କଳାହାଣ୍ଡିରେ ଲଗାଣ ବର୍ଷା: ହାତୀ ନଦୀରେ ବନ୍ୟା ପରିସ୍ଥିତି

କଳାହାଣ୍ଡି – ତା.୨୧/୦୭/୨୦୧୮(ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା)  ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହେବା ପରେ କଳାହାଣ୍ଡି ଜିଲ୍ଲା ସାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଯାଇଛି। ଶୁକ୍ରବାର ଦିନ ପ୍ରବଳ ବର୍ଷା ହେବା ପରେ କଳାହାଣ୍ଡିର ଲାଇଫଲାଇନ କୁହାଯାଉଥିବା ଇନ୍ଦ୍ରାବତୀର ମଙ୍ଗଳପୁର ହାତୀ ବେରେଜରେ ଜଳସ୍ତରର ସର୍ବୋଚ୍ଚ ସୀମା ୨୬୫ ମିଟରକୁ ଛୁଇଁଥିଲା। ପରିସ୍ଥିତି ଏତେ ଅସମ୍ଭାଳ ହୋଇଯାଇଥିଲାଯେ ବିଦ୍ୟୁତ ଉତ୍ପାଦନ ବନ୍ଦ ଥିବା ହେତୁ ହାତୀ ବେରେଜରୁ ପାଣି ପାୱାର ଚେନାଲରେ ପାୱାର ହାଉସ ପଟକୁ ପ୍ରବାହିତ ହେବାକୁ ଲାଗିଲା। ଫଳତଃ ବେରେଜର ୫ ଟି ଗେଟ ଖୋଲାଯାଇ ୮୯୭ କ୍ୟୁମେକ୍ସ ଜଳ ହାତୀ ନଦୀରେ ଛାଡି ଦିଆଯାଇଥିବା ବିଷୟ ବିଭାଗୀୟ…

"କଳାହାଣ୍ଡିରେ ଲଗାଣ ବର୍ଷା: ହାତୀ ନଦୀରେ ବନ୍ୟା ପରିସ୍ଥିତି"

ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ନିମ୍ନ ମାନର କାର୍ଯ୍ୟ ଅଭିଯୋଗ: କାମ ନସରୁଣୁ କାଙ୍କେରିମାଲ ରାସ୍ତା ଭୁଷୁଡିଲା

କଳାହାଣ୍ଡି- (ଓଡିଆପୁଅ) ଅଗମ୍ୟ ଓ ଅନୁନ୍ନତ ଅଂଚଳକୁ ସଡକ ପଥରେ ସଂଯୋଗ କରି ଗମନାଗମନ ଓ ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି କରିବା ପାଇଁ କେନ୍ଦ୍ରୀୟ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଢାଂଚାରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସଡକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ମୁଖ୍ୟମନ୍ତ୍ରୀ ସଡକ ଯୋଜନା କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ କାର୍ଯ୍ୟକାରୀ କରାଯାଉଛି। ହେଲେ ବିଭାଗୀୟ ଯନ୍ତ୍ରୀ ଅଧିକାରୀ ମାନଙ୍କ ଲାଭଖୋର ମନୋଭାବ ତଥା ଠିକାଦାର ମାନଙ୍କ ସହିତ ମଧୂଚନ୍ଦ୍ରିକା ଯୋଗୁଁ ଏହି ସଡକ ଗୁଡିକ ଅତ୍ୟନ୍ତ ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି। ଏଭଲି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜୁନାଗଡ ବ୍ଲକ ଅନ୍ତର୍ଗତ ଦୁନ୍ଦେଲମାଲ ଗ୍ରାମପଂଚାୟତ…

"ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ନିମ୍ନ ମାନର କାର୍ଯ୍ୟ ଅଭିଯୋଗ: କାମ ନସରୁଣୁ କାଙ୍କେରିମାଲ ରାସ୍ତା ଭୁଷୁଡିଲା"

ଜୁନାଗଡ ରେଲୱେ ସାଇଡିଂ ପ୍ଲାଟଫର୍ମ ଭାଙ୍ଗିଲା: ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ

କଳାହାଣ୍ଡି – ୨୦-୭ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାର ଜୁନାଗଡ ରେଳ ଷ୍ଟେସନ ମଧ୍ୟରେ ପ୍ରାୟ ସାତ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ରେଳୱେ ସାଇଡିଂ ଚଳିତ ବର୍ଷାରେ ଅନେକ ସ୍ଥାନରେ ଧୋଇ ହୋଇଯାଇଥିବା ସହିତ ସ୍ଲାଇଡିଂ ପ୍ଲାଟଫର୍ମ କଂକ୍ରିଟ ଭାଙ୍ଗି ଯାଇ ଚଟାଣ ଦବିଯାଇଥିବାର ଦେଖାଯାଉଛି। ଅତି ନିମ୍ନ ମାନର କାର୍ଯ୍ୟ ଯୋଗୁଁ ମାତ୍ର ଦୁଇ ମାସ ମଧ୍ୟରେ ଏହା ଧୋଇ ଯାଇଥିବା ଏବଂ ଭାଙ୍ଗି ଯାଇଥିବା ଚର୍ଚ୍ଚା ହେଉଛି। ରେଲୱେ ବିଭାଗ ସମ୍ବଲପୁର ଡିଭିଜନ ଅନ୍ତର୍ଗତ ନିର୍ମାଣ ବିଭାଗ ମାଧ୍ୟମରେ ଟିଟଲାଗଡର ଜନୈକ ଠିକାଦାର ଦ୍ୱାରା ଏହି ପ୍ରାୟ ସାତ କୋଟି ଟଙ୍କାର କାର୍ଯ୍ୟରେ ପ୍ଲାଟଫର୍ମ, ସାଇଡିଂ ଚଟାଣ…

"ଜୁନାଗଡ ରେଲୱେ ସାଇଡିଂ ପ୍ଲାଟଫର୍ମ ଭାଙ୍ଗିଲା: ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ"

କଳାହାଣ୍ଡି ଜିଲ୍ଲାପାଳଙ୍କୁ ସରପଂଚ ସଂଘ ପକ୍ଷରୁ ଦାବି

କଳାହାଣ୍ଡି -(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ମହାତ୍ମାଗାନ୍ଧୀ ନରେଗା ଯୋଜନାରେ ଶ୍ରମିକ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିବାରେ ଅହେତୁକ ବିଲମ୍ବ ହେଉଥିବା ସହିତ ରାସନ କାର୍ଡ ଯୋଗାଣରେ ଅବହେଲା, ଯୋଗ୍ୟ ହିତାଧିକାରୀ ମାନଙ୍କୁ ଗୃହ ତଥା ଭତା ମିଳିବାରେ ଅସୁବିଧା ଆଦି ଅନେକ ସମସ୍ୟା ହେଉଥିବାରୁ ଗ୍ରାମପଂଚାୟତ ସ୍ତରରେ ନାନାପ୍ରକାର ଅସୁବିଧା ଦେଖାଯାଉଥିବା ନେଇ କଳାହାଣ୍ଡି ଜିଲ୍ଲା ସରପଂଚ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ନଅ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି। ଗତ ବୁଧବାର ଦିନ ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଜିଲ୍ଲା ସରପଂଚ ସଂଘ ର ଏକ ବୈଠକ ସମଗ୍ର ୧୩ ଟିଯାକ ବ୍ଲକର ସରପଂଚ ମାନଙ୍କୁ ନେଇ ଅନୁଷ୍ଠିତ…

"କଳାହାଣ୍ଡି ଜିଲ୍ଲାପାଳଙ୍କୁ ସରପଂଚ ସଂଘ ପକ୍ଷରୁ ଦାବି"

