ଏକ କେ ଏକ

ଯୋଗାନନ୍ଦ ସାହୁ ଆସିଛି ବଂଧୁ ଏକା ଏକା, ଆଉ ଫେରିଯିବି ଏକା ଏକା ଦୁନିଆ-ହାଟରେ ଭିଡ କାଟି କାଟି ଚାଲୁଛି ମୁଁ ଏକା ଏକା ।।୦।। ଏକା ଏକା ହୋଇ କର୍ମ ଯୋଗର ସାଧନା କରିବା ପାଇଁ ସୂର୍ଯ୍ୟ,ଚନ୍ଦ୍ର, ଆକାଶଠାରୁ ଯେ ଦୀକ୍ଷା ନେଇଛି ମୁହିଁ ଶୈଳ ଶିଖରେ ବିଷାଦ ଯୋଗ ବି ଶିଖିଛି ମୁଁ ଏକା ଏକା ।।୧।। ବିଷାଦ ଯୋଗରେ ବାଟ ଚାଲିବାରେ ମାନୁଛି ଦରଜ ଅଛି ହେଲେ ଏ ଦରଜ କିଣିବା ପାଇଁ ମୁଁ କରଜ କରିନି କିଛି କେ କାହିଁ କହିବ : କରଜ ମୁଣ୍ଡାଇ ଫେରିଗଲା ଏକା ଏକା !।।୨।। ଆପଣା ଇଚ୍ଛାରେ ଫୁଟିନାହିଁ ଯେଣୁ ଦୁନିଆର ବଗିଚାରେ…

"ଏକ କେ ଏକ"

ସମୟ

– ଯୋଗାନନ୍ଦ ସାହୁ ସୁର ବଦଳେ,ଲିପି ବଦଳେ ବଦଳେ ଗୀତର ତାଳ ଲୟ , ମନ ବଦଳେ,ଜହ୍ନ ବଦଳେ ବଦଳେନାହିଁ ଏ ସମୟ ।।୦।। ଚାହାଳି ବଦଳେ, ଚାଟ ବି ବଦଳେ ନୂଆ ଅବଧାନ ଅହରହ, ଛାଟ ବି ବଦଳେ,ପାଠ ବି ବଦଳେ ବଦଳାଇ ଦିଏ ଏ ସମୟ ।।୧।। ବାଟୋଇ ବଦଳେ,ବାଟ ନ ବଦଳେ ବଦଳେ ବାଟୋଇ ଅଭିପ୍ରାୟ, ବାଟୋଇ ଚଳ ,ବାଟ ଅଚଳ ଦେଖୁଛି ସବୁ ଏ ସମୟ ।।୨।। ଫୁଲ ବି ବଦଳେ, ମାଳୀ ବି ବଦଳେ ପ୍ରେମ ଭଳି ଅଳି ଅସହାୟ , କଣ୍ଟା ବି ବଦଳେ,ଆଘାତ ବଦଳେ ବିଚିତ୍ରକର୍ମା ଏ ସମୟ ।।୩।। ବାଆ ବି ବଦଳେ, ବତାସ…

"ସମୟ"

ଜୀବନ … ଆହା ଜୀବନ

– ଯୋଗାନନ୍ଦ ସାହୁ ଚାରଣା ନାଟକୁ ବାରଣା କୀର୍ତ୍ତନ ଟଙ୍କା ଗୋଟାକର ଜୀବନ, କ୍ଷୀର ଦି’ଅଣାକୁ ପାଣି ଚଉଦଣା ଜୀଇଁବ କେମିତି ଜୀବନ ! ।।୦।। ମୁଁ କଲି ମୁଁ କଲି ବୋଲି କହୁ କହୁ କଳା ହୋଇଯାଏ ହରଣ, କି କଲି କି କଲି ବୋଲି କହୁ କହୁ ଫିମ୍ପି ମାରିଯାଏ ଜୀବନ ! ।।୧।। ସୁସାରେ ବସିଲେ ସୁଖ ଲାଗେନାହିଁ, କଳି ମଞ୍ଜି କରେ ରୋପଣ, ବଢିବାକୁ ଚାରା ବାଆ ପାଣି ଖରା ଖଞ୍ଜି ଦେଉଥାଏ ଜୀବନ ! ।।୨।। ତରଙ୍ଗ ତରଙ୍ଗ ମନ ଚଙ୍ଗ ଚଙ୍ଗ ଛନ ଛନ ସେ କି ଖଞ୍ଜନ, ସେ କେଉଁ ଖଞ୍ଜନ କିବା ପ୍ରଭଞ୍ଜନ ଝଡରେ…

"ଜୀବନ … ଆହା ଜୀବନ"

