ହାଟଡିହି ହାଇସ୍କୁଲ ପ୍ରିମିୟର ଲିଗ କ୍ରିକେଟ ଉଦଯାପିତ, ୨୦୧୧ଚମ୍ପିୟନ

ହାଟଡ଼ିହି, ୨୫। ୧୨ : (ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ) ସ୍ଥାନୀୟ ମଠ କ୍ରିକେଟ ପଡିଆରେ ଚାଲିଥିବା ହାଟଡିହି ହାଇସ୍କୁଲ ପ୍ରିମିୟର ଲିଗ କ୍ରିକେଟ ଆଜି ଉଦଯାପିତ ହୋଇଯାଇଛି। ଆଜିର ଫାଇନାଲ ମ୍ୟାଚରେ ୨୦୧୧ ବ୍ୟାଚ୍ ଟିମ୍ ୨୦୦୫ବ୍ୟାଚ୍ ଟିମ୍କୁ ପରାସ୍ତକରି ଚମ୍ପିୟନ ହୋଇଛି। ପ୍ରଥମେ ୨୦୦୫ ଟିମ ବ୍ୟାଟିଂ କରି ନିର୍ଦ୍ଧାରିତ ୬ଓଭରରେ ୪୧ରନ କରିଥିବାବେଳେ ୨୦୧୧ ବ୍ୟାଚ୍ର ଟିମ୍ ଏହାକୁ ମାତ୍ର ୫ଓଭର ତିନୋଟି ବଲରେ ସଂଗ୍ରହ କରିନେଇ ବିଜୟୀ ହୋଇଥିଲା। ମ୍ୟାନ ଅଫ ଦି ମ୍ୟାଚ ଭାବେ ଆଶିଷ ଦ୍ୱିବେଦୀ ଓ ମ୍ୟାନ ଅଫ ଦି ସିରିଜ ଭାବେ ବାପୁନୁ ଗେନାଙ୍କୁ ପୁରସ୍କୃତ କରାଯାଇଥିଲା। ଅମ୍ପାୟାର ଭାବେ ତପନ ସାମଲ ଓ ପ୍ରଶାନ୍ତ…

"ହାଟଡିହି ହାଇସ୍କୁଲ ପ୍ରିମିୟର ଲିଗ କ୍ରିକେଟ ଉଦଯାପିତ, ୨୦୧୧ଚମ୍ପିୟନ"

ହାଟଡିହିର ବିଭିନ୍ନ ସ୍ଥାନରେ ବାଜପେୟୀଙ୍କ ଜୟନ୍ତୀ ପାଳିତ

ହାଟଡ଼ିହି, ୨୫। ୧୨ : (ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ) ହାଟଡିହିର ବିଭିନ୍ନ ସ୍ଥାନରେ ପୁର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୩ତମ ଜୟନ୍ତୀ ପାଳିତ ହୋଇଯାଇଛି। ଭାରତୀୟ ଜନତାପାର୍ଟିର କର୍ମକର୍ତ୍ତା ମାନଙ୍କ ଦ୍ୱାରା ଛେନାପଦିଛକ, ଶାଳଣିଆଁ ଓ ଧନୁର୍ଜୟପୁର ଠାରେ ଏଥିଲାଗି ପୂଜାର୍ଚ୍ଚନା କରାଯିବା ସହିତ ତାଙ୍କର ଦୀର୍ଘ ନୀରାମୟ ଜୀବନ କାମନା କରାଯାଇ ସମୁହ ଦ୍ୱୀପଦାନ କରାଯାଇଥିଲା। ବରିଷ୍ଠ ବିଜେପି ନେତା ଆଲୋକ ସେଠୀଙ୍କ ସଂଯୋଜନାରେ ଛେନାପଦିଛକ ମା ବିଶ୍ୱତାରିଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଜୟନ୍ତୀ ପାଳନରେ ବଞ୍ଚୋ ମଣ୍ଡଳ ସଭାପତି ମଧୁସୁଦନ ରାଉତ, ହାଟଡିହି ମଣ୍ଡଳ ସଭାପତି ଦଶରଥ ଜେନା, ସନାତନ ସେଠୀ, କାହ୍ନୁ ଚରଣ ପଣ୍ଡା, ଜଗତ ଜୀବନ ଦେବତା, ବାବୁଲି…

