୬ ଗୋରୁ ଜୀବନ୍ତ ଦଗ୍ଧ

ଭୁବନେଶ୍ୱର;୨୦,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ଗତ କାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ପଞ୍ଚାୟତ ଅନ୍ତର୍ଗତ କାୟା ଗ୍ରାମର ସୁବଳ ଚହଟରାୟଙ୍କ ଗୁହାଳରେ କୌଣସି କାରଣରୁ ନିଆଁ ଲାଗି ୬ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।

"୬ ଗୋରୁ ଜୀବନ୍ତ ଦଗ୍ଧ"

– ଦେବଦତ୍ତ ରଥ ଓଡ଼ିଆ ସିନେ ତାରକା ମହେଶ୍ଵତା ରାଏ ଏବେ ରାଜନୀତିରେ ପାଦ ଥାପିଛନ୍ତି।ମିସ୍ ଇଣ୍ଡିଆ ପ୍ରତିଯୋଗୀ ଅର୍ଚ୍ଚିତା ସାହୁ ଖୁବ୍ ଶୀଘ୍ର ରାଜନୀତିକୁ ଆସିବାର ଚର୍ଚ୍ଚା ହେଉଛି।ଏହା ପୂର୍ବରୁ ଅପରିଜିତା ମହାନ୍ତି, ପିଙ୍କି ପ୍ରଧାନ ଏବଂ ଏଇ ନିକଟରେ ଅନୁ ଚୌଧୁରି ପରି ଅଭିନେତ୍ରୀ ରାଜନୀତିରେ ପାଦ ଥାମିଛନ୍ତି।ଗ୍ଲାମର ଦୁନିଆ ସହ ରାଜନୀତିର ପୁରୁଣା ସଂପର୍କ ଥିଲେ ସୁଧା ତାହା ସାଧାରଣତଃ ଜାତୀୟ ରାଜନୀତିରେ ଦେଖା ଯାଉଥିଲା। ଓଡ଼ିଶାରେ ଏତେଟା ନୁହେଁ। ଏମିତିରେ ସିନେ ତାରକାଙ୍କର ଓଡ଼ିଶା ରାଜନୀତିରେ ସଫଳତା ହାର ମଧ୍ୟ ଖୁବ୍ କମ।   ରାଜନୀତି କ୍ଷେତ୍ରରେ ଗ୍ଲାମର ଗାର୍ଲଙ୍କ କଥା ଦେଖିବାକୁ ଗଲେ ଅନେକ କେବଳ ବିଉଟିର ଅଧିକାରୀ…

ଆଖି ମରା ଭିଡିଓରେ ଯୋଡ଼ି ହେଲେ ରାହୁଲ, ନବୀନ

ଭୁବନେଶ୍ୱର;୧୩,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ସୋସିଆଲ ମିଡିଆରେ ଏବେ ଜଣେ ଯୁବତୀଙ୍କ ଆଖି ମରା ଭିଡିଓ ଖୁବ୍ ଭାଇରାଲ ହେଉଛି। ଭିଡିଓ କ୍ଲିପଟିରେ ଜଣେ ଯୁବକ ଜଣେ ଯୁବତୀଙ୍କୁ ଚାହିଁ ନିଜ ଆଇବ୍ରୋକୁ ଖୁବ୍ ସୁନ୍ଦର ଢଙ୍ଗରେ ନଚାଉଛନ୍ତି।ଏହାପରେ ଯୁବତୀ ଜଣଙ୍କ ମଧ୍ୟ ସମ ଢଙ୍ଗରେ ନିଜ ଆଇବ୍ରୋକୁ ନଚେଇବା ସହ ଆଖି ମାରୁଛନ୍ତି।ଏହା ପରେ ଯୁବକ ଜଣଙ୍କ ଲାଜେଇ ମୁହଁ ତଳକୁ କରି ଦେଉଛନ୍ତି।ଏହି ଭିଡିଓ ଟି ଇଣ୍ଟରନେଟରେ ୟୁ ଟିଉବ,ଫେସବୁକ୍,ୱ୍ୱଟ୍ସଆପ ଆଦିରେ ଖୁବ୍ ଭାଇରାଲ ହେଉଛି ଏବଂ ଆଖି ମାରି ସଂପୃକ୍ତ ଯୁବତୀ ପ୍ରିୟା ଖୁବ୍ ଚର୍ଚ୍ଚିତ ହୋଇ ଯାଇଛନ୍ତି। ଯୁବତୀ ଜଣଙ୍କ ହେଲେ ୧୮ ବର୍ଷ ବୟସ୍କା ପ୍ରିୟା ପ୍ରକାଶ ୱାରିୟର। ଘର କେରଳର…

"ଆଖି ମରା ଭିଡିଓରେ ଯୋଡ଼ି ହେଲେ ରାହୁଲ, ନବୀନ"

ସେନା ଉପରେ ଭାଗବତଙ୍କ ମନ୍ତବ୍ୟ ଉପରେ ସଙ୍ଘର ସ୍ପଷ୍ଟି କରଣ

ଭୁବନେଶ୍ୱର;୧୨,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):”ସେନା ଠାରୁ ଆମେ ଶୀଘ୍ର ପ୍ରସ୍ତୁତ ହେବୁ” ନେଇ ସର ସଙ୍ଘ ଚାଳକ ମୋହନ ଭାଗବତ ମନ୍ତବ୍ୟ ଦେଇଥିବା ନେଇ ବିଭିର୍ଣ୍ଣ ଗଣ ମାଧ୍ୟମରେ ପ୍ରକାଶିତ ହୋଇ ବିବାଦ ଉପୁଜିବା ପରେ ସଙ୍ଘ ଏ ନେଇ ସ୍ପଷ୍ଟିକରଣ ରଖିଛି।ସେନା ଠାରୁ ଆମେ ଶୀଘ୍ର ପ୍ରସ୍ତୁତ ହେବୁ,ସେନାକୁ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହେବା ପାଇଁ ୬/୭ ମାସ ସମୟ ଦରକାର କିନ୍ତୁ ସଙ୍ଘ ସ୍ୱୟଂ ସେବକଙ୍କୁ ୨ ରୁ ୩ ଦିନ ସମୟ ଦରକାର ବୋଲି ବିହାରର ମୁଜାଫରପୁର ଠାରେ ସଙ୍ଘ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକର୍ମରେ ମୋହନ ଭାଗବତ କହିଥିବା ନେଇ କେତେକ ଗଣ ମାଧ୍ୟମରେ ପ୍ରକାଶିତ ହୋଇଥିଲା।ଏବଂ ଏହାକୁ ନେଇ ବିବାଦ…

"ସେନା ଉପରେ ଭାଗବତଙ୍କ ମନ୍ତବ୍ୟ ଉପରେ ସଙ୍ଘର ସ୍ପଷ୍ଟି କରଣ"

ମନ୍ଦିର ପରେ ମସଜିଦ ଦର୍ଶନ କରିବେ ମୋଦୀ

ଭୁବନେଶ୍ୱର/ମସ୍କଟ,୧୨,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ତ୍ରିଦେଶୀୟ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଓମାନରେ ପହଞ୍ଚିଛନ୍ତି।ଏହି ଅବସରରେ ମୋଦୀ ଓମାନର ମସ୍କଟ ସହରରେ ଥିବା ୧୦୦ ବର୍ଷ ପୂରୁଣା ମନ୍ଦିର ଦର୍ଶନ କରିଛନ୍ତି।ଏହା ପରେ ସେ ସୁଲତାନ କବୁସ ମସଜିଦ ଯିବାର କାର୍ଯ୍ୟକର୍ମ ରହିଛି।ଏହା ସହ ମୋଦୀଙ୍କର ଓମାନର ଉପ ପ୍ରଧାନମନ୍ତ୍ରୀ ସୟଦ ଅସଦ ବିନ ଅଲ ସୟଦଙ୍କ ସହ ଆନ୍ତର୍ଜାତିକ ସଂପର୍କ ନେଇ ସାକ୍ଷାତ ଆଲୋଚନା ଏବଂ ବିଜନେସ ସିଇଓଙ୍କ ସହ ବୈଠକ ଅଛି।ରବିବାର ଦିନ ଓମାନ ସହ ଭାରତର ପର୍ଯ୍ୟଟନ,ମିଲଟ୍ରି ଅପରେସନ ସମେତ ୮ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି।

"ମନ୍ଦିର ପରେ ମସଜିଦ ଦର୍ଶନ କରିବେ ମୋଦୀ"

ଜାମ୍ମୁ ଅଶାନ୍ତ: ୩ ଆତଙ୍କବାଦି ନିହତ,ଅପରେସନ ଜାରି

ଭୁବନେଶ୍ୱର/ଜାମ୍ମୁ;୧୧,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଜାମ୍ମୁର ସୁଂଜବାଁ ସେନା କ୍ୟାମ୍ପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସେନା ଏ ଭିତରେ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି।କ୍ୟାମ୍ପ ଭିତରେ ଏବେ ମଧ୍ୟ ଜଣେ/ଦୁଇ ଜଣ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି।୨୮ ଘଣ୍ଟା ପରେ ମଧ୍ୟ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଲଢ଼େଇ ଜାରି ରହିଛି।ସାରା ଜାମ୍ମୁ ଅଞ୍ଚଳକୁ ରେଡ୍ ଆଲର୍ଟ ଘୋଷଣା କରାଯାଇ ତଲାସୀ ଅଭିଯାନ ଚାଲିଛି।ଅପରେସନ ଜୋରଦାର କରିବା ପାଇଁ ଉଧମପୁର ଏବଂ ସରସାବାରୁ ଏୟାରଫୋର୍ସ କମାଣ୍ଡୋଙ୍କୁ ଡକା ଯାଇଛି।ସୂଚନା ଯୋଗ୍ୟ ଯେ, ଜୈସ ଏ ମହମ୍ମଦର ୬ ଜଣ ଆତଙ୍କବାଦୀ ସେନା ପୋଷାକରେ ଜାମ୍ମୁ ସେନା କ୍ୟାମ୍ପ ଭିତରେ ପ୍ରବେଶ କରି…

"ଜାମ୍ମୁ ଅଶାନ୍ତ: ୩ ଆତଙ୍କବାଦି ନିହତ,ଅପରେସନ ଜାରି"

ଟ୍ରେନ ବଗିରେ ସ୍କୁଲ !

ଭୁବନେଶ୍ୱର;୧୦,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ଟ୍ରେନ ବଗି ଭିତରେ ଚାଲିଛି ସ୍କୁଲ!ଫଟୋଟିକୁ ଦେଖିଲେ ଯେ କେହି ଏପରି ହିଁ ଭାବି ନେବ।ବାସ୍ତବରେ କଥା ସେହି ପରି ନୁହେଁ।ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସ୍କୁଲକୁ ଆସିବା ଆଗ୍ରହ ବଢାଇବା ନିମନ୍ତେ ଏହା ଏକ ପ୍ରୟାସ।ଏହି ସ୍କୁଲଟି ଅବସ୍ଥିତ ବିହାର ସମସ୍ତିପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ୪୦ କିଲୋମିଟର ଦୂର ନନ୍ଦନୀ ଗ୍ରାମରେ।ଗଙ୍ଗା ନଦୀ କୂଳ ଅନତି ଦୂରରେ ଅବସ୍ଥିତ ଏହି ବିଦ୍ୟାଳୟର ନାମ ରାଜକୀୟ ମଧ୍ୟ ବିଦ୍ୟାଳୟ।ଏହା ଆଦର୍ଶ ବିଦ୍ୟାଳୟର ମଧ୍ୟ ମାନ୍ୟତା ପାଇଛି।ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି।୧୯୨୫ ମସିହାରେ ଏହି ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା।ତେବେ ବିଦ୍ୟାଳୟକୁ ସ୍ଥାନୀୟ ପିଲା ମାନେ ଆସି ପଢ଼ିବା…

"ଟ୍ରେନ ବଗିରେ ସ୍କୁଲ !"

ରାଜଧାନୀ ଏକ୍ସପ୍ରେସକୁ ସ୍ୱାଗତ

ଭୁବନେଶ୍ୱର;୧୦,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ରାଜଧାନୀ ଏକ୍ସପ୍ରେସ ସପ୍ତାହକୁ ଥରେ ପଶ୍ଚିମ ଓଡ଼ିଶା ଦେଇ ଯିବାକୁ ଘୋଷଣା ହୋଇଛି।ଆଜି ପ୍ରଥମ ଥର ପାଇଁ ରାଜଧାନୀ ଏକପ୍ରେସ୍ସ ପଶ୍ଚିମ ଓଡ଼ିଶା ଦେଇ ଗତି କରିବା ଭିତରେ ଝାରସୁଗୁଡା ରେଳଷ୍ଟେସନଠାରେ ଭୁବନେଶ୍ୱର-ନୁଆଦିଲ୍ଲୀ (20187) ରାଜଧାନୀ ଟ୍ରେନକୁ ବିଜେପି କାର୍ଯ୍ୟକର୍ତାମାନେ ସ୍ୱାଗତ କରିଥିଲେ ।ପଶ୍ଚିମ ଓଡ଼ିଶାବାସୀ ଏହାଦ୍ୱାରା ବହୁ ଉପକୃତ ହେବେ ବୋଲି କହିବା ସହ ଏହା ପଶ୍ଚିମ ଓଡ଼ିଶାବାସୀଙ୍କୁ ମୋଦୀ ସରକାରଙ୍କ ଶିବରାତ୍ରି ଉପହାର ଅଟେ ବୋଲି ବରିଷ୍ଠ ବିଜେପି ନେତା ସୁବାସ ଚୌହାନ କହିଛନ୍ତି।

