ଚିକିସôା ଅଭାବରେ କାମଠଣା ଯକ୍ଷ୍ମା ହସ୍ପିଟାଲ : କେବଳ ପାଞ୍ଚୋଟି ନର୍ସକୁ ନେଇ ଚାଲିଛି ହସ୍ପିଟାଲ

-:ଜଗଦୀଶ ସୁନା:- ଏକମାତ୍ର ଗରୀବର ସାହାଭରଷା ସାଜିଥିବା କାମଠଣା ଯକ୍ଷ୍ମା ହସ୍ପିଟାଲରେ ଚିକିସôାର ଘୋର ଅଭାବ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏଠାରେ କେବଳ ପାଞ୍ଚୋଟି ନର୍ସ ଓ ଜଣେ ଅସ୍ଥାୟୀ ଡ଼ାକ୍ତର ତାହା ମଧ୍ୟ ଦଶ ଦିନ ଯକ୍ଷ୍ମା ହସ୍ପିଟାଲରେ ତ ଅନ୍ୟ ଦଶ ଦିନ ସଦର ଭବାନୀପାଟଣା ହସ୍ପିଟାଲରେ ଦେଖିବାକୁ ମିଳେ । ତେବେ ଯକ୍ଷ୍ମା ରୋଗୀଙ୍କୁ ସମୂଳେ ନିରାକରଣ ପାଇଁ ଡ଼ାକର ଦେଇଥିବା ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୧୯ ମିଶନ ସାକାର ହୋଇପାରିବ କେତେ ଦୂର ତାହା ପ୍ରଶ୍ନବାଚୀ ହୋଇ ଉଠୁଛି । କଳାହାଣ୍ଡି ଜିଲ୍ଲାର କାମଠଣା ହସ୍ପିଟାଲ୍ ଗତ ୧୯୪୯…

"ଚିକିସôା ଅଭାବରେ କାମଠଣା ଯକ୍ଷ୍ମା ହସ୍ପିଟାଲ : କେବଳ ପାଞ୍ଚୋଟି ନର୍ସକୁ ନେଇ ଚାଲିଛି ହସ୍ପିଟାଲ"

ଧାନ ଅଭାବୀର ପରିଣତି ଜୀବନ ହାରିବା

-:ଜଗଦୀଶ ସୁନା:- ଲୋକମାନଙ୍କ ସମସ୍ୟା ଉପୁଜିଲେ ନେତା ଅଫିସର ମାନେ ଅନେକ ନିର୍ଭର ପ୍ରତିଶୃତି ଦେଇଥାନ୍ତି କିନ୍ତୁ ବାସ୍ତବକୁ ଅନୁଧ୍ୟାନ କଲେ ତାହା ବିପରିତ ହୋଇଯାଇଥାଏ । ପ୍ରତିଶୃତି ବଦଳରେ ଅପେକ୍ଷାରେ ହିଁ ଦିନ ଗଡ଼ିଯାଇଥାଏ । ଅନ୍ୟପଟ ନେତା ଓ ଅଫିସରମାନେ ଦେଇଥିବା ପ୍ରତିଶୃତି କୁ ଭୁଲିଯାଇ ଅନ୍ୟ କର୍ମରେ ଲିପ୍ତ ହୋଇଯାଆନ୍ତି । ଘଟଣା ଟି ଗମ୍ଭୀର ହୋଇଥାଉ କି ସାଧାରଣ, ଉଭୟ ପାଇଁ ନେତା ଓ ଅଫିସର ମାନେ ସେମାନଙ୍କର ଦୃଷ୍ଟିରେ ସମାନ ଭାବିନେଇଥାନ୍ତି । ସେହି ଘଟଣା ଟି ଗମ୍ଭୀର କି ସାଧାରଣ ହୋଇଛି ତାହାପାଇଁ ତର୍ଜମା କରିନଥାନ୍ତି, ଫଳରେ ସାନନ୍ଦ କଠାରଙ୍କ ପରିବାର ଆଜିଯାଏ ସରକାରୀ ସହାୟତା ଓ…

"ଧାନ ଅଭାବୀର ପରିଣତି ଜୀବନ ହାରିବା"

ଗାଁ ବିଦ୍ୟାଳୟ ମୋର ଆତ୍ମା ଓ ଜୀବନର ସାଥୀ : ଦୃଷ୍ଟିହୀନ ସୁବାଷ ଚନ୍ଦ୍ର ବାଗ

-:ଜଗଦୀଶ ସୁନା:- ସୁବାଷ ଚନ୍ଦ୍ର ବାଗ ୧୬ ବର୍ଷର ଯୁବକ ପାଠ ମ୍ୟାଟ୍ରିକ ପରୀକ୍ଷାରେ ଚଳିତ ବର୍ଷ ଫେଲ୍ ହୋଇଛି ସତ, ହେଲେ ସେ ନିଜକୁ ନିଜେ ପାସ କରିଥିବା କହିବସନ୍ତି। କାରଣ ସେ ଭିନ୍ନକ୍ଷମ। ଜନ୍ମରୁ ଦୁଇ ଆଖି ଅନ୍ଧ। ନିଜ ଆଖିଠାରୁ ଏକ ଇଞ୍ଚ ଦୂରତ୍ୱ ପର୍ଯ୍ୟନ୍ତ ସାମାନ୍ୟ ଦେଖାଦିଏ ବୋଲି କହିବସେ ସୁବାଷ। ସେ ଭିନ୍ନକ୍ଷମ ଥିବାରୁ ତାଙ୍କୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଲେଖିବାପାଇଁ ରାଇଟର ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦ୍ୱାରା। ତାହାମଧ୍ୟ ନିୟମ ରହିଥିଲା ଯେ, ଦଶମ ଶ୍ରେଣୀ ପରୀକ୍ଷାର୍ଥି ପାଇଁ ତା ତଳ ସ୍ତର ପାଠ ପଢ଼ୁଥିବା ଛାତ୍ରଙ୍କୁ ନିଯୁକ୍ତି ଦିଆଯିବା କଥା।…

"ଗାଁ ବିଦ୍ୟାଳୟ ମୋର ଆତ୍ମା ଓ ଜୀବନର ସାଥୀ : ଦୃଷ୍ଟିହୀନ ସୁବାଷ ଚନ୍ଦ୍ର ବାଗ"

ଯକ୍ଷ୍ମାରୋଗର ନିଦାନ ଆଶାରେ ସଂଘର୍ଷରତ ଦାଦନ ଶ୍ରମିକଙ୍କ ଦୁଃଖଭାରା କାହାଣୀ

– ଜଗଦୀଶ ସୁନା ମୁଇଁ ମଦ୍ ବହୁତ ପିଉଥିଲି, ହଜାର୍ ହଜାରତ ଟଙ୍କା ଉଡ଼ାଇ ଦେଇଥିଲିଁ, ମୁଇଁ ପିଇବା ସାଙ୍ଗେ ସାଙ୍ଗେ ଲୋକ୍ ମାନ୍କେ ଭି ପିଆଉଥିଲି, ମଦ୍ ପିଇଥିଲେ ମୋର୍ ସାଙ୍ଗେ କଥା ହେବାର୍ ଲୋକ ନାଇନ, ଯେତେ ବଡ଼ ଅଫିସରକେ ଭି ଡ଼ରୁନଥିଲି, ଆର୍ କାଏଁଟା ମର୍ ସାଙ୍ଗେ କଥା ହେଇ ପାର୍ବେ ? ମଦ୍ ପିଇ କରି ମୋର ୬ (ଛଅ) ଏକର ଜମିକେ ମଦ୍ର ଲାଗି ବିକିଦେଲି। ମୋତେ ଘରେ କହେବାର୍ ଲୋକ ଧାତା ନାଇନ। ଯାକେ ମାଗ୍ଲେ ମୋତେ ଟଙ୍କା ଦେଉଥିଲେ। ଦଶ ହଜାର, ପନ୍ଦର ହଜାର ଟଙ୍କା ଏକା ଦିନକେ ଉଡ଼ାଉଥିଲିଁ ଓ ତାର ସାଙ୍ଗେ କାଠା…

"ଯକ୍ଷ୍ମାରୋଗର ନିଦାନ ଆଶାରେ ସଂଘର୍ଷରତ ଦାଦନ ଶ୍ରମିକଙ୍କ ଦୁଃଖଭାରା କାହାଣୀ"

ଆତ୍ମହତ୍ୟା କବଳରୁ ବର୍ତ୍ତି ଯାଇଥିବା ଦୁଇ ଚାଷୀଙ୍କ ଅନୁଭବ କଥା

ବରଗଡ଼ ୨୪.୦୬.୨୦୧୮(ଓଡ଼ିଆ ପୁଅ/ଜଗଦୀଶ ସୁନା) ଈଶ୍ୱରଙ୍କ ଦୁଲ୍ଲଭ ଜୀବନ ପ୍ରାପ୍ତ କରିଛି ମଣିଷ ଜୀବନ। ସାଧାରଣ ଲୋକଟି ବଞ୍ଚିବା ପାଇଁ ଦାନା ମୁଠାଏ ପାଇଁ ଅହରହ ସଂଗ୍ରାମ କରିଚାଲେ। ତାଆରି ଭିତରେ ପୁଣି ପରିବାର ପ୍ରତିପୋଷଣ ଓ ପୁଅଝିଅଙ୍କୁ ପାଠ ପଢ଼ା ନେଇ ମଣିଷ ଆଉଟୁ ପାଉଟୁ ହୋଇଯାଏ। ମଣିଷକୁ ବହୁତ କିଛି ଅସହ୍ୟ ଯନ୍ତ୍ରଣା ହେଲେ ଯାଇ ଚୂଡ଼ାନ୍ତ ପର୍ଯ୍ୟାୟରେ ନିଜ ମୂଲ୍ୟବାନ ଜୀବନକୁ ଆତ୍ମହତ୍ୟା କରିଦେଇଥାଏ। ଏହାର ଜ୍ୱଳନ୍ତ ଉଦାହରଣ ନିରଞ୍ଜନ ଭୋଇ ଓ ଅକୁର ବିଶିଙ୍କ ଠାରୁ ଜଣାଯାଏ। ଚଳିତ ବର୍ଷର ପ୍ରାକୃତିକ ଦୁର୍ବିପାକ ଚାଷୀକୂଳକୁ ହତାଶ କରିଦେଇଛି। ଏହି ଦୁର୍ବିପାକ ପ୍ରଭାବରେ ହଜାର ହଜାର ସଂଖ୍ୟାରେ ଚାଷବାସ ନଷ୍ଟ ହୋଇଯାଇଛି।…

"ଆତ୍ମହତ୍ୟା କବଳରୁ ବର୍ତ୍ତି ଯାଇଥିବା ଦୁଇ ଚାଷୀଙ୍କ ଅନୁଭବ କଥା"

ଭାଗ ଚାଷୀଙ୍କ ସମସ୍ୟା: ଏ କୂଳ ନୁହଁ କି ସେ କୂଳ ନୁହଁ

ବଲାଙ୍ଗୀର ୨୩-୬ (ଓଡ଼ିଆ ପୁଅ/ଜଗଦୀଶ ସୁନା) ଓଡ଼ିଶାରେ ବିଭିନ୍ନ ଚାଷୀ ମାନଙ୍କ ସମସ୍ୟା ମଧ୍ୟରୁ ଭାଗଚାଷୀ ମାନଙ୍କ ସମସ୍ୟା ଆହୁରୀ ଏକ କଷ୍ଟ ଦାୟକ। ସେମାନେ ଏ କୂଳ ନୁହନ୍ତି କି ସେ କୂଳ ନୁହନ୍ତି। ପେଟପାଟଣା ପାଇଁ ଚାଷୀ ନିଜକୁ ନିଜେ ଭାଗଚାଷୀ ହେବାକୁ ପଡ଼ିଥାଏ। ଭାଗଚାଷୀଙ୍କ ପରିଚୟ କହିଲେ, ନିଜର ଜମି ନଥିବ, କୃଷିଶ୍ରମ କରିବାରେ ଧୁରନ୍ଧର ଥିବ, ଶ୍ରମିକ ବିନା କାମ କରିବାକୁ ଅସମର୍ଥ ଜମିମାଲିକଙ୍କ ସହ ସୁସମ୍ପର୍କ ଥିବ, ବିନା ବାଧାରେ ଏହି ଭାଗଚାଷୀ ଆମକୁ ନିର୍ଦ୍ଧାରିତ ଫସଲ ଦେବାକୁ ସକ୍ଷମ ଥିବ ବୋଲି ଜମି ମାଲିକଙ୍କ ଅନ୍ତରଆତ୍ମାର ନିର୍ଦ୍ଧାରଣ ରହିବ, ଫସଲ ହେଉ ବା ନ ହେଉ ପୂର୍ବ…

"ଭାଗ ଚାଷୀଙ୍କ ସମସ୍ୟା: ଏ କୂଳ ନୁହଁ କି ସେ କୂଳ ନୁହଁ"

କାଳ ବୈଶାଖି ସହ କୁଆପଥର ମାଡ଼: ଚାଷୀକୁଳ ଧ୍ୱଂସ, ଜଣେ ଚାଷୀ ଆତ୍ମହତ୍ୟା

ବରଗଡ଼ ୧୮.୦୬.୨୦୧୮ (ଓଡ଼ିଆ ପୁଅ/ଜଗଦୀଶ ସୁନା) ଓଡ଼ିଶାର ଏକମାତ୍ର ବରଗଡ଼ ଜିଲ୍ଲାକୁ ରାଜ୍ୟରେ ଧାନଫସଲକାରୀ ଜିଲ୍ଲାଭାବେ ମାନ୍ୟତା ହାସଲ କରିଛି। ଅନେକ ଲୋକେ ଏହି ଜିଲ୍ଲାକୁ ଧାନଲକ୍ଷ୍ମୀ ଜିଲ୍ଲାବୋଲି ଲୋକେ କହିବସନ୍ତି। ସେହି ଜିଲ୍ଲାରେ ଧାନ ବ୍ୟାପକ ମାତ୍ରାରେ ଉତ୍ପାଦନ ହୋଇଥାଏ। ଏହି ଜିଲ୍ଲାଠାରୁ ଉତ୍ପାଦନ ହେଉଥିବା ଚାଉଳ ଦେଶ ବିଦେଶକୁ ପଠାଯାଇଥାଏ ଏବଂ ସେଠାକାର ଚାଷୀମାନେ ମନ ଲଗାଇ କୃଷି ପ୍ରଧାନ୍ୟ ଦେଇଥାନ୍ତି। ନିଦରୁ ଉଠିଲେ ପ୍ରଥମେ ଚାଷୀଙ୍କ ଆଖିରେ ଫସଲ ଚାଷହିଁ ଦେଖାଯାଇଥାଏ। ତେବେ ଓଡ଼ିଶାର ଏହି ଜିଲ୍ଲାର ମାନଚିତ୍ରକୁ ଦେଖିଲେ ଚାଷୀ ଆତ୍ମହତ୍ୟା ବେଶୀ ମାତ୍ରାରେ ହେଉଥିବାରୁ ପରିଲକ୍ଷିତ ହୁଏ। ତେବେ ଏହା କାହିଁକି ? ଯେଉଁ ଜିଲ୍ଲା ଲୋକେ ବ୍ୟାପକ…

"କାଳ ବୈଶାଖି ସହ କୁଆପଥର ମାଡ଼: ଚାଷୀକୁଳ ଧ୍ୱଂସ, ଜଣେ ଚାଷୀ ଆତ୍ମହତ୍ୟା"

ବଂଚିରହିଛି ସ୍ୱାଧିନତା ସଂଗ୍ରାମୀଙ୍କର ସ୍ୱର

ବଙ୍ଗୋମୁଣ୍ଡା ୦୫ ଜୁନ / (ଓଡିଆ ପୁଅ / ଜଗଦୀଶ ସୁନା) “ମହାତ୍ମା ଗାନ୍ଧୀ କୀ ଜୟ, ଭାରତ ମାତା କି ଜୟ, ସ୍ୱାଧିନ ଭାରତ କି ଜୟ” ଏହିପରି ଭାବରେ ଆନ୍ଦୋଳନ କାରିଙ୍କ ଆଗ ଧାଡିରେ ରହି ସ୍ଲୋଗାନ ଦେଇ ନେତୃତ୍ୱ ନେଉଥିବା ବ୍ୟକ୍ତି ହେଲେ ବରଗଡ ଜିଲ୍ଲା ପାନିମୋରା ଗାଁର ଏବେ ବଂଚି ରହିଥିବା ସ୍ୱାଧିନତା ସଂଗ୍ରାମୀ ଦୟାନିଧି ନାୟକ। ବୟସ ବର୍ତ୍ତମାନ ୯୪। ୧୯୨୬-୧-୧୭ରେ ମୋର ଜନ୍ମ ବୋଲି କହି ବସୁଥିବା ସେହି ସଂଗ୍ରାମୀ ନାୟକ। ବାର୍ଦ୍ଧକ୍ୟ ହୋଇ ଗଲେଣି ସତ, କିନ୍ତୁ ଅଣ୍ଟା ପଡି ନାହିଁ ଲମ୍ବା ଚଉଡା ବୃଦ୍ଧ। ଚାଲି ପାରୁଛି, ସ୍ପଷ୍ଟ ଭାବେ କଥା କହି ପାରୁଛି…

"ବଂଚିରହିଛି ସ୍ୱାଧିନତା ସଂଗ୍ରାମୀଙ୍କର ସ୍ୱର"

ଋଣ କବଳରେ କବଳିତ ମଣିଷ : ବାଧ୍ୟହୁଏ ଆତ୍ମହତ୍ୟା ପାଇଁ

– ଜଗଦୀଶ ସୁନା ମଣିଷ ବଂଚିବା ସାଙ୍ଗକୁ ପରିବାର ପ୍ରତିପୋଷଣ କରିବା ପାଇଁ ରୋଜଗାର କରିବାକୁ ପଡିଥାଏ ତତ୍ ସଙ୍ଗେ ସଙ୍ଗେ ଅର୍ଥର ନିଅଂଟ ହେଲେ ମଣିଷ କୁ ବାଧ୍ୟ କରାଇଥାଏ ଋଣ ନେବାପାଇଁ। ଋଣ ମହାଜନ ଠାରୁ ହେଉ ବା ଆତ୍ମିୟ ସ୍ୱଜନଙ୍କ ଠାରୁ ହେଉ ସେମାନଙ୍କ ଠାରୁ ନେବାକୁ ପଡିଥାଏ ଋଣ ତା ବଦଳରେ ସତକଡା ତିନି ରୁ ପାଂଚ ଟଙ୍କା ଦେବାକୁପାଡିଥାଏ। ଯଦି ଟଙ୍କା ର ମାତ୍ରା ଉର୍ଦ୍ଧ ହୁଏ ତେବେ ସତକଡା ଏକ ଟଙ୍କା ରୁ ଦୁଇଟଙ୍କା ଦେବାକୁ ପଡିଥାଏ କିନ୍ତୁ ଚାଷୀଋଣ ସବୁଠାରୁ ନିଆରା। ଯାହାକି ଚାଷୀ ଭାଇ ମାନଙ୍କୁ ନେବାକୁପଡିଥାଏ ସ୍ଥାନୀୟ ସେବା ସମବାୟ ବ୍ୟାଙ୍କ କିମ୍ବା…

"ଋଣ କବଳରେ କବଳିତ ମଣିଷ : ବାଧ୍ୟହୁଏ ଆତ୍ମହତ୍ୟା ପାଇଁ"

କଳାପାଣିରେ କଳାଦିନ: ଚାଷି ଆତ୍ମହତ୍ୟାର ମୂଲ କାରଣ ଓ ନିରାକରଣ ମାଧ୍ୟମ

ଜଗଦୀଶ ସୁନା, ବଙ୍ଗୋମୁଣ୍ଡା ଏନ୍.ଏଫ୍.ଆଇ. ମିଡିଆ ଫେଲୋ ଭାରତ କୃଷି ପ୍ରଧାନ ଦେଶ । ଏହି ଦେଶରେ ଶତକଡା ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର ହୋଇ ରହନ୍ତି । ବର୍ଷ ଶାରା ଖରା, ବର୍ଷା, ଶୀତ ସହ ଯୁଝୀ ବେଶ ଦୁଇ ପଇସା ରୋଜଗାର କରି ନିଜ ପରିବାର କୁ ପ୍ରତିପୋଷଣ କରିଥାନ୍ତି । ଏହି କୃଷି ପ୍ରଧାନ ଦେଶ ରେ ପୂର୍ବରୁ ରୁ ଚାଷି ଭାଇ ମାନେ ଯେତ କଷ୍ଟ ହେଲେ ମଧ୍ୟ ଆନନ୍ଦ ର ସହ ଚାଷ କରି ପେଟ ପାଟଣା କରୁଥିବା ର ଆବାହାନ କାଳରୁ ଉଦାହରଣ ହୋଇ ରହିଛନ୍ତି । ହେଲେ ଗତ ଦୁଇ ତିନି ବର୍ଷ…

"କଳାପାଣିରେ କଳାଦିନ: ଚାଷି ଆତ୍ମହତ୍ୟାର ମୂଲ କାରଣ ଓ ନିରାକରଣ ମାଧ୍ୟମ"