ଶୂନ

– ଯୋଗାନନ୍ଦ ସାହୁ ଚାହାଣି ଅନେକ ଚମକ ଶୂନ ଉପଧା ଅନେକ ଯମକ ଶୂନ, ବାଟରେ ଘାଟରେ ନାଟ କରିବାକୁ ତଥାପି କାହିଁକି ଉଛନ ମନ ! ।।୦।। ନିଦାଘ ଅନେକ ଫଗୁଣ ଶୂନ ବାଦଲ ଅନେକ ବରଷା ଶୂନ, ନୂଆ ମରୁଭୂମି,ନୂଆ ମରୀଚିକା ହେବାକୁ କାହିଁକି ଉଛନ ମନ ! ।।୧।। ଘଟଣା ଅନେକ କାରଣ ଶୂନ କର୍ମ ଅନେକ କାରକ ଶୂନ, ଦାଣ୍ଡ-ବୋଲଣାକୁ ଡାକି ଆଣି ଘରେ ପୂଜା କରିବାକୁ ଉଛନ ମନ ! ।।୨।। ଅସ୍ତ ଅନେକ ଉଦୟ ଶୂନ ପ୍ରଣୟ ଅନେକ ହୃଦୟ ଶୂନ , ନିତି ନୂଆ ନୂଆ ଆକାଶ କୁସୁମ ତୋଳିବାକୁ କିଆଁ ଉଛନ ମନ !…

"ଶୂନ"

ପକ୍ଷୀ

– ଯୋଗାନନ୍ଦ ସାହୁ ଏଇଠୁ ମୁଁ ଉଡିଯିବି ଯେମିତି କି ତୁମ ବାହୁରେ ମୁଁ ପଡିବି, ତୁମଠୁ ମୁଁ ଉଡି ଆସି ପୁଣି ମୋ’ର ଶେଯରେ ମୁଁ ଶୋଇ ପଡିବି ।।୦।। ଏମିତିକା ରାତି ଆସୁଥିବ ନିତି ଆସି ଯାଉଥିବ ଲେଉଟି, ନିଶୂନ ରାତିରେ ପ୍ରୀତି କରୁଥିବି କା’ ଆଖିରେ କିଆଁ ପଡିବି ! ।।୧।। ଶୁଣିଥିଲି କାଳେ ପ୍ରେମରେ ପଡିଲେ ରଙ୍କୀର ବି ପେଜ ବହଳ, (ତୁମ)ଭାବ-ସାଗରରେ ବୁଡାଇଛ ମୋତେ ଅଭାବରେ କିଆଁ ପଡିବି ! ।।୨।। ମୋ’ ଜାଣିବାରେ ପ୍ରେମରେ ପଡିଲେ ଫୁଲ ଭଳି ଲାଗେ ପଥର , ତୁମେ ମତେ ଫୁଲ-ବାଟରେ ନେଉଛ କଣ୍ଟାରେ କିଆଁ ମୁଁ ପଡିବି ! ।।୩।।…

"ପକ୍ଷୀ"

ଅମଳ

– ଯୋଗାନନ୍ଦ ସାହୁ ହୃଦୟ କରୁଛି ନିତି ଆବେଦନ ଦରଜ ପ୍ରଣୟ କରୁଛି ତା’ର ଆବେଦନ ଖାରଜ ।।୦।। ଜୀବନ-କ୍ଷେତରେ ପ୍ରେମ ଏମିତିକା ଫସଲ ହସ ବୁଣି ଏ କ୍ଷେତରୁ ଲୁହ କର ଅମଳ ଲୁହ କରୁଛି ହସର ଆବେଦନ ଖାରଜ ।।୧ ।। ହୃଦୟ ଯେ କୋଟି କୋଟି ସ୍ନେହ କରି କରଜ ପ୍ରେମକୁ ଦେଉଛି ଭେଟି ଲୁଚାଇ ତା’ ଦରଜ ହେଲେ ସବୁ ସ୍ନେହ ତା’ର ପ୍ରେମ କରେ ଖାରଜ ।।୨।। ଆକାଶବାଣୀ ଗୀତିକାର ଜନିକା, ଡ୍ୟୁପ୍ଲେକ୍ସ ନଂ.୭୩, କ୍ରିଷ୍ଣା ଗାର୍ଡେନ୍ ଆନେକ୍ସ ଜାଗମରା ଭୁବନେଶ୍ୱର-୭୫୧୦୩୦ ଓଡ଼ିଶା

"ଅମଳ"

