ଦିଲ୍ଲୀରେ ଓଡିଆ ଯୁବକ ଚନ୍ଦ୍ରମୌଳି ମହାନ୍ତି ସମ୍ମାନୀତ

ହାଟଡ଼ିହି,୧୪ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ଶାଳଣିଆଁ ଗ୍ରାମର ଚନ୍ଦ୍ରମୌଳି ମହାନ୍ତି ତାଙ୍କର ସମାଜ ସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଦିଲ୍ଲୀରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଶାଳଣିଆଁ ହାଇସ୍କୁଲର ଶିକ୍ଷକ କୋଦଣ୍ଡଧର ମହାନ୍ତିଙ୍କ ପୁଅ ଚନ୍ଦ୍ରମୌଳି ଦିଲ୍ଲୀରେ ସ୍ୱଚ୍ଛଭାରତ ଅଭିଯାନ, ଜଳଛ୍୍ର ଓ ରକ୍ତଦାନ କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟକରି ଉଚ୍ଚ ପ୍ରଶସିଂତ ହୋଇଛନ୍ତି । ଗତ ୧୨ତାରିଖ ଦିନ ଜଗତଜନନୀ ସେବା ସଂସ୍ଥାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ କୋର୍ଟର ମୁକ୍ୟ ବିଚାରପତି ଜଗମୋହନ ସିଂହ, ଇନ୍ଦିରାଗାନ୍ଧୀ ମହାବିଦ୍ୟାଳୟର ମୁଖ୍ୟ ସୁଚାରକ ବି.ଏନ. ମିଶ୍ରା, ଗ୍ରୀନ ପିକ୍କର ମୁଖ୍ୟ…

"ଦିଲ୍ଲୀରେ ଓଡିଆ ଯୁବକ ଚନ୍ଦ୍ରମୌଳି ମହାନ୍ତି ସମ୍ମାନୀତ"

ଟ୍ରାକ୍ଟର ଧକ୍କାରେ ଜଣେ ଗୁରୁତର

ହାଟଡ଼ିହି,୧୪ । ୮ : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ଅଣା-ସମଣା ରାସ୍ତାରେ ଆଜି ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ପରୀବା ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ସେଠାରୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବରରୁ ଜଣାଯାଇଛି ଯେ ବଡରମ୍ପାସ ଗ୍ରାମର ଅଭି ବାରିକ ନାମକ ଜଣେ ପରିବା ବ୍ୟବସାୟୀ ଦିୟମିତ ଛେନାପଦିଛକ ମାର୍କେଟରୁ ପରିବା ନେଇ ଗାଁ ଗାଁ ବୁଲି ବିକ୍ରୀ କରିଥାନ୍ତି । ଆଜି ସେ ଛେନାପଦି ମାର୍କେଟରୁ ପରିବାନେଇ ସାଇକେଲରେ ବଡରମ୍ପାସ ଯାଉଥିବାବେଳେ ବଡରମ୍ପାସ ଗାଁ ନିକଟରେ ସମ୍ମୁଖରୁ ଆସୁଥିବା ଓଡି୨୨ଜି ୨୦୯୧ ନମ୍ବର ବିଶିଷ୍ଟ ଟ୍ରାକ୍ଟରଟି ତାଙ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା…

"ଟ୍ରାକ୍ଟର ଧକ୍କାରେ ଜଣେ ଗୁରୁତର"

ବଡରମ୍ପାସ ପଞ୍ଚାୟତ ପିଅନଙ୍କ ଗଳିତଶବ ଉଦ୍ଧାର, ହତ୍ୟା ସନେ୍ଦହ

ହାଟଡ଼ିହି,୧୪ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଯଡିହି ବ୍ଳକ ବଡରମ୍ପାସ ପଞ୍ଚାୟତର ପିଅନ ନାରାୟଣ ବଳ (ନାଣ୍ଡୁ)ଙ୍କ ଗଳିତଶବ ଉଦ୍ଧାର କରାଯାଇଛି । ସେ ୪ଦିନ ହେଲା ନିଖୋଜ ଥିବାନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଥିଲା । ଆଜି ସକାଳୁ ଗାଁ ପାଖ ଏକ ନିକାଞ୍ଚନ ପୋଖରୀରେ ତାର ମୃତଦେହ ଭାଷୁଥିବାର ଦେଖିବାକୁ ମିଳିଥିଲା । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବଦ କରିବା ସହିତ ପୋଷ୍ଟମଟମ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଛନ୍ତି । ତାଙ୍କୁ କେହି ହତ୍ୟାକରି ଏଠାରେ ପିଙ୍ଗିଦେଇଥିବା ସନେ୍ଦହ କରାଯାଉଥିବା ତାଙ୍କ ପୁଅ ଅଜୟ ଅଭିଯୋଗ କରିଛନ୍ତି ।

