ସ୍ୱାଧିନତାର ୭୧ବର୍ଷ ପରେ କଳାହାଣ୍ଡିର ଅପହଂଚ ଇଲାକାରେ ପାନୀୟ ଜଳ ବ୍ୟବସ୍ଥା।

କଳାହାଣ୍ଡି – (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାର ଅପହଂଚ ଇଲାକା ବାବେ ଜୁନାଗଡ ବ୍ଲକ ଅନ୍ତର୍ଗତ ଦୁନ୍ଦେଲମାଲ ଗ୍ରାମପଂଚାୟତର ତଳଡୁଣ୍ଡା ଓ ଉପର ଡୁଣ୍ଡା ନାମକ ପାହାଡିଆ ଗ୍ରାମ ବେଶେଷ ପରିଚିତ। ଏହି ଡୁଣ୍ଡା ଗ୍ରାମ ଭଲି କଳାହାଣ୍ଡିରେ ଅନେକ ଜନବସତି ରହିଥିବା ବେଳେ ଏଭଲି ପାହାଡିଆ ଗ୍ରାମ ଗୁଡିକୁ ଯିବା ପାଇଁ ରାସ୍ତା ତ ଦୂରର କଥା ପାଦଚଲା ବାଟ ମଧ୍ୟ ନାହିଁ। ଜୁନାଗଡ ବ୍ଲକ ଠାରୁ ଦକ୍ଷିଣ କୁ ମାତ୍ର ୨୦ କି.ମି. ଦୂରକୁ ଗଲେ ଦୁନ୍ଦେଲମାଲ ଗ୍ରାମ ପଂଚାୟତର କାଙ୍କେରିମାଲ ଗ୍ରାମ ଠାରୁ ୬୦ଡିଗ୍ରିରେ ପାହାଡ ଉପରକୁ ପାଦଚଲା ରାସ୍ତାରେ ପ୍ରାୟ ଦୁଇ/ତନି କି.ମି. ଚାଲିଚାଲି ଗଲେ ପାହାଡ ଝୋଲା…

"ସ୍ୱାଧିନତାର ୭୧ବର୍ଷ ପରେ କଳାହାଣ୍ଡିର ଅପହଂଚ ଇଲାକାରେ ପାନୀୟ ଜଳ ବ୍ୟବସ୍ଥା।"

ଜୁନାଗଡ ରେଳ ଷ୍ଟେସନରୁ ମାଳ ଗାଡି ଚଳାଚଳ ଆରମ୍ଭ

କଳାହାଣ୍ଡି- ୧୬/୬ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାର ବ୍ୟବସାୟୀକ ସହର ଜୁନାଗଡ ଠାରେ ପ୍ରଥମ କରି ମାଳ ପରିବହନ ପାଇଁ ରେଳେଷ୍ଟସନରେ ମାଳ ଗାଡିର ଶୁଭାରମ୍ଭ ହେବାପରେ ସମଗ୍ର ଅଂଚଳରେ ଖୁସିର ଲହରୀ ଖେଲି ଯାଇଛି। ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ଲାଂଜିଗଡ ରୋଡ ଠାରୁ ଜୁନାଗଡ ରେଳପଥ ନିର୍ମାଣ କରାଯିବାର ଘୋଷଣା ହେବାର ଦୀର୍ଘ କୋଡିଏ ବର୍ଷ ପରେ ଜୁନାଗଡ ଠାରେ ରେଳ ଷ୍ଟେସନର ଶୁଭାରମ୍ଭ ହୋଇଥିଲା। ସମଗ୍ର ଧର୍ମଗଡ ଉପଖଣ୍ଡ ଅଂଚଳ ବାସୀଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇଯାଇଥିଲା। ଜୁନାଗଡ ରେଳ ଷ୍ଟେସନ ଆରମ୍ଭ ହେବା ପରେ ଏହି ଅଂଚଳ ବାସୀ ସୁବିଧାରେ ରେଳ ଯାତ୍ରା କରିପାରୁଥିବା…

"ଜୁନାଗଡ ରେଳ ଷ୍ଟେସନରୁ ମାଳ ଗାଡି ଚଳାଚଳ ଆରମ୍ଭ"

