ଯନ୍ତ୍ରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଉନ୍ନୟନ କାର୍ଯ୍ୟ ଠପ

ହାଟଡ଼ିହି, ୨୨। ୯ (ଓଡ଼ିଆ ପୁଅ) : ରାଜ୍ୟର ଓଡିଶା ଡିପ୍ଲୋମା ଇଞ୍ଜିନୟର ସେବା ସଂଘ ଡାକରାରେ ବିଭିନ୍ନ ଦାବିନେଇ ଗତ ୧୮ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ସେମାନଙ୍କ ଦବି ଅନୁଯାଇ ଡିପ୍ଲୋମା ଇଞ୍ଜିନିୟରଙ୍କ ମୁଳ ନିଯୁକ୍ତିପଦ ସହକାରୀ ଯନ୍ତ୍ରୀ କରାଯିବା ଓ ପଦୋନ୍ନତି ହାର ଶତକଡା ୫୦ଭାଗ ବୃଦ୍ଧି, ପଞ୍ୁାୟତରାଜ ବିଭାଗର ସମସ୍ତ ଜିପିଟିଏ ମାନଙ୍କୁ କନିଷ୍ଠଯନ୍ତ୍ରୀ ନିଯୁକ୍ତି ପ୍ରଦାନ ଓ ବର୍ତ୍ତମାନର ସମସ୍ତ କନିଷ୍ଠଯନ୍ତ୍ରୀଙ୍କୁ ସହକାରୀ ଯନ୍ତ୍ରୀ ପଦକୁ ଉନ୍ନିତ କରିବା, ଉପଯୁକ୍ତ ହାରରେ ଆର.ଏ.ସି.ପି ପ୍ରଦାନ, କ୍ୟାଡର ପୁର୍ନଗଠନ ହୋଇନଥିବା ଅଣ ଇଞ୍ଜିନୟରିଂ ବିଭାଗରେ ଡିପ୍ଲୋମା ଇଞ୍ଜିନିୟରିଂ କ୍ୟାଡର ପୁର୍ନଗଠନ, କୃଷି ଓ ମେକାନିକାଲ ବିଭାଗ ଆଦିରେ ନିଯୁକ୍ତ ଡିପ୍ଲୋମା…

"ଯନ୍ତ୍ରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଉନ୍ନୟନ କାର୍ଯ୍ୟ ଠପ"

 ସୋସୋ ପଞ୍ଚାୟତରେ ଆବାସ ଯୋଜନାରେ ଅନିୟମିତତା, ଘର ନିର୍ମାଣ ନକରି ଅନୁଦାନ ହଡପ

ହାଟଡ଼ିହି, ୨୨। ୯ (ଓଡ଼ିଆ ପୁଅ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ପଞ୍ଚାୟତରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ହିତାଧିକାରୀ ମାନେ ଘର ନିର୍ମାଣ ନକରି ମଧ୍ୟ ପୁର୍ଣ୍ଣ ଅନୁଦାନ ଉଠାଇ ନେଇଥିବା ଅଭିଯୋଗ ହେଉଛି। ଜି.ଆର.ଏସଙ୍କୁ ମୋଟା ଅଙ୍କର ବଟି ଦେଇ ଏପରି କରାଯାଉଥିବା ଅଭିଯୋଗ ହେଉଛି। ସୋସୋ ଗ୍ରାମର ଜଣେ କୁଜିନେତା ଘର ନକରି ଲକ୍ଷାଧିକ ଟଙ୍କା ଉଠାଇ ନେଇଥିବା ନେଇ ଗତ କିଛିଦିନ ହେଲା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉ ଥିବାବେଳେ କାନପୁର ଗ୍ରାମର ଜଣେ ହିତାଧିକାରୀ ଆଦୌ ଘର ନକରି ଲକ୍ଷାଧିକ ଟଙ୍କା ଉଠାଇ ନେଇଛନ୍ତି। ସୁବାସିନି ନାୟକ ନାମକ ଏହି ହିତାଧିକାରୀ…

" ସୋସୋ ପଞ୍ଚାୟତରେ ଆବାସ ଯୋଜନାରେ ଅନିୟମିତତା, ଘର ନିର୍ମାଣ ନକରି ଅନୁଦାନ ହଡପ"

