ତୁରେକେଲା ପୋଲିସଦ୍ୱାରା ପୁଣି ଦାଦନ ଚଢଉ-ଦାଦନ ସର୍ଦ୍ଦାର ଫେରାର ୧୪ମହିଳା, ୨୧ ପୁରୁଷ ସହ ୧୦ନାବାଳକ ଉଦ୍ଧାର

କଂଟାବାଂଜି ୩୧-୧୦ (ଓଡ଼ିଆ ପୁଅ/ଗୁରୁଦୟାଲ ହଂସ)-ତୁରେକେଲା ପୋଲିସଦ୍ୱାରା ପେଟ୍ରୋଲିଂଗ ବେଳେ ମଂଗଲବାର ଭୋର ସକାଳ ୫ଟାବେଳେ ତୁରେକେଲା ଷ୍ଟେସନ ପରିସରରୁ ୪୫ ଜଣ ଶ୍ରମିକ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଦାଦନ ଶ୍ରମିକ ମଧ୍ୟରୁ ୨୧ଜଣ ପୁରୁଷ, ୧୪ଜଣ ମହିଳା ଏବଂ ୧୦ଜଣ ଶିଶୁ ରହିଛନ୍ତି। ଚଢଉ ବେଳେ ଦାଦନ ସର୍ଦ୍ଧାର ଫେରାର ହୋଇଛି। ଏହି ଦାଦନ ଶ୍ରମିକମାନେ ଇଟା ଗଢିବା ପାଇଁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟକୁ ଦାଦନ ସର୍ଦ୍ଧାର ଦ୍ୱାରା ଚାଲାଣ ହେଉଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇଲା ପରେ ତୁରେକେଲା ପୋଲିସଦ୍ୱାରା ଚଢଉ କରାଯାଇ ଉଦ୍ଧାର ଦାଦନ ଶ୍ରମିକ ମାନଙ୍କୁ ଥାନାକୁ ଅଣା ଯାଇଥିଲା। ଥାନାରେ ଏକ ଖବରଦାତା ସମ୍ମିଳନୀରେ ସ୍ଥାନୀୟ…

"ତୁରେକେଲା ପୋଲିସଦ୍ୱାରା ପୁଣି ଦାଦନ ଚଢଉ-ଦାଦନ ସର୍ଦ୍ଦାର ଫେରାର ୧୪ମହିଳା, ୨୧ ପୁରୁଷ ସହ ୧୦ନାବାଳକ ଉଦ୍ଧାର"

ବେଆଇନ ଦାଦନ ଚାଲାଣ ଚଢଉରୁ ୫୦ଜଣ ପୁରୁଷ, ୨୦ଜଣ ମହିଳା, ୧୮ଜଣ ନାବାଳିକା, ନାବାଳକ ଉଦ୍ଧାର

କଂଟାବାଂଜି ରେଲବାଇ ଷ୍ଟେସନ ପରିସରରେ ପୋଲିସର ଅତର୍କିତ ଚଢାଉ-୫ଜଣ ଦାଦନ ସର୍ଦ୍ଧାର ଓ ସହଯୋଗୀ କୋର୍ଟ ଚାଲାଣ କଂଟାବାଂଜି, ୧୭/୧୦ (ଓଡ଼ିଆ ପୁଅ/ଗୁରୁଦୟାଲ ହଂସ)- ଓଡିଶାର ଦାଦନ ରାଜଧାନୀ ବୋଲଉଥିବା କଂଟାବାଂଜି ରେଲବାଇ ଷ୍ଟେସନ ପରିସରରୁ ରବିବାର ରାତି ୧୧ଟାରେ ବଲାଙ୍ଗିର ସ୍କ୍ୱାଆର୍ଡ ଓ କଂଟାବାଂଜି ପୋଲିସ ମିଳିତଭାବେ ଚଢଉ କରି ୮୮ଜଣ ବେଆଇନ ଚାଲାଣ ହେଉଥିବା ଦାଦନ ଶ୍ରମିକ କୁ ଉଦ୍ଧାର କରିଛି। ସୋମବାର ସକାଳୁ କଂଟାବାଂଜି ଏସ.ଡି.ପି.ଓ.ପ୍ରଫୁ୍ଲ୍ଲ କୁମାର ମିଶ୍ର, ସବ୍ ଇନ୍ସପେକ୍ଟର ଶ୍ରୀମତି ରୁନୁକୁମାରୀ ମାଝୀ, ସବ୍ ଇନ୍ସପେକ୍ଟର ସରୋଜ ରଂଜନ ରଥ ଓ ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ଦେବପ୍ରସାଦ ମହାନ୍ତି ଅଧିକ ଛାନବିନ୍ କରି ବେଆଇନ ଚାଲାଣ କରୁଥିବା…

