ଶ୍ରୀ ମନ୍ଦିରର ଅମୃତ ମଣୋହୀ ସଂପତ୍ତି ତାଲିକା

– ଦେବପ୍ରସାଦ ମିଶ୍ର ଇଂରେଜ ଶାସନ ଅମଳରୁ ଅର୍ଥାତ୍ ୧୮୦୩ ଠାରୁ ୧୯୮୫ ପର୍ଯ୍ୟନ୍ତ ଶ୍ରୀ ମନ୍ଦିରର ରତ୍ନଭଣ୍ଡାର ଖୋଲାଯାଇ ଏହା ମଧ୍ୟରେ ଥିବା ସମସ୍ତ ଦୁର୍ମୁଲ୍ୟ ପଦାର୍ଥ ସୁନା, ରୁପା, ହୀରା, ନୀଳା, ମୋତି ମାଣିକ୍ୟ ର ହିସାବ ଓ ସଂଖ୍ୟାର ତାଲିକା ପ୍ରସ୍ତୁତ ହୋଇ ରହିଛି। ମାତ୍ର ଏବେ ୨୦୧୮ ରେ ଏପ୍ରିଲ ୪ ତାରିଖରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଫଳରେ ପୁଣି ଥରେ ମନ୍ଦିରର ରତ୍ନଭଣ୍ଡାର ଖୋଲି ତାର ମରାମତି ଓ ସଂରକ୍ଷଣ ପାଇଁ ଉଭୟ ମନ୍ଦିର ପ୍ରଶାସନ ଓ ଏ.ଏସ.ଆଇ କୁ ନିର୍ଦ୍ଦେଶ ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟରେ ସମସ୍ତ ଅଧିକାରୀ ରତ୍ନଭଣ୍ଡାର ବାହାର ରତ୍ନଭଣ୍ଡାରରେ ପ୍ରବେଶ କରି…

"ଶ୍ରୀ ମନ୍ଦିରର ଅମୃତ ମଣୋହୀ ସଂପତ୍ତି ତାଲିକା"

ମହାନଦୀର ପ୍ରାଚୀନତା, ପବିତ୍ରତା

– ଦେବପ୍ରସାଦ ମିଶ୍ର ପ୍ରାଚୀନ ପୁରାଣ ସାହିତ୍ୟଠାରୁ ଆରମ୍ଭ କରି କେଉଁ ଆବାହନ କାଳରୁ ଏ ଉତ୍କଳ ଭୂଖଣ୍ଡ ଓଡିଶାରେ ମହାନଦୀ ପ୍ରବାହିତ ହେଉଛି, ଏହାକୁ ଓଡିଶାର ଜୀବନ ରେଖା କୁହାଯାଏ। ଏହି ନଦୀ ଉପରେ ଶହ ଶହ କୋଟି କୋଟି ଲୋକ ନିର୍ଭର କରିଥାନ୍ତି। ଆଜି ଏହାର ଉପର ମୁଣ୍ଡରେ ଅନ୍ୟାୟ ଭାବରେ ବଂଧ ପକାଇ ପଡୋଶୀ ରାଜ୍ୟ ଛତିଶଗଡ ପାଣିକୁ ଅଟକାଇବା ଫଳରେ ଓଡିଶାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବାକୁ ବସିଲାଣି, ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହରେ ଚାରିଆଡେ ଲୋକେ ପାଣି ଟୋପାଏ ପାଇଁ ବ୍ୟାକୁଳ। ଗୋଟାଏ ପଟେ ମହାନଦୀ ଶଯ୍ୟା ଶୁଖିଲା ପଡିଥିବା ବେଳେ ଅନ୍ୟପଟେ ଭୂତଳ ଜଳସ୍ତର କ୍ରମାଗତ ଭାବେ…

"ମହାନଦୀର ପ୍ରାଚୀନତା, ପବିତ୍ରତା"

ସ୍ୱଭାବସୁନ୍ଦରୀ ପଶ୍ଚିମୋତ୍କଳ

– ଦେବପ୍ରସାଦ ମିଶ୍ର ଉତ୍କଳ ଭୂଖଣ୍ଡ ବା ଆମ ରାଜ୍ୟ ଓଡିଶା ବହୁ ପ୍ରାଚୀନ କାଳରୁ ସମଗ୍ର ବିଶ୍ୱ ଦରବାରରେ ତାର ପରିଚିତ ସୃଷ୍ଟି କରି ଆସିଛି। କାଳ ଚକ୍ରରେ ସମୟର ପରିବର୍ତ୍ତନରେ ବର୍ତ୍ତମାନ ପର୍ଯ୍ୟନ୍ତ ଭଗବାନ ଆମକୁ ଯେତିକି ସଂପଦ ଦେଇଛନ୍ତି ତହିଁରେ ପ୍ରାକୃତିକ ବିଭବ ଅନେକ ଦେଇଛନ୍ତି, ଏ ପର୍ଯ୍ୟନ୍ତ ଆମେ ଏହାର ସଦ୍ ଉପଯୋଗ କରି ପାରି ନାହୁଁ। ବର୍ତ୍ତମାନ ଏକବିଂଶ ଶତାଦ୍ଧୀରେ ପାଦ ଦେବାକୁ ଯାଉଥିବା ବେଳେ ଏହି ସବୁ ପ୍ରାକୃତିକ ବିଭବର ସଦ୍ ଉପଯୋଗ ଅର୍ଥାତ ଶିଳ୍ପ, କଳା, ସଂସ୍କୃତି, ସାହିତ୍ୟ କ୍ଷେତ୍ରରେ ଏହାକୁ କିପରି ବିନିଯୋଗ କରାଯାଇ ପାରିବ ସେ ସଂପର୍କରେ ଚିନ୍ତା କରିବାର ସମୟ ଆସିଛି…

"ସ୍ୱଭାବସୁନ୍ଦରୀ ପଶ୍ଚିମୋତ୍କଳ"

ଉତ୍କଳ – କୈଳାସ କପିଳାସ

– ଦେବପ୍ରସାଦ ମିଶ୍ର ଆମ ରାଜ୍ୟ ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପୁଣି ମନ୍ଦିର ମାଳିନୀ ପ୍ରତ୍ୟେକ ସ୍ଥାନର ଇତିହାସ ଓ କିମ୍ବଦନ୍ତୀ ରହିଛି। ମନ୍ଦିର ସହିତ ପ୍ରତ୍ୟେକ ସ୍ଥାନର ଇତିହାସ ଓ ପ୍ରାକୃତିକ ପରିବେଶକୁ ଧ୍ୟାନ ଦେଇ ରାଜ୍ୟ ସରକାର ଏକ ପର୍ଯ୍ୟଟନ ମାନଚିତ୍ର ପ୍ରକାଶ କରି ସେ ସବୁ ସ୍ଥାନକୁ ବର୍ତ୍ତମାନର ସମୟକୁ ଦେଖି ସେହିପରି ଉନ୍ନତି କରନ୍ତେ। ତେବେ ଆମ ରାଜ୍ୟ ପୃଥିବୀ ପର୍ଯ୍ୟଟନ ମାନଚିତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତା। ଅତୀତରେ ଅଧ୍ୟାପକ ଶ୍ରୀ ଗୌରୀ କୁମାର ବ୍ରହ୍ମା କିଛିଦିନ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗରେ ଥିବା ବେଳେ ଭୁବନେଶ୍ୱର ପାନ୍ଥନିବାସରେ ଓଡିଶାରେ ପର୍ଯ୍ୟଟନ ଶିଳ୍ପ ଉପରେ ଏକ କର୍ମଶାଳା…

"ଉତ୍କଳ – କୈଳାସ କପିଳାସ"

ଜଣେ ଅନନ୍ୟ ବ୍ୟକ୍ତିତ୍ୱ ପରୋପକାରୀ ବଂଧୁ

– ଦେବପ୍ରସାଦ ମିଶ୍ର ବୃତ୍ତିରେ ଶିଳ୍ପପତି, କଣ୍ଟ୍ରାକ୍ଟର, ସଫଳଚାଷୀ, ସ୍ୱେଚ୍ଛାସେବୀ, ବିଧାୟକ, ସାମ୍ବାଦିକ, ସଙ୍ଗୀତପ୍ରେମୀ, ମୁରବୀ, ବିପଦ ବେଳର ବଂଧୁ ଏପରି ବହୁମୁଖୀ ପ୍ରତିଭାର ଅଧିକାରୀ ହେଉଛନ୍ତି କଟକ ରାଜାବଗିଚା ଅଞ୍ଚଳର ଖ୍ୟାତନାମା ସାମନ୍ତରାୟ ପରିବାରର ନିତ୍ୟାନନ୍ଦ ସାମନ୍ତରାୟ, ଗତ ୨୩ ଫେବୃୟାରୀ ସୁକ୍ରବାର ରାଜାବଗିଚା ବାସଭବନରେ ୮୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ଗୋଟିଏ ଢଗ ଅଛି “ପ୍ରାଣୀର ଭଲମନ୍ଦ ବାଣୀ ମରଣକାଳେ ତା ଜାଣି”। ରାଜାବଗିଚାର ପ୍ରସିଦ୍ଧ ସାମନ୍ତରାୟ ପରିବାରର ସ୍ୱର୍ଗତ ଉତ୍ସବାନନ୍ଦ ସାମନ୍ତରାୟଙ୍କ ସାନ ଭାଇ ନିତ୍ୟାନନ୍ଦ, ଆରମ୍ଭରୁ ଜଣେ କର୍ମଠ, ସ୍ୱାଭିମାନୀ ଓ ନିଜ ବାହୁ ବଳରେ କିପରି ମଣିଷ ସ୍ୱାବଲମ୍ବି ହୋଇପାରେ ତାଙ୍କଠାରୁ ସେ କଳା ଶିଖିବାର…

"ଜଣେ ଅନନ୍ୟ ବ୍ୟକ୍ତିତ୍ୱ ପରୋପକାରୀ ବଂଧୁ"

ଆଉ ସେଭଳି ପାଣ୍ଡିତ୍ୱ କାହିଁ !

– ଦେବପ୍ରସାଦ ମିଶ୍ର କୀର୍ତ୍ତିମାଳିନୀ ବିରପ୍ରସବିନୀ ଓଡ଼ିଶା କାଳେ କାଳେ ବହୁ ଯୋଗୀ, ଜ୍ଞାନୀ, ବିଦ୍ୱାନ, ପଣ୍ଡିତ, ଯୁଗ ପୁରୁଷଙ୍କୁ ଜାତ କରି ଏ ଓଡ଼ିଆ ଜାତି ତଥା ଦେଶର ମହିମା ଯୁଗେ ଯୁଗେ ବୃଦ୍ଧି କରି ଆସିଛି। ସଂସ୍କୃତ ସାହିତ୍ୟ ଅମର। ଏହାର ଅଭିବୃଦ୍ଧିରେ ଓଡ଼ିଶାର ମହାକବି ଜୟଦେବ, ବିଶ୍ୱନାଥ, କବିରାଜ, ଗଦାଧର ରାଜଗୁରୁ, ଗଜପତି କପିଳେନ୍ଦ୍ର, ପୁରୁଷାତ୍ତମ ତଥା ପ୍ରତାପରୁଦ୍ର, କବି ଡିଣ୍ଡିମ ଜୟଦେବ, କବିଚନ୍ଦ୍ର ଦିବାକର, କୋଶଳାନନ୍ଦକାର ଗଙ୍ଗାଧର, ଚିନ୍ତାମଣି, କୃଷ୍ଣ ଦାସ, ଗଜପତି ରାମଚନ୍ଦ୍ର, କବିଚନ୍ଦ୍ର ବିଶ୍ୱନାଥ ସାମନ୍ତରାଜ, ହଳଧର, ଗୋପୀନାଥ, ନରସିଂହ, ରବିରତ୍ନ ପୁରୁଷାତ୍ତମ, ବସୁ ପ୍ରହରାଜ, ରଘୁନାଥ ରଥ, ବକ୍ରବାକ୍ ଚକ୍ରପାଣି, ବ୍ରଜସୁନ୍ଦର, ଗଙ୍ଗ ବଂଶାନୁ ଚରିତ…

"ଆଉ ସେଭଳି ପାଣ୍ଡିତ୍ୱ କାହିଁ !"

କାହାକୁ କହିବା କିଏ ଶୁଣିବ !

– ଦେବପ୍ରସାଦ ମିଶ୍ର ଦିନକୁ ଦିନ ପରିବେଶ ଦୂଷିତ ହେବା ଫଳରେ ଆମ ଜଳବାୟୁରେ ମଧ୍ୟ ପରିବର୍ତ୍ତନ ଘଟିଛି, କେଉଁଠି ଅଧିକ ବର୍ଷା ତ କେଉଁଠାରେ ଖରା, କେଉଁଠାରେ ଅତ୍ୟଧିକ ଥଣ୍ଡା ଏପରି ଏକ ଅସ୍ୱାଭାବିକ ପରିସ୍ଥିତିରେ ଆମ ରାଜ୍ୟରେ କ୍ରମାଗତ ଭାବେ ବାତ୍ୟା ଓ ବର୍ଷାର ତାଣ୍ଡବ ଲାଗିରହିଛି। ନିକଟ ଅତୀତରେ ବାରମ୍ବାର ଅଦିନିଆ ବର୍ଷା ଲାଗି ରହିବା ଫଳରେ ଚାଷୀକୂଳର ଫସଲ ହାନି ଘଟିବା ନେଇ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ପୁଣି ଅଦିନିଆ ବର୍ଷା ଧାନ ଅମଳ ବେଳେ ଏପରି ଅବସ୍ଥା ହେବାରୁ ଯାହା ବି ଫସଲ ଗଣ୍ଡାଏ ବିଲରେ ଥିଲା ସେତକବି ଗଲା, ଏ ପାକୃତିକ ଦୁର୍ବିପାକରେ ରାଜ୍ୟର…

"କାହାକୁ କହିବା କିଏ ଶୁଣିବ !"

ସତ୍ୟବାଦୀର ସତ୍ୟବାଦୀ

– ଦେବପ୍ରସାଦ ମିଶ୍ର ବିଦ୍ୟାଳୟରେ ପାଠପଢ଼ିଲା ଦିନଠାରୁ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଯୁବାବସ୍ଥାରେ ମ୍ୟାଟି୍ରକ୍ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ପୁରୀ କଲେକ୍ଟୋରେଟ୍ରେ କିରାଣୀ ଚାକିରୀରେ ସ୍ଥାୟୀତ୍ୱ ହୋଇ ହଠାତ୍ ଚାକିରୀରୁ ଇସ୍ତ‘ା ଦେଇ ଉତ୍କଳମଣିଙ୍କ କର୍ମସ୍ଥଳୀ ସତ୍ୟବାଦୀକୁ ଏକ ମୁହାଁହୋଇ ଗୋଟିଏ ଶଗଡ଼ର ପଛ ଦଣ୍ଡାକୁ ଧରି ଚାଲି ଚାଲି ପଳେଇ ଆସିଥିଲେ। ସେହି ଯୁବକଟିର ନାମ ସତ୍ୟବାଦୀ ତ୍ରିପାଠୀ। ପିଲାଦିନେ ତାଙ୍କ ନିଜ ଗ୍ରାମ କଣାସର ତ୍ରିଲୋଚନପୁରଠାରେ ପାଠପଢ଼ିଲାବେଳେ ସେହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଶେଷ ପରୀକ୍ଷାରେ ତିନିବର୍ଷ ମାସିକ ବୃତ୍ତି ଲାଭକରି ଭୁବନେଶ୍ୱର ମ୍ମଇଂରାଜୀ ବିଦ୍ୟାଳୟରେ ପାଠପଢ଼ି ସେଠାରୁ କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ୧୯୧୨-୧୫ ମସିହାରେ ପୁରୀ…

"ସତ୍ୟବାଦୀର ସତ୍ୟବାଦୀ"

ଦିନେ ନଭଜିଲୁ ରାମକୃଷ୍ଣ ଶ୍ରୀହରି…..

– ଦେବପ୍ରସାଦ ମିଶ୍ର ବିଳେ ବତୋରୁକ୍ରମ-ବିକ୍ରମାନ ଯେ ନଗୃଶ୍ୱତଃ କର୍ଣ୍ଣପୁଟେ ନରସ୍ୟ ଜିହ୍ନା ସତୀ ଦାର୍ଦୁରି କେବ ସୂତ ନ ଚୋପଗାୟତି ଉରୁଗାୟ ଗାଥାଃ।ା ଯେଉଁ ବ୍ୟକ୍ତି ଭଗବାନ ଶ୍ରୀକୃଷ୍ଣଙ୍କର ଶୌର୍ଯ୍ୟ ବୀର୍ଯ୍ୟଗାଥା ଶୁଣେ ନାହିଁ କିମ୍ବା ଗାନ କରି ନାହିଁ, ଉଚ୍ଚସ୍ୱରରେ ତାହା ଉଚ୍ଚାରଣ କରି ନାହିଁ, ତାହାର କର୍ଣ୍ଣ ସର୍ପର ଅବାସସ୍ଥଳୀ ବା ଗର୍ଭ ସଦୃଶ ଅଟେ ଏବଂ ତାର ଜିହ୍ୱା ଭେକ ଜିହ୍ୱା ତୁଲ୍ୟ ନିରର୍ଥକ ଅଟେ। ତୁଳସୀ ଦାସ ‘ରାମଚରିତମାନସ’ ର ବାଳକାଣ୍ଡରେ ଅନୁରୂପ ଲେଖିଛନ୍ତି – ତଦପି ଅସଙ୍କା କୀହ୍ନିହୁ ସୋଈ, କହତ ସୁନତ ସବକର ହିତ ହୋଈ। ଜିହ୍ନ ହରି କଥା ସୁନୀନାହିଁ କାନା, ଶ୍ରବନରନ୍ଧ୍ର ଅହି…

"ଦିନେ ନଭଜିଲୁ ରାମକୃଷ୍ଣ ଶ୍ରୀହରି….."

ସ୍ୱାଧୀନତା ସଂଗ୍ରାମର ଲୋମହର୍ଷଣକାରୀ ଘଟଣା

– ଦେବପ୍ରସାଦ ମିଶ୍ର ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ ଏକ ଗୌରବମୟ କାହାଣୀ। ଉକ୍ତ ସଂଗ୍ରାମରେ କେତେ ଯେ ଆନ୍ଦୋଳନ, ବିପ୍ଳବ ଓ ଲୋମହର୍ଷଣକାରୀ ଘଟଣା ସଂଘଟିତ ହୋଇଛି, ତାର କଳନା ନାହିଁ। ତନ୍ମଧ୍ୟରୁ ୧୯୪୨ ମସିହାରେ ସଂଘଟିତ ଭାରତଛାଡ ଆନ୍ଦୋଳନ ବା ଅଗଷ୍ଟ ବିପ୍ଳବ ସ୍ୱାଧୀନତା ସଂଗ୍ରାମ ଇତିହାସରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଘଟଣା ରୂପେ ବିବେଚିତ। ଫଳାଫଳ ଦୃଷ୍ଟିରୁ ଏହା ଆମ ଦେଶର ଇତିହାସରେ ଫରାସୀ ବିପ୍ଳବ ଓ ଋଷ ବିପ୍ଳବର ସ୍ଥାନ ଅଧିକାର କରିଥାଏ। ଏହି ଭାରତଛାଡ ଆନ୍ଦୋଳନରେ ଭାରତର ଅନ୍ୟାନ୍ୟ ଅଞ୍ଚଳର ଅଧିବାସୀଙ୍କ ପରି ଓଡିଶାବାସୀ ଏକ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଥିଲେ। ବିଶେଷତଃ ଭଦ୍ରକ ସବଡିଭିଜନ ଅନ୍ତର୍ଗତ ଇରମ…

"ସ୍ୱାଧୀନତା ସଂଗ୍ରାମର ଲୋମହର୍ଷଣକାରୀ ଘଟଣା"