"ବଡରମ୍ପାସ ପଞ୍ଚାୟତ ପିଅନଙ୍କ ଗଳିତଶବ ଉଦ୍ଧାର, ହତ୍ୟା ସନେ୍ଦହ"

ଆର୍ଥକ ତାଡନା ସହି ନପାରି ଦୁଇଶିଶୁଙ୍କୁ ବିଷ ପିଆଇ ମା ଖାଇଲା ବିଷ

ହାଟଡ଼ିହି,୧୩ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆର୍ଥôକ ତାଡନା ସହି ନପାରି ଜଣେ ମହିଳା ନିଜେ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିବା ସହିତ ତାର ଦୁଇ ଶିଶୁକନ୍ୟାଙ୍କୁ ବିଷ ପିଆଇ ମାରିଦେବାକୁ ଉଦ୍ରମ କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ ଜଣାଯାଇଛି ଯେ ରାଇନଟା ଗ୍ରାମର ନନ୍ଦିଆ ନାୟକଙ୍କ ଝିଅ ନାହା ଗ୍ରାମର କାଠିଆ ଜେନାଙ୍କୁ ଗତ ୭ବର୍ଷ ତଳେ ଭଲପାଇ ବିବାହ କରିଥିଲା । ତାର ଗୋଟିଏ ୪ବର୍ଷର ଓ ଆଉ ଗୋଟିଏ ୩ବର୍ଷର ଝିଅ ଅଛନ୍ତି । କିନ୍ତୁ ପାୀରିବାରିକ କଳହକୁ ନେଇ ସ୍ୱାମୀ ସ୍ତ୍ରୀ ଭିତରେ ପାରିବାରିକ କଳହ ଲାଗି…

"ଆର୍ଥକ ତାଡନା ସହି ନପାରି ଦୁଇଶିଶୁଙ୍କୁ ବିଷ ପିଆଇ ମା ଖାଇଲା ବିଷ"

ଘରଭଡା ନମିଳିବାରୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଘର ମାଲିକ

ହାଟଡ଼ିହି,୧୩ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅଁରା ପଞ୍ଚାୟତ କାର୍ଯ୍ୟାଳୟରୁ ଘରଭଡା ନମିଳିବାରୁ ଘରମାଲିକ ଆଜି ପଞ୍ଚାୟତ କାର୍ଯ୍ୟଳୟରେ ତାଲା ପକାଇ ଦେଇଛନ୍ତି । ଖବରରୁ ଜଣାଯାଇଛି ଯେ ଅଁରା ପଞ୍ଚାୟତର ନିଜସ୍ୱ କାର୍ଯ୍ୟାଳୟ ଟିଏ ନର୍ହି । ଜମିବାଡି ବିବାଦ ଲାଗିରହିବାରୁ ସରକାରୀ ଅନୁଦାନ ସତ୍ତ୍ୱେ ଘର ନିର୍ମାଣ ହୋଇପାରୁନି । ଫଳରେ ଜଣେ ଲୋକର ବ୍ୟକ୍ତିଗତ ଘରକୁ ଭଡାରେ ନେଇ ପଞ୍ଚାୟତ ଅଫିସ ଚଳାଇଛନ୍ତି । ଘର ମାଲିକ କାର୍ତ୍ତିକେଶ୍ୱର ରାଜଙ୍କ କହିବାନୁଯାଇ ମାସକୁ ୩୫୦୦ଟଙ୍କାରେ ଘରଭଡା ଦେବାକୁ ଚୁକ୍ତିକରି ୧୩ମାସ ହେଲା ଘରଭଡା ଦେଇ ନାହାନ୍ତି । ଏପରିକି ପ୍ରତିମାସ ୧୦ତାରିଖ ସୁଧା ଘରଭଡା…

"ଘରଭଡା ନମିଳିବାରୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଘର ମାଲିକ"

