ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଗୁଣୁପୁର I.T.D.A.ଜୁନିଅର ଇଂଜିନିୟର ଫସିଲେ

ବ୍ରହ୍ମପୁର: ୧୯/୦୯ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଗୁଣପୁର ଆଇ.ଟି.ଡି.ଏ. ର ଜୁନିଅର ଇଂଜିନିୟର ଶ୍ରୀ ଗଗନ ବିହାରୀ ପତିଙ୍କ ବାସ ଭବନ, ପିତୃକ ଘର, ଶ୍ୱଶୁର ଙ୍କ ଘର, ଅଫିସକୁ ମିଶାଇ ପାଞ୍ଚ ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏକ ଅଭିଯୋଗ ମାମଲାରେ ଅଗ୍ରସର ହୋଇ ଭିଜିଲାନ୍ସ ବିଭାଗ ଅଦାଲତରୁ ସର୍ଚ୍ଚ ୱାରେଣ୍ଟ ହାସଲ କରି ବ୍ରହ୍ମପୁର ସିଦ୍ଧାର୍ଥ ନଗରରେ ଥିବା ଶ୍ରୀ ପତି ଙ୍କ ଘର, ବ୍ରହ୍ମପୁର କୋପରେଟିଭ କଲୋନୀରେ ଥିବା ପିତାଙ୍କ ଘର, ବ୍ରହ୍ମପୁର ରାଉତ ପେଟା ସାହିରେ ଥିବା ସ୍ୱସୁରଙ୍କ ଘର, ମୁନିଗୁଡା ଖାନ…

"ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଗୁଣୁପୁର I.T.D.A.ଜୁନିଅର ଇଂଜିନିୟର ଫସିଲେ"

ଦାମୋଦର ବାବୁଙ୍କ ବାଣକୁ ଆୟୁଧ କଲା କଂଗ୍ରେସ : ବ୍ରହ୍ମପୁରରେ ବିକ୍ଷୋଭ ସମାବେଶରେ ଦୁର୍ନୀତି ବିରୋଧରେ ଓଡ଼ିଆ ଜାତିର ଆବେଗରେ ଆନ୍ଦୋଳନର ଚେତାବନୀ

ବ୍ରହ୍ମପୁର:୧୮/୦୯/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ରାଫେଲ ଯୁଦ୍ଧ ବିମାନ କିଣା ଘଟଣାର ତଦନ୍ତ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶ ବାସୀଙ୍କୁ ବିଶ୍ୱାସଘାତ କରିଥିବା ଅଭିଯୋଗ କରି ଆଜି ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ବ୍ରହ୍ମପୁରରେ ଆନ୍ଦୋଳନ କରାଯାଇଛି। କର୍ମୀ ଓ ସମର୍ଥକ ମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୫ ଦଫା ଦାବି ନେଇ ବିକ୍ଷୋଭ ସମାବେଶ କରିଥିଲେ। ଏହି ସମାବେଶରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ କୁମାର ମାଝୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟକ୍ରମ ଗୁଡିକର ସମାଲୋଚନା କରିବା ବେଳେ ପୂର୍ବତନ ମନ୍ତ୍ରୀ ଡାକ୍ତର…

"ଦାମୋଦର ବାବୁଙ୍କ ବାଣକୁ ଆୟୁଧ କଲା କଂଗ୍ରେସ : ବ୍ରହ୍ମପୁରରେ ବିକ୍ଷୋଭ ସମାବେଶରେ ଦୁର୍ନୀତି ବିରୋଧରେ ଓଡ଼ିଆ ଜାତିର ଆବେଗରେ ଆନ୍ଦୋଳନର ଚେତାବନୀ"