"ହାଟଡିହିର ବିଭିନ୍ନ ସ୍ଥାନରେ ବାଜପେୟୀଙ୍କ ଜୟନ୍ତୀ ପାଳିତ"

ପୁର୍ବ ବିବାଦକୁ ନେଇ ତେନ୍ତୁଲିପଦି ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୧୦ଆହତ, ୩ଗୁରୁତର, ପୋଲିସ ମୃତୟନ

ହାଟଡିହି-୧/୧୨, କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ପନ୍ଦାଡୋ ପଞ୍ଚାୟତର ତେନ୍ତୁଲିପଦି ଗ୍ରାମରେ ପୁର୍ବ ବିବାଦକୁ ନେଇ ଗତ କାଲି ରାତିରେ ଗୋଷ୍ଠୀ ସଂଘର୍ଷ ଘଟି ୧୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର ୩ଜଣଙ୍କୁ କଟକ ବଡଡାକ୍ତରଖାନା ଭର୍ତ୍ତି କରାଯାଇଛି । ଖବରରୁ ଜଣାଯାଇଛି ଯେ ଉକ୍ତ ଗ୍ରାମରେ ମଦପିଇ ବିଶୃଙ୍ଖଳା ସୃଷ୍ଟି କରାଯାଉଥିବାରୁ ଗ୍ରାମରେ ଏକ କମିଟି ଗଠନ କରାଯାଇ ଗାଁରେ ମଦବିକ୍ରୀ ବନ୍ଦ କରିବା ସହିତ ଗାଁରେ କୌଣସି ବ୍ୟକ୍ତି ଗାଳି ଗୁଲଜ କରିବେ ନାହିଁଁ ବୋଲି ନିଷ୍ପତି ହୋଇଥିଲା । କିନ୍ତୁ ପଞ୍ଚାୟତର ବିଭିନ୍ନ କାର୍ଯ୍ୟକୁ ନେଇ ଛକ୍କାପଞ୍ଝା ଲାଗି ରହିଛି । କିଛିଦିନ ତଳେ ତେନ୍ତୁଲିପଦି ଗ୍ରାମରେ…

"ପୁର୍ବ ବିବାଦକୁ ନେଇ ତେନ୍ତୁଲିପଦି ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୧୦ଆହତ, ୩ଗୁରୁତର, ପୋଲିସ ମୃତୟନ"

ତହସିଲ ଘେରିଲେ ଓରାଳି ପଞ୍ଚାୟତର ଚାଷୀ 

ହାଟଡ଼ିହି, ୨୦ । ୧୧ :(ବିକାଶ ବିଶ୍ୱାଳ) ଲଗୁଚାପ ଜନିତ ବର୍ଷାରେ କ୍ଷତିଗ୍ରସ୍ଥ ହୋଇଥିବା ଚାଷର କ୍ଷତିପୁରଣ ଦାବିରେ ଆଜି ଓରାଳି ପଞ୍ଚାୟତର ଶତାଧିକ ଚାଷୀ ତହସିଲ କାର୍ଯ୍ୟାଳୟ ଘେରାଉକରି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଗତ ଲଗୁଚାପ ବର୍ଷାରେ ଓରାଳିି ପଞ୍ଚାୟତର ଧରାଳି, କ୍ଷେତୁଆଳି, କରଞ୍ଜପଦି, ନନ୍ଦିପଦା ଗ୍ରାମରେ ବ୍ୟାପକ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି । ଧାନଗଛ ଗୁଡିକ କ୍ଷୀର ଢ଼ୋକିବାବେଳେ ତଳେ ପଡିଯିବାରୁ ଏହିସବୁ ଜବିରୁ ଧାନଉତ୍ପାଦନ ହ୍ରାସ ପାଇବ ଓ ଚାଷୀ ମାନେ କ୍ଷତିଗ୍ରସ୍ଥ ହେବେ ବୋଲି ଚାଷୀ ଅରୁଣ କୁମାର ପ୍ରଧାନ, ଆନନ୍ଦ ନାୟକ, ଦେବାଶିଶ ଜେନା, ଜୈତନ ଖୁଣ୍ଟିଆ, କଳାକର ରାଉତ, ଧରଣୀଧର ଜେନା, ନବ ଜେନା,…

"ତହସିଲ ଘେରିଲେ ଓରାଳି ପଞ୍ଚାୟତର ଚାଷୀ "

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ଥ, ଅଳ୍ପକେ ବର୍ତ୍ତିଲେ ୪୦ଯାତ୍ରୀ

ହାଟଡ଼ିହି, ୨୦ । ୧୧ : (ବିକାଶ ବିଶ୍ୱାଳ) ଆଜି ସକାଳ ୯ଟା୩୦ମିନିଟି ସମୟରେ ଆନନ୍ଦପୁର-ଭଦ୍ରକ ରାସ୍ତାର ଚାରିନାଳିଆ ଠାରେ ଭଦ୍ରକରୁ କେନ୍ଦୁଝର ଯାଉଥିବା ସ୍ମାଇଲି ନାମକ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ଥ ହୋଇ ରାସ୍ତା କଡକୁ ଖସିଯିବାରୁ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବାବେଳେ ୪୦ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପ୍ରକାଶ ଯେ ଯେ ଆଜି ସକାଳେ ବସଟି ଭଦ୍ରକରୁ କେନ୍ଦୁଝର ଯାଉଥିବାବେଳେ ୯ଟା ୩୦ମିନିଟି ସମୟରେ ତରତରା ଛକ ଠାରୁ ଅନତୀ ଦୁରରେ ବସଟି ରାସ୍ତା କଡକୁ ଖସିପଡିଥିଲା । ଯାତ୍ରୀମାନେ ଯେ ଯୁଆଡେ ପାରିଲେ ବସ ଭିତରୁ ତଳକୁ ଡେଇଁ ପଡିଥିଲେ । କିନ୍ତୁ ଭାଗ୍ୟବସତଃ ବସଟି ପଲଟି…

"ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ଥ, ଅଳ୍ପକେ ବର୍ତ୍ତିଲେ ୪୦ଯାତ୍ରୀ"

ପାଚିଲା ଧାନବିଲ ରେ ପାଣି, ଚାଷୀଙ୍କ ମୁଣ୍ଡରେ ଚଡ଼କ

ହାଟଡ଼ିହି, ୧୭ । ୧୧ : (ବିକାଶ ବିଶ୍ୱାଳ) ଲଘୁଚାପ ଜନିତ ବର୍ଷାରେ ସାରା ରାଜ୍ୟରେ ଚାଷୀ ଚିନ୍ତାରେ ପଡ଼ିଥିବା ବେଳେ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ପାଚିଲା ଧାନ ବିଲରେ ପାଣି ଜମିବା ସହିତ ପବନରେ ଧାନ ଶୋଇ ପଡ଼ିଥିବାରୁ ଏକର ଏକର ଧାନକିଆରୀ ନଷ୍ଟ ହୋଇଯିବା ଆଶଙ୍କା ବୃଦ୍ଧି ପାଇଛି । ଚାଷୀ ଧାର ଉଦ୍ଧାର କରି ରୋଗ ପୋକରୁ ଧାନକୁ ବଞ୍ଚାଇ ଧାନ ଅମଳ କରିବାକୁ ଆଶା ବାନ୍ଧିଥିଲା । କିନ୍ତୁ ତିନିଦିନ ଧରି ଲଗାଣ ବର୍ଷାରେ ଧାନଗଛ ଗୁଡିକ ବିଲରେ ଶୋଇପଡ଼ିବା ସହିତ ନଡ଼ା ଶୁଖିଥିବା ପାଚିଲା ଧାନ ଗୁଡିରେ ଗଜା ହୋଇ ଗଲାଣି । ଫଳରେ ସୁନାର ଫସଲ…

"ପାଚିଲା ଧାନବିଲ ରେ ପାଣି, ଚାଷୀଙ୍କ ମୁଣ୍ଡରେ ଚଡ଼କ"

ହାଟଡିହିରେ ଇନ୍ଦିରା ଜ୍ୟୋତିକୁ ସ୍ୱାଗତ ସମ୍ବର୍ଦ୍ଧନା

ହାଟଡ଼ିହି, ୧୭ । ୧୧ : (ବିକାଶ ବିଶ୍ୱାଳ) ପୁର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ଜନ୍ମଶତବାର୍ଷିକ ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଇନ୍ଦିରାଗାନ୍ଧୀ ଜ୍ୟୋତି ରଥକୁ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଇନ୍ଦିରାଜ୍ୟୋତି ଓରାଳିଛକ ଠାରେ ପହଞ୍ଚିବାପରେ ପୁର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସକର୍ମୀ ଏହି ଜ୍ୟୋତିକୁ ସ୍ୱାଗତ କରିଥିଲେ । ଜ୍ୟୋତି ସହିତ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ମଧ୍ୟ ଉଚ୍ଚସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ବ୍ଲକ କଂଗ୍ରେସ ସଭାପତି ଜୟନ୍ତ ମହାନ୍ତି, ଚିତ୍ତରଞ୍ଜନ ପାତ୍ର, ଅଲେଖ ମଲ୍ଲିକ, ସଂଗ୍ରାମ ଜେନା, ଟିକିନା ଜେନା, ରବିନ୍ଦ୍ର କୁମାର ଜେନା, ଧନୁର୍ଦ୍ଧର ଆୟଚ,…

"ହାଟଡିହିରେ ଇନ୍ଦିରା ଜ୍ୟୋତିକୁ ସ୍ୱାଗତ ସମ୍ବର୍ଦ୍ଧନା"

ହାଟଡିହିରେ ଆଇନି ସଚେତନତା ଶିବିର ଓ ସଚେତନତା ରାଲି

ହାଟଡ଼ିହି, ୧୬/୧୧/ ହାଟଡିହି ବ୍ଲକର ସଭାଗୃହ ଠାରେ ଆନନ୍ଦପୁର ତାଲୁକ ଆଇନିସେବା ପ୍ରାଧିକରଣ ପକ୍ଷରୁ ଏକ ସଚେତନତା ଶିବିର ଓ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଶ୍ୱଜିତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ସବଜଜ୍ ଆଶୁତୋଷ ଦାଶ, ଏସ.ଡି.ଜେ.ଏମ ସୁଦୀପ୍ତା ଦେହୁରୀ, ଘସିପୁରା ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧୀଶ ପବିତ୍ରାନନ୍ଦ ପ୍ରଧାନ, ଆନନ୍ଦପୁର ବାର ଆସୋସିଏସନର ସଭାପତି ସଞ୍ଜୟ କୁମାର ମିଶ୍ର, ହାଟଡିହି ବିଡିଓ ଆନନ୍ଦ ଚନ୍ଦ୍ର ସେଠୀ, ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ, ସମାଜସେବୀ କଳ୍ପତରୁ ସେଠୀ ପ୍ରମୁଖ ଯୋଗଦେଇ ସମାଜରେ ଗରିବ ଅବହେଳିତ ଲୋକମାନେ କିପରି ଆଇନି ସହାୟତା ପାଇପାରିବେ ତାହା ଉପରେ ବକ୍ତବ୍ୟ…

"ହାଟଡିହିରେ ଆଇନି ସଚେତନତା ଶିବିର ଓ ସଚେତନତା ରାଲି"