"ବେଆଇନ ଦାଦନ ଚାଲାଣ ଚଢଉରୁ ୫୦ଜଣ ପୁରୁଷ, ୨୦ଜଣ ମହିଳା, ୧୮ଜଣ ନାବାଳିକା, ନାବାଳକ ଉଦ୍ଧାର"

ବେଆଇନ ଦାଦନ ଚାଲାଣ ଚଢଉରୁ ୫୦ଜଣ ପୁରୁଷ, ୨୦ଜଣ ମହିଳା, ୧୮ଜଣ ନାବାଳିକା, ନାବାଳକ ଉଦ୍ଧାର

କଂଟାବାଂଜି ରେଲବାଇ ଷ୍ଟେସନ ପରିସରରେ ପୋଲିସର ଅତର୍କିତ ଚଢାଉ-୫ଜଣ ଦାଦନ ସର୍ଦ୍ଧାର ଓ ସହଯୋଗୀ କୋର୍ଟ ଚାଲାଣ କଂଟାବାଂଜି ୧୬-୧୦ (ଓଡ଼ିଆ ପୁଅ/ଗୁରୁଦୟାଲ ହଂସ)- ଓଡିଶାର ଦାଦନ ରାଜଧାନୀ ବୋଲଉଥିବା କଂଟାବାଂଜି ରେଲବାଇ ଷ୍ଟେସନ ପରିସରରୁ ରବିବାର ରାତି ୧୧ଟାରେ ବଲାଙ୍ଗିର ସ୍କ୍ୱାଆର୍ଡ ଓ କଂଟାବାଂଜି ପୋଲିସ ୮୮ଜଣ ବେଆଇନ ଚାଲାଣ ହେଉଥିବା ଦାଦନ ଶ୍ରମିକ କୁ ପୋଲିସ ଧରି ଅଟକ କରିଛି। ସୋମବାର ସକାଳୁ କଂଟାବାଂଜି ଏସ.ଡି.ପି.ଓ.ପ୍ରଫୁ୍ ଲ୍ଲ କୁମାର ମିଶ୍ର, ସବ୍ ଇନ୍ସପେକ୍ଟର ଶ୍ରୀମତି ରୁନୁକୁମାରୀ ମାଝୀ, ସବ୍ ଇନ୍ସପେକ୍ଟର ସରୋଜ ରଂଜନ ରଥ ଓ ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ଦେବପ୍ରସାଦ ମହାନ୍ତି ଅଧିକ ଛାନବିନ୍ କରି ବେଆଇନ ଚାଲାଣ କରୁଥିବା…

"ବେଆଇନ ଦାଦନ ଚାଲାଣ ଚଢଉରୁ ୫୦ଜଣ ପୁରୁଷ, ୨୦ଜଣ ମହିଳା, ୧୮ଜଣ ନାବାଳିକା, ନାବାଳକ ଉଦ୍ଧାର"

ଏନ.ଏ.ସି.ର ଏକମାତ୍ର ବନ୍ଧ ଜବର ଦଖଲ- ଶତାଧିକ ଘରୋଇ ଶୌଚାଳୟର ପାଣି ବନ୍ଧକୁ ସଂଯୋଗ, ପାଣି ଦୂଷିତ -ବ୍ୟବହାର ଅନୁପଯୋଗୀ

