ହାଟଡିହିର ବିଭିନ୍ନ ଅଞ୍ଚଳରେ ଗଣେଶ ପୂଜା

ହାଟଡ଼ିହି, ୧୩। ୯ (ଓଡ଼ିଆ ପୁଅ) : ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଥିବା ସ୍କୁଲ, କଲେଜ ଓ ଅନୁଷ୍ଠାନ ମାନଙ୍କରେ ପ୍ରଭୂ ଗଣେଶଙ୍କ ପୂଜାତ୍ସୋବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ହାଟଡିହି ସରସ୍ୱତୀ ଶିଶୁ ମନ୍ଦିର, ଶାଳଣିଆଁ ହାଇସ୍କୁଲ, କଳିଗାଁ ହାଇସ୍କୁଲ, ନନ୍ଦିପଦାହାଟ ହାଇସ୍କୁଲ, ଢ଼େଙ୍କା ହାଇସ୍କୁଲ, ମୁଗୁପୁର ହାଇସ୍କୁଲ, ବାଙ୍ଗୋର ବିପି ହାଇସ୍କୁଲ, ବଣିଆପଙ୍କ ହାଇସ୍କୁଲ, ସେଣ୍ଟ ଜାଭିୟର ହାଇସ୍କୁଲ ଚଣ୍ଡୀ ବିରଞ୍ଚିପୁର, ହାଟଡିହି କଲେଜ, ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟ, ବଉଳା କଲେଜ ସୋସୋ, ମା ତାରିଣୀ ଶିଳ୍ପ ତାଲିମ କେନ୍ଦ୍ର ଶାସଙ୍ଗ ଶିଖରେଶ୍ୱର ଯୁବକ ସଂଘ, ବଉଳାଶୁଣୀ କ୍ଲବ, ହାଟଡିହି ହାଇସ୍କୁଲ, ବଞ୍ଚୋ ବରାହୀ ହାଇସ୍କୁଲ, ବାଇଧର ନୋଡାଲ ୟୁପି ସ୍କୁଲ,…

"ହାଟଡିହିର ବିଭିନ୍ନ ଅଞ୍ଚଳରେ ଗଣେଶ ପୂଜା"

ସ୍ୱାସ୍ଥ୍ୟ ମିଶନ ସଂଘର ବନ୍ଦ ଡାକରା ଯୋଗୁଁ ସମଗ୍ର ବ୍ଲକରେ ସ୍ୱାସ୍ଥ୍ୟସେବା ବ୍ୟାହତ

ହାଟଡ଼ିହି, ୧୨। ୯ (ଓଡ଼ିଆ ପୁଅ) : ଓଡିଶା ସ୍ୱାସ୍ଥ୍ୟମିଶନ ସଂଘର ୬ଦଫା ଦାବିନେଇ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱାରା ସମଗ୍ର ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ଥ ହୋଇପଡିଛି। ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ସମସ୍ତ ଡାକ୍ତରଖାନାରେ ବର୍ତ୍ତମାନ ସ୍ୱାସ୍ଥ୍ୟସେବା ବ୍ୟାହତ ହୋଇଛି। ଏହାଦ୍ୱାରା ଗତ ସୋମବାରରେ ହେବାକୁଥିବା ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଅନେକ ସ୍ୱାସ୍ଥ୍ୟକେନ୍ଦ୍ରରେ ହୋଇପାରି ନାହିଁ। ଟୀକା ଯୋଗାଣ ବନ୍ଦ ଯୋଗୁଁ ସମସ୍ତ ଟୀକା ଉପଲବ୍ଧ ହୋଇପାରୁନି। ଫଳରେ ଶିଶୁମାନେ ସଂପୁର୍ଣ୍ଣ ଟୀକାରଣରୁ ବଞ୍ଚିତ ହେଉଛନ୍ତି। ଗ୍ରାମାଞ୍ଚଳରେ କାର୍ଯ୍ୟରତ ଆଶାକର୍ମୀମାନେ ମାସର ୧୦ତାରିଖରେ ନିଜର ପ୍ରାପ୍ୟ ପାଇବାପାଇଁ ନିୟମ ଥିବାସ୍ଥଳେ ଏହା ଦିଆଯାଇ ପାରିନାହିଁ। ଆଶାକର୍ମୀମାନେ ନିଜର ପ୍ରାପ୍ୟ ପାଇନଥିବାରୁ ଆଗାମି…

"ସ୍ୱାସ୍ଥ୍ୟ ମିଶନ ସଂଘର ବନ୍ଦ ଡାକରା ଯୋଗୁଁ ସମଗ୍ର ବ୍ଲକରେ ସ୍ୱାସ୍ଥ୍ୟସେବା ବ୍ୟାହତ"

ହାଟଡିହି କଲେଜ ବି.ସି.ଜେ.ଡି ର ନିର୍ବାଚନୀ ପ୍ରସ୍ତୁତି ବୈଠକ 

ହାଟଡ଼ିହି, ୧୨। ୯ (ଓଡ଼ିଆ ପୁଅ) : ଆଗାମି ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ପରିସର ସରଗରମ ହୋଇ ଉଠିଛି। ଆଜି ହାଟଡିହି କଲେଜର ବିଜୁ ଛାତ୍ର ଜନତାଦଳର ଏକ ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାମଚଣ୍ଡୀ ପୀଠ ଠାରେ ପୁର୍ବତନ ଛାତ୍ରସଂସଦ ସଭାପତି ଅମୀୟ ରଞ୍ଜନ ପହି (ହାପୁ)ଙ୍କ ନେତୃତ୍ୱରେ ଗଣେଶ କୁମାର ସ୍ୱାଇଁ, ରାକେଶ କୁଅଁର, ପ୍ରଶାନ୍ତ ନାୟକ, ସଦାଶିବ ନାୟକ, ଅମୁଲ୍ୟ ସେଠୀ, ରାଜେଶ ଜେନା, ସୁଧାଶୁଂ ଶେଖର ନାୟକ, ସୁଶିଲ କୁମାର ସାମଲ, ରାଜକିଶୋର ଜେନା, ସଞ୍ଜୟ ଜେନା, ଜଗନ୍ନାଥ ପଣ୍ଡା, ରାକେଶ କୁମାର ଜେନା, ତୁଷାର କୁମାର ଜେନା ପ୍ରମୁଖ ଯୋଗଦେଇ ଆଗାମି ନିର୍ବାଚନରେ ବିଜୁ…

"ହାଟଡିହି କଲେଜ ବି.ସି.ଜେ.ଡି ର ନିର୍ବାଚନୀ ପ୍ରସ୍ତୁତି ବୈଠକ "

ଅଧ୍ୟାପକ, ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଧାରଣା ଦ୍ୱିତୀୟ ଦିନରେ

ହାଟଡ଼ିହି, ୧୨। ୯ (ଓଡ଼ିଆ ପୁଅ) : ଓଡିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ୭ଦଫା ଦାବିରେ ହାଟଡିହି ବ୍ଲକ ସମ୍ମୁଖରେ ଚାଲିଥିବା ଧାରଣା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ସୁରେନ୍ଦ୍ର କୁମାର ପାତ୍ରଙ୍କ ଆବାହକତ୍ୱରେ ଚାଲିଥିବା ଏହି ଆନ୍ଦୋଳନରେ ଆଜି ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇଥିଲେ। ବ୍ଲକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ମାନଙ୍କ ଦାବିପ୍ରତି ସରକାରଙ୍କ ଉଦାସୀନ ମନୋଭାବକୁ ସମାଲୋଚନା କରିବା ସହିତ ଦାବି ପୁରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚଲୁ ରହିବ ବୋଲି ଘୋଷଣା କରାଯାଇଛି। ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଏହି ଧାରଣା ଚାଲିବାକୁ ଥିବାବେଳେ ଆଗାମି ୧୭ତାରିଖ ଦିନ ପ୍ରତି ପଞ୍ଚାୟତ ମାନଙ୍କରେ…

"ଅଧ୍ୟାପକ, ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଧାରଣା ଦ୍ୱିତୀୟ ଦିନରେ"

ବାଇକ ଦୁର୍ଘଟଣାରେ ଆହତ ଛାତ୍ରର ମୃତ୍ୟୁ

ହାଟଡ଼ିହି, ୧୧। ୯ (ଓଡ଼ିଆ ପୁଅ): ବାଇକ ଦୁର୍ଘଟଣାର ଶୀକାର ହୋଇ ଚିକିତ୍ସାଧିନ ଥିବା ସୋସୋ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ବିଶ୍ୱଜିତ ଜେନାଙ୍କ ଆଜି ମୃତ୍ୟୁ ଘଟିଛି। ଖବରରୁ ଜଣାଯାଇଛି ଯେ କେନ୍ଦୁଝର ଜିଲ୍ଲା ସୋସୋ ପଞ୍ଚାୟତର ବେରୁଣପଦି ଗ୍ରାମର ଇଶ୍ୱର ଚନ୍ଦ୍ର ଜେନାଙ୍କ ପୁଅ ବିଶ୍ୱଜିତ ବାଲୁକେଶ୍ୱର ହାଇସ୍କୁଲ ସୋସୋ କାନପୁରରେ ଦଶମ ଶ୍ରେଣୀରେ ପଢ଼ୁଥିଲା। ଗତ ୧୫ଦିନ ତଳେ ସେ ସାଙ୍ଗଙ୍କ ସହ ଆଗରପଡା ଯାଇ ଫେରୁଥିବାବେଳେ ବାଇକ ଦୁର୍ଘଟଣାର ଶୀକାର ହୋଇ ଗୁରୁତର ଅବସ୍ଥାରେ କଟକ ବଡଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା। ଆଜି ସକାଳେ ଚିକିତ୍ସାଧିନ ଅବସ୍ଥାରେ ବିଶ୍ୱଜିତର ମୃତ୍ୟୁ ଘଟିଥିଲା। ବିଶ୍ୱଜିତର ମୃତ୍ୟୁ ଖବର ମିଳିବାପରେ ଗାଁରେ ଶୋକାକୁଳ ପରିବେଶ…

"ବାଇକ ଦୁର୍ଘଟଣାରେ ଆହତ ଛାତ୍ରର ମୃତ୍ୟୁ"

ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ହାଟଡିହି ବ୍ଲକ ସମ୍ମୁଖରେ ପ୍ରତିବାଦ ସଭା

ହାଟଡ଼ିହି, ୧୧। ୯ (ଓଡ଼ିଆ ପୁଅ): ଓଡିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆଜି ହାଟଡିହି ବ୍ଲକ ସମ୍ମୁଖରେ ପ୍ରତିବାଦ ସଭା କରାଯାଇ ବ୍ଲକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ମାନଙ୍କ ଦାବିପ୍ରତି ସରକାରଙ୍କ ଉଦାସୀନ ମନୋଭାବକୁ ସମାଲୋଚନା କରାଯାଇଛି। ଏହି ପ୍ରତିବାଦ ସଭାରେ ପୁର୍ଣ୍ଣଚନ୍ଦ୍ର ସାହୁ, ସୁରେନ୍ଦ୍ର କୁମାର ପାତ୍ର, ମୃତ୍ୟୁଞ୍ଜୟ ପଲେଇ, ରଶ୍ମୀରେଖା ସାହୁ, ମଧୁସୁଦନ ଜେନା, ସଚିଦାନନ୍ଦ ଧୁପାଲ, ଶରତ କୁମାର ଶାସିନି, ସୁବାସ ଚନ୍ଦ୍ର ପାତ୍ର, ଭାଗିରଥୀ ସାହୁ, ପ୍ରଫୁଲ କୁମାର ପଣ୍ଡା, ନାରାୟଣ ରାଉତ, ତପନ ଓଝା, ରବିନ୍ଦ୍ର ନାଥ ଜେନା, ଅଭିରାମ ସାହୁ, ପ୍ରସାନ୍ତ କୁମାର ପହି, ଶିଶିର କୁମାର ବିଶ୍ୱାଳ,…

"ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ହାଟଡିହି ବ୍ଲକ ସମ୍ମୁଖରେ ପ୍ରତିବାଦ ସଭା"

ମୃତ ଛାତ୍ରଙ୍କ ପାଇଁ ହାଟଡିହି କଲେଜରେ ଶୋକସଭା

ହାଟଡ଼ିହି, ୧୧। ୯ :(ଓଡ଼ିଆ ପୁଅ) ହାଟଡିହି କଲେଜ ଯୁକ୍ତ ତିନି ପ୍ରଥମବର୍ଷର ଛାତ୍ର କୁଳମଣି ମଲ୍ଲିକଙ୍କ ଅକାଳ ବିୟୋଗରେ ଆଜି ହାଟଡିହି କଲେଜରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ଅଧ୍ୟାପକ ଚିତ୍ତରଞ୍ଜନ ରାଉତ, ରବିନ୍ଦ୍ର ନାଥ ଜେନା, ମଦନ ସୁନ୍ଦର ପଣ୍ଡା, ବିଜୟ କୁମାର ନାୟକ, ଗୌରାଙ୍ଗ ଚରଣ ନାୟକ, ରବିନାରାୟଣ ବିଶ୍ୱାଳ, ରୀତା ଦାସ, ଜୀମୁତ ବରଣ ଦାଶ, ବୃନ୍ଦାବନ ଓଝା, କବିତା ମଞ୍ଜରୀ ସୁବୁଦ୍ଧିରାୟ, ପ୍ରମୁଖ ଯୋଗଦେଇ ଛାତ୍ର କୁଳମଣି ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟି ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିରେ…

"ମୃତ ଛାତ୍ରଙ୍କ ପାଇଁ ହାଟଡିହି କଲେଜରେ ଶୋକସଭା"

ଟଙ୍କା ଫେରସ୍ତ ମାଗିବାରୁ ଯୁବତୀକୁ ହତ୍ୟା ଧମକ ଅଭିଯୋଗରେ ଯୁବକ ଗିରଫ

ହାଟଡ଼ିହି, ୧୦। ୯ (ଓଡ଼ିଆ ପୁଅ) : ଜଣେ ଯୁବତୀ ସହିତ ସମ୍ପର୍କ ଯୋଡି ତାଙ୍କ ଠାରୁ ଟଙ୍କା ଧାର ଆଣି ନଫେରାଇବା ଓ ମାଗିବରରୁ ଧମକ ଚମକ ଦେବା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନସ୍ଥ ଢ଼େଙ୍କା ପଞ୍ଚାୟତ କଣିଆରୀ ଗ୍ରାମର ସଞ୍ଜିବ ଜେନା ନାମକ ଜଣେ ଯୁବକକୁ ବନ୍ତ ପୁଲିସ ଗିରଫକରି କୋର୍ଟ ଚାଲାଣ କରିଛି। ଖବରରୁ ଜଣାଯାଇଛି ଯେ କଣିଆରୀ ଗ୍ରାମର ମହେଶ୍ୱର ଜେନାଙ୍କ ପୁଅ ସଞ୍ଜିବ ଜେନା ଭଦ୍ରକ ଜିଲ୍ଲା ବନ୍ତ ଥାନା ଟିକିତିରା ଗ୍ରାମର ଜଣେ ଯୁବତୀଙ୍କ ସହ ସଂପର୍କ ରଖି ତାଙ୍କଠାରୁ ବିଭିନ୍ନ ସମୟରେ ୨୬ହଜାର ୫୦୦ଟଙ୍କା ଧାର ସୁତ୍ରରେ ଆଣିଥିଲା। ପରେ ଯୁବତୀ ଓ…