ଢ଼େଙ୍କା ବଜାରରୁ ଜବରଦଖଲ ଉଚ୍ଛେଦ 

ହାଟଡ଼ିହି, ୨୦ । ୯ : କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଧିନସ୍ଥ ଢ଼େଙ୍କା ବଜାରରେ ଥିବା ଏକ ବିବାଦୀୟ ସରକାରୀ ଜମିରୁ ଜବରଦଖଲ ଥିବା ଦୋକାନ ଗୁଡିକୁ ତହସିଲ ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଛି । ଗ୍ରାମର ଜଣେ ବ୍ୟକ୍ତି ତାଙ୍କର ପଛପାଖ ଘରକୁ ଯାତାୟତ ପାଇଁ ଉତ୍ତରପଟୁ ରାସ୍ତା ଦେବାପାଇଁ ପ୍ରଶାସନ ପାଖରେ ଗୁହାରୀ କରିଥିଲେ । ମାତ୍ର ତହସିଲ ପକ୍ଷରୁ ଜମିମାପଜୁପ ହେବାପରେ ଉକ୍ତ ବ୍ୟକ୍ତିଙ୍କ ଜମି ସମ୍ମୁଖରେ ଥିବା ସରକାରୀ ଜମିରେ ଅନେକ ଦୋକାନ ଘର ନିର୍ମାଣ କରାଯାଇ ଜବରଦଖଲ କରାଯାଇଥିବା ଜଣାଯାଇଥିଲା । ସଢ଼ା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଜବରଦଖଲ ମାମଲା ରୁଜୁକରାଯାଇ ଉଚ୍ଛେଦ ପାଇଁ…

"ଢ଼େଙ୍କା ବଜାରରୁ ଜବରଦଖଲ ଉଚ୍ଛେଦ "

ମୋମୋ ଖେଳଖେଳି ଛାତ୍ର ହାତ କାଟିଲେ

ହାଟଡ଼ିହି, ୧୯। ୯ (ଓଡ଼ିଆ ପୁଅ) : ହାଟଡିହି ବ୍ଳକ ଅଞ୍ଚଳର ଜଣେ ଯୁକ୍ତ ତିନି କଲେଜ ଛାତ୍ର ମୋବାଇଲରେ ମୋମୋ ଗେମ୍ ଖେଳି ବ୍ଲେଡରେ ନିଜ ହାତକୁ କାଟି ପକାଇଥିବା ଶୁଣିବାକୁ ମିଳିଛି। ପରିବାର ଲୋକେ ଏହା ଜାଣିବାପରେ ତାଙ୍କୁ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଉଛନ୍ତି। ଏହା ବୋବୋ ଗେମ୍ କି ଅନ୍ୟ କିଛି କାରଣ ସେନେଇ ପରିବାର ଲୋକେ ମୁହଁ ଖୋଲୁ ନାହାନ୍ତି। ତେଣୁ ଏହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

"ମୋମୋ ଖେଳଖେଳି ଛାତ୍ର ହାତ କାଟିଲେ"

ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା

ହାଟଡ଼ିହି, ୧୮/୯ (ଓଡ଼ିଆ ପୁଅ) : ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ହାଟଡିହି ଦମକଳ କେନ୍ଦ୍ର, ଛେନାପଦି ଛକସ୍ଥିତ ବିଭିନ୍ନ ଗ୍ୟାରେଜ, ବିଦ୍ୟାଧରପୁର, ସଢ଼ା ଲକ୍ଷ୍ମୀନାରାୟଣ ରାଇସ ମିଲ, ମା ମାଧୋଇ ରାଇସ ମିଲ, ଟେଲିଫୋନ ଏକ୍ସଚେଞ୍ଜ, ବଞ୍ଚୋଛକ, ଛେନାପଦିଛକ ସ୍ଥିତ ମା ତାରିଣୀ ଶିଳ୍ପ ତାଲିମ କେନ୍ଦ୍ର, ଗ୍ରାମ୍ୟ ଜଳଯୋଗାଣ ଅଫିସ ପ୍ରଭୃତି ସ୍ଥାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ମୁର୍ତ୍ତୀ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ଦୋକାନ ଓ ଗ୍ୟାରେଜ ମାନଙ୍କରେ ବିଶ୍ୱକର୍ମା ପୂଜା କରାଯାଇଛି। ବଞ୍ଚୋଛକରେ ଅନୁଷ୍ଠିତ ପୂଜାରେ ମାର୍କଣ୍ଡ ଚରଣ ଓଝା ଓ ରତ୍ନମଣୀ ଓଝା କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦାନ…

"ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା"