କଂଟାବାଂଜି ୧୪/୧୦ (ଓଡ଼ିଆ ପୁଆ/ଗୁରୁଦୟାଲ ହଂସ)-  କଂଟାବାଂଜି ପୌରାଂଚଳଟି ୧୬ଗୋଟି ୱାର୍ଡକୁ ନେଇ ଗଠିତ। ଏହି ସହରର ଜନସଂଖ୍ୟା ୨୦୧୧ମତେ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ। ଏହି ସହରରେ ବସବାସ କରୁଥିବା ବାସିନ୍ଧାଙ୍କ ପିଇବା ପାଣି ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଶ୍ରମପଡା, ବଲାଙ୍ଗିର ରୋଡ ଓ ଗୁଡିଘାଟ ରୋଡସ୍ଥିତ ଡିପ୍ ବୋରୱେଲ୍ ରୁ ପାଣି ସହରକୁ ଯୋଗାଇ ଦିଆଯାଇଥାଏ। ସହରର ଜନସାଧାରଣଙ୍କ ଗାଧେଇବା ପାଇଁ ରେଲବାଇର ଏକ ବିରାଟ ପୋଖରୀ ସାଗର ଓ ଏନ.ଏ.ସି.ର ଏକମାତ୍ର ପୋଖରୀ ବନ୍ଧ ୱାର୍ଡ ନଂବର ୧୨ ବଙ୍ଗୋମୁଣ୍ଡା ରେଲ ଫାଟକ ନିକଟରେ ରହିଛି। ରେଲବାଇର ବିସ୍ତିର୍ଣ୍ଣ ଶହ ଶହ ଏକର ପରିବ୍ୟାପ୍ତ ସାଗରଟି ସହରର ମଇଳା ପାଣିଦ୍ୱାରା…

"ଏନ.ଏ.ସି.ର ଏକମାତ୍ର ବନ୍ଧ ଜବର ଦଖଲ- ଶତାଧିକ ଘରୋଇ ଶୌଚାଳୟର ପାଣି ବନ୍ଧକୁ ସଂଯୋଗ, ପାଣି ଦୂଷିତ -ବ୍ୟବହାର ଅନୁପଯୋଗୀ"

ପୋଲିସ ସମିତି ବୈଠକରେ ଆଇ.ଆଇ.ସି.ଙ୍କୁ ବିଦାୟ ସମ୍ବର୍ଦ୍ଧନା-

କଂଟାବାଂଜି- (ଓଡିଆ ପୁଅ/ଗୁରୁଦୟାଲ ହଂସ) –କଂଟାବାଂଜି ପୋଲିସ ସମିତିର ଜୁନ ମାସର ବୈଠକ ପୋଲିସ ଅଭ୍ୟର୍ଥନା କକ୍ଷରେ ଆଜି ସଂଧ୍ୟା ସାଢେ ଛଅଟାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଥାନା ଆଇ.ଆଇ.ସି.ଶ୍ରୀ ଜ୍ୟୋର୍ତିମୟ ଭୁକ୍ତ ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ସର୍ବ ପ୍ରଥମେ କଂଟାବାଂଜି ସହରାଂଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଛି । ଆଲୋଚନା ମଧ୍ୟରେ କାର୍ଯ୍ୟରତ ଥାନାଧିକାରୀ ଶ୍ରୀ ଭୁକ୍ତା ନିଜର ବଦଳି ହୋଇଥିବା ଉପରେ ପ୍ରକାଶ କରିଛନ୍ତି । ଏପରିକି ନିଜର ୩ବର୍ଷର ରହଣି ମଧ୍ୟରେ ଆଲୋଚନା,ପର୍ଯ୍ୟାଲୋଚନା ଏପରିକି ସମାଲୋଚନା କରାଯାଇଛି । ତାଙ୍କର ୩ବର୍ଷର କାର୍ଯ୍ୟକାଳ ଅନ୍ୟ ଥାନାଧିକାରୀଙ୍କଠାରୁ ବେଶ ପ୍ରଂଶନୀୟ ହେବା ସହ ସହରରେ ଭାଇଚାର ସୃଷ୍ଟି…

"ପୋଲିସ ସମିତି ବୈଠକରେ ଆଇ.ଆଇ.ସି.ଙ୍କୁ ବିଦାୟ ସମ୍ବର୍ଦ୍ଧନା-"

ତୁରେକେଲା ବ୍ଲକରେ ପୁଣି ଦୁର୍ନିତି ଅଭିଯୋଗ- ସଦର ବ୍ଲକ ପଂଚାୟତ ହେଡକ୍ୱାର୍ଟରରେ ଅଭିଯୋଗ ଆଣିଲେ ପଂଚାୟତ ପ୍ରତିନିଧି

କଂଟାବାଂଜି- (ଓଡିଆ ପୁଅ/ଗୁରୁଦୟାଲ ହଂସ) –ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକରେ ବିଭିନ୍ନ ସରକାରୀ ଯୋଜନାରେ ଦୁର୍ନିତି ହେଉଥିବା ନେଇ ଅଭିଯୋଗ ହୋଇ ଆସିଛି। କିଛି ଦିନ ତଳେ ବ୍ଲକରେ ଦୁର୍ନିତି ହେଉଥିବା ଏବଂ ସବୁ ଯୋଜନାରେ ପି.ସି. କର୍ମଚାରୀମାନେ ନେଉଥିବା ଅଭିଯୋଗ ଉପରେ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ବ୍ଲକ ଘେରାଉ ହୋଇଥିଲା। ଏହି ଘେରାଉ ବେଳେ ବ୍ଲକର ବର୍ତମାନ ଅଧ୍ୟକ୍ଷା ଶ୍ରୀମତୀ ଅନୁ ଭୋଇ, ଉପାଧ୍ୟକ୍ଷା ଶ୍ରୀମତୀ ନୌକେଶି ସିପ୍କା ସହ ତାଙ୍କ ସମର୍ଥକମାନେ ବ୍ଲକ ଅଫିସ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ଏପରିକି ନିର୍ବାଚିତ ପ୍ରତିନିଧିମାନେ ବ୍ଲକରେ ଦୁର୍ନିତି କରାଇ ନ ଦେବା। ପି.ସି. ନ ଦେବା ଓ ନ ନେବା…

"ତୁରେକେଲା ବ୍ଲକରେ ପୁଣି ଦୁର୍ନିତି ଅଭିଯୋଗ- ସଦର ବ୍ଲକ ପଂଚାୟତ ହେଡକ୍ୱାର୍ଟରରେ ଅଭିଯୋଗ ଆଣିଲେ ପଂଚାୟତ ପ୍ରତିନିଧି"

ରେଲବାଇ ଜମିରେ ଥିବା ଶାଗୁଆନ ପ୍ଲାଂଟେସନର ଗଛ ଅବାଧରେ ଚାଲିଛି କଟା-ପ୍ରଶାସନର ନିଘା ନାହିଁ

କଂଟାବାଂଜି- (ଓଡିଆ ପୁଅ/ଗୁରୁଦୟାଲ ହଂସ) – ପୂର୍ବତଟ ରେଲୱେ ସମ୍ବଲପୁର ଡିଭିଜନର କଂଟାବାଂଜିରେ ଶହ ଶହ ଏକର ରେଲୱେ ଜମି ଅକାମି ହୋଇପଡିଛି । ଅକାମି ହୋଇ ପଡିଥିବା ଜମିକୁ କେନ୍ଦ୍ର ସରକାର ଏଠାରେ ଯୋଜନା ପରେ ଯୋଜନା କରିଛି ହେଲେ କାର୍ଯ୍ୟକାରୀ ହୋଇ ପାରି ନାହିଁ । ବିଭିନ୍ନ ବଜେଟରେ ମଧ୍ୟ ଉନ୍ନୟନ କାର୍ଯ୍ୟ ପାଇଁ ସ୍ଥାନ ପାଇଛି ହେଲେ କୌଣସି କାର୍ଯ୍ୟ ପାଇଁ ଇଟା ଖଣ୍ଡେ ପଡି ନାହିଁ । କେବଳ ରେଲ ପ୍ରଶାସନର ନାଳି ଫିତା ତଲେ ପଡି ରହିଛି । ଉନ୍ନୟନ କାମ ନ ହେବାରୁ ସ୍ଥାନୀୟ ପ୍ରଶାସନଦ୍ୱାରା ଶହ ଶହ ଏକର ଜମିରେ ଶାଗୁଆନ ପ୍ଲାଂଟେସନ କରିଛି ।…

"ରେଲବାଇ ଜମିରେ ଥିବା ଶାଗୁଆନ ପ୍ଲାଂଟେସନର ଗଛ ଅବାଧରେ ଚାଲିଛି କଟା-ପ୍ରଶାସନର ନିଘା ନାହିଁ"

ରେଲ ଦୋହରୀ କରଣ ଏବଂ ରାସ୍ତା ନିର୍ମାଣ ଯୋଗୁଁ ଜବର ଦଖଲକାରୀଙ୍କୁ ରେଲୱେ ଜମିରୁ ଉଛେଦ- ପ୍ରଥମ ପର୍ଯ୍ୟାୟରେ ୮୩ଟି ପରିବାର ବେସାହାରା – ଘରଡିହ ଏବଂ ପଲିଥିନ ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ

କଂଟାବାଂଜି ୨୩/୬ (ଓଡିଆ ପୁଅ/ଗୁରୁଦୟାଲ ହଂସ)-ରେଲବାଇ ଜମିରେ ଜବର ଦଖଲ କରି ରହିଥିବା ପରିବାରକୁ ରେଲବାଇଦ୍ୱାରା ଉଛେଦ କରାଯାଇଛି। ଉଛେଦ ପରେ ସେମାନେ ବିଭିନ୍ନ ଅସୁବିଧା ସହ ରହୁଛନ୍ତି। ଏପରିକି ବର୍ଷା ଦିନ କାରଣରୁ ଘର ଡିହ ନ ଥିବା ଊଛେଦ ପରିବାର ଗୁରୁବାର ଦିନ ତହସିଲଦାରଙ୍କ ପାଖରେ ସରକାରୀ ସାହାର୍ଯ୍ୟ ପାଇଁ ଦ୍ୱାରସ୍ଥ ହୋଇଛନ୍ତି। ପୂର୍ବତଟ ରେଲବାଇ ସମ୍ବଲପୁର ଡିଭିଜନର ଟିଟିଲାଗଡ-ରାଏପୁର ସେକ୍ସନରେ ରେଲ ଦୋହରିକରଣ କାମ ଚାଲିଛି। ଏହି ସେକ୍ସନର ବିଭିନ୍ନ ଷ୍ଟେସନରେ ଥିବା ରେଲବାଇ ଜମିକୁ ଜବର ଦଖଲ କରି ରହିଥିବା ଲୋକଙ୍କୁ ଉଛେଦ କରି ଉନ୍ନୟନ କାମ ରେଲୱେ ବିଭାଗ କରୁଛି। କଂଟାବାଂଜିରେ ମଧ୍ୟ ରେଲବାଇ ଜମିର ଜବର ଦଖଲକାରୀଙ୍କୁ…

"ରେଲ ଦୋହରୀ କରଣ ଏବଂ ରାସ୍ତା ନିର୍ମାଣ ଯୋଗୁଁ ଜବର ଦଖଲକାରୀଙ୍କୁ ରେଲୱେ ଜମିରୁ ଉଛେଦ- ପ୍ରଥମ ପର୍ଯ୍ୟାୟରେ ୮୩ଟି ପରିବାର ବେସାହାରା – ଘରଡିହ ଏବଂ ପଲିଥିନ ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ"