ଶାସଙ୍ଗରେ କାର୍ତ୍ତିକେଶ୍ୱର ପୂଜା

ହାଟଡ଼ିହି, ୫/୧୧/ ହାଟଡିହି ବ୍ଲକ ଶାସଙ୍ଗ ଠାରେ କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ ହୋଇଛି । ଶାସଙ୍ଗ ଶିଖରେଶ୍ୱର କ୍ଲବ ପକ୍ଷରୁ ଆୟୋଜିତ ଏହି ପୂଜାରେ ଗତ ଶୁକ୍ରବାର ରାତିରେ କଳଶ ନିମ୍ମଜନ କରାଯାଇ ଅଣାଯିବାପରେ ପୁଜାମଣ୍ଡପରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଚନ୍ଦନ ସାମନ୍ତରାୟ, ରାଜେନ୍ଦ୍ର ବେହେରା, ବିକାଶ ବିଶ୍ୱାଳ, ଆଲୋକ ଭୁୟାଁ, ବାରିଜ ସ୍ୱାଇଁ, ସରୋଜ କୁଅଁର, ଅଭିଷେକ ସ୍ୱାଇଁ ପ୍ରମୁଖ କର୍ତ୍ତା ଭାବେ ପୁଜାକାର୍ଯ୍ୟ ସମ୍ପାଦାନ କରିଥିବାବେଳେ ପଣ୍ଡିତ ଉଚ୍ଛବ ଚନ୍ଦ୍ର ପାଢ଼ୀ ବେଦମନ୍ତ୍ରରେ ପୂଜାର୍ଚ୍ଚନା କରିଥିଲେ । ଶହଶହ ଶ୍ରଦ୍ଧାଳୁ ଏହି ପୂଜାରେ ସାମିଲ ହୋଇଥିଲେ । ଏଥିପାଇଁ ପୂଜା ମଣ୍ଡପଟିକୁ ରଙ୍ଗିନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ପ୍ରତିଦିନ…

"ଶାସଙ୍ଗରେ କାର୍ତ୍ତିକେଶ୍ୱର ପୂଜା"

ବଣିଆପଙ୍କ ମଢ଼େଇ ସାହିରେ ଡେଙ୍ଗୁ ବ୍ୟାପୁଛି, ପହଞ୍ଚିଲା ଡାକ୍ତରୀଦଳ

ହାଟଡ଼ିହି, ୫/୧୧/ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ପଢ଼ିଆରିପଲ୍ଲୀ ପଞ୍ଚାୟତର ବଣିଆପଙ୍କ ଗ୍ରାମର ମଢ଼େଇ ସାହିରେ ଡେଙ୍ଗୁ ବ୍ୟାପି ବାରେ ଲାଗିଛି । ଯଦିଓ ସ୍ୱାସ୍ଥ୍ୟ ବିଭାଗ ଆଜି ପର୍ଯ୍ୟନ୍ତ ଏହା ମେଲେରିଆ ନା ଡେଙ୍ଗୁ ତାହା ଷ୍ପଷ୍ଟ କରିନି ସେଥିପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବାପରେ ସ୍ୱାସ୍ଥ୍ୟ ବିଭାଗ ତିନିଦିନ ଧରି ଉକ୍ତ ଗ୍ରାମକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି । ଗତକାଲି ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ସୁଧାଶୁଂ ଶେଖର ବଳ, ସୋସୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର କୁଲଦୀପ ସେଠୀଙ୍କ ସହିତ ସ୍ୱାସ୍ଥ୍ୟକର୍ମୀ ପ୍ରମୋଦ କୁମାର ଜେନା, ମହିଳା ସ୍ୱାସ୍ଥ୍ୟକର୍ମୀ ସନ୍ଧ୍ୟାରାଣୀ ଭୁତିଆ,…

"ବଣିଆପଙ୍କ ମଢ଼େଇ ସାହିରେ ଡେଙ୍ଗୁ ବ୍ୟାପୁଛି, ପହଞ୍ଚିଲା ଡାକ୍ତରୀଦଳ"