ଓଡ଼ିଶାର ଲକ୍ଷାଧିକ ଶିଶୁ ନିମ୍ନମାନର ପୋଲିଓ ପ୍ରତିଷେଧକ ଡୋଜ ନେଲେ : ନିର୍ଦ୍ଧିଷ୍ଟ ଔଷଧ ପ୍ରଦାନ ବନ୍ଦ ରଖିବାକୁ ସରକାରଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର: ୧୫/୦୯ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ନିମ୍ନମାନର ପୋଲିଓ ଭେକ୍ସିନ ଯୋଗଣରୁ ଶିଶୁ ମାନଙ୍କୁ ପୋଲିଓ ନିରାକରଣ ଔଷଧ ଦିଆଯାଇପାରୁନାହିଁ। ରାଜ୍ୟ ସରକାରଙ୍କ ଏକ ନିର୍ଦ୍ଦେଶନାମା ପରେ ବାୟୋମେଡ ସଂସ୍ଥା ଦ୍ୱାରା ଉତ୍ପାଦିତ ଓ ଯୋଗାଣ ହୋଇଥିବା ନିର୍ଦ୍ଧିଷ୍ଠ ଏକ ବ୍ୟାଚର ଭେକ୍ସିନ ଶିଶୁଙ୍କୁ ଦେବା ବନ୍ଦ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସେହି ନିର୍ଦ୍ଦେଶ ମୁତାବକ ଭେକ୍ସିନ ଗୁଡିକୁ ଅଲଗା ରଖିବା ପୂର୍ବରୁ ଅନେକ ପରିମାଣର ଭେକ୍ସିନ ଶିଶୁଙ୍କୁ ଦିଆଯାଇସାରିଛି। କୌଣସି ଶିଶୁ ଠାରେ ପାର୍ଶ୍ଵ ପ୍ରତିକ୍ରିୟାର ଅଭିଯୋଗ ନାହିଁ। ତେବେ ସମଗ୍ର ଜିଲ୍ଲାରେ ବର୍ତ୍ତମାନ ପୋଲିଓ ଭେକ୍ସିନ ନ ଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ…

"ଓଡ଼ିଶାର ଲକ୍ଷାଧିକ ଶିଶୁ ନିମ୍ନମାନର ପୋଲିଓ ପ୍ରତିଷେଧକ ଡୋଜ ନେଲେ : ନିର୍ଦ୍ଧିଷ୍ଟ ଔଷଧ ପ୍ରଦାନ ବନ୍ଦ ରଖିବାକୁ ସରକାରଙ୍କ ନିର୍ଦ୍ଦେଶ"

ମହିଳା, ଶିଶୁ ଚାଲାଣ ଓ ବାଲ୍ୟ ବିବାହ ଓଡ଼ିଶାରେ ଉଦବେଗଜନକ

ବ୍ରହ୍ମପୁର: ୧୨/୦୯/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ” ବାଲ୍ୟ ବିବାହ ଓ ଯୁବତୀ ଚାଲାଣ ରେ ପିଡୀତାଙ୍କ ଉଦ୍ଧାର ଓ ଥଇଥାନ ” ଶୀର୍ଷକ ଗଞ୍ଜାମ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା ଆଜି ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାରେ ବୋର୍ଡର ଅଧ୍ୟକ୍ଷା ସୁଶ୍ରୀ ଲତିକା ପ୍ରଧାନ ଅଧ୍ୟକ୍ଷତା କରି ପ୍ରତ୍ୟେକ ଜିଲ୍ଲାର ପୋଲିସ ମୁଖ୍ୟାଳୟ ଅଞ୍ଚଳରେ ଫ୍ୟାମିଲି କାଉଁସିଲିଂ ସେଣ୍ଟର ସ୍ଥାପନ କରାଯାଉଛି। ପିଡୀତାଙ୍କ ଥଇଥାନ ଦିଗରେ ସେହି ସେଣ୍ଟରରେ ଅବସ୍ଥାପିତ କର୍ମକର୍ତ୍ତା ବିଚାର ବିମର୍ଷ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଥିଲେ। ଏହି କର୍ମଶାଳାରେ…

"ମହିଳା, ଶିଶୁ ଚାଲାଣ ଓ ବାଲ୍ୟ ବିବାହ ଓଡ଼ିଶାରେ ଉଦବେଗଜନକ"

ଭାରତ ବନ୍ଦ : ଗଞ୍ଜାମ ଜିଲ୍ଲାରେ ସଫଳ ଓ ଶାନ୍ତିପୂର୍ଣ୍ଣ

ବ୍ରହ୍ମପୁର : ୧୦/୦୯ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଘଟଣାରେ ଆଜି ବିପକ୍ଷ ଦଳ ଗୁଡିକ ପକ୍ଷରୁ ଭାରତ ବନ୍ଦ ପାଳନ ଅବସରରେ ଗଞ୍ଜାମ ଜିଲ୍ଲାରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଯାନବାହନ ଚଳାଚଳ, ବ୍ୟାଙ୍କ ସେବା, ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ ସବୁ ବନ୍ଦ ରହିଛି। କଂଗ୍ରେସ, ବାମପନ୍ଥୀ ଦଳର କର୍ମୀ ଓ ସମର୍ଥକ ମାନେ ରାଲିରେ ପରିକ୍ରମା କରି ବିଭିନ୍ନ ସରକାରୀ କାର୍ଯ୍ୟଳୟ ସମ୍ମୁଖରେ ପିକେଟିଂ କରିଛନ୍ତି। କୌଣସି ଠାରେ ଅପ୍ରୀତିକର ପରିସ୍ଥିତି ଉପୁଜିନାହିଁ। ତେବେ କର୍ମୀମାନେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିବା, ରେଳ ରୋକ କରିବା ଓ ସରକାରୀ କାର୍ଯ୍ୟାଳୟରେ ଧସେଇ ପଶିବା…

"ଭାରତ ବନ୍ଦ : ଗଞ୍ଜାମ ଜିଲ୍ଲାରେ ସଫଳ ଓ ଶାନ୍ତିପୂର୍ଣ୍ଣ"

ବଜ୍ରାଘାତରେ ଦୁଇ ମହିଳା ମୃତ – ୧୨ ମହିଳା ଆହତ

ବ୍ରହ୍ମପୁର: ୧୫/୦୭ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଭଞ୍ଜନଗର ବ୍ଲକର ମହାଗୁଡା ଗ୍ରାମରେ ଆଜି ଅପରାହ୍ନରେ ବର୍ଷା ସହ ବଜ୍ରାଘାତ ହେବା ଫଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି ଏବଂ ୧୨ ଜଣ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି। ଵିଲରେ ଧାନ ରୁଆ ଚାଲିଥିବାରୁ ମହିଳା ମାନେ ସେଥିରେ ନିୟୋଜିତ ଥିଲେ। ଆହତ ମହିଳାମାନଙ୍କୁ ଭଞ୍ଜନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି। ଏହି ଘଟଣା ନେଇ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅନୁଧ୍ୟାନ ଚଳାଇଛନ୍ତି। ବଜ୍ରାଘାତରେ ଦୁଇ ମହିଳା ମୃତ – ୧୨ ମହିଳା ଆହତ Posted by ODIA PUA on Sunday, 15 July 2018

"ବଜ୍ରାଘାତରେ ଦୁଇ ମହିଳା ମୃତ – ୧୨ ମହିଳା ଆହତ"

ପଥର ଫୁଟାକୁ ବିରୋଧ କରି ଆନ୍ଦୋଳନ: ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ବ୍ରହ୍ମପୁର ୭-୭ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ହିଞ୍ଜିଳି ଥାନା ଅନ୍ତର୍ଗତ ବାଦି ଆମ୍ବ ଗାଆଁରେ ଉତ୍ତେଜନା। ପଥର ବ୍ଲାଷ୍ଟିଂକୁ ବିରୋଧ କରି ଗ୍ରାମବାସୀ କରିଛନ୍ତି ଆନ୍ଦୋଳନ। ସ୍କୁଲରେ ପକାଇଛନ୍ତି ତାଲା। ବାହାରେ ବସିଛନ୍ତି ଛାତ୍ରଛାତ୍ରୀ। ଗତ କିଛି ଦିନ ହେଲା ଗ୍ରାମବାସୀ ଏହାର ବିରୋଧ କରି ସମାସ୍ୟାର ସମାଧାନ କରିବାକୁ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପଥର କୁଆଁରି ଲିଜଧାରୀ ଓ ରାଜସ୍ୱ, ପ୍ରଶାସନିକ ଅଧିକାରୀଙ୍କ ବୁଝାମଣା ଓ କାରବାର ଯୋଗୁଁ ସମସ୍ୟାର ସମାଧାନ ହୋଇପାରିନାହିଁ। ଯାହା ଫଳରେ ଆଜି ଗ୍ରାମବାସୀ ଆନ୍ଦୋଳନ କରିଛନ୍ତି ଏବଂ ଶିକ୍ଷାର୍ଥୀଙ୍କ ପାଠପଢା ବ୍ୟାହତ ହୋଇଛି। ଛତ୍ରପୁର ଉପଜିଲ୍ଲାପାଳ ଖବର ପାଇ ହିଂଜିଲି ବି…

"ପଥର ଫୁଟାକୁ ବିରୋଧ କରି ଆନ୍ଦୋଳନ: ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ"

ପୁଣି ବ୍ରହ୍ମପୁର ପୋଲିସର ଏନକାଉଣ୍ଟର- ଜଣେ ଆହତ

ବ୍ରହ୍ମପୁର: ୪/୦୭/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ବ୍ରହ୍ମପୁର ପୋଲିସର ପୁଣି ଏକ ଏନକାଉଣ୍ଟର। ପୋଲିସ ଗୁଳିର ଶିକାର ଦୁର୍ଦାନ୍ତ ଅପରାଧୀ କୁନା ବେହେରା। କୁନାର ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ କୁନାକୁ ଏମ୍ କେ ସି ଜି ମେଡିକାଲ ସ୍ଥାନାନ୍ତର କରାଯାଇଛି। ଗୋଳନ୍ଥରା ଓ ସଦର ଥାନା ପୋଲିସ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ ଓ ଏନକାଉଣ୍ଟର କରାଯାଇଥିଲା। ଟାମଣା ଘାଟି ଇଲାକାରେ ଅପରାଧୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇ କୁନା ଗିରଫ ହୋଇଛି। ବ୍ରହ୍ମପୁର ପୁଲିସର ଅଚାନକ ଏଭଳି ଅପରେସନ ଏବେ ଅନ୍ୟ ଅପରାଧୀଙ୍କ ମନରେ ଛନକା ପଶାଇ ଦେଇଛି। କୁନା ନାଁରେ ରହିଛି ଏକାଧିକ ମାମଲା।…

"ପୁଣି ବ୍ରହ୍ମପୁର ପୋଲିସର ଏନକାଉଣ୍ଟର- ଜଣେ ଆହତ"

ବ୍ରହ୍ମପୁରରେ ଇଦ ଉଲ ଫିତର ପାଳନ

ବ୍ରହ୍ମପୁର: ୧୬/୦୬ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଆଜି ବ୍ରହ୍ମପୁର ଠାରେ ଆନନ୍ଦ ଉଲ୍ଲାସରେ ପବିତ୍ର ଇଦ ଉଲ ଫିତର ପର୍ବ ପାଳନ କରାଯାଇଛି। ଦୀର୍ଘ ଏକ ମାସ ଧରି ଚାଲିଥିବା ଉପାସନା, ଉପବାସ ଓ ପ୍ରାର୍ଥନା ଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆଜି ଉଦଯାପନ ହୋଇଛି। ଧାର୍ମିକ ବିଶ୍ୱାସର ନବମ ମାସରେ ରମଜାନ ବିଧି ପାଳନ ପରେ ଆଜି ଠାରୁ ଜକତ ବିଧି ପାଳନ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ସ୍ଥାନୀୟ ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଥିବା ଇଦଗାହ ପଡ଼ିଆରେ ସମ୍ମୁହିକ ନମାଜ ପାଠ ପରେ ଏହି ପର୍ବର ଶୁଭେଚ୍ଛା ଆଦାନ ପ୍ରଦାନ, ବନ୍ଧୁ ମିଳନ ଏବଂ ଦାନ ପୁଣ୍ୟ…

"ବ୍ରହ୍ମପୁରରେ ଇଦ ଉଲ ଫିତର ପାଳନ"

ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସଂଗ୍ରାମ ପାଇଁ ମହାରଥୀଙ୍କ ଆହ୍ୱାନ

ବ୍ରହ୍ମପୁର: ୧୨/୦୬/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ହିସାବ ତଲବ ପାଇଁ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ କର୍ମୀମାନେ ଜାଗି ଉଠିବାକୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥୀ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ , ବି ଜେ ଡି ଏବଂ ବି ଜେ ପି ର ଦୁର୍ନୀତି, ଅନ୍ୟାୟ, ଆତଙ୍କ ରାଜ୍ ବିରୁଦ୍ଧରେ ସଂଗ୍ରାମ ଆରମ୍ଭ କରିବାକୁ ଶ୍ରୀ ମହାରଥୀ ଡାକରା ଦେଇଛନ୍ତି। ଆଜି ବ୍ରହ୍ମପୁର ଠାରେ ଅବିଭକ୍ତ ଗଞ୍ଜାମ ଜିଲ୍ଲା ଏବଂ ଲୋକ ସଭା ସଂସଦୀୟ କ୍ଷେତ୍ରର ଯୁବ କଂଗ୍ରେସ କର୍ମୀ ସମ୍ମିଳନୀରେ ଉଦବୋଧନ ଦେଇ ଶ୍ରୀ ମହାରଥୀ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ…

"ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସଂଗ୍ରାମ ପାଇଁ ମହାରଥୀଙ୍କ ଆହ୍ୱାନ"