ଓଷ୍ଟା ତରଫରୁ ଜିଲ୍ଲା ସ୍ତରୀୟ ଶିଶୁମେଳା ଉଦ୍ୟାପିତ

ନୟାଗଡ (ଓଡ଼ିଆ ପୁଅ / ଜୟେନ୍ଦ୍ର ବେହେରା) ଓଷ୍ଟାର ଆର୍ଥିକ ସହାୟତା ତଥା ଆନୁକୁଲ୍ୟରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ଭଞ୍ଜଙ୍କ ଆବାହକତ୍ୱରେ ଶନିବାର ଦିନ ଜିଲ୍ଲା ସ୍ତରୀୟ ଶିଶୁ ମେଳା ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନ ଶିଶୁ ଉସଛବରେ ମୁଖ୍ୟ ଅତିଥିଭାବେ ନୟାଗଡ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ନିବେଦିତା ପାଣି ମୁଖ୍ୟବକ୍ତା ଭାବେ ଦେବେନ୍ଦ୍ର କୁମାର ସୁତାର ଓ ସମ୍ମାନିତ ଅତିଥିଭାବେ ଶିକ୍ଷାପ୍ରଦୀପର ସଂପାଦକ ପ୍ରଫୁଲ କୁମାର ମହାନ୍ତି, ବ୍ୟଙ୍ଗକବି ବ୍ରଜବିହାରୀ ସୁବୁଦ୍ଧି ପ୍ରମୁଖ ଯୋଗଦେଇଥିଲେ। ଏହି ଶିଶୁ ଉତ୍ସବରେ ଓଷ୍ଟାର ସଭାପତି ନିରଞ୍ଜନ…

"ଓଷ୍ଟା ତରଫରୁ ଜିଲ୍ଲା ସ୍ତରୀୟ ଶିଶୁମେଳା ଉଦ୍ୟାପିତ"

ରେଳ ଧକ୍କାରେ ମହିଳାଙ୍କ ମୃତ୍ୟୁ

ର୍ଖୋର୍ଦ୍ଧା ୪-୧ (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା- ବଲାଙ୍ଗିରି ରେଳପଥର ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଷ୍ଟେସନ ନିକଟ ବନ୍ଧ ମୁଣ୍ଡ ରେଳପଥଠାରେ ଜଣେ ବୁଦ୍ଧା ମହିଳାଙ୍କ ରେଳ ଧକ୍କାରେ ଆଜି ସକାଳେ ମୃତ୍ୟୁ ଘଟିଛି। ମହିଳା ଜଣଙ୍କର ଦେହ ସମ୍ପୂର୍ଣ୍ଣ ରୂପେ ଦୁଇ ଖଣ୍ଡ ହୋଇଯାଇଛି। ତାଙ୍କର ଘର ବୋଲଗଡ ପଞ୍ଚାୟତର ମର୍ଦାବାଡ଼ି ଗ୍ରାମର ଚକ୍ରଧର ପଶ୍ଚିମ କବାଟଙ୍କ ପତ୍ନୀ ସ୍ନେହଲତା ପଶ୍ଚିମ କବାଟ ତାଙ୍କ ବୟସ ୬୦ ବୋଲି ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ଅଶାନ୍ତି କାରଣରୁ ମୃତ୍ୟୁ ବରଣ କରିଥିବା ସନ୍ଦେହ କରାଯାଉଛି।

"ରେଳ ଧକ୍କାରେ ମହିଳାଙ୍କ ମୃତ୍ୟୁ"

ବୋଲଗଡ଼ ମହୋତ୍ସଵ ଆଶା ୨୦୧୭ ଉଦଘାଟିତ

ଖୋର୍ଦ୍ଧା .୨୬ ଡିସେମ୍ବର୍ (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ମହୋତ୍ସବ ଉଦଘାଟିତ।ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଅନ୍ତର୍ଗତ ବାମନ ଉଚ୍ଚ ବିଦ୍ୟାଳୟ ପରିସରରେ ବୋଲଗଡ ମହୋତ୍ସବ ଆଶା ୨୦୧୭ ମଙ୍ଗଳବାର ସନ୍ଧ୍ୟାରେ ମହୋତ୍ସବ ଟ୍ରଷ୍ଟ ଓ ବୋଲଗଡ ମହୋତ୍ସବ କମିଟି ଆୟୋଜନ ରେ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ଦ୍ଵାରା ଉଦଘାଟନ ହୋଇଯାଇଛି। ଉଦଘାଟନ ଦିବସରେ କଡବ ପାଇକ ପୁଅଙ୍କ ଦ୍ଵାରା ପ୍ରଥମେ ପାଇକ ଆଖଡା ନୃତ୍ୟ ପରିବେଷଣ କରାଯାଇଥିଲା। ଏ ନେଇ ଆୟୋଜିତ ସଭାରେ ମୁଖ୍ୟ ଅତିଥି ସୁଧାକର ନାୟକ ଯୋଗଦେଇ ବୋଲଗଡ଼ ଅଞ୍ଚଳରେ ହେଉଥିବା ସମସ୍ତ ଉତ୍ସଵ ଓ ପର୍ବପର୍ବାଣୀ ଭଲ ଲାଗେ ବୋଲି ମତ ଦେଇଥିଲେ |…

"ବୋଲଗଡ଼ ମହୋତ୍ସଵ ଆଶା ୨୦୧୭ ଉଦଘାଟିତ"

ଗଜା ମୁଗ ଖାଇ ୧୫ ଶିଶୁ ଅସୁସ୍ଥ

ଖୋର୍ଦ୍ଧା ୧୯-୧୨ (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଲେନଡେ ପଞ୍ଚାୟତ ଆସେଲି ଭଡା ଅଙ୍ଗନବାଡି କେନ୍ଦ୍ରରେ ଗଜାମୁଗ ଖାଇ ୧୫ ପିଲା ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଖୋର୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ଅଙ୍ଗନବାଡି କେନ୍ଦ୍ରକୁ ୨୦ ଜଣ ଶିଶୁ ଅଙ୍ଗନବାଡି କେନ୍ଦ୍ରକୁ ଯାଇଥିଲେ। ସେଥି ମଧ୍ୟରୁ ୧୫ ପିଲା ଗଜାମୁଗ ଖାଇଥିଲେ ତାହା ପରେ ପ୍ରଥମେ ତାଙ୍କର ଝାଡାବାନ୍ତି ହୋଇଥିଲା। ଆଜି ସକାଳୁ ଝାଡାବାନ୍ତି ସହ ଜ୍ୱର ହେବାରୁ ତାଙ୍କୁ ପ୍ରଥମେ ନିରାକାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତାହା ପରେ ଗୁରୁତର ହେବାରୁ ଖୋର୍ଦ୍ଧାର ଜିଲ୍ଲା ମେଡିକାଲ୍ କୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଥାଉକି ଅଙ୍ଗନବାଡ଼ି…

"ଗଜା ମୁଗ ଖାଇ ୧୫ ଶିଶୁ ଅସୁସ୍ଥ"