ବିଜେପି ପକ୍ଷରୁ ରାଜ୍ୟ ଓବିସି କମିଶନ ନିଯୁକ୍ତି ପାଇଁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା ୧/୫ (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ) – ଜିଲା ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ରାଜ୍ୟ ଓବିସି କମିଶନ ନିଯୁକ୍ତି ନିମନ୍ତେ ସୋମବାର ଜିଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ସେହି ଦାବିପତ୍ରରେ ଉଲ୍ଲେଖ ଅଛି ଯେ ଖଣି, ନଦୀ, ସମୁଦ୍ର ଓ ଜଙ୍ଗଲ ଭଳି ପ୍ରାକୃତିକ ସଂପଦରେ ଭରପୁର ଓଡିଶା ଏକ ପଛୁଆ ରାଜ୍ୟ। ଏହି ରାଜ୍ୟର ପ୍ରାୟ ଅର୍ଦ୍ଧାଧିକ ଜନସଂଖ୍ୟା ପଛୁଆବର୍ଗ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବାବେଳେ ସେମାନଙ୍କର ଶିକ୍ଷା ଓ ସାମାଜିକ ସ୍ତରରେ ପଛୁଆ ଥିବାରୁ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟରେ ଓବିସି କମିଶନରଙ୍କ ନିଯୁକ୍ତି ନିତ୍ୟାନ୍ତ ଅପରିହାର୍ଯ୍ୟ ହୋଇ ପଡିଛି। ରାଜ୍ୟ ସରକାରଙ୍କ…

"ବିଜେପି ପକ୍ଷରୁ ରାଜ୍ୟ ଓବିସି କମିଶନ ନିଯୁକ୍ତି ପାଇଁ ଦାବିପତ୍ର ପ୍ରଦାନ"

ୟୁନାଇଟେଡ ଇଲେକ୍ ଟ୍ରିସିଟି ଏମ୍ପ୍ଲୟିଜ୍ ୟୁନିଅନ ପକ୍ଷରୁ ଶ୍ରମିକ ଦିବସ ପାଳନ

କେନ୍ଦ୍ରାପଡା ୧/୫ (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ) – ୟୁନାଇଟେଡ ଇଲେକ୍ ଟ୍ରିସିଟି ଏମ୍ପ୍ଲୟିଜ୍ ୟୁନିଅନ ପକ୍ଷରୁ ସ୍ଥାନୀୟ ସ୍ୱୟଂ ସେଲିବ୍ରେସନ ମଣ୍ଡପ ପରିସରରେ ସୋମବାର ୟୁନିଅନର ଉପଦେଷ୍ଟା ନିଳମଣୀବଳଙ୍କ ଅଧ୍ୟକ୍ଷତାରେ ଶ୍ରମିକ ଦିବସ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ଛେଣ୍ଡିପଦା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡଃ ଉପେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି, କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ଚିତ୍ତରଂଜନ ଦାସ ମୁଖ୍ୟବକ୍ତା, ଅକ୍ଷୟ କୁମାର ତ୍ରିପାଠୀ, ରାଜୀବ କୁମାର ମହାନ୍ତି, ମୁକ୍ତାର ଖାଁ ସମ୍ମାନୀତ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। କେନ୍ଦ୍ରାପଡା ସେସୁ ଡିଭିଜନର ପରିଚାଳକ ଇଂ ଅମରଜିତ ପଟ୍ଟନାୟକ ଅନ୍ୟତମ ଅତିଥିଭାବେ ଯୋଗଦେଇ ଶ୍ରମିକମାନେ ସର୍ବଦା ସଚେତନ ରହି କାର୍ଯ୍ୟକରିବାକୁ ପରାମର୍ଶ…

"ୟୁନାଇଟେଡ ଇଲେକ୍ ଟ୍ରିସିଟି ଏମ୍ପ୍ଲୟିଜ୍ ୟୁନିଅନ ପକ୍ଷରୁ ଶ୍ରମିକ ଦିବସ ପାଳନ"

ସହର ଶ୍ରମିକ ଓ କର୍ମଚାରୀ ସଂଘ ପକ୍ଷରୁ ମଇ ଦିବସ ପାଳନ

କେନ୍ଦ୍ରାପଡା ୧/୫ (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ) – କେନ୍ଦ୍ରାପଡା ପୈାରାଞ୍ଚଳ ଉର୍ଦ୍ଧୁ ପାଠାଗାର ପରିସରରେ କେନ୍ଦ୍ରାପଡା ସହରର ଶ୍ରମିକ ଓ କର୍ମଚାରୀ ସଂଘ ପକ୍ଷରୁ ମିଳିତ ଭାବରେ ମଇ ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଭାରେ ଶ୍ରମିକ ନେତା ନଳିନୀକାନ୍ତ ତ୍ରିପାଠୀ ସଭାପତିତ୍ୱ କରିଥିଲେ। ଏହି ସଭାରେ ମହମ୍ମଦ ଲିୟାକତ ଅଲ୍ଲୀ, ସାମ୍ବାଦିକ ପ୍ରଭାତ ପରିଡା, ନିର୍ମାଣ ଶ୍ରମିକ ସଂଘ ସଂପାଦକ ମୁରଲୀଧର ଦାସ ଓ ରବିନ୍ଦ୍ର ମଲ୍ଲିକ ଯୋଗଦେଇ ଶ୍ରମିକମାନଙ୍କ ଏକତା ଓ ସାଂଗଠନିକ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ। ଅଣସଂଗଠିତ ଶ୍ରମିକ ମାନଙ୍କୁ ଆସନ୍ତା ଦିନରେ କିଭଳି ଭାବେ ଏକଜୁଟ ହେବେ ଓ ସେମାନଙ୍କର ଅଭିବୃଦ୍ଧି ସଂପର୍କରେ ବକ୍ତବ୍ୟ ରଖିଥିଲେ। ନିର୍ମାଣ ଶ୍ରମିକ…

"ସହର ଶ୍ରମିକ ଓ କର୍ମଚାରୀ ସଂଘ ପକ୍ଷରୁ ମଇ ଦିବସ ପାଳନ"

ଜିଲା ଅଙ୍ଗନୱାଡି ସହାୟିକା ସଂଘ ପକ୍ଷରୁ ମଇ ଦିବସ ପାଳନ

କେନ୍ଦ୍ରାପଡା ୧/୫ (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ) – ଜିଲା ଅଙ୍ଗନୱାଡି ସହାୟିକା ସଂଘ ଆନୁକୁଲ୍ୟରେ ସ୍ଥାନୀୟ ବାଲାବାବା ମନ୍ଦିର ପରିସରରେ ଜିଲାସ୍ତରୀୟ ମଇ ଦିବସ ପାଳନ ଅବସରରେ ସଂଘର ଜିଲା ସଭାପତି ବିନୟ କୁମାର ବୋଷଙ୍କ ଅଧ୍ୟକ୍ଷତାରେ ସୋମବାର ଏକ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ସହାୟିକାମାନଙ୍କ ବହୁବିଦ୍ଧ ସମସ୍ୟା ଯଥା ୪୦ବର୍ଷ ଧରି ଜିଲାରେ କାମ କରୁଥିବା ଅଙ୍ଗନୱାଡୀ ସହାୟିକା ମାନଙ୍କୁ ଅଣଦେଖା କରାଯିବା, ଶ୍ରମ ଆଇନ ଅନୁଯାୟୀ ସହାୟିକା ମାନଙ୍କୁ ସର୍ବନିମ୍ନ ମାସିକ ଦରମା ପ୍ରଦାନ, ସହାୟିକା ମାନଙ୍କୁ ଅଙ୍ଗନୱାଡି କେନ୍ଦ୍ର ପରିଚାଳନା ଗତ ଅଧିକାର ପ୍ରଦାନ, ସହାୟିକା ମାନଙ୍କୁ ସେକ୍ଟର ବୈଠକରେ ଭାଗ ନେବାର ସୁଯୋଗ ପ୍ରଦାନ ପ୍ରଭୃତି ସଂପର୍କରେ ଆଲୋଚନା…

"ଜିଲା ଅଙ୍ଗନୱାଡି ସହାୟିକା ସଂଘ ପକ୍ଷରୁ ମଇ ଦିବସ ପାଳନ"

କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳନ

କେନ୍ଦ୍ରାପଡା ୧/୫ (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ) – ଆନ୍ତର୍ଜାତୀକ ଶ୍ରମିକ ଦିବସ ଅବସରରେ ଜିଲାର କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକର ମିଳିତ ସହଯୋଗରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଜିଲା ସମନ୍ୱୟ ସମିତି ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବରିଷ୍ଟ ଶ୍ରମିକ ନେତା କୃଷ୍ଣଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଜିଲା କୃଷକ ସମବାୟ ସମିତିର ସଭାପତି ପ୍ରମୋଦ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରମିକଙ୍କ କଲ୍ୟାଣ ପାଇଁ ସବୁ ସଂଗଠନ ଏକତ୍ରିତ ହୋଇ ଲଢେଇ କରିବାକୁ ଆହ୍ୱାନ ଦେବା ସହ ବିଭିନ୍ନ ଶ୍ରମିକ କଲ୍ୟାଣ ଯୋଜନାର ସୁଫଳ ଯେପରି ଶ୍ରମିକମାନେ ପାଆନ୍ତି ସେଥିପ୍ରତି…

"କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳନ"