"ରାଜଧାନୀ ଏକ୍ସପ୍ରେସକୁ ସ୍ୱାଗତ"

ଯୁବ ସମାଜ ଭିତରେ ଦେଶ ଭକ୍ତି ଜାଗ୍ରତ କରିବା ପାଇଁ ଚାଲିବ ଅଭିଯାନ -ମୋହନ ଭାଗବତ

ଭୁବନେଶ୍ୱର/ମୁଜାଫରପୁର;୧୦,ପ୍ରେବ୍ରୁୟାରୀ,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ବିହାରର ମୁଜଫରପୁର ଅନ୍ତର୍ଗତ ସଦାତପୁର ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଏକ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ସର ସଙ୍ଘଚାଳକ ମୋହନ ଭାଗବତ କହିଛନ୍ତି ଯୁବ ସମାଜ ଭିତରେ ଦେଶଭକ୍ତି ଭାବନା ଜାଗ୍ରତ କରାଯିବା ପାଇଁ ଆରମ୍ଭ ହେବ ଅଭିଯାନ।ବିହାର ସମେତ ଝାରଖଣ୍ଡ କାର୍ଯ୍ୟକର୍ତ୍ତା ମାନଙ୍କର ଏହି ଚିନ୍ତନ ବୈଠକରେ ଯୁବ ସମାଜ ମଧ୍ୟରେ ଚରିତ୍ର ନିର୍ମାଣ ସମେତ ଦେଶଭକ୍ତି ଭାବନା ଜାଗ୍ରତ କରିବା ଉପରେ ଗୁରୁତ୍ୱ ଆରୋପ କରା ଯାଇଥିଲା।ଏହା ସହ ଗାଁ ମାନଙ୍କରେ ସଙ୍ଘର ପ୍ରଚାର ପ୍ରସାର ବୃଦ୍ଧି ନିମନ୍ତେ ନିଷ୍ପତି ନିଆ ଯାଇଥିଲା।ସମାଜରୁ ଜାତି ଭେଦ ଭାବନା ଦୂର କରି ରାଷ୍ଟ୍ରପ୍ରେମ ଭାବନା ଜାଗ୍ରତ କରିବାକୁ ସ୍ୱୟଂ…

"ଯୁବ ସମାଜ ଭିତରେ ଦେଶ ଭକ୍ତି ଜାଗ୍ରତ କରିବା ପାଇଁ ଚାଲିବ ଅଭିଯାନ -ମୋହନ ଭାଗବତ"

ଶାହାରୁକ୍ ଖାନଙ୍କୁ ଗୁଳି କରି ହତ୍ୟା!

ଭୁବନେଶ୍ୱର/ବୈଶାଳୀ;୯,ଫ୍ରେବ୍ରୁୟାରୀ,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ବିହାରର ବୈଶାଳୀ ଅନ୍ତର୍ଗତ ମହାତ୍ମା ଗାନ୍ଧୀ ସେତୁ ଉପରେ ଶାହାରୁକ୍ ଖାନଙ୍କୁ ଗୁଳି କରି ହତ୍ୟା କରାଯାଇଛି।ମୃତ ଶାହାରୁକ୍ ମହାତ୍ମା ଗାନ୍ଧୀ ସେତୁ ଜୀର୍ଣ୍ଣଦ୍ୱାର କାମର ଷ୍ଟୋର କିପର ଥିଲେ।ଏଫକୋନ୍ସ ନାମକ ଏକ ଘରୋଇ କମ୍ପାନୀ ଜୀର୍ଣ୍ଣଦ୍ୱାର କାମର ଟେଣ୍ଡର ନେଇଛି।ଶାହାରୁକ୍ ସେଠାରେ ଷ୍ଟୋର କିପର ଭାବରେ କାର୍ଯ୍ୟରତ ଥିଲେ ଏବଂ କାମ ସାରି କ୍ୟାମ୍ପରୁ ଫେରୁଥିବା ସମୟରେ ଅଜଣା ଦୁର୍ବୁତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଁଚି ଅନୁସନ୍ଧାନ ଆରମ୍ଭ କରି ଦେଇଛି।

"ଶାହାରୁକ୍ ଖାନଙ୍କୁ ଗୁଳି କରି ହତ୍ୟା!"