ବୈାଦ୍ଧ ମହାନଦୀରେ ଅଟଳଜୀଙ୍କ ଚିତାଭସ୍ନ: ବାଜପେୟୀ ସ୍ମୃତି କମିଟିର ଟାଉନହଲରେ ସର୍ବଧର୍ମ ପ୍ରାର୍ଥନା ଓ ସ୍ମୃତିଚାରଣ ସଭା

ବୈାଦ୍ଧ ୨୮-୮ (ଓଡ଼ିଆ ପୁଅ/‌ଦେବାଶିଷ ପୁରୋହିତ) – ଭାରତରତ୍ନ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନିଧନ ହେବାପରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋକସଭା ଆୟୋଜନ କରାଯାଇଥିବା ବେଳେ ଆଜି ଅଟଳ ବିହାରୀ ବାଜପେୟୀ ସ୍ମୃତି କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାଜପେୟୀଙ୍କ ଚିତାଭସ୍ମ କଳସକୁ ସର୍ବସାଧାରଣ ଦର୍ଶନ ପାଇଁ ସକାଳ ୧୦ଘ. ଠାରୁ ୪ଘ. ପର୍ଯ୍ୟନ୍ତ ଟାଉନହଲରେ ରଖା ଯାଇଥିଲା। ବୈାଦ୍ଧର ବୁଦ୍ଧିଜିବୀ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଜନସାଧାରଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅପରାହ୍ନ ୪ଘ. ସମୟରେ ଏକ ସୁସଜ୍ଜିତ ରଥରେ ସଂକୀର୍ତନ ମାଧ୍ୟମରେ ନଗର ପରିକ୍ରମା କରି ଶ୍ରୀ ଚନ୍ଦ୍ରଚୂଡ ମନ୍ଦିର ଚିରଘାଟ ମହାନଦୀରେ ପହଂଚିଥିଲା। ବ୍ରାହ୍ମଣମାନଙ୍କ…

"ବୈାଦ୍ଧ ମହାନଦୀରେ ଅଟଳଜୀଙ୍କ ଚିତାଭସ୍ନ: ବାଜପେୟୀ ସ୍ମୃତି କମିଟିର ଟାଉନହଲରେ ସର୍ବଧର୍ମ ପ୍ରାର୍ଥନା ଓ ସ୍ମୃତିଚାରଣ ସଭା"

ବୌଦ୍ଧଜିଲ୍ଲାରେ ସାମ୍ବାଦିକମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦାନ

ବୌଦ୍ଧ. ତା.୭.୬.୧୮. (ଓଡିଆ ପୁଅ/ ଦେବାଶିଷ ପୁରୋହିତ)- ସାମ୍ବାଦିକମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗୁ ହେବାପରେ ଆଜି ଅପରାହ୍ନରେ ସୂଚନା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ପରିସରରେ ଅପରାହନ୍ ୬ଘ. ସମୟରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଯୋଗଦେଇ ପ୍ରଦାନ କରିଥିଲେ। ବୌଦ୍ଧଜିଲ୍ଲାରୁ ୬୧ଜଣ ସାମ୍ବାଦିକ ତାଲିକା ପ୍ରସ୍ତୁତ କରାଯାଇ ପଠାଯାଇଥରବା ବେଳେ ସେଥି ମଧ୍ୟରୁ ୪୧ଜଣ ସାମ୍ବାଦିକଙ୍କର ସ୍ୱାସ୍ଥ୍ୟବୀମା କାର୍ଡ ଆସିଥିବା ଜଣାପଡିଛି। ବାଦ୍ ପଡିଥିବା ସାମ୍ବାଦିକମାନଙ୍କ ତାଲିକା ପୁନର୍ବାର ପ୍ରସ୍ତୁତ କରି ପଠାଇବା ପାଇଁ ଆଲୋଚନା ହୋଇଥିଲା। ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କ କାର୍ଡ ଆସିବ ବୋଲି ଜିଲାପାଳ ସୂଚନା ଦେଇଥିଲେ। ସାମ୍ବାଦିକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଗତକାଲି ଘୋଷଣା…

"ବୌଦ୍ଧଜିଲ୍ଲାରେ ସାମ୍ବାଦିକମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦାନ"

ବୌଦ୍ଧ ଜିଲ୍ଲା ଯୋଜନା କମିଟି ବୈଠକ, ଜମି ଅଧିଗ୍ରହଣ ଅଭାବରୁ ବହୁ ଯୋଜନା ପଡିରହିଛି

ବୌଦ୍ଧ. ତା.୭.୬.୧୮. (ଓଡିଆ ପୁଅ/ ଦେବାଶିଷ ପୁରୋହିତ)– ବୌଦ୍ଧ ଡି.ଆର୍.ଡି.ଏ. ସମ୍ମିଳନୀ କକ୍ଷଠାରେ ବୌଦ୍ଧଜିଲ୍ଲା ଯୋଜନା ବୋର୍ଡର ବୈଠକ ଅନୁଷ୍ଠିତ ହୋଇଥିଲା। ଯୋଜନା ବୋର୍ଡର ଅଧ୍ୟକ୍ଷ କଂଟାମାଳ ବିଧାୟକ ମହିଧର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ସପ୍ପର୍କରେ ଆଲୋଚନା ହୋଇଥିଲା। ବୌଦ୍ଧଜିଲ୍ଲା ଅନ୍ତର୍ଗତ ୩ଗୋଟି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରିବା ସହିତ ଖୁଂଟବନ୍ଧ ଠାରେ କରିବା ପାଇଁ ଏକ ପ୍ରତିନିଧି ଦଳ ଆସିଥିବା ପ୍ରକାଶ ପାଇଥିଲା। ବୌଦ୍ଧଜିଲ୍ଲାରେ ରାସ୍ତାଘାଟ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇଥିବା ଅଭିଯୋଗ ହୋଇଥିଲା। ବୌଦ୍ଧ, ମନମୁଣ୍ଡା ଓ ପୁରୁଣାକଟକ ଠାରେ ବାଇପାସ୍ ରୋଡପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ…

"ବୌଦ୍ଧ ଜିଲ୍ଲା ଯୋଜନା କମିଟି ବୈଠକ, ଜମି ଅଧିଗ୍ରହଣ ଅଭାବରୁ ବହୁ ଯୋଜନା ପଡିରହିଛି"

ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ବୈାଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ ଅସନ ଓ ପ୍ରାଣାୟାମ ଶିବିର

ବୈାଦ୍ଧ ୧୨/୧ (ଓଡ଼ିଆ ପୁଅ/ଦେବାଶିଷ ପୁରୋହୀତ)  – ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ବୈାଦ୍ଧ ସହରର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଏକ ସ୍ୱତନ୍ତ୍ର ଯୋଗ ଶିବିର ଭାରତ ସ୍ୱାଭିମାନ ଟ୍ରଷ୍ଟ ଓ ପତଞ୍ଜଳି ଯୋଗ ସମିତି ପକ୍ଷରୁ ଅନୁଷ୍ଠିତ ହୋଇଥିଲା। ଏଥିରେ ହରିଦ୍ୱାର ଶାନ୍ତିକୁଞ୍ଜ ଯୋଗ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ବାହାଦୁର ସିଂ ଚୈାହାନ, ପ୍ରାନ୍ସୁ କୁମାର ମୈାର୍ଯ୍ୟ ଓ ରାଜିବ କୁମାର ଆସନ ଓ ପ୍ରାଣାୟାମ ଅଭ୍ୟାସ କରାଇବା ସହିତ ବର୍ତମାନ ଯୋଗ କିପରି ସମସ୍ତଙ୍କ ପାଇଁ ଜରୁରୀ ହୋଇ ପଡିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ। ସ୍ୱାମୀ ବିବେକାନନ୍ଦ ପ୍ରତିଦିନ ଯୋଗାଭ୍ୟାସ ମାଧ୍ୟମରେ ସମଗ୍ର ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ମାଉସୀ…

"ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ବୈାଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ ଅସନ ଓ ପ୍ରାଣାୟାମ ଶିବିର"