କଂଟାବାଂଜିରେ ବିଶ୍ୱ ଯୋଗ ଦିବସ

କଂଟାବାଂଜି, ୨୨/୬ (ଓଡିଆ ପୁଅ/ଗୁରୁଦୟାଲ ହଂସ)- ଯୋଗ ମହୋତ୍ସବ ସମିତି ଆନୁକଲ୍ୟରେ ସ୍ଥାନୀୟ ହରି ଭବନ ସମ୍ମୁଖରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇ ଯାଇଛି। ଯୋଗ ଗୁରୁ ତଥା ଭାରତୀୟ ଜନତା ପାର୍ଟିର ଯୋଗ ବିସ୍ତାର କାର୍ଯ୍ୟକ୍ରମର ଜିଲ୍ଲା ସହ ସଂଯୋଜକ ସୁରଥ ବେହେରା ଯୋଗ ସଂଚାଳନ କରିଥିବା ବେଳେ ପ୍ରଭାତ ଶାଖାର ସ୍ୱୟଂ ସେବକ ସୁଦର୍ଶନ ବେହେରା ଓ ବୀଣାପାଣୀ ଛତ୍ରିଆ ଯୋଗ କ୍ରିୟା ପ୍ରଦର୍ଶନ କରିଥିଲେ। ଉତ୍ସବରେ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସାମିଲ ହୋଇ ଥିଲେ। କାର୍ଯ୍ୟକ୍ରମକୁ ଆର. ଏସଏସ, ସରସ୍ୱତୀ ଶିଶୁ ମଂନ୍ଦିର, ବିଶ୍ୱ ହିଂନ୍ଦୁ ପରିଷଦ, ଯୋଗ ସମିତି, ବହୁ ସମାଜିକ ଅନୁଷ୍ଠାନ ସହ ବିଜେପିର କାର୍ଯ୍ୟ…

"କଂଟାବାଂଜିରେ ବିଶ୍ୱ ଯୋଗ ଦିବସ"

ତୁରେକେଲା ବ୍ଲକ କୃଷକ ମୋର୍ଚ୍ଚାର ୫ଦଫା ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ

କଂଟାବାଂଜି ୨୧-୬ (ଓଡିଆ ପୁଅ/ଗୁରୁଦୟାଲ ହଂସ)- ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର କୃଷକ ମୋର୍ଚ୍ଚାଦ୍ୱାରା ୫ଦଫା ଦାବିପତ୍ର କଂଟାବାଂଜି ତହସିଲଦାର ଶ୍ରୀ ସୁବାଷ ଚନ୍ଦ୍ର ସେଠିଆଙ୍କୁ ବୁଧବାର ପୂର୍ବାହ୍ନରେ ଦିଆଯାଇଛି। ଏହି ଦାବିପତ୍ରଟି ଓଡିଶାର ରାଜ୍ୟପାଲଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି। ୫ଦଫା ଦାବି ମଧ୍ୟରେ ଗତ ଖରିଫ ଋତୁରେ ଅନିୟମିତ ବର୍ଷା କାରଣରୁ ବ୍ଲକର ୧୯ଟି ପଂଚାୟତରୁ କେବଳ ୫ଟି ପଂଚାୟତବାସୀଙ୍କୁ ପ୍ରଧାନମନ୍ତ୍ରୀ କୃଷି ବୀମା ଦିଆଯାଇଛି। ଅନ୍ୟ ୧୪ଟି ପଂଚାୟତକୁ ସଂପୂର୍ଣ୍ଣଭାବେ ସାମିଲ କରାଯାଇ ନାହିଁ। ବ୍ଲକର ଅନ୍ୟ ପଂଚାୟତକୁ ମଧ୍ୟ ସାମିଲ ଦାବି। ଚାଷୀଙ୍କ ଜମିରେ ପାତାଲ ବୋରିଙ୍ଗ କରିବା ପାଇଁ ସରକାର କୋଡିଏ ହଜାର ଟଙ୍କା ନେଲେ କିନ୍ତୁ ଶତ ପ୍ରତିଶତ ଚାଷୀଙ୍କ…

"ତୁରେକେଲା ବ୍ଲକ କୃଷକ ମୋର୍ଚ୍ଚାର ୫ଦଫା ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ"