ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅବସରରେ ପୁରୀ ଜିଲ୍ଲା ନିମାପଡ଼ାଠାରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ତତ୍ୱାବଧାନରେ ତିଳ ତର୍ପଣ ଏବଂ ସାମୁହିକ ମୁଣ୍ଡନ କାର୍ଯ୍ୟକ୍ରମ

"ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି"

ବିରୋଧ ପରେ ହଟିଲା;ବାଜପେୟୀଙ୍କ ଉପରେ ନବୀନଙ୍କ ପୋଷ୍ଟର

ଖୋର୍ଦ୍ଧା;୨୫,ଅଗଷ୍ଟ(ଓଡ଼ିଆ ପୁଅ):ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ବାଜପେୟୀଙ୍କ ପୋଷ୍ଟର ଉପରେ ନବୀନଙ୍କ ପୋଷ୍ଟର ଦେଖିବାକୁ ମିଳିଥିଲା।ତେବେ ବିଜେପି ପକ୍ଷରୁ ଏହାର ବିରୋଧ କରାଯିବା ପରେ ନବୀନଙ୍କ ପୋଷ୍ଟର ହଟାଇ ଦିଆଯାଇଥିଲା। ଜଟଣୀରେ ୨୬ ତାରିଖରେ ହେବାକୁ ଥିବା ବାଜପେୟୀଙ୍କ ସ୍ମୃତି ସଭା ଉଦ୍ଦେଶ୍ୟରେ ବିଜେପି ନେତା ସନ୍ତୋଷ ଜେନାଙ୍କ ପକ୍ଷରୁ ବିଭିର୍ଣ୍ଣ ସ୍ଥାନରେ ବ୍ୟାନର ମରାଯାଇଥିଲା।ତେବେ ଏହି ବ୍ୟାନର ଉପରେ ହଠାତ ଆଜି ନବୀନ ପଟ୍ଟନାୟକ ଏବଂ ଜଟଣୀରେ ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟଙ୍କର ବ୍ୟାନର ମରାଯାଇଥିବା ଦେଖିବାକୁ ମିଳିଥିଲା।ଖବର ପାଇବା ପରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟା ରଶ୍ମୀମୟୀ ପଟ୍ଟନାୟକ,ପୂର୍ବତନ ଜଟଣୀ ନଗର ସଭାପତି ଶରତ ମହାନ୍ତି ପ୍ରମୁଖ ଏହାର ବିରୋଧ କରିବା…

"ବିରୋଧ ପରେ ହଟିଲା;ବାଜପେୟୀଙ୍କ ଉପରେ ନବୀନଙ୍କ ପୋଷ୍ଟର"

ମୈଦାନକୁ ଫେରୁଛନ୍ତି ସଜ୍ଜନ…

ସୁସ୍ଥ ହେଉଛନ୍ତି ଅସୁସ୍ଥ ସଜ୍ଜନ ଭୁବନେଶ୍ୱର;୨୫,ଅଗଷ୍ଟ(ଦେବଦତ୍ତ ରଥ):ରାଜ୍ୟ ବିଜେପିର ପ୍ରବୀଣ ପ୍ରବକ୍ତା ସଜ୍ଜନ ଶର୍ମା।ଶାନ୍ତ,ସରଳ ଏବଂ ନମ୍ରତାର ସହ ଶାଣିତ ମନ୍ତବ୍ୟ ରଖୁଥିବା ଚେହେରାଟିଏ।ରାଜ୍ୟ ବିଜେପି ପକ୍ଷରୁ ଚମତ୍କାର ପ୍ରତିକ୍ରିୟା ରଖୁଥିବା ରାଜ୍ୟ ବିଜେପିର ଏହି ବାଗ୍ନି ଚେହେରା ଏବେ କାଇଁ କେତେଦିନ ହେଲା ଦେଖାଯାଉ ନାହାଁନ୍ତି? ବାସ୍ତବରେ ସଜ୍ଜନ ଶର୍ମା କିଛି ଦିନ ହେଲା ଅସୁସ୍ଥ ଅଛନ୍ତି।ସେ ଏବେ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଅବଜର୍ବରେ ଅଛନ୍ତି।ନିକଟରେ ତାଙ୍କର ଏକ ଗୁରୁତ୍ୱର ଅସ୍ତ୍ରୋପଚାର ହୋଇଛି।ଅସ୍ତ୍ରୋପଚାର ପରେ ଏବେ ସେ ଡାକ୍ତରଙ୍କ ତତ୍ୱାବଧାନରେ ଏମ୍ସ ହସ୍ପିଟାଲରେ ଅଛନ୍ତି।ତେବେ ସଜ୍ଜନ ଶର୍ମାଙ୍କ ଶୁଭେଛୁ ମାନଙ୍କ ପାଇଁ ଭଲ ଖବର ଯେ,ସଜ୍ଜନ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି।ସଜ୍ଜନ ଶର୍ମା ଏହା…

"ମୈଦାନକୁ ଫେରୁଛନ୍ତି ସଜ୍ଜନ…"

ମୋଦିଙ୍କୁ ରାକ୍ଷୀ ବାନ୍ଧିବେ ମହିଳା ମୋର୍ଚ୍ଚା

ସାମିଲ ରହିବେ ଓଡ଼ିଶା ସଭାନେତ୍ରୀ ଭୁବନେଶ୍ୱର;୨୪, ଅଗଷ୍ଟ(ଓଡ଼ିଆ ପୁଅ):ରାକ୍ଷୀ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ବାନ୍ଧିବେ ବିଜେପି ମହିଳା ମୋର୍ଚ୍ଚା।ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରହାତକରଙ୍କ ସମେତ ୫ ଜଣ ମହିଳା ମୋର୍ଚ୍ଚା ଅଧିକାରୀ ମୋଦିଙ୍କୁ ସାକ୍ଷାତ କରି ରାକ୍ଷୀ ବାନ୍ଧିବେ।ଏଥିରେ ଓଡ଼ିଶା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ସାମିଲ ଅଛନ୍ତି।ଏମାନଙ୍କ ସମେତ ପଶ୍ଚିମବଙ୍ଗ ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଲୋକେଟ ଚାଟାର୍ଜୀ, କର୍ଣ୍ଣାଟକ ରାଜ୍ୟ ସଭାନେତ୍ରୀ ଭାରତୀ ସେଟ୍ଟୀ ଏବଂ ଉତ୍ତର ପ୍ରଦେଶ ରାଜ୍ୟ ସଭାନେତ୍ରୀ ଦର୍ଶନା ସିଂ ସାମିଲ ଅଛନ୍ତି।ଏ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରହାତକର ସାକ୍ଷାତ କରିବାକୁ ଥିବା ୫ ଜଣ ନେତ୍ରୀଙ୍କ ସୂଚୀ ନେଇ…

"ମୋଦିଙ୍କୁ ରାକ୍ଷୀ ବାନ୍ଧିବେ ମହିଳା ମୋର୍ଚ୍ଚା"

ବିଜେପି ମହିଳା ମୋର୍ଚ୍ଚାର ସାଙ୍ଗଠନିକ ବୈଠକ:ଓଡ଼ିଶା ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷା

ଭୁବନେଶ୍ୱର;୨୪, ଅଗଷ୍ଟ (ଓଡ଼ିଆ ପୁଅ):ଚଳିତ ମାସ ୩୦/୩୧ ତାରିଖରେ ବିଜେପି ମହିଳା ମୋର୍ଚ୍ଚାର ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହେବ।ଏଥିରେ ଯୋଗ ଦେବା ପାଇଁ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରହାତକର ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି।ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ସଭାପତିତ୍ୱରେ ହେବାକୁ ଥିବା ସାଙ୍ଗଠନିକ ବୈଠକରେ ମହିଳା ମୋର୍ଚ୍ଚାର ରାଜ୍ୟର ସମସ୍ତ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା, ସମସ୍ତ ଜିଲ୍ଲାର ସଭାନେତ୍ରୀ ଏବଂ ସାଧାରଣ ସମ୍ପାଦିକା, ସମସ୍ତ ମଣ୍ଡଳର ସଭାନେତ୍ରୀ, ବିଭିର୍ଣ୍ଣ ଜିଲ୍ଲାର ପ୍ରଭାରୀ, ସଂସଦୀୟ ଏବଂ ବିଧାନସଭା କ୍ଷେତ୍ର ସଂଯୋଜିକା ମାନେ ଉପସ୍ଥିତ ରହିବେ।ବୈଠକକୁ ଉପେକ୍ଷିତ ଥିବା କାର୍ଯ୍ୟକର୍ତ୍ତାଙ୍କ ସୂଚୀରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୋଲି ଜଣାପଡ଼ୁଛି।

"ବିଜେପି ମହିଳା ମୋର୍ଚ୍ଚାର ସାଙ୍ଗଠନିକ ବୈଠକ:ଓଡ଼ିଶା ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷା"

ବିଜେପିର ସାଙ୍ଗଠନିକ ବୈଠକ

ଖୋର୍ଦ୍ଧା;୨୩,ଅଗଷ୍ଟ :ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ବିଜେପିର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଖୋର୍ଦ୍ଧା ଜିଲ୍ଲା ୧୨ ନମ୍ବର ଜୋନର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।ମଣ୍ଡଳ ସଭାପତି ସାଗର ବାରିକଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଉର୍ମିଳା ମହାପାତ୍ର ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିକୁଞ୍ଜ କିଶୋର ପଟ୍ଟନାୟକ,ରଶ୍ମୀ ରଞ୍ଜନ ମହାପାତ୍ର,ଧନେଶ୍ୱର ମହାରଣା,ପବିତ୍ର ମୋହନ ସାହୁ,ଚିତ୍ତ ରଞ୍ଜନ ତ୍ରିପାଠୀ,ମନ୍ମଥ ରଞ୍ଜନ ବେହେରା,ଅଜୟ କୁମାର ପାଇକରାୟ,କୈଳାଶ ସାହୁ,ସଂଗ୍ରାମ କେଶରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

"ବିଜେପିର ସାଙ୍ଗଠନିକ ବୈଠକ"

ବେଗୁନିଆରେ ବ୍ୟାପୁଛି ଡେଙ୍ଗୁ

ଖୋର୍ଦ୍ଧା;୨୩, ଅଗଷ୍ଟ (ଓଡ଼ିଆ ପୁଅ) :ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ଡେଙ୍ଗୁ ବ୍ୟାପୁଥିବାର ଜଣାପଡ଼ିଛି।ବଡ଼ବେରଣା ଗ୍ରାମର ଅବିନାଶ ମହାପାତ୍ର ନାମକ ଜଣେ ୨୦ ବର୍ଷୀୟ ଯୁବକ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି।ପୂର୍ବରୁ ଯଶୋଦା ବେହେରା ନାମକ ଜଣେ ମହିଳା ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ପଙ୍ଗାରସିଂହ, ତଳଗଡ଼ ଗ୍ରାମର ବିଶେଶ୍ୱର ବଳିୟାରସିଂହ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିଲେ।ଏହାକୁ ନେଇ ଅଞ୍ଚଳ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି।ଆସନ୍ତା ୨୫ ତାରିଖ ସୁଧା ମଶା ବଂଶ ବୃଦ୍ଧି ରୋକିବା ପାଇଁ ବିଭିର୍ଣ୍ଣ ସ୍ଥାନରେ ଡିଡିଟି ପକାଯିବ ବୋଲି ବୋତଳମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୁହାଯାଇଛି।

"ବେଗୁନିଆରେ ବ୍ୟାପୁଛି ଡେଙ୍ଗୁ"

ଶୃଙ୍ଖଳା ଶିଖାଉଛନ୍ତି ବିଶୃଙ୍ଖଳିତ ନେତା!

ଭୁବନେଶ୍ୱର;୨୩, ଅଗଷ୍ଟ(ଦେବଦତ୍ତ ରଥ):ନିଜେ ଶୃଙ୍ଖଳିତ ନୁହଁ, କିନ୍ତୁ କାର୍ଯ୍ୟକର୍ତ୍ତାଙ୍କୁ ଶୃଙ୍ଖଳା ଶିଖାଉଛନ୍ତି ନେତା।ଓଡ଼ିଶା ବିଜେପିରେ ଏହିପରି କିଛି ଦେଖିବାକୁ ମିଳୁଛି।ବିଭିର୍ଣ୍ଣ ସଭା/ସମିତି କଥା ଛାଡ଼ନ୍ତୁ, ଭୁତପୂର୍ବ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି କଳସ ଯାତ୍ରା ସମୟରେ ମଧ୍ୟ ଏହିପରି ଘଟଣା ଦେଖିବାକୁ ମିଳୁଛି। ବୁଧବାର ଦିନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଦିଲ୍ଲୀରୁ ବାଜପେୟୀଙ୍କ ଅସ୍ଥି କଳସ ଧରି ଭୁବନେଶ୍ୱରରେ ପହଁଚିଲେ।ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅସ୍ଥି କଳସ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଉଦ୍ଦେଶ୍ୟରେ ରହିବା ପରେ ଗୁରୁବାର “ଅସ୍ଥି କଳସ ଯାତ୍ରା” କରାଯାଇ ପୁରୀ ମହୋଦଧିରେ ବିସର୍ଜନ କରାଗଲା।ବୁଧବାର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଅସ୍ଥି କଳସ ଧରି କାର୍ଯ୍ୟାଳୟ ଆସିବା…

"ଶୃଙ୍ଖଳା ଶିଖାଉଛନ୍ତି ବିଶୃଙ୍ଖଳିତ ନେତା!"

ବାଜପେୟୀଙ୍କ ସ୍ମୃତି ସଭା ନିମନ୍ତେ ନଗର ନିମନ୍ତ୍ରଣ

ଖୋର୍ଦ୍ଧା୨୨,ଅଗଷ୍ଟ:ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଉତ୍ତରାୟଣୀ କ୍ଳବ ଠାରେ ଆସନ୍ତା ୨୬ ତାରିଖରେ ଏକ ସ୍ମୃତି ସଭା,ଶ୍ରଦ୍ଧା ଅର୍ପଣ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହି ଉପଲକ୍ଷେ ଆଜି ବିଜେପି ନେତା ସନ୍ତୋଷ ଜେନାଙ୍କ ନେତୃତ୍ୱରେ ଜଟଣୀ ନଗର ପରିକ୍ରମା କରାଯାଇ ସ୍ମୃତି ସଭାରେ ଉପସ୍ଥିତ ରହିବାକୁ ଜନ ସାଧାରଣଙ୍କୁ ନିମନ୍ତ୍ରଣ ତଥା ନିବେଦନ କରାଯାଇଥିଲା।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମୀମୟୀ ପଟ୍ଟନାୟକଙ୍କ ସମେତ ଶରତ କୁମାର ମହାନ୍ତି,ଜୟ ପ୍ରକାଶ ତ୍ରିବେଦୀ,ରାଜେଶ କୁମାର ମହାପାତ୍ର,ମନୋଜ କୁମାର ଭୂୟାଁ,କ୍ରିଷ୍ଣା ସାମନ୍ତରାୟ,ସୁଧୀର ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଜଟଣୀ ନଗର ପରିକ୍ରମା…

"ବାଜପେୟୀଙ୍କ ସ୍ମୃତି ସଭା ନିମନ୍ତେ ନଗର ନିମନ୍ତ୍ରଣ"

ବାଜପେୟୀଙ୍କ ମୃତ୍ୟୁର ଆଗୁଆ ସନ୍ଦେଶ!ଧନ୍ୟରେ ବିଜେପି କାର୍ଯ୍ୟକର୍ତ୍ତା

ଭୁବନେଶ୍ୱର(ଦେବଦତ୍ତ ରଥ):ଭୂତପୂର୍ବ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ହୋଇଯାଇଛି।ତାଙ୍କ ବିୟୋଗରେ ସାରା ଭାରତରେ ଶୋକର ଛାୟା ଖେଳି ଯାଇଛି।ଦୀର୍ଘ ୯ ସପ୍ତାହ ହେଲା ଅସୁସ୍ଥ ଥିବା ବାଜପେୟୀ ଏମ୍ସ ପକ୍ଷରୁ ଜାରି ମେଡିକାଲ ବୁଲେଟିନ ଅନୁଯାୟୀ ୧୬ ଅଗଷ୍ଟ ଅପରାହ୍ନ ୫ଟା ୫ ସମୟରେ ମୃତ୍ୟୁ ବରଣ କଲେ।ତେବେ ପୂର୍ବରୁ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ବିଗିଡ଼ି ଯାଇଥିଲା।ଏବଂ ତାଙ୍କୁ ଲାଇଫ ସପର୍ଟ ସିଷ୍ଟମରେ ରଖା ଯାଇଥିଲା। ଲାଇଫ ସପର୍ଟ ସିଷ୍ଟମରେ ରହିବା ଜଣାପଡ଼ିବା ପରେ ବାଜପେୟୀଙ୍କୁ ନେଇ ଏହିପରି କିଛି ଆଶଙ୍କା ହୁଏତ ପ୍ରକାଶ ପାଉଥିଲା।କିନ୍ତୁ କିଛି ବିଜେପି କାର୍ଯ୍ୟକର୍ତ୍ତା ସତେ ଯେପରି ବାଜପେୟୀଙ୍କ ମୃତ୍ୟୁ ସନ୍ଦେଶ ଜଣାଇବା ପାଇଁ ବ୍ୟାକୁଳ…

"ବାଜପେୟୀଙ୍କ ମୃତ୍ୟୁର ଆଗୁଆ ସନ୍ଦେଶ!ଧନ୍ୟରେ ବିଜେପି କାର୍ଯ୍ୟକର୍ତ୍ତା"