ଆରଣ୍ୟକ ବ୍ରାହ୍ମଣ ସମାଜ ଜୁନାଗଡ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ

କଳାହାଣ୍ଡି – ( ଓଡିଆ ପୁଅ ) ଧର୍ମଗଡ ଉପଖଣ୍ଡ ଆରଣ୍ୟକ ବ୍ରାହ୍ମଣ ସମାଜ ର ଜୁନାଗଡ ବ୍ଲକ ସ୍ତରୀୟ ସାଂଗଠନିକ ବୈଠକ ଜୁନାଗଡ ଗାୟତ୍ରୀ ମନ୍ଦିର ପରିସରରେ ଶୁକ୍ରବାର ୧୫/୦୬/୨୦୧୮ ଦିନ ବରିଷ୍ଠ ସଭ୍ୟ ଶ୍ରୀ ତ୍ରୀନାଥ ମୁଣ୍ଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଓଁକାର ଧ୍ୱନିରୁ ସଭା ଆରମ୍ଭ କରାଯାଇ ବେଦମାତା ଗାୟତ୍ରୀଙ୍କ ଚରଣାରବିନ୍ଦରେ ପୂଜାର୍ଚ୍ଚନା କରିବା ପରେ ବ୍ରାହ୍ମଣ ସମାଜର ଦିବଂଗତ ସଭ୍ୟ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ସଭାରେ ଧର୍ମଗଡ ଆରଣ୍ୟକ ବ୍ରାହ୍ମଣ ସମାଜର କେନ୍ଦ୍ରିୟ କମିଟୀ ର ସହସମ୍ପାଦକ ଶ୍ରୀ ପୀତାମ୍ବର ପଣ୍ଡା ଓ ସଭ୍ୟ ଶ୍ରୀ ବଳଦେବ ପଣ୍ଡା, କେନ୍ଦ୍ରିୟ ଆଡହକ କମିଟୀ…

"ଆରଣ୍ୟକ ବ୍ରାହ୍ମଣ ସମାଜ ଜୁନାଗଡ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ"

ଭୂତ କୋଠି ପାଲଟିଛି ଆରଡି ବିଭାଗ ଜୁନାଗଡ ଉପଖଣ୍ଡ ନବନିର୍ମିତ ଅଫିସ

କଳାହାଣ୍ଡି – (ଓଡିଆପୁଅ) ଗ୍ରାମାଂଚଳର ରାସ୍ତାଘାଟ,ଅଫିସ କୋଠା ଠାରୁ ଆରମ୍ଭ କରି ପୋଳ ନିର୍ମାଣ ଆଦି ଗୁରୁତ୍ୱ ପୂର୍ଣ୍ଣ ଦାୟୀତ୍ୱ ତୁଳାଉଥିବା ଆରଡି ବିଭାଗ ର ବିଭାଗୀୟ ପଦାଧିକାରୀ ମାନଙ୍କ ଖମଖିଆଲି ମନୋଭାବ ଯୋଗୁଁ ଜୁନାଗଡ ସହର ଏନଏଚ୨୬ ପାଶ୍ୱର୍ରେ ନିର୍ମିତ ଆରଡି ଉପଖଣ୍ଡ କାର୍ଯ୍ୟାଳୟ ଓ ଏସଡିଓ କ୍ୱାଟର ଦୀର୍ଘ ଦୁଇ ବର୍ଷ ହେବ ଭୂତକୋଠି ପାଲଟିଯାଇଥିବା ଅଭିଯୋଗ ହେଉଛି । ଅନୁସନ୍ଧାନରୁ ଜଣାପଡେ ଯେ, ଭବାନୀପାଟଣା ଆରଡି ବିଭାଜନର ଜୁନାଗଡ ଉପଖଣ୍ଡ ପାଇ ଜଣେ ଏସଡିଓଙ୍କୁ ଅବସ୍ଥାପିତ କରାଯାଇଥିବା ବେଳେ ଦୁଇଜଣ କନିଷ୍ଠ ଯନ୍ତ୍ରୀଙ୍କୁ ଅବସ୍ଥାପିତ କରାଯାଇଛି । ସେମାନେ ସବୁ ଭବାନୀପାଟଣାରେ ରହୁଥିବା ବେଳେ ଜୁନାଗଡକୁ କେବେ କେମିତି ଯାଆସ କରି…

"ଭୂତ କୋଠି ପାଲଟିଛି ଆରଡି ବିଭାଗ ଜୁନାଗଡ ଉପଖଣ୍ଡ ନବନିର୍ମିତ ଅଫିସ"

ପାଣିପଂଚାୟତ କର୍ମକର୍ତାଙ୍କୁ ଅଣଦେଖା। ମହିଳା ସଂରକ୍ଷଣ ନାମକୁ ମାତ୍ର। ଇନ୍ଦ୍ରାବତୀ ଡିଭିଜନରେ ସରକାରୀ ଅର୍ଥ ଅପଚୟ ଅଭିଯୋଗ।

କଳାହାଣ୍ଡି – (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ସରକାର ମହିଳା ମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରାଧିକାର ଦେବା ଉଦ୍ଦେଶ୍ୟରେ ପଂଚାୟତ ଠାରୁ ଆରମ୍ଭ କରି ପାଣିପଂଚାୟତ ପର୍ଯ୍ୟନ୍ତ ସମସ୍ତ ନିର୍ବାଚନ ପ୍ରକ୍ରୀୟାରେ ସାମିଲ କରିବା ବ୍ୟବସ୍ଥା କରିଛନ୍ତି। ହେଲେ କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଯୋଜନା ଅଧିନରେ ଥିବା ବାମକେନାଲ ଡିଭିଜନ ନଂ୧ ରେ ପାଣିପଂଚାୟତ ଗୁଡିକରେ ମହିଳା ସଂରକ୍ଷଣ ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହେଉଛି। ସରକାରୀ ଅର୍ଥ ଅପଚୟ କରିବା ବାହାନାରେ ସଂପୃକ୍ତ ପଦାଧିକାରୀ ମାନେ ନିନିଜକୁ ସୁହାଇବା ଭଲି କେତେକ ବ୍ୟକ୍ତିଙ୍କୁ ହାତ କରି ପାଣିପଂଚାୟତ କର୍ମକର୍ତା ମାନଙ୍କୁ ଅଣଦେଖାକରି କେବଳ କାଗଜ କଲମରେ ହିଁ ମହିଳା ସଂରକ୍ଷଣ ବ୍ୟବସ୍ଥା କରିଦେଇଥିବା ଅଭିଯୋଗ ହେଉଛି।…

"ପାଣିପଂଚାୟତ କର୍ମକର୍ତାଙ୍କୁ ଅଣଦେଖା। ମହିଳା ସଂରକ୍ଷଣ ନାମକୁ ମାତ୍ର। ଇନ୍ଦ୍ରାବତୀ ଡିଭିଜନରେ ସରକାରୀ ଅର୍ଥ ଅପଚୟ ଅଭିଯୋଗ।"

ହାବସପୁର ମଣ୍ଡିରେ ବିନା ଓଜନରେ ଧାନ ଉଠାଣ ହେଉଥିବା ଅଭିଯୋଗ

କଳାହାଣ୍ଡି- ୨୮ ମଇ (ଓଡିଆ ପୁଅ)କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ରବିଧାନ କିଣା କାରବାର ସୁରୁଖୁରୁରେ ଚଳାଇନେବାକୁ ଉଦ୍ୟମ କରାଯାଇଥିବା ବେଳେେôଯାଗାନ ବିଭାଗ ପକ୍ଷରୁ ସେହି ଚିରାଚରିତ ଢଙ୍ଗରେ ମିଲର୍ସ ଟେଗିଂ ବବସ୍ଥା କରାଯାଇଥିବାରୁ ଜୁନାଗଡ ବ୍ଲକ ହାବସପୁର ମଣ୍ଡିରେ ପୂର୍ବାବସ୍ଥା ଜାରି ରହିଥିବା ଅଭିଯୋଗ ହେଉଛି। ଏହି ହାବସପୁର ମଣ୍ଡିରେ ସ୍ଥାନୀୟ ମିଲର୍ସ ମାନଙ୍କ ନିଜସ୍ୱ ମର୍ଜୀରେ ଧାନ ଉଠାଣ କାରବାର ଚାଲିଥାଏ। ଏପରିକି ଧାନ କିଣା ରେଜିଷ୍ଟରରେ ମିଲର୍ସ ନିଜେ ଲେଖାଲେଖି କରିବା ସହିତ ସମସ୍ତ କାଗଜାତ ପ୍ରସ୍ତୃତ କରୁଥିବା ମଧ୍ୟ ଅଭିଯୋଗ ହୋଇଥାଏ। ଅନେକ ସମୟରେ ବିଭିନ୍ନ ଚାଷୀଙ୍କ ରାଜସ୍ୱ ରସିଦ ଦାଖଲ କରିଦେଇ ସେମାନଙ୍କ ନାମରେ ଧାନ ବିକ୍ରୀ କରୁଥିବା…

"ହାବସପୁର ମଣ୍ଡିରେ ବିନା ଓଜନରେ ଧାନ ଉଠାଣ ହେଉଥିବା ଅଭିଯୋଗ"

କର୍ଲାପାଟ ଅଭୟାରଣ୍ୟ ଅସୁରକ୍ଷିତ ଶହ ଶହ ହେକ୍ଟର ଜଙ୍ଗଲ ନଷ୍ଟ ଅଭିଯୋଗ

କଳାହାଣ୍ଡି -୨୩ ମଇ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ବିଷୁବ ମଣ୍ଡଳୀୟ ପୂର୍ବଘାଟ ପର୍ବତମାଳାର ଅରଣ୍ୟର ଅଂଶ ବିଶେଷ କଳାହାଣ୍ଡି ଜିଲ୍ଲାର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ କର୍ଲାପାଟ ଅଭୟାରଣ୍ୟ ୧୭୫ ବର୍ଗ କି.ମି. ପରିବ୍ୟାପ୍ତ। ଏହି କର୍ଲାପାଟ ଜଙ୍ଗଲ ମଧ୍ୟରେ ପୋଡୁଚାଷ ଯୋଗୁଁ ଶହ ଶହ ହେକ୍ଟର ଜଙ୍ଗଲ ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଏବଂ ମାଓବାଦୀ ଭୟରେ ଜଙ୍ଗଲ ସୁରକ୍ଷା ପ୍ରତି ଅଣଦେଖା କରୁଥିବା ଏବଂ ଦାୟୀତ୍ୱରେ ଅବହେଲା କରିବା ସହ ସେସବୁ ଅଭିଯୋଗରୁ ମୁକୁଳିବା ପାଇଁ ପରୋକ୍ଷରେ ନିଅାଁ ଲଗାଇଦେଉଥିବା ମଧ୍ୟ ଅଭିଯୋଗ ହେଉଛି। ଜଙ୍ଗଲରେ ନିଅାଁ ଲାଗିବା ଫଳରେ ବନ୍ୟଜନ୍ତୁ, ଔଷଧିୟ ବୃକ୍ଷ, ଜଙ୍ଗଲଜାତ ଦ୍ରବ୍ୟ ଓ ମୂଲ୍ୟବାନ…

"କର୍ଲାପାଟ ଅଭୟାରଣ୍ୟ ଅସୁରକ୍ଷିତ ଶହ ଶହ ହେକ୍ଟର ଜଙ୍ଗଲ ନଷ୍ଟ ଅଭିଯୋଗ"

ମାଳ ମାଳ ସରକାରୀ ଯୋଜନା ତଥାପି ଅବ୍ୟବସ୍ଥାରେ କଳାହାଣ୍ଡିର ଅପହଂଚ ଇଲାକା

କଳାହାଣ୍ଡି – ୨୨ ମଇ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ସରକାର ଆଦିବାସୀ ଓ ଦୁର୍ଗମ ଅଂଚଳରେ ବସବାସ କରୁଥିବା ନୀରିହ ଜନସାଧାରଣ ଙ୍କ ସାମୁହିକ ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରୁଥିଲେହେଁ ତାହା ତୃନମୂଳ ସ୍ତରକୁ ପହଂଚି ପାରୁନଥିବାର ଅଭିଯୋଗ ହେଉଛି। ମାଳ ମାଳ ସରକାରୀ ଯୋଜନା ହେଉଛି। ସେଥିପାଇଁ କୋଟି କୋଟି ଟଙ୍କାର ବ୍ୟୟବରାଦ ମଧ୍ୟ ହୋଇ ପାଣିପରି ଖର୍ଚ୍ଚ ମଧ୍ୟ ହେଉଛି ତଥାପି ଅନେକ ଅଂଚଳକୁ ସର୍ବନିମ୍ନ ସୁବିଧା ଟିକକ ମଧ୍ୟ ପହଂଚି ପାରୁନାହିଁ। ଦୁର୍ଗମ ଓ ଅପହଂଚ ଇଲାକାରେ ବସବାସ କରୁଥିବା ଲୋକଙ୍କ ସାମାଜିକ, ଅର୍ଥନୈତିକ ପରିବର୍ତ୍ତନ କେବଳ ସରକାରଙ୍କ ସ୍ଲୋଗାନରେ ସୀମିତ ହୋଇରହିଯାଇଛି। କଳାହାଣ୍ଡି ଜିଲ୍ଲାର ଜୁନାଗଡ…

