ବାଇକକୁ ଧକ୍କା ଦେଲା ଟ୍ରକ, ଏକ ବର୍ଷର ଶିଶୁ ସମେତ ୩ ଗୁରୁତର

କରଞ୍ଜିଆ ୨୪-୬ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ମୟୁରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ଦୃଘଟଣା। କେତେ ବେଳେ ନିଶାଶକ୍ତ ଅବସ୍ଥାରେ ବାଇକରୁ ଖସି ତ ଆଉ କେତେ ବେଳେ ଟ୍ରକ ଚାପାରେ ଯାଉଛି ଜୀବନ, ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କଲେ ମଧ୍ୟ କିଛି ସୁଫଳ ମିଳୁନି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯୋଶୀପୁର ଥାନା ଅନ୍ତର୍ଗତ ଯୋଶୀପୁର ରରୁଆଁ ଛକ ନିକଟରେ। ଶନିବାରଦିନ ରାତ୍ରି ୯ ଘଟିକା ପାଖା ପାଖି ଖୁଲାଡି ଗ୍ରାମର ହେମେନ୍ଦ୍ର ପାତ୍ର, ତାଙ୍କ ସ୍ତ୍ରୀ ଦୀପା ପାତ୍ର ଏବଂ ୨ ବର୍ଷର ଶିଶୁ ଏକ ମୋଟର ସାଇକେଲ ଯୋଗେ ଯୋଶୀପୁର ବଜାରରୁ ମାର୍କେଟିଙ୍ଗ ସାରି ଘରକୁ ଫେରୁଥିବା…

"ବାଇକକୁ ଧକ୍କା ଦେଲା ଟ୍ରକ, ଏକ ବର୍ଷର ଶିଶୁ ସମେତ ୩ ଗୁରୁତର"

ସମବାୟ ଆପଣଙ୍କ ଦ୍ୱାରରେ, ଏକ କୃଷକ ସଚେତନତା କାର୍ଯ୍ୟକ୍ରମ

କରଞ୍ଜିଆ ୨୨-୬ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ଆଙ୍କର-ଚାଷ ଏବଂ ଚାଷୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ଯୋଜନା ଆରମ୍ଭ ହୋଇଥିଲେ ମଧ୍ୟ ତାହା କିପରି ସୂଚାରୁ ରୂପେ କାର୍ଯ୍ୟ କାରିତା ହେବ ସେଥି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସଚେତନତା ଅଭିଯାନ ଆରମ୍ଭ ହୋଇଛି ଜୁନ ଏକ ତାରିଖ ଠାରୁ ରାଜ୍ୟର ସମସ୍ତ ସମବାୟ ସମିତିମାନଙ୍କରେ ଚାଷୀମାନଙ୍କୁ ସଚେତନତା କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ସଚେତନତା କାର୍ଯ୍ୟକ୍ରମ ମୟୁରଭଞ୍ଜ ଜିଲ୍ଲା ପାଞ୍ଚପିଢ଼ ଉପଖଣ୍ଡ କରଞ୍ଜିଆ ସମବାୟ ସମିତି ଦ୍ୱାରା ଆଜି ଆୟଜିତ ହଇଥିଲା। ଏଥିରେ ସ୍ଥାନୀୟ ବିଧାୟକ ବିଜୟ କୁମାର ନାଏକ ଅନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜଳନ କରି ସଭାକାର୍ଯ୍ୟ…

"ସମବାୟ ଆପଣଙ୍କ ଦ୍ୱାରରେ, ଏକ କୃଷକ ସଚେତନତା କାର୍ଯ୍ୟକ୍ରମ"

ବିଶ୍ୱ ମରୁଭୂମି ଓ ମରୁଡ଼ି ନିରାକରଣ ଦିବସ ଅନୁଷ୍ଠିତ

କରଞ୍ଜିଆ ୧୮-୬ (ଓଡ଼ିଆ ପୁଅ/ଦୀପକ ମହାନ୍ତ) କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ କେରକେରା ଗ୍ରାମ ପଞ୍ଚାୟତ ମଣିକାଦୁମା ଗ୍ରାମରେ ବିଶ୍ୱ ମରୁଭୂମି ଓ ମରୁଡି ସୁରକ୍ଷା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରାମର ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସମେତ ଗ୍ରାମର ବହୁ ଲୋକ ଉକ୍ତ ସଭାରେ ସାମିଲ ହୋଇଥିଲେ, ବିଭାଗ ପକ୍ଷରୁ ଡେ଼ପୁଟି ରେଞ୍ଜର କିଶୋର ପାଣିଗ୍ରାହୀ ଜଙ୍ଗଲ କିପରି ସୁରକ୍ଷା କରିବେ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଜଙ୍ଗଲକୁ କିପରି ନିଆଁ ଦାଉରୁ ରକ୍ଷା କରିବେ, ନୂତନ ଜଙ୍ଗଲ କିପରି ସୃଷ୍ଟି କରାଯିବା ସହିତ ତାର ସୁରକ୍ଷା, ଭୁତଳ ଜଳର ସୁରକ୍ଷା ସହିତ ଲୋକଙ୍କୁ ସଚେତନତା କରିବା…

"ବିଶ୍ୱ ମରୁଭୂମି ଓ ମରୁଡ଼ି ନିରାକରଣ ଦିବସ ଅନୁଷ୍ଠିତ"

ମଜୁରୀ ଟଙ୍କା ନ ପାଇ ଶ୍ରମିକ ହତାଶ, ଟଙ୍କା ପ୍ରଦାନ ନ କଲେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

କରଞ୍ଜିଆ ୧୬/୬ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ମୟୁରଭଞ୍ଜ ଜିଲ୍ଲାରେ MGNRGS କାର୍ଯ୍ୟ ସମ୍ପୂର୍ଣ୍ଣ ଫେଲ। ଜିଲ୍ଲାର ବିଭିନ୍ନ ଜାଗାରେ ହଇଥିବା ଚାରା ରୋପଣରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ପରିଲକ୍ଷିତ ହୋଇଛି। ସେହିପରି ପାଞ୍ଚପିଢ଼ ଉପଖଣ୍ଡରେ ଉଦ୍ୟାନ ବିଭାଗ ଦ୍ୱାରା ହୋଇଥିବା ଚାରା ରୋପଣରେ ମହାଘୋଟାଲା ହୋଇଥିବା ଅଭିଯୋଗ ହୋଇଛି। ପାଞ୍ଚପିଢ଼ୀ ଉପଖଣ୍ଡ ରସମତଳା ଗ୍ରାମ ପଞ୍ଚାୟତର ଘଡାଘାଗୁରି ଗ୍ରାମରେ 2015-16, 2016-17 ମସିହାରେ ପାମଅଏଲ, କାଜୁ ଏବଂ ଲିଚୁ ଚାରା ରୋପଣ ହଇଥିବା ବେଳେ ୩ ବର୍ଷର ରକ୍ଷଣା ବେକ୍ଷଣା ଜଗୁଆଳି କରାଯାଇ ସରକାରଙ୍କ ରାଜ୍ୟ କୋଷରୁ ଟଙ୍କା ଖର୍ଚ୍ଚ କରାଯାଇଛି, ତେବେ ଜଗୁଆଳି କିମ୍ବା କାର୍ଯ୍ୟରତ ଶ୍ରମିକ ମାନଙ୍କ ମଜୁରୀ ଟଙ୍କା…

"ମଜୁରୀ ଟଙ୍କା ନ ପାଇ ଶ୍ରମିକ ହତାଶ, ଟଙ୍କା ପ୍ରଦାନ ନ କଲେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା"

ହାତୀ ଘଉଦେଇବା ବେଳେ ବାଣ ଫୁଟି ଜଣେ ଗୁରୁତ୍ତର ଆହତ

କରଞ୍ଜିଆ ୧୫/୬ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ପାଞ୍ଚପିଢ଼ ଉପଖଣ୍ଡ କରଞ୍ଜିଆ ଅଞ୍ଚଳରେ ବିଭିନ୍ନ ଗ୍ରାମମାନଙ୍କରେ ହାତୀ ଉପଦ୍ରବ ଜାରି ରହି ଥିବା ବେଳେ ହାତୀ ଜନବସତି ମୁହାଁ ହେଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ତେବେ ହାତୀ ଘଉଡାଇବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ସତନ୍ତ୍ର ବେବସ୍ତା କରୁ ଥିଲେ ମଧ୍ୟ ଗ୍ରାମର ଶହ ଶହ ଲୋକ ମଧ୍ୟ ହାତୀ ଘଉଡ଼ାଇବା ଟିମ ରେ ସାମିଲ ହଇଥାନ୍ତି। ସେହିପରି ଗତ କାଲି ଘଟିଯାଇଛି ଏକ ଅଭାବନୀୟ ଘଟଣା,ଦରି ଗ୍ରାମ ପଞ୍ଚାୟତ ସନପୁଖୁରି ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ବାଙ୍କିରା ନାମକ ବକ୍ତି ହାତୀ ଘଉଡ଼ାଇବା ସମୟରେ ବାଣ ଫୁଟାଉ ଥିବା ବେଳେ ଅସାବଧାନତାଯୋଗୁଁ ହାତରେ ବାଣଫୁଟି ଗୁରୁତ୍ତର…

"ହାତୀ ଘଉଦେଇବା ବେଳେ ବାଣ ଫୁଟି ଜଣେ ଗୁରୁତ୍ତର ଆହତ"

ମଦ ବିରୋଧ କରି ଗ୍ରାମବାସୀଙ୍କ ଦ୍ବାରା ରାସ୍ତା ଅବରୋଧ ,୨ ମଦ ବ୍ୟବସାୟୀଙ୍କୁ ଅଟକ

କରଞ୍ଜିଆ ୧୫/୬ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ମୟୁରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିଲା ବେଳେ, ନିଶା କବଳରେ ପଡି ବହୁ ନିରୀହ ଲୋକେ ଅକାଳରେ ଜୀବନ ହାରୁ ଥିବା ସହିତ ବିଭିନ୍ନ ଅସାମାଜିକ କାର୍ଯ୍ୟ ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ଆଖି ଦୃଷିଆ କାର୍ଯ୍ୟ କରୁ ନ ଥିବା ଦାବି କରି ୨ଜଣ ମଦ ମାଫିଆଙ୍କୁ ଧରି ଉତ୍ତମ ମଧ୍ୟମ ଦେବା ସହିତ କରଞ୍ଜିଆ ଚଦେଇଭୋଳ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ଏପରି ଅଭାବନିୟ ଘଟଣା ଘଟିଛି କରଞ୍ଜିଆ ଥାନା ଅନ୍ତର୍ଗତ ବଡ଼ଦେଉଳି ଗ୍ରାମ ପଞ୍ଚାୟତ ଭଅଁରା ଗ୍ରାମରେ ଆଜି ସନ୍ଧ୍ୟା ୫ ଘଟିକା…

"ମଦ ବିରୋଧ କରି ଗ୍ରାମବାସୀଙ୍କ ଦ୍ବାରା ରାସ୍ତା ଅବରୋଧ ,୨ ମଦ ବ୍ୟବସାୟୀଙ୍କୁ ଅଟକ"

ମୟୁରଭଞ୍ଜରେ ହାତୀ ଉପଦ୍ରବ ଫସଲ ନଷ୍ଟ କଲେ

କରଞ୍ଜିଆ ୧୨/୬ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ମୟୁରଭଞ୍ଜ ଜିଲ୍ଲା ପାଞ୍ଚପିଢ ଉପଖଣ୍ଡରେ ଦିନକୁ ଦିନ ହାତୀ ଉପଦ୍ରବରେ ଲୋକେ ଅତିଷ୍ଟ। କେତେବେଳେ ଫସଲ ଖାଇଗଲେଣି ତ ଆଉ କେତେ ବେଳେ ଜନ ବସତିରେ ପସି ଘରଭାଙ୍ଗି ଧାନଚାଉଳ ସବୁ ଖାଇଯାଉଛନ୍ତି। ବନ ବିଭାଗ ପକ୍ଷରୁ ଘଉଡାଇବା ବ୍ୟବସ୍ଥା କରୁଥିଲେ ମଧ୍ୟ କିଛି ସୁଫଳ ମିଳିପାରୁନି। ତେବେ ଗତ କିଛି ଦିନ ହେବ କରଞ୍ଜିଆ ଅଞ୍ଚଳରେ ହାତୀ ଉପଦ୍ରଵ ଜାରି ରହିଛି। ଗତରାତି ବଡ ଦେଉଳି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ହୋଇଥିବା ଖରାଟିଆ ଧାନ ଫସଲ ବହୁ ମାତ୍ରାରେ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ବନ ବିଭାଗ ପକ୍ଷରୁ ଘଉଡେଇବା ବ୍ୟବସ୍ଥା କରୁଥିଲେ ମଧ୍ୟ ଘଉଡେଇବା…

"ମୟୁରଭଞ୍ଜରେ ହାତୀ ଉପଦ୍ରବ ଫସଲ ନଷ୍ଟ କଲେ"

ସ୍ୱେଚ୍ଛାକୃତ ଭାବେ ସ୍ଥାନାତରିତ ହେଲେ ୭୫ ପରିବାର

କରଞ୍ଜିଆ ୧୧/୬ (ଓଡ଼ିଆ ପୁଅ/ଦୀପକ ମହାନ୍ତ) କରଞ୍ଜିଆ ବନଖଣ୍ଡ ଅଧିନ ଦୁଧିଆଣି ଗ୍ରାମ ପଞ୍ଚାୟତ ରାମଯୋଡି ଗ୍ରାମରରୁ ୭୫ ପରିବାର ପୁଣି ସ୍ଥାନାତରିତ। ସ୍ୱେଚ୍ଛାକୃତ ଭାବେ ସ୍ଥାନାତରିତ ପରିବାର ଙ୍କୁ କରଞ୍ଜିଆ ବନଖଣ୍ଡ ଅଧିକାରୀ ପ୍ରଶ୍ନ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାଟପଳସା ଗ୍ରାମ ପଞ୍ଚାୟତ ଶିଆଳିନଈ ଗ୍ରାମରେ ଥଇଥାନ କରିଥିବା ଦେଖିବାକୁ ମିଳିଛି। ବିସ୍ଥାପନ ବସ୍ତିରେ ଆର.ସି.ସି.ଏଫ, ଡେ଼ପୁଟି ଡ଼ାଇରେକ୍ଟର ଶିମିଳିପାଳ, ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ, ସ୍ଥାନୀୟ ବିଧାୟକ ବିଜୟ କୁମାର ନାଏକ, ଉପ ଜିଲ୍ଲାପାଳ ଶରତ କୁମାର ପୁରହିତ, ଉପଖଣ୍ଡ ପୋଲିସ ଅଧିକାରୀ କୃଷ୍ଣ ପ୍ରସାଦ ପଟ୍ଟନାୟକ, ଏ.ସି.ଏଫ ବଟକୃଷ୍ଣ ପାଢ଼ୀ ସମେତ ଉପ ଖଣ୍ଡର ବହୁ ବନ କର୍ମଚାରୀ ବିସ୍ଥାପନ ବସ୍ତିରେ…

"ସ୍ୱେଚ୍ଛାକୃତ ଭାବେ ସ୍ଥାନାତରିତ ହେଲେ ୭୫ ପରିବାର"

କରଞ୍ଜିଆ ବ୍ଲକରେ ବାଟବଣା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା: ଠକି ନେଲେ ପ୍ରଧାନମନ୍ତ୍ରୀ ଆବାସ ଘର

କରଞ୍ଜିଆ ୦୮/୦୬/ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ମୟୁରଭଞ୍ଜ ଜିଲ୍ଲାରେ ବଢି ଚାଲିଛି ଦିନକୁ ଦିନ ଦୁର୍ନୀତି। କେତେ ବେଳେ ଚାରା ଘଟଲା ତ ଆଉ କେତେ ବେଳେ ରାସ୍ତା ନିର୍ମାଣରେ। ଏବେ ପୁଣି ଦେଖା ଦେଇଛି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତି, ଦୁର୍ନୀତିର ବାସ୍ନା ବାରି ହେଇପଡ଼ୁଛି ଏହି ଘଟଣାରୁ। ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା କେରକେରା ଗ୍ରାମପଞ୍ଚାୟତ କେରକେରା ଗ୍ରାମରେ। କେରକେରା ଗ୍ରାମର ଶୁକ ରାୟ ଯାହାର ଜାତିଭିତ୍ତିକ ଜନଗଣନା ୨୦୧୧ ଅନୁସାରେ କ୍ରମିକ ସଂଖ୍ୟା ୨୪୪ ପଞ୍ଜିକରଣ ନମ୍ବର OR2260317, ସେହିପରି ସେହିଗ୍ରାମର ରାଧା ନାଏକ କ୍ରମିକ ସଂଖ୍ୟା ୧୬୪ ପଞ୍ଜିକରଣ ନମ୍ବର OR ୨୩୧୩୬୬୩ ଥାଇ ସେମାନେ ନିଜର ପୈତୃକ…

"କରଞ୍ଜିଆ ବ୍ଲକରେ ବାଟବଣା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା: ଠକି ନେଲେ ପ୍ରଧାନମନ୍ତ୍ରୀ ଆବାସ ଘର"

ପିଲା ଚୋରି ସନ୍ଦେହରେ ପିଟି ପିଟି ମାରିଦେଲେ ଦୃର୍ବୃତ୍ତ

କରଞ୍ଜିଆ ୦୨/୦୬ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ଚୋରି ସନ୍ଦେହରେ ହତ୍ୟା। ଏପରି ଘଟଣା ଘଟିଛି କରଞ୍ଜିଆ ଥାନା ଅନ୍ତର୍ଗତ କେରକେରା ଗ୍ରାମ ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମରେ। ଗତକାଲି ସନ୍ଧ୍ୟା ସମୟରେ ଏକ ବ୍ୟକ୍ତିଙ୍କୁ ସନ୍ଦେହ କରି ପୁଖୁରିଆ ଗ୍ରାମର କିଛି ବ୍ୟକ୍ତି ସନ୍ଦେହ କରି ନିସ୍ତୁକ ମାଡ଼ ମାରି ମାରି ୪୯ ନମ୍ବର ଜାତୀୟ ରାଜପଥ ରାମଚନ୍ଦ୍ରପୁର ପାଖରେ ମାରିଦେଇଥିବା ଦେଖିବାକୁ ମିଳିଥିଲା। ଗତ କାଲି ଶୁକ୍ରବାର ସପ୍ତାହିକ ହାଟ ପୁଖୁରିଆ ଥିବାରୁ ହାଟରେ ବହୁ ଲୋକ ରୁଣ୍ଡ ହଇ ନିସ୍ତୁକ ପିଟି ଥିଲେ ଯାହା ଫଳରେ ଘଟଣା ସ୍ଥଳରେ ହିଁ ଉକ୍ତ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ତେବେ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି…

"ପିଲା ଚୋରି ସନ୍ଦେହରେ ପିଟି ପିଟି ମାରିଦେଲେ ଦୃର୍ବୃତ୍ତ"