"ଟଙ୍କା ଫେରସ୍ତ ମାଗିବାରୁ ଯୁବତୀକୁ ହତ୍ୟା ଧମକ ଅଭିଯୋଗରେ ଯୁବକ ଗିରଫ"

ଓଡିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ପ୍ରସ୍ତୁତି ବୈଠକ

ହାଟଡ଼ିହି, ୧୦। ୯ (ଓଡ଼ିଆ ପୁଅ) : ଓଡିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ସେମାନଙ୍କ ଦାବି ପୁରଣ ନିମନ୍ତେ ଆଗାମି ଦିନରେ ହେବାକୁଥିବା ଆନ୍ଦୋଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ପୁର୍ଣ୍ଣଚନ୍ଦ୍ର ସାହୁ, ମୃତ୍ୟୁଞ୍ଜୟ ପଲେଇ, ନାରାୟଣ ରାଉତ, ଶିଶିର କୁମାର ବିଶ୍ୱାଳ, ଦିନବନ୍ଧୁ ପଢ଼ିଆରୀ, ହରିହର ସାମଲ, ମହେନ୍ଦ୍ର କୁମାର ଶାସିନି, ମହେଶ୍ୱର ରାଉତ, ପଦ୍ମନାଭ ପଣ୍ଡା, ନବକିଶୋର ବିଶ୍ୱାଳ, ରବିନ୍ଦ୍ର ନାଥ ଜେନା, ସନାତନ ନାୟକ, ରଶ୍ମୀରେଖା ସାହୁ, ମଧୁସୁଦନ ଜେନା, ସଚିଦାନନ୍ଦ ଧୁପାଲ, ଶରତ କୁମାର ଶାସିନି,…

"ଓଡିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ପ୍ରସ୍ତୁତି ବୈଠକ"

ପୋଖରୀରେ ବୁଡିଯାଇ କଲେଜ ଛାତ୍ରଙ୍କ ମୃତ୍ୟୁ

ହାଟଡ଼ିହି, ୧୦। ୯ (ଓଡ଼ିଆ ପୁଅ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୁଲଣ ପୋଖରୀରେ ଗାଧୋଉଥିବା ସମୟରେ ପାଣିରେ ବୁଡିଯାଇ ବଳଭଦ୍ରପୁର ଗ୍ରାମର କୁଳମଣି ମଲ୍ଲିକ(୧୮) ନାମକ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ହାଟଡିହି ଦମକଳ ବାହିନୀ ଦ୍ୱାରା ମୃତଦେହକୁ ଉଦ୍ଧାର କରାଯାଇଛି। ଖବରରୁ ଜଣାଯାଇଛି ଯେ ବଳଭଦ୍ରପୁର ଗ୍ରାମର ଅନନ୍ତ ମଲ୍ଲିକଙ୍କ ଏକମାତ୍ର ପୁଅ କୁଳମଣି ହାଟଡିହି କଲେଜର ଯୁକ୍ତ୩ ପ୍ରଥମ ବର୍ଷର ଛାତ୍ର। ସେ ଆଜି ଗ୍ରାମର ଦୁଇଜଣ ସାଙ୍ଗଙ୍କ ସହିତ ସୁଲଣ ପୋଖରୀକୁ ଗାଧୋଇବାକୁ ଆସିଥିବାବେଳେ ଗାଧୋଇବା ବେଳେ ଅଥଳ ପାଣିରେ ବୁଡି ଯାଇଥିଲେ। ଅନ୍ୟ ସାଙ୍ଗ ଦୁଇଜଣ କୁଳମଣିକୁ ଉଦ୍ଧାର କରିବାକୁ ଚେଷ୍ଟାକରି ବିଫଳ ହେବାପରେ ଡାକ…

"ପୋଖରୀରେ ବୁଡିଯାଇ କଲେଜ ଛାତ୍ରଙ୍କ ମୃତ୍ୟୁ"