ସୁରକ୍ଷା କର୍ମୀଙ୍କୁ ମାଡ଼ ମାତାଲ ଯୁବକ ଫେରାର

ଘଷିପୁରା୨/୮ (ଓଡ଼ିଆ ପୁଅ/ଦୀପଙ୍କର ମହାନ୍ତି) ଆନନ୍ଦପୁର ବ୍ୟରେଜ ସାଇଡ଼ ରେ କାର୍ଯ୍ୟରତ ତିନିଜଣ ସୁରକ୍ଷା କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହେଇଛି ।ଏନେଇ ତିନି ସୁରକ୍ଷା କର୍ମୀମାନେ(ଅଭିମନ୍ୟୁ ଜେନା,ଅମୁଲ୍ୟ ସାହୁ, ରାଜକିଶୋର ସାହୁ)ଘଷିପୁରା ଥାନାକୁ ଅବଗତ କରାଇଛନ୍ତି। ଗତକାଲି ସନ୍ଧ୍ୟାରେ କୁମୁଣିଆ ଗ୍ରାମର କିଛି ବ୍ୟକ୍ତି ମାତାଲ ଅବସ୍ଥାରେ ଆସି ସୁରକ୍ଷା କର୍ମୀଙ୍କୁ ଖରାପ ଭାଷା ବ୍ୟବହାର କରି ଗାଳି ଦେଇଥିଲେ ଏବଂ ଧକ୍କା ମାରିଥିଲେ। ଏଠାରେ ଏକ ଦେଶୀ ମଦ ଭାଟି ଥିବାରୁ ଏ ଯାଗାକୁ ପ୍ରତେକ ଦିନ ଅସାମାଜିକ ବ୍ୟକ୍ତିଙ୍କ ଅଡ୍ଡାସ୍ଥଳୀ ପାଲଟିଛି ଏନେଇ ସୁରକ୍ଷା ଅଧିକାରୀ ଫକୀର ଚରଣ ସାହୁ ଅବକାରୀ ବିଭାଗ ଏବଂ ଥାନା ଅଧିକାରୀ ଙ୍କୁ ଦୃଷ୍ଟି ଦେବାକୁ…

"ସୁରକ୍ଷା କର୍ମୀଙ୍କୁ ମାଡ଼ ମାତାଲ ଯୁବକ ଫେରାର"

ମହିଳା ଜେଲ କର୍ମୀଙ୍କୁ ନିର୍ଯାତନା ଅଭିଯୋଗ,ଜେଲରଙ୍କୁ ବଦଳି

ଘଷିପୁରା ୨/୮ (ଓଡ଼ିଆ ପୁଅ/ଦୀପଙ୍କର ମହାନ୍ତି) କିଛିଦିନ ତଳେ ଜେଲ ଅନ୍ତେବାସୀ ଙ୍କ ବିଲରେ ମାଛଧରା ଭିଡ଼ିଓ ଚର୍ଚ୍ଚାର ଵିଷୟ ପଲଟିଥିବା ବେଳେ ଆନନ୍ଦପୁର ଜେଲ କର୍ତ୍ତୃପକ୍ଷ ବର୍ତ୍ତମାନ ବିବାଦ ଘେରରେ ଅଛନ୍ତି। ଜେଲର ଜୀବନ ସିଂ ମୁଣ୍ଡାଙ୍କ ନାମରେ ବର୍ତ୍ତମାନ ସାଙ୍ଘାତିକ ଅଭିଯୋଗ ଆସିଛି। ତାଙ୍କ ବିରୋଧୀ କର୍ମଚାରୀଙ୍କୁ ସେ ଉଦେଶ୍ୟମୁଳକ ଭାବେ ବିଭିନ୍ନ ଜେଲକୁ ବଦଳି କରିଛନ୍ତି ବୋଲି ବର୍ତ୍ତମାନ ଜଣେ ମହିଳା କର୍ମଚାରୀ ଅଭିଯୋଗ କରିଛନ୍ତି। ସେ ଆହୁରି ଅନେକ ଆଶ୍ଚର୍ଯ୍ୟ କଲାଭଳି ଅଭିଯୋଗ କରିଛନ୍ତି, ତାଙ୍କ ଅନୁସାରେ ସେ ଯେତେବେଳେ ତାଙ୍କ ରିଲିଭ ପାଇଁ ଜେଲରଙ୍କୁ କହିଲେ ସେ ତାଙ୍କୁ ରାତି ୧୦ ବେଳେ ତାଙ୍କ ରୁମକୁ ଡାକିଥିଲେ। ଆଗରୁ…

"ମହିଳା ଜେଲ କର୍ମୀଙ୍କୁ ନିର୍ଯାତନା ଅଭିଯୋଗ,ଜେଲରଙ୍କୁ ବଦଳି"

ବିପଦ! ବୈତରଣୀ ନଦୀର ପୋଲର ବିମ ଦବିଗଲାଣି

ଘଷିପୁରା୨୦/୭ (ଓଡ଼ିଆ ପୁଅ/ଦୀପଙ୍କର ମହାନ୍ତି) ଆନନ୍ଦପୁର ଏବଂ ଘଷିପୁରାକୁ ଯୋଗାଯୋଗ କରୁଥିବା ବୈତରଣୀ ନଦୀର ପୋଲର ବିମ ଆଜକୁ ୧୨ଦିନ ହେଲାଣି ଦବିଗଲାଣି। ଘଷିପୁରା ଏବଂ ଆନନ୍ଦପୁର କୁ ସଂଯୋଗ କରୁଥିବା ଏକମାତ୍ର ବୈତରଣୀ ନଦୀ ପୋଲ ୩୫ ବର୍ଷ ତଳେ ନିର୍ମାଣ କରାଯାଇଥିଲା।ଏହା ଦ୍ୱାରା ଠାକୁରମୁଣ୍ଡା ଏବଂ ଭଦ୍ରକ ସହ ଘଷିପୁରା ସଂଯୋଗ ହେଉଛି।ପ୍ରତ୍ୟେକ ଦିନ ଏହା ଉପରେ ଶହ ଶହ ଗାଡି ମୋଟର ଚଳାଚଳ କରୁଅଛି ମାତ୍ର କେଇ ଦିନ ତଳେ ଏହାର ବିମ ଦବିଯିବାରୁ ଏହା ବିପଦପୂର୍ଣ୍ଣ ଅବସ୍ତାରେ ଅଛି ଏହାର ଗୋଟିଏ ପଟକୁ ଯାତାୟତ ପାଇଁ ବନ୍ଦ କରି ଦିଆ ଯାଇଅଛି ମାତ୍ର ଏପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ କରିବାରେ…

"ବିପଦ! ବୈତରଣୀ ନଦୀର ପୋଲର ବିମ ଦବିଗଲାଣି"

ରାଜନୈତିକ ବିବାଦ ଚରମ ସୀମାରେ, ଦେଓଗାଁ ବଜାରରେ ବୁଲିଲା ଖଣ୍ଡା ଓ ଭୁଜାଲି

ଘଷିପୁରା୧୯/୭/୧୮ (ଓଡ଼ିଆ ପୁଅ/ଦୀପଙ୍କର ମହାନ୍ତି) ଘଷିପୁରା ଥାନା ଅନ୍ତର୍ଗତ ଦେଓଗାଁ ଗ୍ରାମ ରେ ଗୋଷ୍ଠୀ ସଂଘର୍ଷ ଘଟିଛି। ସରପଂଚଙ୍କ ଦୁଇ ପୁତୁରାଙ୍କୁ ଖଣ୍ଡା ଓ ଭୁଜାଲି ଦ୍ୱାରା ଆକ୍ରମଣ କରାଯାଇଛି। ୧୫ତାରିଖରେ କୂଶଳେଶ୍ୱର ମନ୍ଦିର ସମାନରେ ଦେଓଗାଁ ଗ୍ରାମର ଗବିଶ ଚନ୍ଦ୍ର ଶତପଥି ଙ୍କୁ ବିଜେଡି ର ଏକ ଗୋଷ୍ଠୀ ମାଡ ମାରିଥିଲେ ଏନେଇ ସେ ଘଷିପୁରା ଥାନା ରେ ଅଭିଯୋଗ କରିଥିଲେ।ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ରୁ୧୭ ତାରିଖ ସନ୍ଧ୍ୟାରେ ବିଜେଡି ର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ବଜାରରେ ଖଣ୍ଡା ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ବୁଲିବା ରୁ ବଜାର ବନ୍ଦ ହୋଇଗଲା ପୋଲିସ ଆସି ଯିବାରୁ ଦୁଇ ଗୋଷ୍ଠୀ ଛତ୍ରଭଙ୍ଗ…

"ରାଜନୈତିକ ବିବାଦ ଚରମ ସୀମାରେ, ଦେଓଗାଁ ବଜାରରେ ବୁଲିଲା ଖଣ୍ଡା ଓ ଭୁଜାଲି"

ଘଷିପୁରା ବସ ଷ୍ଟାଣ୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଘଷିପୁରା ୧୭-୭ (ଓଡ଼ିଆ ପୁଅ/ଦୀପଙ୍କର ମହାନ୍ତି) ଆନନ୍ଦପୁର ପୌରପରିଷଦ ଅଧୀନରେ ଥିବା ଘଷିପୁରା ବସଷ୍ଟାଣ୍ଡକୁ ଆଜକୁ ଏକ ବର୍ଷ ତଳେ ଲୋକାର୍ପଣ କରାଯାଇଥିଲା। ଏହି ସ୍ଥାନକୁ ଦୈନିକ ୧୫୦ ରୁ ଅଧିକ ବସ ଚଳାଚଳ କରୁଛି ମାତ୍ର ଏଠିକାର ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଯାଇଛି। ପୌରପରିଷଦ ଏହି ବସ ଷ୍ଟାଣ୍ଡକୁ ଯେପରି ସାବତପୁଅ କରିଦେଇଛନ୍ତି। ଅନେକ ଦିନ ହେଲା ଏହାର ଆଖପାଖ ଏବଂ ଏହାର ଡ୍ରେନରୁ ବର୍ଜ୍ୟବସ୍ତୁ ନିଷ୍କାସନ ହେଉନାହିଁ ଫଳରେ ଏହାର ପରିବେଶ ଅତ୍ୟନ୍ତ ଅସ୍ଵାସ୍ଥ୍ୟ କର ଜନସାଧାରଣଙ୍କ ପାଇଁ ହେଇ ଯାଉଛି। ଚଳିତ ବର୍ଷାରେ ଏହାର ଡ୍ରେନ ସବୁ ପୁରି ଗଲାଣି ମାତ୍ର ପୌରପରିଷଦର ନିଦ ଭାଙ୍ଗିଗଲା ପରି ଜଣା ପଡୁନାହିଁ।…

"ଘଷିପୁରା ବସ ଷ୍ଟାଣ୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ"