସୋ ଡାକ୍ତରଖାନା ଉଦ୍ଘାଟିତ"

ହାଟଡିହି ପଞ୍ଚାୟତ ପକ୍ଷରୁ ସ୍ପିଡି ବ୍ରେକର ସ୍ଥାପନ

ହାଟଡ଼ିହି, ୧୬ । ୮ : ହାଟଡିହି ପଞ୍ଚାୟତ ପକ୍ଷରୁ ଆନନ୍ଦପୁର ଭଦ୍ରକ ରାସ୍ତାର ବ୍ଲକ ଛକ ଓ ହାଇସ୍କୁଲ ଛକ ନିକଟରେ ଦ୍ରୁତ ଜାନବାହାନକୁ ରୋକିବାପାଇଁ ସ୍ପିଡିବ୍ରେକର ଲଗାଯାଇଛି । ଏହି ରାସ୍ତାଦେଇ ଶହଶହ ଗାଡି ଦ୍ରୁତଗତିରେ ଯାଉଥିବାରୁ ଦୁର୍ଘଟଣାମାନ ବୃଦ୍ଧି ପାଉଛି । ବ୍ଲକ ଛକ ଓ ହାଇସ୍କୁଲ ଛକରେ ଛାତ୍ରଛାତ୍ରୀ ମାନେ ଯାତାୟତ କରୁଥିବାବେଳେ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଛି । ଏହି ସ୍ଥାନ ମାନଙ୍କରେ ସ୍ପିଡି ବ୍ରେକର ଲଗାଇବାପାଇଁ ଦାବି ହୋଇ ଆସୁଥିଲା । ଫଳରେ ହାଟଡିହି ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ କଳ୍ପତରୁ ସେଠୀଙ୍କ ସହଯୋଗରେ ଦୁଇଟି ପ୍ରମୁଖ ସ୍ଥାନରେ ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ…

"ହାଟଡିହି ପଞ୍ଚାୟତ ପକ୍ଷରୁ ସ୍ପିଡି ବ୍ରେକର ସ୍ଥାପନ"

ହାଟଡିହିରେ ବିକାଶ ମଞ୍ଚ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ହାଟଡ଼ିହି, ୧୫/୮/ : ହାଟଡିହି ବିକାଶ ମଞ୍ଚ ପକ୍ଷରୁ ତହସିଲ ନିକଟସ୍ଥ ଠାରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମଞ୍ଚର ଉପଦେ୍ଦଷ୍ଟା ତଥା ବରିଷ୍ଠ ଶିକ୍ଷାବିତ ସୁରେନ୍ଦ୍ର ନାଥ ବାରିକ ଜାତୀୟ ପତାକା ଉତ୍ତୋଳନ କରି  ସଦସ୍ୟମାନଙ୍କୁ ଆଜିର ଯୁବ ସମାଜ ସମାଜସେବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ହାଟଡିହି ବିକାଶ ମଞ୍ଚର ସଭାପତି ନିତ୍ୟାନନ୍ଦ ପହି, ସମ୍ପାଦକ ସନାତନ ଜେନା, ନୃଷିହଂ ଚରଣ ସେଠୀ, କାମପାଳ ନାୟକ, ଜତିନ୍ଦ୍ର ମଲ୍ଲିକ, ପବିତ୍ର ମୋହନ ମଲ୍ଲିକ, ଶାନ୍ତନୁ କୁମାର ନାୟକ, ଇନ୍ଦ୍ରମଣି ଜେନା, ଶ୍ରୀଧର ଜେନା, କଳ୍ପତରୁ ସେଠୀ, ବଳରାମ ଜେନା, ପ୍ରଦୀପ ନାୟକ, ଜଗନ୍ନାଥ ନାୟକ, କାଳନ୍ଦୀ…

"ହାଟଡିହିରେ ବିକାଶ ମଞ୍ଚ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ"

ନବନିଯୁକ୍ତ କନିଷ୍ଠ ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ହାଟଡ଼ିହି, ୧୫/୮/ : ହାଟଡିହି ବ୍ଲକରେ ନବନିଯୁକ୍ତ ୯୦ଜଣ କନିଷ୍ଠ ଶିକ୍ଷକଙ୍କୁ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ହାଟଡିହି କଲେଜ ପରିସରରେ ସଂଘ ସଭାପତି ଦେବାଶିଷ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ଗୁଣନିଧି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତାଭାବେ ସଂଘ ର ଜିଲ୍ଲାସଭାପତି ସୂର୍ଯ୍ୟପ୍ରକାଶ ସେଠୀ, ସମ୍ମାନୀତ ଅତଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ତପୋଧନ ସ୍ୱାଇଁ, ସୁରେଶ କୁମାର ଜେନା ଏବଂ ରାଜ୍ୟ ସଂଘର ମହାସଚିବ ବିବେକାନନ୍ଦ ବେହେରା ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାସ ସୁନ୍ଦର ହାଟଡିହି…

"ନବନିଯୁକ୍ତ କନିଷ୍ଠ ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା"

ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରେ ପୋଷାକ ବଣ୍ଟନ

ହାଟଡ଼ିହି, ୧୫/୮/ : ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ଠାରେ ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ରଙ୍କ ସଂଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ଗୁଣନିଧି ଦାସ, ଏବିଇଓ ତଥା ବିଆରସିସି ତପୋଧନ ସ୍ୱାଇଁ, ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ କିଶୋର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଦୁଇହଳ ଲେଖାଏଁ ପୋଷାକ ବଣ୍ଟନ କରିଥିଲେ । ଶିକ୍ଷକ ଶିଶିର କୁମାର ବିଶ୍ୱାଳ, ଲକ୍ଷ୍ମୀକାନ୍ତ ମିଶ୍ର, ରାଧାକୃଷ୍ଣ ପତି, ପଦ୍ମନାଭ ପଣ୍ଡା, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ପର୍ଶୁରାମ ନାୟକ, ରମେଶ ନାୟକ, ସତ୍ୟବ୍ରତ ବିଶ୍ୱାଳ ପ୍ରମୁଖ…

"ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରେ ପୋଷାକ ବଣ୍ଟନ"

ହାଟଡିହି- ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ହାଟଡ଼ିହି, ୧୫/୮/ : ହାଟଡିହି ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ୭୨ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ବ୍ଲକ କାର୍ଯ୍ୟାଳୟ ଠାରେ ଆନନ୍ଦପୁର ବିଧାୟକ ମାୟାଧର ଜେନା ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ସମ୍ବୋଧିତ କରି ସ୍ୱାଧିନତା ଦିବସ ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ବିଡିଓ ଆନନ୍ଦ ଚନ୍ଦ୍ର ସେଠୀ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ବ୍ଲକର ବିକାଶୋନ୍ମୁକ୍ଷୀ କାର୍ଯ୍ୟକୁ ଆଗେଇ ନେବାରେ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି ମତ ଦେଇଥିଲେ । ଏଥିରେ ସମିତିସଭ୍ୟ ନାରାୟଣ ବେହେରା, ମନୋଜ…

"ହାଟଡିହି- ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ"

ହାଟଡିହିରେ ଜନସମୃଦ୍ଧ ପାଟି ପକ୍ଷରୁ ସ୍ୱାଧୀନତା ଦିବସ

ହାଟଡ଼ିହି, ୧୫/୮/ : ଜନସମୃଦ୍ଧ ପାର୍ଟି ହାଟଡିହି ବ୍ଲକ ପକ୍ଷରୁ ଛେନାପଦିଛକ ଠାରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଛେନାପଦି ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ସଦସ୍ୟ ଦନାର୍ଦ୍ଦନ ସାହୁ ଜାତୀୟ ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ଶାସଙ୍ଗ ଜାଗୃତୀ ସ୍କୁଲର ଛାତ୍ରଛାତ୍ରୀ ମାନେ ଜାତୀୟ ସଂଗୀତ ଗାନ କରିଥିଲେ । ଏଥିରେ ସଭାପତି ପଦ୍ମନାଭ ଜେନା, ଯୁବ ସମାଜସେବୀ ନନ୍ଦୁ ଚରଣ ଜେନା, ବରିଷ୍ଠ ସଦସ୍ୟ ବୈଲୋଚନ ନାୟକ, ଜିତେନ୍ଦ୍ର ରାଉତ, ଆନନ୍ଦ ଚନ୍ଦ୍ର ଖଟୁଆ, ବାବୁଲି ପରିଡା,ପଦ୍ମିନୀ ଦାସ, ପ୍ରିତୀଲତା ନାୟକ, ସଞ୍ଜୁଲତା ଦାସ, ଶାନ୍ତିଲତା ଜେନା, ଗାୟତ୍ରୀ…

"ହାଟଡିହିରେ ଜନସମୃଦ୍ଧ ପାଟି ପକ୍ଷରୁ ସ୍ୱାଧୀନତା ଦିବସ"