"ମାଳ ମାଳ ସରକାରୀ ଯୋଜନା ତଥାପି ଅବ୍ୟବସ୍ଥାରେ କଳାହାଣ୍ଡିର ଅପହଂଚ ଇଲାକା"

ଧର୍ମଗଡ ଉପଖଣ୍ଡ ଆରଣ୍ୟକ ବ୍ରାହ୍ମଣ ସମାଜ ଚାରବାହାଲ ବ୍ଲକ କମିଟୀ ବୈଠକ ଅନୁଷ୍ଠିତ ।

କଳାହାଣ୍ଡି- ୧୭/୦୫/୨୦୧୮(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଧର୍ମଗଡ ଉପଖଣ୍ଡ ଆରଣ୍ୟକ ବା୍ରହ୍ମଣ ସମାଜ ର ଚାରବାହାଲ ସାଙ୍ଗଠନିକ ବ୍ଲକ ଅନ୍ତର୍ଗତ ସମସ୍ତ ଆଂଚଳିକ କମିଟୀ ଓ ଗ୍ରାମ୍ୟ କମିଟୀ କାର୍ଯ୍ୟକର୍ତା ମାନଙ୍କ ଏକ ବୈଠକ ଅନ୍ତର୍ଲା ଗ୍ରାମଠାରେ ଗୁରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଚାରବାହାଲ ବ୍ଲକ କମିଟୀ ସଭାପତି ଶ୍ରୀ ହରିହର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରୀୟ କମିଟୀ ସଭାପତି ଶ୍ରୀ ଆଶୁତୋଷ ବେହେରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କେନ୍ଦ୍ରିୟ ଆଡହକ କମିଟୀ ସମ୍ପାଦକ ଦୁଷ୍ମନ୍ତ କୁମାର ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଚାରବାହାଲ ସାଙ୍ଗଠନିକ ବ୍ଲକ ସମ୍ପାଦକ ସୁଶାନ୍ତ କୁମାର ମୁଣ୍ଡ ସମସ୍ତଙ୍କୁ…

"ଧର୍ମଗଡ ଉପଖଣ୍ଡ ଆରଣ୍ୟକ ବ୍ରାହ୍ମଣ ସମାଜ ଚାରବାହାଲ ବ୍ଲକ କମିଟୀ ବୈଠକ ଅନୁଷ୍ଠିତ ।"

କଳାହାଣ୍ଡି ରେ ଆବଶ୍ୟକୀୟ ଡାକ୍ତର ଅଭାବରୁ ଲୋକେ ଅନ୍ୟତ୍ର ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି ।

କଳାହାଣ୍ଡି- (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା )ସ୍ୱାସ୍ଥ୍ୟସେବା ଭଲି ମୌଳିକ ଅଧିକାର ମଧ୍ୟ ଠିକ ଭାବେ କଳାହାଣ୍ଡି ବାସୀ ପାଇପାରୁନାହାନ୍ତି । ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆବଶ୍ୟକୀୟ ଭିତିଭୂମି କ୍ରମଶଃ ବଢିବାରେ ଲାଗିଛି, ହେଲେ ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ଅଭାବରୁ କଳାହାଣ୍ଡି ବାସୀ ଆଜି ମଧ୍ୟ ଅନ୍ୟତ୍ର ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲାର ୧୬ ଲକ୍ଷ ଜନସାଧାରଣଙ୍କ ପାଇଁ ମାତ୍ର ୧୩୪ ଜଣ ଡାକ୍ତର ନିଯୁକ୍ତ ହୋଇଥିବାର ଜଣାପଡିଛି,ଫଳତଃ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସରକାରୀ ସ୍ୱାସ୍ଥ୍ୟ ସେବା ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଯାଇଥିବା ଅନୁମାନ କରାଯାଉଛି । ସମଗ୍ର ଜିଲ୍ଲା ସାରା କେଉଁଠି ଡାକ୍ତର ଥିଲେ…

"କଳାହାଣ୍ଡି ରେ ଆବଶ୍ୟକୀୟ ଡାକ୍ତର ଅଭାବରୁ ଲୋକେ ଅନ୍ୟତ୍ର ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି ।"