କଳାହାଣ୍ଡି ପୋଲିସର ସଫଳତା: ରାସ୍ତା ଲୁଟେରା ଦଳ ଗିରଫ

କଳାହାଣ୍ଡି – (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ୧୨/୦୭/୨୦୧୮ କଳାହାଣ୍ଡି ଜିଲ୍ଲାରେ ରାସ୍ତା ଉପରେ ଗାଡି ମଟର ଅଟକାଇ ଲୁଟେରା ମାନେ ବିଭିନ୍ନ ସମୟରେ ଲୁଟତରାଜ ଚଳାଇ ଆସୁଥିବା ବେଳେ କଳାହାଣ୍ଡି ପୋଲିସ ଇତି ମଧ୍ୟରେ ଲୁଟେରା ଗେଙ୍ଗ ଗୁଡିକୁ ଧରିବାକୁ ସଫଳ ହୋଇପାରିଛି। କଳାହାଣ୍ଡି ଜିଲ୍ଲାର ନର୍ଲା ଓ ଭବାନପାଟଣା ସଦର ଥାନା ଅଧିନରେ ଥିବା ଦେପୁର-ଛତିକୁଡା-ପୋଖରୀବନ୍ଧ-ଅମ୍ବାଦୋଲା ମୁଖ୍ୟ ରାସ୍ତାରେ ବଂଜାରୀ ଘାଟି ପାଖରେ ତଥା ଭବାନୀପାଟଣା-ମୂଷାନାଲ-ଲାଂଜିଗଡ-ବିଜେପୁର-କଲ୍ୟାଣସିଂପୁର ରାସ୍ତାର ତେରେନାମ ଘାଟିରେ ଜିଲ୍ଲା ଓ ରାଜ୍ୟ ବାହାରର ଟ୍ରକ ଓ ଅନ୍ୟାନ୍ୟ ଗାଡି ମଟରକୁ ଲୁଟେରାମାନେ ମାରଣାସ୍ତ୍ର ଦେଖାଇ ଅଟକାଇ ଟଙ୍କାପଇସା ଲୁଟତରାଜ କରୁଥିଲେ। କଳାହାଣ୍ଡି ଏସପି ମାଡକର ସନ୍ଦିପ ସମ୍ପଦଙ୍କ ନିର୍ଦ୍ଦେଶରେ କେସିଙ୍ଗା…

"କଳାହାଣ୍ଡି ପୋଲିସର ସଫଳତା: ରାସ୍ତା ଲୁଟେରା ଦଳ ଗିରଫ"

କଳାହାଣ୍ଡିରେ ବର୍ଷା ସାଙ୍ଗକୁ ଧାନ ବିହନର ଅଭାବ; ଚାଷୀ ହତାଶ

କଳାହାଣ୍ଡି ୧୦/୦୭/୨୦୧୮ – (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ବର୍ଷାର ଅଭାବରେ ସର୍ବୋପରି ଇନ୍ଦ୍ରାବତୀରେ ଜଳାଭାବ ହେତୁ କେନାଲ ପାଣି ଯୋଗାଣରେ ବ୍ୟାଘାତ ଦେଖାଦେଇଛି। ତାସାଙ୍ଗକୁ ଜିଲ୍ଲାସାରା ଧାନ ବିହନର କୃତ୍ରିମ ଅଭାବ ଚାଷୀର କଷ୍ଟକୁ ଦ୍ୱୀଗୁଣିତ କରିଦେଇଛି। ଇନ୍ଦ୍ରାବତୀ ଜଳସେଚନ ବ୍ୟବସ୍ଥ ଆରମ୍ଭ ହେବା ପର୍ବରୁ କଳାହାଣ୍ଡିର ଚାଷୀ ଖରିଫ ଋତୁରେ ଧାନ ଅମଳ ହେଲେ ଆଗାମୀ ଋତୁ ପାଇଁ ଆବଶ୍ୟକୀୟ ବିହନ ପ୍ରସ୍ତୃତ କରି ରଖିବା ଏକ ପ୍ରାଚୀନ ପରମ୍ପରା ଥିଲା। ହେଲେ ଇନ୍ଦ୍ରାବତୀରୁ ଜଳସେଚନ ବ୍ୟବସ୍ଥା ହେବାପରେ ଦୁଇଫସଲି ଚାଷ ଆରମ୍ଭ ହେବା ପରଠାରୁ ଚାଷୀକୁ ନିଜସ୍ୱ ବିହନ ରଖିବା ସମ୍ଭବପର ହୋଇପାରୁନାହିଁ। ଅନିଶ୍ଚିତ ଜଳସେଚନ ବ୍ୟବସ୍ଥା ତଥା…

"କଳାହାଣ୍ଡିରେ ବର୍ଷା ସାଙ୍ଗକୁ ଧାନ ବିହନର ଅଭାବ; ଚାଷୀ ହତାଶ"

ଇନ୍ଦ୍ରାବତୀ ଜଳଭଣ୍ଡାର ଜଳ ଅଭାବରୁ ବିଦ୍ୟୁତ ଉତ୍ପାଦନ ବନ୍ଦ,ଜଳସେଚନ ବ୍ୟାଘାତ ହେବା ଆଶଙ୍କା

କଳାହାଣ୍ଡି -୩୦/୦୬/୨୦୧୮(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡିର ଜୀବନରେଖା ବୋଲି କୁହାଯାଉଥିବା ଅପର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପରୁ ଜଳ ଅଭାବ ଜନିତ ବିଦୁ୍ୟତ ଉତ୍ପାଦନ ବନ୍ଦ ହୋଇଯାଇଥିବା ଜଣାପଡିଛି । ଯାହାଫଳରେ ଆଗାମୀ ଖରିଫ ଚାଷ ପାଇଁ ଇନ୍ଦ୍ରାବତୀ ଜଳସେଚନ ବିଭାଗ ତରଫରୁ କେନାଲ ମାଧ୍ୟମରେ ପାଣି ଯୋଗାଇବାରେ ବ୍ୟାଘାତ ଦେଖାଦେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଠିକ ସମୟରେ ମୌସୁମୀ ବର୍ଷା ନହେବା ଏବଂ ହାତୀ ନଦୀର ଉପରମୁଣ୍ଡରୁ ଆବଶ୍ୟକ ମୁତାବକ ପାଣି ନଆସିବା ହେତୁ ମଙ୍ଗଳପୁର ବେରେଜରେ ଆବଶ୍ୟକ ପରିମାଣର ପାଣି ମଧ୍ୟ ଷ୍ଟୋରେଜ ମଧ୍ୟ ହୋଇପାରୁନାହିଁ ମଙ୍ଗଳପୁର ଠାରେ ହାତୀନଦୀ ଶଯ୍ୟାରେ ନିର୍ମିତ ଏହି ବେରେଜରେ ସବୁଯାକ ଗେଟ ବନ୍ଦ କରାଯିବା…

"ଇନ୍ଦ୍ରାବତୀ ଜଳଭଣ୍ଡାର ଜଳ ଅଭାବରୁ ବିଦ୍ୟୁତ ଉତ୍ପାଦନ ବନ୍ଦ,ଜଳସେଚନ ବ୍ୟାଘାତ ହେବା ଆଶଙ୍କା"

ଜୁନାଗଡ ପଣ୍ୟାଗାରରୁ ଓଭର ଲୋଡରେ ଚାଉଳ ପରିବହନ ଅଭିଯୋଗ ।

କଳାହାଣ୍ଡି – ୨୯/୦୬ (ଓଡିଆପୁଅ) କଳାହାଣ୍ଡିର ବ୍ୟବସାୟୀକ ପ୍ରାଣକେନ୍ଦ୍ର ଜୁନାଗଡ ଠାରୁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଦ୍ୱାରା ରେଳ ମାଧ୍ୟମରେ ରାଜ୍ୟ ବାହାରକୁ ଚାଉଳ ଚାଲାଣ ନିମନ୍ତେ ଜୁନାଗଡସ୍ଥିତ କେନ୍ଦ୍ରିୟ ପଣ୍ୟାଗାର ଓ ରାଜ୍ୟ ପଣ୍ୟାଗାର ରୁ ଟ୍ରକ ଗୁଡିକରେ ଓଭର ଲୋଡ କରାଯାଉଥିବା ଅଭିଯୋଗ ହେଉଛି । ଓଭର ଲୋଡ ରୋକିବା ପାଇଁ କଳାହାଣ୍ଡି ଅାଂଚଳିକ ପରିବହନ ଅଧିକାରୀ ତାଗିଦ କରିଥିଲେ ମଧ୍ୟ ଉଭୟ ପଣ୍ୟାଗାର ର ପଦାଧିକାରୀ ତାଗିଦକୁ ବେଖାତିର କରି ଓଭର ଲୋଡରେ ଚାଉଳ ପଠାଉଥିବା ଦେଖିବାକୁ ମିଳିଛି । ସରକାରୀ ମାଲ ପରିବହନ ପାଇଁ ଜୁନାଗଡ ରେଳ ଷ୍ଟେସନରେ ର୍ୟାଗ ସାଇଡିଂ ଆରମ୍ଭ ହୋଇଥିବା ବେଳେ ଜୁନାଗଡ ସହରର…

"ଜୁନାଗଡ ପଣ୍ୟାଗାରରୁ ଓଭର ଲୋଡରେ ଚାଉଳ ପରିବହନ ଅଭିଯୋଗ ।"

ମୌସୁମୀ ବର୍ଷା ଅଭାବରେ ଇନ୍ଦ୍ରାବତୀ ଜଳସେଚନ ବ୍ୟାଘାତ ହେବା ଆଶଙ୍କା

କଳାହାଣ୍ଡି – ୨୮/୦୬/୨୦୧୮(ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଅପର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଖରିଫ ଓ ରବି ଋତୁରେ ଚାଷ ପାଇଁ ଗତ ୨୦୦୦-୦୧ ମସିହାରୁ ଜଳସେଚନ ବ୍ୟବସ୍ଥା କରାଯିବା ପରେ ଜିଲ୍ଲା ସାରା ସବୁଜ ବିପ୍ଲବ ସୃଷ୍ଟି ହୋଇଥିଲା। ଅଧିକାଂଶ ସମୟରେ ଓଏଚପିସି ନିଜ ମନୁତାବକ ବିଦ୍ୟୁତ ଉତ୍ପାଦନ କରୁଥିବା ହେତୁ ମଙ୍ଗଳପୁର ସ୍ଥିତ ବେରେଜରେ ଚାଷ ସମୟରେ ଆବଶ୍ୟକ ପରିମାଣର ପାଣି ଅଭାବ ଦେଖାଦେଇଥାଏ। ପ୍ରକଳ୍ପ ଆରମ୍ଭ ହୋଇ ଏତେ ବର୍ଷ ବିତି ଗଲା ପରେ ମଧ୍ୟ ଉଭୟ ଇନ୍ଦ୍ରାବତୀ ଜଳସେଚନ ବିଭାଗ ଏବଂ ଓଏଚପିସି ମଧ୍ୟରେ ସମନ୍ୱୟ ଅଭାବ ହେତୁ ଚାଷୀ ଅନେକ ସମୟରେ ସଠିକ…

"ମୌସୁମୀ ବର୍ଷା ଅଭାବରେ ଇନ୍ଦ୍ରାବତୀ ଜଳସେଚନ ବ୍ୟାଘାତ ହେବା ଆଶଙ୍କା"

ଦୋଛକିରେ କଳାହାଣ୍ଡିର ମାଧ୍ୟମିକ ଶିକ୍ଷାବ୍ୟବସ୍ଥା

କଳାହାଣ୍ଡି – (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ଜଣାପଡିଛି। ସ୍କୁଲ ମାନଙ୍କରେ ୬୦ ପ୍ରତିଶତ ରୁ କମ ପାଶ ହାର ଥିବା ସ୍କୁଲ ମାନଙ୍କୁ ପଦକ୍ଷେପ ନେବାକୁ ବିଭାଗୀୟ ସ୍ତରରେ ନିଷ୍ପତି ନିଆଯାଇଥିବା ପ୍ରକାଶ। କଳାହାଣ୍ଡି ଜିଲ୍ଲାର ଅନେକ ଗୁଡାଏ ସ୍କୁଲରେ ଗତ ମାଟ୍ରିକ ପରୀକ୍ଷାରେ ଫଳାଫଳ ୬୦ ପ୍ରତିଶତରୁ କମ ପାଶ ହାର ରହିଥିବା ଜଣାପଡିଛି। ଜିଲ୍ଲାର ସଦର ମହକୁମା ଭବାନୀପାଟଣା ସ୍ଥିତ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପାଶ୍ୱର୍ସ୍ଥ ବ୍ରଜମୋହନ ହାଇସ୍କୁଲରେ ପାଶ ହାର ମାତ୍ର ୪୨.୨୪ ପ୍ରତିଶତ ରହିଥିବା ବେଳେ ସମଗ୍ର ଜିଲ୍ଲାର ୫୪…

"ଦୋଛକିରେ କଳାହାଣ୍ଡିର ମାଧ୍ୟମିକ ଶିକ୍ଷାବ୍ୟବସ୍ଥା"