ବନହଂସୀ

ଯୋଗାନନ୍ଦ ସାହୁ ହସରୁ ପଡୁଛି ଜଣା ତୁମ ଅଳସ ଆଖିରେ କେତେ ଶ୍ରାବଣ ହୋଇଛି ଜମା ଆଗୋ ବନହଂସୀ ଲୁହ କି ଦେଲା ଦଂଶି…. ଲୁହରୁ ପଡ଼ୁଛି ଜଣା ତୁମ ହୃଦୟ ଭିତରେ କେତେ ନିଦାଘ ହୋଇଛି ଜମା ।।୦।। ଯେତେ ମନ ସବୁ ନୁହେଁ ପ୍ରେମର ଝର ଯେତେ ପ୍ରେମ ସବୁ ନୁହେଁ ପଥର ଗାର ଯେତେ ମେଘ ସବୁ ନୁହେଁ ପାଣିର ଘର ମେଘର ମାୟାରେ ତୁମେ ହେଲ ଅଧୀର ଆଗୋ ବନହଂସୀ ମେଘ କି ଦେଲା ଦଂଶି…. ଚୋଟରୁ ପଡୁଛି ଜଣା ତୁମ କଅଁଳ ଡେଣାରେ କେତେ ଜଖମ ହୋଇଛି ଜମା ।।୧।। ଚିକିମିକି ଆକାଶର ଚେହେରା ଦେଖି ତା’ ହାତେ…

"ବନହଂସୀ"

ଜ ଲ୍ ସା

– ଯୋଗାନନ୍ଦ ସାହୁ ଋଣ ଶୁଝିବାକୁ ତୋର ସାତ ଜନ୍ମ ନିଅଣ୍ଟ କହୁ କହୁ କରିଗଲୁ ଲୁହକୁ ମୋ ଜୀବନ୍ତ ।।୦।। ଯେଉଁ ମାପକାଠିରେ ତୁ ମାପିଗଲୁ ପୀରତି ସେହି ମାପକାଠିକୁ ମୁଁ ରଖିଥିବି ସାଇତି (ସେ ତ)ମରୁଥିବା କୋହକୁ ମୋ କରୁଥିବ ଜୀବନ୍ତ ।।୧।। ଦୁଃଖ ଚିରନ୍ତନୀ ହୋଇ ରହିଥା ମୋ ଛାତିରେ ଜିଆଇଁ ଦେଏନା ମୋତେ କେବେ ହେଲେ ଶାନ୍ତିରେ ଜ୍ୱାଳାର ଜ ଲ୍ ସାକୁ ମୋର ରଖିଥାଆ ଜୀବନ୍ତ ।।୨।। ଆତତାୟୀ ନିନ୍ଦା ଜାଣି ନଥିଲା ମୋ ଠିକଣା ବଢାଇଦେଲୁ ତାହାର ହାତକୁ ମୋ ଠିକଣା ମଧୁମାସେ ବଧୂ ବେଶେ ଶ୍ରାବଣ ମୋ ଜୀବନ୍ତ ।।୩।। ଆକାଶବାଣୀ ଗୀତିକାର ଜନିକା, ଡ୍ୟୁପ୍ଲେକ୍ସ…

"ଜ ଲ୍ ସା"

ଲୁହର ଗଜରା

– ଯୋଗାନନ୍ଦ ସାହୁ ଲିଖିତଂ ରସିଦ ଏହି କି ଯେ ଆମ୍ଭେ ତୁମ୍ଭଙ୍କୁ ଆମ୍ଭ ହୃଦୟ ବିକିଛୁ, ବିକ୍ରି ବାବଦକୁ ଉଚିତ ମୂଲ୍ୟ ପାଇଛୁ ବୋଲି ଏହି ରସିଦ ଦେଉଛୁ ।।୦।। କୋହ ବି ପାଇଛୁ, ଓହୋ ବି ପାଇଛୁ ଦ୍ରୋହ ବି ପାଇଛୁ କେତେ ଗୋଟି ଗୋଟି କରି ଗଣି କି ନେଇଛୁ ଛଳନା ପାଇଛୁ ଯେତେ ଲିଖିତଂ ରସିଦ ଏହି କି ଯେ ସ୍ଥିର ଚିତ୍ତରେ ଆମ୍ଭେ ହୃଦୟ ବିକିଛୁ କାଳେ କିଏ କେବେ ପ୍ରମାଣ ମାଗିବ, ତେଣୁ ଏ ରସିଦ ଲେଖି କି ଦେଉଛୁ ।।୧।। ନିନ୍ଦାର ସୁନ୍ଦର କଣ୍ଟାର ଚାଦର, ଲୁହର ଗଜ଼ରା ହାର କପଟ ସ୍ନେହର ମଧୁର ଜହର,…

"ଲୁହର ଗଜରା"