ନିଆଳିିରେ ଜୈବ କୃଷି ବିପ୍ଳବ ଆରମ୍ଭ, ବିଷମୁକ୍ତ ପନି ପରିବା ଚାଷ ପାଇଁ ମଞ୍ଜି ବଣ୍ଟନ

ନିଆଳି ୨୧-୨ (ଓଡ଼ିଆ ପୁଅ/ଦେବଦତ୍ତ ରାୟ) : ରାଜେନ୍ଦ୍ର ଦେଶୀଚାଷ ଗବେଷଣା କେନ୍ଦ୍ର ପକ୍ଷରୁ ନିଆଳି ଅଞ୍ଚଳରେ ଜୈବ କୃଷି ବିପ୍ଳବ ଆରମ୍ଭ ହୋଇଛି। ଓଡ଼ିଶା ସରକାରଙ୍କ ପରମ୍ପରାଗତ କୃଷି ବିକାଶ ଯୋଜନାରେ ନିଆଳି ବ୍ଲକ୍ର ୧୦ଟି କ୍ଲଷ୍ଟରରେ ୫ଶହ ଚାଷୀ ଖରିଫ୍ ୨୦୧୭ରେ ଜୈବ ପଦ୍ଧତିରେ ଧାନ ଚାଷ କରି ସଫଳ ହୋଇଥିଲେ। ପରେ ଏହି ବ୍ଲକ୍ର ଖଣ୍ଡେଶ୍ୱର ଗ୍ରାମର ୨ଟି କ୍ଲଷ୍ଟରର ମହିଳା ଚାଷୀ ମାନଙ୍କୁ ନେଇ ବିଷମୁକ୍ତ ଦେଶୀ ପନିପରିବା ଚାଷ କରିବା ପାଇଁ ପ୍ରାୟ ୬୦ଜଣ ମହିଳା ଚାଷୀ ଆଗ୍ରହ ପ୍ରକାଶ କରିବା ପରେ ଗବେଷଣା କେନ୍ଦ୍ର ପକ୍ଷରୁ ସେମାନଙ୍କୁ ୨୦ ଏକର ଜମିରେ କଖାରୁ, କାକୁଡ଼ି, ଜହ୍ନି, ଭେଣ୍ଡି…

"ନିଆଳିିରେ ଜୈବ କୃଷି ବିପ୍ଳବ ଆରମ୍ଭ, ବିଷମୁକ୍ତ ପନି ପରିବା ଚାଷ ପାଇଁ ମଞ୍ଜି ବଣ୍ଟନ"

ଶ୍ରୀ ରାଧାକାନ୍ତ ମଠର ବାର୍ଷିକ ସତସଙ୍ଗ ସମାରୋହ

ନିଆଳି ୪-୨ (ଓଡ଼ିଆ ପୁଅ/ଦେବବ୍ରତ ରାୟ) ନିଆଳି ବ୍ଲକ୍ ଅନ୍ତର୍ଗତ ନୂଆଗାଁ ଶ୍ରୀ ଶ୍ରୀ ରାଧାକାନ୍ତ ଓରଫ ବ୍ରଜବାସୀ ମଠ ପ୍ରତିଷ୍ଠାତାଙ୍କର ତିରୋଧାନୋତ୍ସବ ଉପଲକ୍ଷେ ବାର୍ଷିକ ସତ୍ ସଙ୍ଗ ସମାରୋହ ମଠ ପରିସରରେ ଗତ ୨୭ ତାରିଖ ଠାରୁ ଆରମ୍ଭ ଦେଇ ୨ ତାରିଖ ଦିନ ଉଦ୍ ଯାପିତ ହୋଇଯାଇଛି। ଏହି ଉତ୍ସବ ଅବସରରେ ଗତ ଶନିବାର ହନୁମାନ ଚାଳିଶା ପାଠ କରାଯାଇଥିବା ବେଳେ ନିଆଳି ମହାବିଦ୍ୟାଳୟର ସଂସ୍କୃତ ବିଭାଗ ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ରବିବାର ସୁନ୍ଦରାକାଣ୍ଡ ଓ ରାମ ସହସ୍ରନାମ ପାଠ କରାଯାଇଥିଲା ସେହିପରି ସୋମବାର ଗୀତା ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳବାର ମଠ ପରିସରରେ ବିଭିନ୍ନ…

"ଶ୍ରୀ ରାଧାକାନ୍ତ ମଠର ବାର୍ଷିକ ସତସଙ୍ଗ ସମାରୋହ"

ପ୍ରାଚୀ ଉପତ୍ୟକାରେ ତାମ୍ର ପ୍ରସ୍ତର ଯୁଗର ସଂନ୍ଧାନ ପରେ ଖନନ ଆରମ୍ଭ: ମିଳିଳା ପୁରାତନ ପ୍ରସ୍ତର ସାମଗ୍ରୀ ଓ ଭଗ୍ନାବଶେଷ

ନିଆଳି/କଟକ ୧-୨ (ଓଡ଼ିଆ ପୁଅ/ଦେବବ୍ରତ ରାୟ) ପ୍ରାଚୀ ନଦୀ ଉପତ୍ୟାକାରେ ତାମ୍ର ପ୍ରସ୍ତର ଯୁଗ ସଭ୍ୟତାର ସଂନ୍ଧାନ ମିଳିବା ପରେ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ବିଭାଗ ଉତ୍ ଖନନ ଶାଖା-୪ ପକ୍ଷରୁ ସୋମବାର ଉତ୍ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଉତ୍ ଖନନର ପ୍ରଥମ ଦିନରେ ପୁରାତନ ପ୍ରସ୍ତର କେତେକ ପ୍ରସ୍ତର ଖଣ୍ଡ ମିଳିଥିବା ଜଣାଯାଇଛି। ଖବର ନେବାରୁ ଜଣାଯାଇଛି ଦିର୍ଘଦିନ ତଳେ ଏହି ବ୍ଲକ୍ ଅନ୍ତର୍ଗତ ତାମ୍ପଦା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତି ନିଆଳି ବ୍ଲକ୍ ଅଞ୍ଚଳ କୂଳ ଜଲ୍ଲାରପୁର ସ୍ଥିତ ଭାରତୀହୁଡ଼ାରେ କିଛି ପୁରାତନ ସଭ୍ୟତାର ସଂନ୍ଧାନ ମିଳିଥିବା ନେଇ ଏଏସ୍ ଆଇ ଉତ୍ ଖନନ ଶାଖାକୁ ଖବର…

"ପ୍ରାଚୀ ଉପତ୍ୟକାରେ ତାମ୍ର ପ୍ରସ୍ତର ଯୁଗର ସଂନ୍ଧାନ ପରେ ଖନନ ଆରମ୍ଭ: ମିଳିଳା ପୁରାତନ ପ୍ରସ୍ତର ସାମଗ୍ରୀ ଓ ଭଗ୍ନାବଶେଷ"