ମିଳିତ ଶିକ୍ଷକ ମଞ୍ଚ ପକ୍ଷରୁ ପଂଚାୟତ ପଦଯାତ୍ରା

ହାଟଡ଼ିହି, ୧୮। ୯ (ଓଡ଼ିଆ ପୁଅ) : ଓଡିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଯୋଗ୍ୟ ବିବେଚିତ ଦିନଠାରୁ ସମସ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପରିସର ଭୁକ୍ତ କରାଯାଇ ଚାକିରି ସର୍ତ୍ତାବଳୀ ଓ ଅବସର କାଳୀନ ସୁବିଧା ସୁଯୋଗ ପ୍ରଦାନ କରିବା, ଅନୁଦାନ ଯୋଗ୍ୟ ସମସ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପ୍ରଦାନ କରିବା ଏବଂ ୨୦୧୮ ଅନୁଦାନ ଆଇନିରେ ୪୦, ୬୦ ଓ ୭୫ଶତକଡା ଦରମା ପାଉଥିବା ବିଦ୍ୟାଳୟର ଅନୁଦାନ ନିର୍ଦ୍ଦେଶପତ୍ର ସହିତ ବାର୍ଷିକ ଦରମା ବୃଦ୍ଧିକୁ ଯୋଗ କରିବା, ସରକାର ଦେଇଥିବା ପ୍ରତିଶୃତି ଅନୁଯାଇ ସପ୍ତମ ବେତନ କମିସନ ଲାଗୁ କରିବା ଆଦି ଦାବିରେ ଆନ୍ଦୋଳନ…

"ମିଳିତ ଶିକ୍ଷକ ମଞ୍ଚ ପକ୍ଷରୁ ପଂଚାୟତ ପଦଯାତ୍ରା"

୫ଦଫା ଦାବିରେ ବିକାଶ ମଞ୍ଚ ପକ୍ଷରୁ ତହସିଲ ସମ୍ମୁଖରେ ଗଣଧାରଣା

ହାଟଡ଼ିହି, ୧୮। ୯ (ଓଡ଼ିଆ ପୁଅ) : ହାଟଡିହି ବିକାଶ ମଞ୍ଚ ପକ୍ଷରୁ ୫ଦଫା ଦାବିନେଇ ତହସିଲ ସମ୍ମୁଖରେ ଗଣଧାରଣା ଆରମ୍ଭ ହୋଇଛି। ଏହି ଧାରଣାରେ ହାଟଡିହି ଅଞ୍ଚଳର ବହୁ ବୁଦ୍ଧିଜିବୀ, ଶିକ୍ଷାବିତ, ବରିଷ୍ଠ ନାଗରିକ, ଆଇନିଜିବୀ ଓ ଛାତ୍ର ସଂଗଠନ ସାମିଲ ହୋଇଛନ୍ତି। ହାଟଡିହିରେ ଜେଏମଏଫସି କୋର୍ଟ ଖୋଲିବା, ହାଟଡିହି ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି, ଆନନ୍ଦପୁର ଭଦ୍ରକ ରାଜ୍ୟ ରାଜପଥର ମେଡିକାଲ ଛକ ରାସ୍ତା ନିର୍ମାଣ ଓ ହାଟଡିହିକୁ ବିଦ୍ୟୁତ କାର୍ଯ୍ୟାଳୟ ସ୍ଥାନାନ୍ତର, ହାଟଡିହି ସବଟ୍ରେଜେରୀ ଗୃହ ନିର୍ମାଣ ଆଦି ଦାବି ନେଇ ହାଟଡିହି ବିକାଶ ମଞ୍ଚ ପକ୍ଷରୁ ତହସିଲ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ସକାଳ ୧୦ଟାବେଳେ ଏହି ଗଣଧାରଣାରେ ବିକାଶମଞ୍ଚର ସଭାପତି ନିତ୍ୟାନନ୍ଦ…

"୫ଦଫା ଦାବିରେ ବିକାଶ ମଞ୍ଚ ପକ୍ଷରୁ ତହସିଲ ସମ୍ମୁଖରେ ଗଣଧାରଣା"

ମନ୍ତ୍ରୀଙ୍କ ଉପରେ ଆକ୍ରମଣକୁ ନେଇ ବିଜେଡିର ରାସ୍ତାରୋକ 

ହାଟଡ଼ିହି, ୧୭/୯ (ଓଡ଼ିଆ ପୁଅ) : ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ଗାଡି ଉପରକୁ ଆକ୍ରମଣକୁ ନେଇ ବିଜେଡି କର୍ମୀଙ୍କ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ଆଜି ହାଟଡିହି ବିଜୁଜନତା ଦଳ ପକ୍ଷରୁ ଏହାର ତୀବ୍ର ବିରୋଧ କରାଯିବା ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଦାବିରେ ଆନନ୍ଦପୁର ଭଦ୍ରକ ରାଜ୍ୟ ରାଜପଥ ର ଛେନାପଦିଛକ ଓ ବିଦ୍ୟାଧରପୁର ଅଗରପଡା ରାସ୍ତା ର ସୋସୋ ଠାରେ ରାସ୍ତାରୋକ କରାଯାଇଛି। ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ସରପଞ୍ଚ ବିମ୍ବାଧର ବିଶ୍ୱାଳ ଓ ହାଟଡିହିବ୍ଲକ ବିଜେଡି ଯୁବସଭାପତି ଚିନ୍ମୟ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ରାସ୍ତାରୋକରେ ଜିଲ୍ଲାପରିଷଦ ସୁରେନ୍ଦ୍ର କୁମାର ଜେନା, ବରିଷ୍ଠ ବିଜେଡି…

"ମନ୍ତ୍ରୀଙ୍କ ଉପରେ ଆକ୍ରମଣକୁ ନେଇ ବିଜେଡିର ରାସ୍ତାରୋକ "

ଶାଳଣିଆଁ ଡାକ୍ତରଖାନାରେ ଗର୍ଭବତୀ ପ୍ରସୁତୀଙ୍କୁ ମିଳୁନି ମାଗଣା ଔଷଧ

ହାଟଡ଼ିହି, ୧୬/୯ (ଓଡ଼ିଆ ପୁଅ): କେନ୍ଦୁଝର ଜିଲ୍ଲା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗର୍ଭବତୀ ପ୍ରସୁତୀ ମହିଳା ମାନଙ୍କୁ ମାଗଣାରେ ଔଷଧ ଦିଆଯାଉନଥିବା ଅଭିଯୋଗ ହେଉଛି। ସରକାର ଗର୍ଭବତୀ ପ୍ରସୁୀଙ୍କ ପାଇଁ ଜନନୀ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିଥିବାବେଳେ କିଛି ମୁନାଫାଖୋର କର୍ମଚାରୀ ଏହି ଯୋଜନାକୁ ବାଟମାରଣା କରିନେଉ ଥିବା ଅଭିଯୋଗ ହୋଇଛି। ଗର୍ଭବତୀ ମାନଙ୍କୁ ସମସ୍ତ ପ୍ରକାର ଓଷଧ ଓ ଆନୁସଙ୍ଗିକ ସୁବିଧା ଯୋଗାଇଦେବାପାଇଁ ସରକାର ଡାକ୍ତରଖାନାକୁ ଅନୁଦାନ ଯୋଗାଇ ଦେଉଥିବାବେଳେ ତାହା ଏଠାରେ କାର୍ଯ୍ୟକାରୀ କରାଯାଉନି। ଡେଲିଭରି ପାଇଁ ଆସୁଥିବା ମହିଳା ମାନଙ୍କୁ ଏଠାରେ ଶୋଷଣ କରାଯାଉଛି। ଡାକ୍ତରଖାନାରୁ ପାଇପ୍ କି ସିରିଞ୍ଜଟିଏ ମଧ୍ୟ ଯୋଗାଇ ଦିଆଯାଉନି। ଡେଲିଭରି ପାଇଁ ଆଡମିସନ ହେବାପରେ ଏକ…

"ଶାଳଣିଆଁ ଡାକ୍ତରଖାନାରେ ଗର୍ଭବତୀ ପ୍ରସୁତୀଙ୍କୁ ମିଳୁନି ମାଗଣା ଔଷଧ"

ଢ଼େଙ୍କାରେ ପିଇବା ପାଣି ପାଇଁ ମହିଳାଙ୍କ ବିକ୍ଷୋଭ ପ୍ରତିବାଦ

ହାଟଡ଼ିହି, ୧୬/୯ (ଓଡ଼ିଆ ପୁଅ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢ଼େଙ୍କାରେ ପାନୀୟଜଳ ପ୍ରକଳ୍ପରୁ ସାନଢ଼େଙ୍କା ସାହିର ଲୋକମାନେ ପିଇବାପାଣି ପାଇବାରୁ ବଞ୍ଚିତ ହେଉଥିବାରୁ ଆଜି ସାହିର ମହିଳାମାନେ ପାନୀୟ ଜଳ ପ୍ରକଳ୍ପ ନିକଟରେ ବିକ୍ଷୋଭ ଓ ପ୍ରତିବାଦ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ ଗାଁରେ ଥିବା ପାନୀୟଜଳ ପ୍ରକଳ୍ପରୁ ସାହି ବାସିନ୍ଦା ମାନେ ପିଇବାପାଣି ଟୋପେ ପାଇପାରୁ ନାହାନ୍ତି। କେନାଲ ଖୋଳା ସମୟରେ ପାଇପ ଫାଟିଯିବାପରେ ଏହାର ଉପଯୁକ୍ତ ମରାମତି ହେଉ ନଥିବାରୁ ସାହି ପର୍ଯ୍ୟନ୍ତ ପାଣି ଯାଇପାରୁ ନାହିଁ।ଏନେଇ ବାରମ୍ବାର ଅଭିଯୋଗ କରୁଥିଲେ ବି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ପିଇବା ପାଣିଟୋପେ ପାଇଁ ସାହି ବାସିନ୍ଦାମାନେ ନାହିଁ…

"ଢ଼େଙ୍କାରେ ପିଇବା ପାଣି ପାଇଁ ମହିଳାଙ୍କ ବିକ୍ଷୋଭ ପ୍ରତିବାଦ"