ବଜରଙ୍ଗ ଦଳ ଭର୍ତ୍ତି ଅଭିଯାନ ପୁଣି ଅଯୋଧ୍ୟା ଯିବାକୁ ପଡ଼ିବ – ରାଷ୍ଟ୍ରୀୟ ସଂଯୋଜକ

ଭୁବନେଶ୍ୱର ୧୯-୪ (ଓଡ଼ିଆ ପୁଅ/ଦେବଦତ୍ତ ରଥ):ବଜରଙ୍ଗ ଦଳ ପକ୍ଷରୁ ଭର୍ତ୍ତି ଅଭିଯାନ ଉପଲକ୍ଷେ ବ୍ରହ୍ମପୁର ଟାଉନ ହଲଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ବଜରଙ୍ଗ ଦଳ ରାଷ୍ଟ୍ରୀୟ ସଂଯୋଜକ ମନୋଜ ବର୍ମା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବଢି ଚାଲିଥିବା ଧର୍ମାନ୍ତରୀକରଣ, ଲଭ ଜିହାଦ ଆଦିକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏହାର ପ୍ରତିକାର ପାଇଁ ବଜରଙ୍ଗ ଦଳ ସବୁବେଳେ ସଜାଗ ରହିବାକୁ ଆହ୍ୱାନ କରିଥିଲେ। ଅନ୍ୟାନ୍ୟ ସଙ୍ଗଠନରେ ସଦସ୍ୟତା ଅଭିଯାନ ହେଉଥିବା ବେଳେ ରାଷ୍ଟ୍ର ଭାବନାରେ ଯୁବ ସମାଜକୁ ପ୍ରେରିତ କରିବା ଉଦ୍ଦେଶ୍ୟରେ ବଜରଙ୍ଗ ଦଳରେ ସେନା ବାହିନୀ ପରି ଭର୍ତ୍ତି ଅଭିଯାନ ହୋଇଥାଏ ବୋଲି ଶ୍ରୀଯୁକ୍ତ ବର୍ମା କହିଥିଲେ…

"ବଜରଙ୍ଗ ଦଳ ଭର୍ତ୍ତି ଅଭିଯାନ ପୁଣି ଅଯୋଧ୍ୟା ଯିବାକୁ ପଡ଼ିବ – ରାଷ୍ଟ୍ରୀୟ ସଂଯୋଜକ"

ରାଷ୍ଟ୍ରଦୀପ ପାଠକ ସମ୍ମିଳନୀ

ଭୁବନେଶ୍ୱର ୧୫-୦୪ (ଓଡ଼ିଆ ପୁଅ/ଦେବଦତ୍ତ ରଥ):ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ବିଚାର ସାପ୍ତାହିକ ପତ୍ରିକାର ପାଠକ ସମ୍ମିଳନୀ ବରଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି।୧୩ ତାରିଖରେ ବରଗଡ଼ ଜିଲ୍ଲା ପଦ୍ମପୁରଠାରେ ପାଠକ ମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ୧୪ ତାରିଖରେ ନୂଆପଡ଼ା ଠାରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଶିବ ନାରାୟଣ ସିଂ ଏବଂ ଧ୍ରୁବ ଚରଣ ବେହେରା ଯୋଗ ଦେଇ ପାଠକ ମାନଙ୍କ ସହ ଭାବର ଆଦାନ ପ୍ରଦାନ କରିବା ସହ ରାଷ୍ଟ୍ରବାଦୀ ବିଚାରର ଅଧିକ ପ୍ରଚାର ଏବଂ ପ୍ରସାର ପାଇଁ ପାଠକ ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ।

"ରାଷ୍ଟ୍ରଦୀପ ପାଠକ ସମ୍ମିଳନୀ"

ଲୁଲୁ ଏବଂ ପ୍ରତାପଙ୍କ ସମଦଶା! ଚକ୍ରାନ୍ତ କାହାର?

