ଶିଳ୍ପପତି ମହିମା ମିଶ୍ରଙ୍କୁ ୨ଟି ମାମଲାରେ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

କଟକ ୧୬-୭ (ଓଡ଼ିଆ ପୁଅ/ଗୌରବ ଦାସ) ବିଭିନ୍ନ ମାମଲାରେ ଗିରଫ ହୋଇ ଜେଲରେ ଥିବା ଶିଳ୍ପପତି ମହିମା ମିଶ୍ରଙ୍କୁ ପାରାଦୀପ ତାରିଣୀଗଡା ଗୁଳିକାଣ୍ଡ ମାମଲା ଏବଂ କଟକ ପ୍ରେସ ଛକ ଅଭୟ ଭଟ୍ଟ ବୋମାମାଡ ମାମଲାରେ ହାଇକୋର୍ଟ ଶିଳ୍ପପତି ମହିମା ମିଶ୍ରଙ୍କୁ ସର୍ତମୂଳକ ଜାମିନ ଏହି ଜାମିନ୍ ମଞ୍ଜୁର କରିଛନ୍ତି। ଲକ୍ଷେ ଟଙ୍କା ଲେଖାଏଁ ୨ ଜଣ ଜାମିନଦାର ସହ ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ହାଇକୋର୍ଟଙ୍କ ସର୍ତ୍ତ ରହିଛି। ଜାମିନ ପରେ ମହିମା ମିଶ୍ରଙ୍କ ଜେଲରୁ ମୁକୁଳିବା ଆଶା କରାଯାଉଛି।

"ଶିଳ୍ପପତି ମହିମା ମିଶ୍ରଙ୍କୁ ୨ଟି ମାମଲାରେ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ"

ଘରେ ପଶି ବୃଦ୍ଧାଙ୍କୁ କାମୁଡିଲା ଭାଲୁ, ବୃଦ୍ଧା ଗୁରୁତର

ଅନୁଗୋଳ ୧୫-୭ (ଓଡ଼ିଆ ପୁଅ/ଗୌରବ ଦାସ) ଛେଣ୍ଡିପଦା ବ୍ଲକ ମାରୁଢିପ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭାଲୁ ଘରେପଶି ବୃଦ୍ଧାଙ୍କ ବେକକୁ କାମୁଡି ଦେଇଥିଲା। ଘଟଣାରୁ ଜଣାପଡିଛି ଯେ, ବୃଦ୍ଧା ଜଣକ ହେଲେ ଶୁକୁଟୁ ମାଝିଙ୍କ ସ୍ତ୍ରୀ ଗୋଟିକା ମାଝୀ (୬୫)। ସେ ଶନିବାର ରାତିରେ ଘର ବାରଣ୍ଡାରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ଭାଲୁ ଘର ଭିତରକୁ ପଶି ଆସି ବୃଦ୍ଧାଙ୍କ ବେକକୁ କାମୁଡି ଦେଇଥିଲା। ବୃଦ୍ଧାଙ୍କ ଚିତ୍କାର ଶୁଣି ଘର ଅନ୍ୟ ସଦସ୍ୟମାନେ ଉଠି ପାଟି କରିବାରୁ ଭାଲୁଟି ପଳାଇଯାଇଥିଲା। ଭାଲୁ କାମୁଡାରେ ଗୁରୁତର ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ତାଙ୍କର…

"ଘରେ ପଶି ବୃଦ୍ଧାଙ୍କୁ କାମୁଡିଲା ଭାଲୁ, ବୃଦ୍ଧା ଗୁରୁତର"

ଶୁଣିଲାନି ପ୍ରଶାସନ : ମା’ର ମୃତ୍ୟୁ ପରେ ଏବେ ଅସହାୟ ଭିନ୍ନକ୍ଷମ ସନ୍ୟାସି ପାତ୍ର

ଭଂଜନଗର ୧୫/୭ (ଓଡ଼ିଆ ପୁଅ/ଗୌରବ ଦାସ) ଭଞ୍ଜନଗର ଠାରୁ ବ୍ରହ୍ମପୁର ରାସ୍ତାରେ ପଡ଼େ ସୋମନାଥ ପଲ୍ଲୀ। ଭଞ୍ଜନଗର ଠାରୁ ସୋମନାଥ ପଲ୍ଲୀର ଦୁରତା ୧୦ କିଲୋମିଟର। ଏହି ସୋମନାଥ ପଲ୍ଲୀ ଗ୍ରାମରେ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ସନ୍ୟାସି ପାତ୍ର ଥାନା -ଗାଙ୍ଗପୁର, ବ୍ଲକ- ବେଲଗୁଣ୍ଠା।ପିତା ୰ଦଣ୍ଡପାଣି ପାତ୍ର ଓ ମାତା ୰ଲକ୍ଷ୍ମୀ ପାତ୍ର। ଅତି ଅସହାୟ ଅବସ୍ଥାରେ ଏକ ଭଙ୍ଗାଦଦରା ଘରେ ପଡିରହିଛନ୍ତି ସମ୍ପୂର୍ଣ୍ଣ ବିକଳାଙ୍ଗ ସନ୍ୟାସି। ତାର ଡହ ଡହ ଆଖିକୁ ଦେଖିଲେ ଲାଗୁଚି ସତେ ଯେମିତି ସେ ବଞ୍ଚିବାର ଆଶା ରଖିଛି। ତିନି ମାସ ହେବ ତାର ମା’ ତା ହାତ ଛାଡି ଆରପାରିକୁ ଚାଲିଯାଇଛି। ଏହି ଭଳି ଅସହାୟ ମାନଙ୍କ ପାଇଁ ସରକାରଙ୍କ…

"ଶୁଣିଲାନି ପ୍ରଶାସନ : ମା’ର ମୃତ୍ୟୁ ପରେ ଏବେ ଅସହାୟ ଭିନ୍ନକ୍ଷମ ସନ୍ୟାସି ପାତ୍ର"

ଭବନେଶ୍ବର – କାର ଡ୍ରାଇଭରଙ୍କୁ ମରଣାତ୍ମକ ଆକ୍ରମଣ କରି କାର ଲୁଟ

ଭବନେଶ୍ବର ୫-୭ (ଓଡ଼ିଆ ପୁଅ/ଗୌରବ ଦାସ) କାର ଡ୍ରାଇଭରଙ୍କୁ ମରଣାତ୍ମକ ଆକ୍ରମଣ କରି କାର ଲୁଟ। ଖଣ୍ଡଗିରି ତପୋବନ ଛକରେ ବିଲମ୍ବିତ ରାତିର ଘଟଣା। ଭଡାରେ ଯିବା ବାହାନାରେ କାର ଲୁଟିଲେ ନେଇଛନ୍ତି ଦୁଇ ଦୁର୍ବୁତ୍ତ। ଡ୍ରାଇଭରଙ୍କ ଟଙ୍କା ଓ ମୋବାଇଲ ଲୁଟିଥାବା ଖବର ମିଳିଛି। ଗୁରୁତର ଅବସ୍ଥାରେ ଡ୍ରାଇଭର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

"ଭବନେଶ୍ବର – କାର ଡ୍ରାଇଭରଙ୍କୁ ମରଣାତ୍ମକ ଆକ୍ରମଣ କରି କାର ଲୁଟ"

କୋଚିଂ ସେଣ୍ଟର ଶିକ୍ଷକ ଦରମା ମାଗିବାରୁ ଶିକ୍ଷକଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣାରେ ପୋଲିସ୍ ତଦନ୍ତ ଆରମ୍ଭ

ଭୁବନେଶ୍ବର ୩୦ ଜୁନ୍ ୨୦୧୮ (ଓଡ଼ିଆ ପୁଅ/ଗୌରବ ଦାସ) ନୟାଗଡ଼ ଜିଲ୍ଲା କଣ୍ଟିଲୋରେ ଥିବା ଏକ କୋଚିଂ ସେଣ୍ଟର ମାଲିକ କୋଚିଂ ସେଣ୍ଟରର ଶିକ୍ଷକଙ୍କୁ ଅକଥନୀୟ ନିର୍ଯାତନା ଦେବା ତଥା ଦରମା ମାଗିବାରୁ ଶିକ୍ଷକଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ସହ ଏହାକୁ ମୋବାଇଲ୍‌ରେ ସୁଟିଂ କରି ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ କରିଥିବା ନେଇ ଅଭିଯୋଗ ହୋଇଛି। କଣ୍ଟିଲୋରେ ଥିବା ଏକ କୋଚିଂ ସେଣ୍ଟର ମାଲିକଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ସେଠି ପଢ଼ାଉଥିବା ଜଣେ ଇଂରାଜୀ ଶିକ୍ଷକ। ଗତ ୫ ତାରିଖରେ ଘଟିଥିବା ଏହି ଘଟଣା ସଂପର୍କରେ ସଂପୃକ୍ତ ଶିକ୍ଷକ ଜଣଙ୍କ ଖଣ୍ଡପଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।…

"କୋଚିଂ ସେଣ୍ଟର ଶିକ୍ଷକ ଦରମା ମାଗିବାରୁ ଶିକ୍ଷକଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣାରେ ପୋଲିସ୍ ତଦନ୍ତ ଆରମ୍ଭ"

ପ୍ରେମ ଦେଖେନା କିଏ ନିଜର କିଏ ପର … ହଉ ହଉ ହେଇଯାଏ

ଅନୁଗୋଳ ୨୮-୬ (ଓଡ଼ିଆ ପୁଅ/ଗୌରବ ଦାସ) ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଦେଖାଯାଇଛି ଏକ ପ୍ରେମ କାହାଣୀ। ତାହା କୋଣସି ମଣିଷର ପ୍ରେମ କାହାଣୀ ନୁହଁ। ମଧ୍ୟପ୍ରଦେଶ କାହ୍ନାରୁ ଆସିଥିବା ମହାବଳ ବାଘ ଓଡ଼ିଶାର ବାଘୁଣୀ ସାଙ୍ଗରେ ହୋଇଯାଇଛି ପ୍ରେମ। ପ୍ରେମ ମାନିନଥାଏ ଜାତି, ଧର୍ମ, ବର୍ଣ୍ଣ। ତାହା ପ୍ରମାଣ କରିଛନ୍ତି ସାତକୋଶିଆର ବାଘୁଣୀ ଓ ବାଘ। ଏନକ୍ଲୋଜୋର ଚାରିପଟେ ଘୁରି ବୁଲୁଛି ବାଘୁଣୀ। ୪ବର୍ଷର ଯୁବା ବାଘକୁ ଦେଖି ଆଖିରେ ଆଖି ମିଶାଇ ବାକୁଚେଷ୍ଟା କରୁଛି ବାଘୁଣୀ। ସାତକୋଶିଆ ଏହି ପ୍ରେମ କାହାଣୀ ମନେ ପକାଇ ଦେଉଛି ନନ୍ଦନକାନନ ନନ୍ଦନ ଓ ସାରାର ପ୍ରେମ କାହାଣୀକୁ। ସାରା ପ୍ରେମରେ ଆକୃଷ୍ଟ ହୋଇ ସାତକୋଶିଆ ଅଭୟାରଣ୍ୟରୁ ନନ୍ଦନ…

"ପ୍ରେମ ଦେଖେନା କିଏ ନିଜର କିଏ ପର … ହଉ ହଉ ହେଇଯାଏ"

ମୌସୁମୀ ବର୍ଷାରେ ଭିଜିଲା ସାରା ଓଡିଶା : ଆଗକୁ ପ୍ରବଳ ବର୍ଷିବ

ଭୁବନେଶ୍ବର ୨୮ ଜୁନ୍ ୨୦୧୮ (ଓଡ଼ିଆ ପୁଅ/ଗୌରବ ଦାସ) ମୌସୁମୀ ବର୍ଷାରେ ଭିଜିଲା ସାରା ଓଡିଶା। ଉପକୂଳ ଓ ଉତ୍ତର ଓଡିଶାରେ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଛି। ଏବେବି ଅନେକ ସ୍ଥାନରେ ଝିପ୍ ଝିପ୍ ବର୍ଷା ଲାଗି ରହିଛି। ବିଶେଷ କରି ୧୬ଟି ଜିଲ୍ଲାକୁ ସଂପୂର୍ଣ୍ଣ ଭାବେ ମୌସୁମୀ ଛୁଇଁଛି। ତେବେ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଘରେ ପାଣି ପଶିଯାଇଛି। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ବୋହୁଛି। ସେପଟେ ବିଶ୍ୱ ପ୍ରସିଦ୍ଧ କୋଣାର୍କରେ ବର୍ଷା ପାଣି ଜମି ରହିଛି। ଫଳରେ ପର୍ଯ୍ୟଟକ ହନ୍ତସନ୍ତ ହୋଇଛନ୍ତି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆହୁରି ୨୪ ଘଂଟା ଯାଏଁ ଏଭଳି ବର୍ଷା…

"ମୌସୁମୀ ବର୍ଷାରେ ଭିଜିଲା ସାରା ଓଡିଶା : ଆଗକୁ ପ୍ରବଳ ବର୍ଷିବ"

ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ସର୍ତମୂଳକ ଜାମିନ

କଟକ ୨୬-୬ (ଓଡ଼ିଆ ପୁଅ/ଗୌରବ ଦାସ) ହାଇକୋର୍ଟ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଦେଇଛନ୍ତି ସର୍ତମୂଳକ ଜାମିନ। ୨୫ ଲକ୍ଷ ଟଙ୍କାର ଜମା ରାଶି ସହ ୫ ଲକ୍ଷ ଟଙ୍କା ୨ ଜଣ ଜାମିନଦାରରେ ମିଳିଛି ଜାମିନ୍। ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ପ୍ରଭାତ ବିଶ୍ୱାଳ। ସୂଚନାଯୋଗ୍ୟଯେ,ହାଇକୋର୍ଟ, ଗତ ଏପ୍ରିଲ ୨୫ରୁ ୨ ମାସ ପାଇଁ ସର୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଆଜି ଠିକ ୨ ମାସ ପୁରୁଥିବାରୁ ଜାମିନ ଆବେଦନର ଶୁଣାଣି ଥିଲା। ଜାମିନ ପାଇବା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଭାତ। ଏହା ସହ ଆରୋଗ୍ୟ କାମନା କରୁଥିବା ଲୋକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

"ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ସର୍ତମୂଳକ ଜାମିନ"

ଟ୍ରେନରେ କଟି ଅଜଣା ଯୁବକଙ୍କ ଗଣ୍ଡି ମୁଣ୍ଡ ଅଲଗା

ଭୁବନେଶ୍ୱର ୨୫-୬ (ଓଡ଼ିଆ ପୁଅ/ଗୌରବ ଦାସ) ଆଜି ସକାଳ ପ୍ରାୟ ୯ଟା ସମୟରେ ଭୁବନେଶ୍ୱର ପଟିଆ ରେଳ ଲାଇନରେ ଟ୍ରେନରେ କଟି ଜଣେ ଅଜଣା ଯୁବକଙ୍କ ଗଣ୍ଡି ଠାରୁ ମୁଣ୍ଡ ଅଲଗା ହୋଇଥିବା ଦେଖିବାକୁ ମିଳିଛି। ଖବର ପାଇ ପ୍ରଦୀପ ସେବା ଟ୍ରଷ୍ଟର ସଭାପତି ଶ୍ରୀ ପ୍ରଦୀପ ପୃଷ୍ଟି ଓ ଶବର ସାଥି ତଥା ଟ୍ରଷ୍ଟର ସମ୍ପାଦିକା ଶ୍ରୀମତି ଋତୁରାଣୀ ସାସମଲ ଜି.ଆର.ପି ପୋଲିସ ଉପସ୍ଥିତରେ ଶବକୁ ଉଦ୍ଧାର କରି ୬ ନଂ ଚିକିତ୍ସାଳୟକୁ ପଠାଇ ଥିଲେ, ଟ୍ରେନରେ କଟି ମୁଣ୍ଡ ଠାରୁ ଗଣ୍ଡି ଅଲଗା ହେଇଥିବା ବେଳେ ତାହା ହତ୍ୟା କି ଆତ୍ମହତ୍ୟା ପୋଲିସ ତଦନ୍ତ ପରେ ଜଣାପଡିବ।

"ଟ୍ରେନରେ କଟି ଅଜଣା ଯୁବକଙ୍କ ଗଣ୍ଡି ମୁଣ୍ଡ ଅଲଗା"

ଗୋରୁ ବୋଝେଇ ଟ୍ରକ ବିଜୁ ପ୍ରତିମୂର୍ତ୍ତିକୁ ଧକ୍କା ଦେଲା – ପ୍ରତିମୂର୍ତ୍ତି କ୍ଷତିଗ୍ରସ୍ତ – ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ଯାଜପୁର ୨୫/୬ (ଓଡ଼ିଆ ପୁଅ/ଗୌରବ ଦାସ) : ଯାଜପୁରଜିଲ୍ଲା ପାଣିକୋଇଲି ଥାନା ସାହସପୁର ହାଟ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ୍‌ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଧକ୍କା ଦେଇଛି। ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଏହା ଯୋଗୁଁ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି। ବିଜୁ ବାବୁଙ୍କର ପ୍ରତିମୂର୍ତ୍ତିର ହାତ ଭାଙ୍ଗିଯାଇଛି। ଉକ୍ତ ଟ୍ରକରେ ୧୦୦ରୁ ଅଧିକ ଗୋରୁ ବେଆଇନ ଭାବେ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ବେଆଇନ ଭାବେ ଗୋରୁ ଚାଲାଣ ଏବଂ ପ୍ରତିମୂର୍ତ୍ତି କ୍ଷତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

"ଗୋରୁ ବୋଝେଇ ଟ୍ରକ ବିଜୁ ପ୍ରତିମୂର୍ତ୍ତିକୁ ଧକ୍କା ଦେଲା – ପ୍ରତିମୂର୍ତ୍ତି କ୍ଷତିଗ୍ରସ୍ତ – ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା"