ବିଧବା ବୋହୂକୁ ସଧବା କଲେ ଶାଶୁ,ଶଶୁର!

ଭୁବନେଶ୍ୱର/ପାଟଣା;୯,ପ୍ରେବ୍ରୁୟାରୀ,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଶାଶୁ ବୋହୂ ମଧ୍ୟରେ କଳି ବିବାଦ ତଥା ଶଶୁର ଘରେ ବଧୁ ନିର୍ଯାତନା,ବଧୁ ହତ୍ୟା ଆଦି ଘଟଣା ଆମେ ପ୍ରାୟ ଶୁଣିବାକୁ ପାଇଥାଉ।ବୋହୂ ବି ଅନେକ ଜାଗାରେ ଶାଶୁ,ଶଶୁରଙ୍କ ପ୍ରତି ଅବହେଳା କରୁଥିବା କଥା ଶୁଣିବାକୁ ମିଳେ।କିନ୍ତୁ,ଶାଶୁ-ଶଶୁର,ବିଧବା ବୋହୂକୁ ସଧବା କରିବାର ଘଟଣା ନିଶ୍ଚିତ ବିରଳ। ଘଟଣାଟି ସତେ ଯେପରି ଏକ  ଚଳଚିତ୍ର ପରି। ଏପରି ଏକ ଘଟଣା ଘଟିଛି ବିହାରର ସାରଣ ଜିଲ୍ଲା ଅଞ୍ଚଳରେ।ଧର୍ମନାଥଙ୍କର ପୁଅ ଏକ ଦୁର୍ଘଟଣାର ଶିକାର ହୋଇ ଦୁଇ ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ।ଏହାପରେ ତାଙ୍କ ସ୍ତ୍ରୀ ବିଧବା ହୋଇ ଶଶୁର ଘରେ ରହୁଥିଲେ।କିନ୍ତୁ ପୁଅ ତ’ ଗଲା ଗଲା, ବୋହୂକୁ ବିଧବା ବେଶରେ…

"ବିଧବା ବୋହୂକୁ ସଧବା କଲେ ଶାଶୁ,ଶଶୁର!"

ଭ୍ରଷ୍ଟାଚାର ଅଭିଯୋଗ: ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କୁ ୫ ବର୍ଷ ଜେଲ!

ଭୁବନେଶ୍ୱର/ଢାକା;୯,ପ୍ରେବ୍ରୁୟାରୀ,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ସମୟର ଚକ୍ରରେ ସମସ୍ତେ ବନ୍ଧା।ସମୟ କେତେବେଳେ ଭିକାରୀକୁ ସମ୍ରାଟ କରିଦେବ ତ’ କେତେବେଳେ ପୁଣି ସମ୍ରାଟକୁ ଭିକାରୀ।ଏପରି ଦେଖିବାକୁ ମିଳିଛି ବାଙ୍ଗଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାଙ୍ଗଲାଦେଶ ନେସନାଲିଷ୍ଟ ପାର୍ଟି(ବିଏନପି)ର ଅଧକ୍ଷା ଖାଲିଦା ଜିଆଙ୍କ କ୍ଷେତ୍ରରେ।ଏକ ଭ୍ରଷ୍ଟାଚାର ମାମଲାରେ ଦୋଷୀ ସାବ୍ୟସ୍ତ କରି କୋର୍ଟ ତାଙ୍କୁ ୫ ବର୍ଷ କାରା-ଦଣ୍ଡାଦେଶ ଶୁଣାଇଛନ୍ତି।ଖାଲିଦାଙ୍କ ସମେତ ତାଙ୍କ ପୁଅ ତଥା ବିଏନପିର ଉପାଧ୍ୟକ୍ଷ ତାରିକ୍ ରହମାନ ଏବଂ ଅନ୍ୟ ୪ ଜଣଙ୍କୁ ମଧ୍ୟ ଦୋଷୀ ପାଇ କୋର୍ଟ ସେମାନଙ୍କୁ ୧୦-୧୦ ବର୍ଷ ଲେଖାଏଁ କାରାଦଣ୍ଡ ଆଦେଶ ଦେଇଛନ୍ତି।୨୦୦୮ ମସିହାରେ ଖାଲିଦା ଜିଆଙ୍କ ଉପରେ “ଜିଆ ଅନାଥାଳୟ ନ୍ୟାସ” ନାମରେ ୨.୫୨ଲକ୍ଷ ଡଲାର ଭ୍ରଷ୍ଟାଚାର କରିଥିବା…

"ଭ୍ରଷ୍ଟାଚାର ଅଭିଯୋଗ: ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କୁ ୫ ବର୍ଷ ଜେଲ!"

କଟକ ପରେ ବ୍ରହ୍ମପୁରରେ ଭୟଙ୍କର ଅଗ୍ନିକାଣ୍ଡ:ନିଆଁରେ ସ୍ବାହା ହୋଇଗଲା କୋଟିଏ ଟଙ୍କାର ସମ୍ପତି

ବ୍ରହ୍ମପୁର;୬,ପ୍ରେବ୍ରୁୟାରୀ,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):କଟକ ପରେ ବ୍ରହ୍ମପୁରରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ।ଜଳି ପୋଡ଼ି ଛାରଖାର ହେଇ ଯାଇଛି ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି।ସନ୍ଧ୍ୟା ପ୍ରାୟ ୫:୩୦ ସମୟରେ ବ୍ରହ୍ମପୁର ହନୁମାନ ବଜାର ସ୍ଥିତ ଓଡ଼ିଶା ଶାଢ଼ୀ ସେଣ୍ଟର ଗୋଦାମରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା।କେହି କିଛି ବୁଝିବା ପୂର୍ବରୁ ନିଆଁ ସାରା ଗୋଦାମକୁ ଆୟତ୍ତ କରି ସାରିଥିଲା।ଦମକଳ ବିଭାଗର ୪ଟି ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ ସୂଧା ପ୍ରାୟ ଦୁଇ ଘଣ୍ଟା ଭିତରେ ଗୋଦାମ ଭିତରେ ଥିବା ପ୍ରାୟ ୨୦୦ ଲୁଗା ଗଦି ପୋଡ଼ି ପାଉଁଶ ହେଇ ସାରିଥିଲା।ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା କଥା କୁହା ଯାଉଛି।ସୂଚନା ଯୋଗ୍ୟ ଯେ ହନୁମାନ ବଜାର…

"କଟକ ପରେ ବ୍ରହ୍ମପୁରରେ ଭୟଙ୍କର ଅଗ୍ନିକାଣ୍ଡ:ନିଆଁରେ ସ୍ବାହା ହୋଇଗଲା କୋଟିଏ ଟଙ୍କାର ସମ୍ପତି"

ଅଣ୍ଡା ଫିଙ୍ଗିଥିବା ରାଜେଶ୍ଵରୀଙ୍କ ଉପରେ ଅତ୍ୟାଚାର ବିରୋଧରେ ବିକ୍ଷୋଭ

ଭୁବନେଶ୍ୱର,୬,ଫ୍ରେବ୍ରୁୟାରୀ,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ନବୀନଙ୍କ ବିରୋଧରେ ବିଜେପିର ସଂଗ୍ରାମ ଜାରୀ ରହିଛି। ଏ ମଧ୍ୟରେ ନବୀନ ବେଶୀ ଅକ୍ରୋଶର ଶିକାର ହେଉଛନ୍ତି ମହିଳା ମୋର୍ଚ୍ଚାର ଅଣ୍ଡା ଫିଙ୍ଗିଥିବା ମହିଳା ରାଜେଶ୍ବରୀଙ୍କ ପ୍ରତି ଅନ୍ୟାୟ ,ଅତ୍ୟାଚାର କରାଯାଇଥିବା ପ୍ରତିବାଦରେ ମହିଳା ମୋର୍ଚ୍ଚା ପକ୍ଷରୁ ବାଲେଶ୍ୱର ଭୋଗରାଇ ଠାରେ ଏକ ବିକ୍ଷୋଭ ସମାବେଶ ଆୟୋଜିତ ହୋଇ ଯାଇଛି।ଜିଲ୍ଲା ସଭାନେତ୍ରୀ କମଳା ବିନ୍ଧାଣିଙ୍କ ନେତୃତ୍ୱରେ ଆୟୋଜିତ ଏହି ସମାବେଶରେ ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାନେତ୍ରୀ ସୁଷମା ବିଶ୍ୱାଳଙ୍କ ସମେତ ସିପ୍ରା ବାଜପେୟୀ, ମନୀଷା ବେହେରା ପ୍ରମୁଖ ଯୋଗ ଦେଇ ନବୀନ ସରକାର ବିରୋଧରେ ବିଶୋଦଗାର କରିଥିଲେ।

"ଅଣ୍ଡା ଫିଙ୍ଗିଥିବା ରାଜେଶ୍ଵରୀଙ୍କ ଉପରେ ଅତ୍ୟାଚାର ବିରୋଧରେ ବିକ୍ଷୋଭ"

ତାଜମହଲ ପାର୍ଶ୍ଵରୁ ଶୁଭିବ “ଜୟ ଶ୍ରୀରାମ” ଧ୍ବନି! ବିପକ୍ଷ ଉଠାଇଲା ପ୍ରଶ୍ନ: ଉତ୍ତର ରଖିଲେ ମୁସଲିମ ମନ୍ତ୍ରୀ

ଭୁବନେଶ୍ୱର/ଆଗ୍ରା; ୫,ପ୍ରେବ୍ରୁୟାରୀ,୨୦୧୮ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ତାଜମହଲ ପାର୍ଶ୍ଵରୁ ଶୁଭିବ “ଜୟ ଶ୍ରୀରାମ” ଧ୍ୱନି!ପ୍ରେବ୍ରୁୟାରି ୧୮ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ୨୭ତମ ତାଜ ମହୋତ୍ସବ।ଏହି ଉପଲକ୍ଷେ ଉଦ୍ଘାଟନୀ ଉତ୍ସବ ୧୮ତାରିଖରେ ଶ୍ରୀରାମ ଭାରତୀ କଳା କେନ୍ଦ୍ର ତରଫରୁ ଭଗବାନ ଶ୍ରୀରାମ ଆଧାରିତ ନୃତ୍ୟ ନାଟିକା ପ୍ରଦର୍ଶିତ କରାଯିବାର ଆୟୋଜକ ସମିତି ନିଷ୍ପତି ନେଇଛନ୍ତି।ଉଦ୍ଘାଟନୀ ଉତ୍ସବରେ ଯୋଗ ଦେବାକୁ ରାଜ୍ୟପାଳ ରାମ ନାୟକ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିମନ୍ତ୍ରିତ କରା ଯାଇଛି।ତାଜମହଲ ଅନ୍ତର୍ଗତ ଶିଳ୍ପଗ୍ରାମରେ ଆୟୋଜିତ ଏହି କାର୍ଯ୍ୟକର୍ମରେ ୧୯ ତାରିଖରେ ଲୋକ ଗାୟିକା ମିଳନୀ ଅବସ୍ଥିଙ୍କ ଦ୍ୱାରା କାର୍ଯ୍ୟକର୍ମ ପରିବେଷଣ ହେବାକୁ ଥିବା ବେଳେ,୨୦ ତାରିଖରେ ବଲିଉଡ ନାଇଟ,୨୧ ତାରିଖରେ ଅସ୍ଲମ୍…

"ତାଜମହଲ ପାର୍ଶ୍ଵରୁ ଶୁଭିବ “ଜୟ ଶ୍ରୀରାମ” ଧ୍ବନି! ବିପକ୍ଷ ଉଠାଇଲା ପ୍ରଶ୍ନ: ଉତ୍ତର ରଖିଲେ ମୁସଲିମ ମନ୍ତ୍ରୀ"

କେବେ ଉଡ଼ିବ ବ୍ରହ୍ମପୁରରୁ ବିମାନ ସେବା?

ବ୍ରହ୍ମପୁର, ୧, ପ୍ରେବ୍ରୁଆରୀ, ୨୦୧୭(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଭୁବନେଶ୍ବର ଆନ୍ତର୍ଜାତିକ ବିମାନ ବନ୍ଦରରୁ ରାଉରକେଳା, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳକୁ ବିମାନ ଚଳାଚଳ ସେବା ଆରମ୍ଭ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଜୟପୁର, ବାରିପଦା ଏବଂ ପଦ୍ମପୁରରେ ଏୟାରଷ୍ତ୍ରିପ୍ କାମ ଚାଲିଛି।ଉଡ଼େ ଦେଶ କା ଆମ ନାଗରିକ(ଉଡାଣ)ଯୋଜନାରେ ଏହି ସବୁ ଏୟାରଷ୍ତ୍ରିପ୍ ଅନ୍ତର୍ଭୁକ୍ତ ହୋଇଛି।କିନ୍ତୁ, ପରିତାପର ବିଷୟ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର ଏହି ଯୋଜନାରେ ପଛରେ ପଡ଼ି ଯାଇଛି। ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡା ନିକଟରେ ଏକ ବହୁ ପୂରାତନ ଏୟାରଷ୍ତ୍ରିପ୍ ରହିଛି।ଏହି ଏୟାରଷ୍ତ୍ରିପଟି ଅପଗ୍ରେଡ଼ସନ ହେବ ନାଁ କମ୍ପ୍ରିହେନ୍ସିଭ୍ ଡେଭଲପମେଣ୍ଟ ଯୋଜନାରେ ଶୀତଳପଲ୍ଲୀ ନିକଟସ୍ଥ ଲକ୍ଷ୍ମୀପୁରରେ ବିମାନ ବନ୍ଦର ହେବ ସେ…

"କେବେ ଉଡ଼ିବ ବ୍ରହ୍ମପୁରରୁ ବିମାନ ସେବା?"

କୁନ୍ଦୁଲି ପିଡ଼ୀତାଙ୍କ ଦଶାହରେ ମହିଳା ମୋର୍ଚ୍ଚା ମନ୍ଦିରରେ କରିବ ଦୀପଦାନ ?? ସେ ଦିନ ଯେ ଗ୍ରହଣ!

ଭୁବନେଶ୍ୱର,୩୦,ଜାନୁୟାରୀ,(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଗଣ ଧର୍ଷଣର ଶିକାର ହୋଇ ଏବଂ ଦୀର୍ଘ ଦିନ ସଂଘର୍ଷ ପାଇଁ ଲଢ଼ି ଲଢ଼ି ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା କୁନ୍ଦୁଲି ପିଡ଼ି଼ତାଙ୍କ ଦଶାହ ପଡ଼ୁଛି ୩୧ତାରିଖରେ।ଏହି ଦିନ ବିଜେପି ମହିଳା ମୋର୍ଚ୍ଚା ପାଳନ କରିବ ସଂକଳ୍ପ ଦିବସ।ଏହିଦିନ ମଣ୍ଡଳ ସ୍ତରରେ ରାଜ୍ୟର ୧୦୦୨ଟି ସ୍ଥାନରେ ଥିବା ବିଭିର୍ଣ୍ଣ ମନ୍ଦିର ଗୁଡ଼ିକରେ ପିଡୀତାଙ୍କ ଆତ୍ମାର ସଦଗତି ନିମନ୍ତେ କରାଯିବ ଦୀପଦାନ।ଏହି ନେଇ ସଂକଳ୍ପ ପାଠ କରାଯିବ ବୋଲି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।ତେବେ ସେଦିନ ଯେ ଚନ୍ଦ୍ର ଗ୍ରହଣ! ମନ୍ଦିର ପ୍ରବେଶ ନିଷେଧ।ଦେବ କାର୍ଯ୍ୟ ନିଷେଧ।ଘରେ ମଧ୍ୟ ଦୀପ, ପୂଜା, ପାଠ ଆଦି ବନ୍ଦ।ସକାଳ ୬ଟା ୨୫ରୁ ରାତି୮ଟା…

"କୁନ୍ଦୁଲି ପିଡ଼ୀତାଙ୍କ ଦଶାହରେ ମହିଳା ମୋର୍ଚ୍ଚା ମନ୍ଦିରରେ କରିବ ଦୀପଦାନ ?? ସେ ଦିନ ଯେ ଗ୍ରହଣ!"