ନନ୍ଦିପଦା ଥାନାରୁ ୱାରେଣ୍ଟି ଚମ୍ପଟ ଘଟଣାର ୬ଦିନ ବିତିଲା, ଅଭିଯୁକ୍ତକୁ ଧରିବାରେ ପୁଲିସ ବିଫଳ

ହାଟଡ଼ିହି,୧୨ । ୮ : ହାଟଡିହି ବ୍ଲକ ନନ୍ଦିପଦା ଥାନାରୁ ଜଣେ ୱାରେଣ୍ଟି ଚମ୍ପଟ ମାରିବା ଘଟଣାକୁ ୬ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇପାରିନି । ଏପଟେ ଅଭିଯୁକ୍ତ ଫେରାରକୁ ନେଇ ଦୁଇ ଏସ.ଆଇଙ୍କ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ । ଥାନାରେ ଦୁଇ ଅଧିକାରୀଙ୍କ ମଧ୍ୟରେ ଲାଗି ରହିଥିବା ଅର୍ନ୍ତଦ୍ୱନ୍ଦ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଥାନା ପରିସରରୁ ଜଣେ ଅଭିଯୁକ୍ତ ଫେରାରକୁ ଥାନାଟି ସର୍ବସମ୍ମୁଖରେ ନିନ୍ଦିତ ହୋଇପଡିଥିବାବେଳେ ଏଥିପ୍ରତି ପୁଲିସର ନଜର ନାହିଁ । ଜଣେ ଅନ୍ୟ ଜଣକୁ ଦୋଷାରାପ କରି ନିନ୍ଦିତ କରିବାକୁ ଚେଷ୍ଟା ଚଳାଇଥିବାବେଳେ କିପରି ଆସାମୀକୁ ଠାବ କରାଯିବ ସେନେଇ ପଦକ୍ଷେପ…

"ନନ୍ଦିପଦା ଥାନାରୁ ୱାରେଣ୍ଟି ଚମ୍ପଟ ଘଟଣାର ୬ଦିନ ବିତିଲା, ଅଭିଯୁକ୍ତକୁ ଧରିବାରେ ପୁଲିସ ବିଫଳ"

ଉମାକାନ୍ତ ରାଉଳଙ୍କ ସ୍ମୃତିସଭା, ସୁକର୍ମ ମଣିଷକୁ ଅମର କରିଥାଏ

ହାଟଡ଼ିହି, ୧୨ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡ଼ିହି ବ୍ଲକ ଧାନଘର ଗ୍ରାମର ବିଶିଷ୍ଟ ଚାଷୀ ତଥାେ ସମାଜସେବୀ ଉମାକାନ୍ତ ରାଉଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଏକ ସ୍ମୃତିସଭା ଓ ସ୍ମୃତି ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶାଳବଣୀ କଲେଜର ଅଧ୍ୟାପକ ରମେଶ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ବଡବିଲ ପୌରାଧ୍ୟକ୍ଷ ଭାରତ ଗୌରବ ନିଲ୍ଲୀପ ମିଶ୍ର, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଭକ୍ତଶେଖର ସା, ସମ୍ମାନୀତ ଅତିଥିଭାବେ ଆନନ୍ଦପୁର କଲେଜର ଅଧ୍ୟକ୍ଷ ରମାକାନ୍ତ ନାୟକ, ଢ଼େଙ୍କାନାଳ କଲେଜର ଅଧ୍ୟାପକ ରବିନ୍ଦ୍ର କୁମାର ନାୟକ, ବ୍ୟାଙ୍କ ପରିଚାଳକ ଲକ୍ଷ୍ମୀଧର ଦାସ, ପ୍ରତାପ କିଶୋର…

"ଉମାକାନ୍ତ ରାଉଳଙ୍କ ସ୍ମୃତିସଭା, ସୁକର୍ମ ମଣିଷକୁ ଅମର କରିଥାଏ"

ଶିକ୍ଷାବିତ ନାରାୟଣ ନାୟକଙ୍କ ପରଲୋକ

  ହାଟଡ଼ିହି, ୧୨ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡ଼ିହି ବ୍ଲକ ତରାଗଡିଆ ଗ୍ରାମର ବିଶିଷ୍ଟ ଶିକ୍ଷାବିତ ନାରାୟଣ ନାୟକଙ୍କ ୭୯ବର୍ଷ ବୟସରେ ତାଙ୍କ ଛେନାପଦିଛକ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଏକାଧାରରେ ଜଣେ ଶିକ୍ଷାବିତ, ସମାଜସେବୀ ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ । ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠାରେ ତାଙ୍କର ଗୁରୁତ୍ୱପୁର୍ଣ୍ଣ ଭୁମିକା ଥିଲା । ସେ ଛେନାପଦିଛକ ବିଶ୍ୱତାରିଣୀ ମନ୍ଦିର ପରିଚାଳନା କମିଟିର ସହସମ୍ପାଦକ ଭାବେ କାର୍ଯ୍ୟକରୁଥିଲେ । ଗତ କିଛିଦିନ ଧରି ସେ ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିବାବେଳେ ଗତକାଲି ରାତିରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ପରଲୋକ ଖବରପାଇ ଶାସଙ୍ଗ…

"ଶିକ୍ଷାବିତ ନାରାୟଣ ନାୟକଙ୍କ ପରଲୋକ"

ଦୁଇ ଶିଶୁ ପୁତ୍ରଙ୍କୁ ଛାଡି ପ୍ରେମିକ ସହ ମହିଳା ଫେରାର

ହାଟଡ଼ିହି, ୧୧। ୮ : (ଓଡିଆ ପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ଜଳସରପୁର ଗ୍ରାମରେ ଜଣେ ବିବାହିତ ମହିଳା ତାର ଦୁଇ ଶିଶୁ ପୁତ୍ରଙ୍କୁ ଛାଡି ପ୍ରେମିକ ସହ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଖବରରୁ ଜଣାଯାଇଛି ଯେ ମହିଳାଙ୍କ ଶ୍ୱଶୁରଙ୍କ ଦେହ ଖରାପ ହେବାରୁ ମହିଳାଙ୍କ ସ୍ୱାମୀ ତାଙ୍କୁ ନେଇ ଡାକ୍ତରଖାନା ଯାଇଥିଲେ। ଡାକ୍ତରଖାନାରେ ତିନିଦିନ ରହି ଘରକୁ ଫେରିବାରେ ତାଙ୍କ ସ୍ତ୍ରୀ ଘରେ ନଥିବା ଜାଣିବାକୁ ପାଇଥିଲେ। ତା ପୁର୍ବଦିନ ରାତିରୁ ଦୁଇ ଛୋଟ ଛୁଆଙ୍କୁ ଛାଡି କେଉଁ ଆଡେ ପଳାଇ ଯାଇଛି। ବହୁ ଖୋଜାଖୋଜି କରିବାପରେ ମଧ୍ୟ ମହିଳାଙ୍କ କୌଣସି ସନ୍ଧାନ ନପାଇବାରୁ ମହିଳାଙ୍କ…

"ଦୁଇ ଶିଶୁ ପୁତ୍ରଙ୍କୁ ଛାଡି ପ୍ରେମିକ ସହ ମହିଳା ଫେରାର"

ଉମାକାନ୍ତ ରାଉଳଙ୍କ ସ୍ମୃତିସଭା ଓ ସ୍ମୃତି ସମ୍ମାନ ଉତ୍ସବ ଆସନ୍ତାକାଲି

ହାଟଡ଼ିହି, ୧୧। ୮ : (ଓଡିଆ ପୁଅ / ବିକାଶ ବିଶ୍ୱାଳ) ହାଟଡ଼ିହି ବ୍ଲକର ଧାନଘର ଗ୍ରାମର ଜଣେ ସଫଳ ଚାଷୀ ତଥା ସାନ ମହାଜନ ନାମରେ ପରିଚିତ ସ୍ୱର୍ଗତ ଉମାକାନ୍ତ ରାଉଳଙ୍କ ଶ୍ରଦ୍ଧବାର୍ଷିକ ଅବସରରେ ଆସନ୍ତା ୧୨ତାରିଖ ଦିନ ଏକ ସ୍ମୃତିସଭା ଓ ସ୍ମୃତି ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରତ୍ନାକର ରାଉଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ବୈଲୋଚନ ରାଉଳ, ରମେଶ ମହାପାତ୍ର, ଶ୍ରୀକାନ୍ତ ପଟ୍ଟନାୟକ, ଅଚ୍ୟୁତାନନ୍ଦ ସା, ଅଲେଖ ପାତ୍ର, ଗଣେଶ ରାଉତ, ରଣଜିତ ସିଂ, ଜିତୁ ରାଉତ ପ୍ରମୁଖ ଯୋଗଦେଇ ସ୍ମୃତି ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ। ଏହି…

"ଉମାକାନ୍ତ ରାଉଳଙ୍କ ସ୍ମୃତିସଭା ଓ ସ୍ମୃତି ସମ୍ମାନ ଉତ୍ସବ ଆସନ୍ତାକାଲି"