ଭୁବନେଶ୍ୱର;୧୪-୦୪ (ଦେବଦତ୍ତ ରଥ): ସାଂପ୍ରତିକ ଓଡିଶା ରାଜନୈତିକ ଘଟଣାକୁ ଦେଖିଲେ କଂଗ୍ରେସର ଦିବଙ୍ଗତ ନେତା ଲୁଲୁ ମହାପାତ୍ରଙ୍କ ପରି ବିଜେପି ନେତା ପ୍ରତାପ ଷଢଙ୍ଗୀ ସମଦଶା ଭୋଗୁଥିବା ପରି ଅନୁଭବ ହେଉଛି।ଉଭୟଙ୍କ ନାମ ନିଜ ନିଜ ଦଳରେ ସଭାପତି ପାଇଁ ଚର୍ଚ୍ଚା ହୋଇଛି। ତୃଣମୂଳ ସଙ୍ଗଠନ ଚାହିଁଛି କିନ୍ତୁ ଶେଷ ସମୟରେ ବାତିଲ ହୋଇଛି। କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ନାମ ପ୍ରଦେଶ କଂଗ୍ରେସ ସଭାପତି ପାଇଁ ଆଲୋଚନା ଆଲୋଚନା ଭିତରେ ରହି ଯାଇଥିଲା ଏବଂ ଏଭିତରେ ସେ ଏବେ ସ୍ୱର୍ଗଗାମୀ ହୋଇ ସାରିଛନ୍ତି ଏବଂ ପ୍ରତାପଙ୍କ ନାମ ଏବେ ବିଜେପିରେ ଚର୍ଚ୍ଚାରେ ରହିଛି। ଲୁଲୁ ମହାପାତ୍ର ଜଣେ ଦକ୍ଷ ସଙ୍ଗଠକ ଥିଲେ। ଯୁବ ତଥା…

"ଲୁଲୁ ଏବଂ ପ୍ରତାପଙ୍କ ସମଦଶା! ଚକ୍ରାନ୍ତ କାହାର?"

ପ୍ରବୀଣ ତୋଗାଡ଼ିଆଙ୍କ ସହ ଧକ୍କା ପେଲା! ଆସନ୍ତା କାଲି ଭିଏଚପି ଅଧ୍ୟକ୍ଷ ନିର୍ବାଚନ

ଭୁବନେଶ୍ୱର୧୪- ୦୪- ୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ବିଶ୍ୱ ହିନ୍ଦୁ ପରିଷଦ(ଭିଏଚପି)ରେ ସବୁ କିଛି ଠିକ୍ ନଥିବା ପରି ଜଣାପଡ଼ୁଛି।ବିଶେଷ କରି ତାହା ଭିଏଚପି କାର୍ଯ୍ୟକାରୀ ଅଧକ୍ଷ ଡଃ: ପ୍ରବୀଣ ତୋଗାଡ଼ିଆଙ୍କ କ୍ଷେତ୍ରରେ। ଆଜି ଗୁରୁଗ୍ରାମଠାରେ ଭିଏଚପିର ସଭାପତି ନିର୍ବାଚନ ଅଛି। କିନ୍ତୁ ଶୁକ୍ରବାରଦିନ ସକାଳେ ଭିଏଚପିର ଆର କେ ପୁରମ ସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟରେ କିଛି ଲୋକ ପ୍ରବୀଣ ତୋଗାଡ଼ିଆଙ୍କ ସହ ଧକ୍କା ପେଲା କରିଥିବା ଜଣାପଡ଼ିଛି। ଏ ନେଇ ସୂଚନା ଦେଇଛନ୍ତି ବିଶ୍ୱ ହିନ୍ଦୁ ପରିଷଦ ମହାମନ୍ତ୍ରୀ ଚମ୍ପତ ରାୟ। କିଛି ଲୋକ ହତାଶା ଭାବନା ନେଇ ନିର୍ବାଚନରେ ବାଧା ଉପୁଜାଇବା ପାଇଁ ଯୋଜନା କରୁଥିବା ସେ କହିଛନ୍ତି।ତେବେ ଏପରି ବାଧା ସତ୍ତ୍ୱେ ନିର୍ବାଚନ ନିରପେକ୍ଷ…

"ପ୍ରବୀଣ ତୋଗାଡ଼ିଆଙ୍କ ସହ ଧକ୍କା ପେଲା! ଆସନ୍ତା କାଲି ଭିଏଚପି ଅଧ୍ୟକ୍ଷ ନିର୍ବାଚନ"

କଂଗ୍ରେସ ମୁକ୍ତ ଭିତରେ ଚାଲିଛି ବିଜେଡି ଯୁକ୍ତ! ବିଜେପିର ଉପବାସ ଓଡ଼ିଶାରେ ଏକ ଉପହାସ…

ଭୁବନେଶ୍ୱର;୧୨,୦୪,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ଆଜି ବିଜେପି କରୁଛି ଉପବାସ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଏବଂ ବିଜେପିର ସମସ୍ତ ମନ୍ତ୍ରୀ ସାଂସଦ ଦେଶର ବିଭିର୍ଣ୍ଣ ସ୍ଥାନରେ ଉପବାସ ଧାରଣା ଦେଉଛନ୍ତି।ଗତ ୯ ତାରିଖରେ କଂଗ୍ରେସ ପକ୍ଷରୁ ଦଳିତ ଆନ୍ଦୋଳନ ଘଟଣାରେ କରାଯାଇଥିବା ଉପବାସ କାଉଣ୍ଟରରେ ଏହି ଉପବାସ ରାଜନୀତି କୁହାଯାଉଥିବା ବେଳେ ବିରୋଧୀ ସଂସଦ ଚଲାଇ ନେଦେବା ପ୍ରତିବାଦରେ ବିଜେପି ଏହି ଉପବାସ ପ୍ରତିବାଦ କରୁଛି।   ସାରା ଦେଶ ପରି ଓଡ଼ିଶାରେ ମଧ୍ୟ ବିଜେପି ପାଳନ କରୁଛି ଉପବାସ।ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟ ସାମ୍ମନାରେ ବିଜେପି ଉପବାସ ଧାରଣାରେ ବସିଛି।ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓମ ପ୍ରକାଶ ମାଥୁର ଏବଂ ଓଡିଶା ପ୍ରଭାରୀ…

"କଂଗ୍ରେସ ମୁକ୍ତ ଭିତରେ ଚାଲିଛି ବିଜେଡି ଯୁକ୍ତ! ବିଜେପିର ଉପବାସ ଓଡ଼ିଶାରେ ଏକ ଉପହାସ…"

ନିମାପଡ଼ାରେ ବିଶାଳ ମହିଳା ସମ୍ମିଳନୀ

ଭୁବନେଶ୍ୱର ୧୧-୪ (ଓଡ଼ିଆ ପୁଅ/ଦେବଦତ୍ତ ରଥ):ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡା ଚଅଁରପଦା ମେଲନ ପଡ଼ିଆ ନିକଟରେ ବିଜେପି ନିମାପଡା ପକ୍ଷରୁ ଏକ ବିରାଟ ମହିଳା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଗୋପ ଏବଂ ନିମାପଡା ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ।ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧକ୍ଷତାରେ ଆୟୋଜିତ ଏହି ସମାବେଶରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଉପ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ,ପିଙ୍କି ପ୍ରଧାନ ଏବଂ ଅନୁ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ।

"ନିମାପଡ଼ାରେ ବିଶାଳ ମହିଳା ସମ୍ମିଳନୀ"

ବିଜେପିରେ ଚାଲିଛି ମନ୍ଥନ! ପରିବର୍ତ୍ତନ ଥୟ ,କିଏ ହେବ ପରବର୍ତ୍ତୀ ସଭାପତି?

ଭୁବନେଶ୍ୱର ୩-୪ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ଓଡ଼ିଶା ବିଜେପିରେ ଏକ ଅତି ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଏହାକୁ ନେଇ ସଂଘ ପକ୍ଷରୁ ଏକ ରୁଦ୍ଧ ଦ୍ୱାର ବୈଠକ ଚାଲିଛି। ସେଠାରେ ସଂଘ ସମେତ ବିଜେପିର କିଛି ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ଘଟୁଥିବା ଘଟଣା କ୍ରମରୁ ଓଡ଼ିଶା ବିଜେପିରେ ଏକ ବଡ଼ ତଥା ଆମୁଳଚୁଳ ପରିବର୍ତ୍ତନର ଆଭାସ ମିଳି ଯାଉଛି। ଏ ଭିତରେ ସଙ୍ଗଠନ ସମ୍ପାଦକ ପରିବର୍ତ୍ତନ ହୋଇ ସାରିଛନ୍ତି। ଏବଂ ଅମିତ ଶାହା ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏବେ ବୈଠକରେ ହେବା ନିଷ୍ପତି ତୁରନ୍ତ ଘୋଷଣା କରା ନଯାଇ ଅମିତ ଶାହା ସଭାରେ ହିଁ ସଭାପତିଙ୍କ ନାମ ଘୋଷଣା କରିବା ଜଣାପଡ଼ୁଛି।…

"ବିଜେପିରେ ଚାଲିଛି ମନ୍ଥନ! ପରିବର୍ତ୍ତନ ଥୟ ,କିଏ ହେବ ପରବର୍ତ୍ତୀ ସଭାପତି?"

ବୋଲେରୋ ଟ୍ରକ ଧକ୍କା:୮ ଆହତ

ଭୁବନେଶ୍ୱର;୨୭,୦୩,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଆଜି ସକାଳେ ଜାତୀୟ ରାଜପଥ ଟାଙ୍ଗି/ଚାନ୍ଦପୁର ନିକଟରେ ଏକ ବୋଲେରୋ ଏବଂ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଛି।ଏଥିରେ ପ୍ରାୟ ୮ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।ଯାତ୍ରୀମାନେ ବୋଲେରୋରେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ।ସେମାନେ ପୁରୀ ଯିବା ଉଦ୍ଦେଶ୍ୟରେ ବାହାରିଥିଲେ ବୋଲି ଜଣାପଡ଼ିଛି।ଦୁର୍ଘଟଣା ଘଟିଥିବା ଟାଙ୍ଗି/ଚାନ୍ଦପୁରର ସେହି ଅଞ୍ଚଳ ଖୋର୍ଦ୍ଧା ଏବଂ ନୟାଗଡ଼ ପୁଲିସ ଜିଲ୍ଲାର ସୀମାନ୍ତବର୍ତ୍ତି ଅଞ୍ଚଳ ବୋଲି ଜଣା ପଡ଼ିଛି।

"ବୋଲେରୋ ଟ୍ରକ ଧକ୍କା:୮ ଆହତ"

ବିଜେପିରେ ମିଶ୍ରଣଠୁ ବିଛେଦ ବଳି ଯାଉଛି ଜଟଣୀ ସମସ୍ୟା ନେଇ ବିଜେପିର ପ୍ରତିବାଦ, ଚେୟାରମ୍ୟାନ କଲେ କାଉଣ୍ଟର

ଭୁବନେଶ୍ୱର;୨୬,୦୩,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ବିଜେପି ବିଜେଡି ଭିତରେ ମିଶ୍ରଣ ପ୍ରକ୍ରିୟା ଜୋରଦାର ଦେଖିବାକୁ ମିଳୁଥିବା ବେଳେ ବିଜେପିରେ କିନ୍ତୁ ବେଳେବେଳେ ମିଶ୍ରଣଠାରୁ ବିଛେଦ ବଳି ଯାଉଛି। ଏପରି ଏକ ଘଟଣା ଦେଖିବାକୁ ମିଳୁଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ।ଜଟଣୀର ବିଭିର୍ଣ୍ଣ ସମସ୍ୟା ନେଇ ବିଜେପି ପକ୍ଷରୁ ଜଟଣୀ ଥାନା ସମ୍ମୁଖରେ ଏକ ପ୍ରତିବାଦ ସଭା କରା ଯାଇଥିଲା।ତେବେ ବିଜେପି ପକ୍ଷରୁ କରାଯାଇଥିବା ବିଭିର୍ଣ୍ଣ ପ୍ରତିବାଦକୁ ଗୋଟି ଗୋଟି କରି ଖଣ୍ଡନ କରିଛନ୍ତି ବିଜେପି ଉପରେ ଅସନ୍ତୁଷ୍ଟ ହୋଇ ବିଜେପିଠାରୁ ଦୂରେଇ ରହିଥିବା ଜଟଣୀ ଚେୟାରମ୍ୟାନ ସଂଗ୍ରାମ କେଶରୀ ରାଉତରାୟ। ବିଜେପୁର ନିର୍ବାଚନ ସମୟରେ ଘଟିଥିବା ହତ୍ୟା ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ସମ୍ୱଲପୁର ପୂର୍ବତନ ବିଧାୟକ ଜୟ…

"ବିଜେପିରେ ମିଶ୍ରଣଠୁ ବିଛେଦ ବଳି ଯାଉଛି ଜଟଣୀ ସମସ୍ୟା ନେଇ ବିଜେପିର ପ୍ରତିବାଦ, ଚେୟାରମ୍ୟାନ କଲେ କାଉଣ୍ଟର"

ଭିନ୍ନ ଏକ ପରଂପରା: ଡିଆ ଅଶୋକାଷ୍ଟମୀ ରଥଯାତ୍ରା – ନିଶାର୍ଦ୍ଧ ରାତିରେ ହୁଏ ରଥଟଣା!

ଭୁବନେଶ୍ୱର;୨୪,୦୩,୨୦୧୮(ଦେବଦତ୍ତ ରଥ): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅନ୍ତର୍ଗତ ଡିଆ କପିଳେଶ୍ୱର ଦେବଙ୍କ ପୀଠରେ ଅଶୋକାଷ୍ଟମୀ ତିଥିରେ ଆୟୋଜିତ ହୋଇଥାଏ ଭିର୍ଣ୍ଣ ଏକ ପରମ୍ପରାର ରଥଯାତ୍ରା। ଭୁବନେଶ୍ୱର ଲିଙ୍ଗରାଜ ଦେବ ଏବଂ ଡିଆ କପିଳେଶ୍ୱର ଦେବଙ୍କ ପୀଠରେ ଏକା ତିଥି ଅଶୋକାଷ୍ଟମୀରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲେ ମଧ୍ୟ ଉଭୟ ଭିତରେ ବହୁ ଭିର୍ଣ୍ଣତା ରହିଛି।ଲିଙ୍ଗରାଜ ଦେବଙ୍କ ରଥ ରୁକୁଣା ରଥ ହୋଇଥିବା ବେଳେ ଏହା ଅଣ ଲେଉଟା ହୋଇଥାଏ।କିନ୍ତୁ କପିଳେଶ୍ୱର ଦେବଙ୍କର ଲେଉଟିଥାଏ।ପୁଣି ନିଶାର୍ଦ୍ଧ ରାତିରେ।ତାହା ପୁଣି ଶ୍ମସାଣ ମଧ୍ୟ ଦେଇ ଯାଇଥାଏ ରଥ। ମହାଦେବଙ୍କ ଏହି ପୀଠ ବାସ୍ତବରେ ମଧ୍ୟ ଏକ ଶକ୍ତିପୀଠ।ତନ୍ତ୍ର ସାଧନାର ଏହା ଏକ ପ୍ରାଚୀନ ସ୍ଥଳୀ।ମନ୍ଦିରଟିର ପ୍ରତିଷ୍ଠା ନେଇ ସେପରି କିଛି…

"ଭିନ୍ନ ଏକ ପରଂପରା: ଡିଆ ଅଶୋକାଷ୍ଟମୀ ରଥଯାତ୍ରା – ନିଶାର୍ଦ୍ଧ ରାତିରେ ହୁଏ ରଥଟଣା!"