ସବ୍ ଜଜ ଏବଂ ମୁନସିଫଙ୍କ କୋର୍ଟ ପ୍ରକୋଷ୍ଠରେ ପଙ୍ଖା ନ ଲଗାଗଲେ ଆନ୍ଦୋଳନ ପାଇଁ ଚେତାବନି

କେନ୍ଦ୍ରାପଡା ୨୯/୪  (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ) – – କେନ୍ଦ୍ରାପଡା ସବ୍ ଜଜ ଏବଂ ମୁନସିଫଙ୍କ କୋର୍ଟ ଗୃହ ଇଂରେଜ ସରକାରଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ସେହି ଦୁଇଟି କୋର୍ଟରେ ଯେଉଁ ଦୁଇଟିକରି ପଙ୍ଖା ଲାଗିଛି ସେଗୁଡିକ ଅତି ପୂରଣା ହୋଇଯାଇଥିବାରୁ କୌଣସି କାମରେ ଲାଗୁନାହିଁ। ସେହି ଦୁଇଟି କୋର୍ଟରେ ନୂତନ ପଙ୍ଖା ଲଗାଇବା ପାଇଁ ଜିଲା ଓକିଲସଂଘ ପକ୍ଷରୁ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ବାରମ୍ବାର ଜଣାଉଥିବା ସତ୍ୱେ ନୂତନ ପଙ୍ଖା ଲାଗୁନାହିଁ। ଯଦି ଏକ ସପ୍ତାହ ମଧ୍ୟରେ ସେହି ଦୁଇଟି କୋର୍ଟରେ ନୂତନ ପଙ୍ଖା ନ ଲଗାଯାଏ ତେବେ ଜିଲା ଓକିଲସଂଘ ପକ୍ଷରୁ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରାଯିବ ବୋଲି ଜିଲା ଓକିଲସଂଘ ସଭାପତି…

"ସବ୍ ଜଜ ଏବଂ ମୁନସିଫଙ୍କ କୋର୍ଟ ପ୍ରକୋଷ୍ଠରେ ପଙ୍ଖା ନ ଲଗାଗଲେ ଆନ୍ଦୋଳନ ପାଇଁ ଚେତାବନି"

ହଜାରି ନିକଟରୁ ମିଳିଥିବା ଭୋଟ ପରିଚୟ ପତ୍ର ସଂପର୍କରେ ଖୋଳତାଡ

କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ) – ଜାତୀୟ ରାଜପଥର ହଜାରିଛକରୁ ଅପ୍ରେଲ ପହିଲାରେ ଯେଉଁ ଶତାଧିକ ଭୋଟ ପରିଚୟ ପତ୍ର ଏକ ଖାତ ଭିତରୁ ମିଳିଥିଲା ସେ ସଂପର୍କରେ ଉପଜିଲାପାଳ ଡକ୍ଟର କାହ୍ନୁଚରଣ ଧିର ଶନିବାର ଏକ ପ୍ରାଥମିକ ରିପୋର୍ଟ ଟାଉନଥାନା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ତାଙ୍କ ରିପୋର୍ଟକୁ ଆଧାରକରି କେନ୍ଦ୍ରାପଡା ଟାଉନ ଥାନା ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଥିବା ଟାଉନଥାନା ଭାରପ୍ରାପ୍ତ ଅଧିକାରୀଙ୍କଠାରୁ ପ୍ରକାଶ।

"ହଜାରି ନିକଟରୁ ମିଳିଥିବା ଭୋଟ ପରିଚୟ ପତ୍ର ସଂପର୍କରେ ଖୋଳତାଡ"

କୁଅରୁ ଗାଈ ଉଦ୍ଧାର

କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ପୂର୍ବସାହି ଗ୍ରାମର କେଦାର ସେଣ୍ଢଙ୍କ କୁଅରେ ଏକ ଗାଈ ଶନିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଖସି ପଡିଥିଲା। କେନ୍ଦ୍ରାପଡା ଅଗ୍ନିଶମ ବିଭାଗର କର୍ମଚାରୀମାନେ କୁଅ ଭିତରୁ ଗାଈଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ଆଗ୍ନିକ ଅକ୍ଷୟ କୁମାର ବେହେରା, ମୁଖ୍ୟ ଆଗ୍ନିକ ରମେଶ ଚନ୍ଦ୍ର ବେହେରା, ଆଗ୍ନିକ ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

"କୁଅରୁ ଗାଈ ଉଦ୍ଧାର"

ସ୍ୱାଧୀନତା ସଂଗ୍ରାମୀ ଭବନ ନିର୍ମାଣ ପାଇଁ ଜିଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ) – ଜିଲା ସ୍ୱାଧୀନତା ସଂଗ୍ରାମୀ ସଭାପତି ନକୁଳ ଚରଣ ଦାସ ଶୁକ୍ରବାର ଜିଲାପାଳ ରେଘୁଜୀଙ୍କୁ ଭେଟି ଜିଲାରେ ଏକ ସ୍ୱାଧୀନତା ସଂଗ୍ରାମୀ ଭବନ ନିର୍ମାଣ ପାଇଁ ସରକାରୀ ସ୍ତରରେ ଉଦ୍ୟମ କରାଯିବା ପାଇଁ ଅନୁରୋଧ କରିଥିଲେ। ଏ ସଂପର୍କରେ ଆବଶ୍ୟକ ପଦକ୍ଷେପ ନେବାପାଇଁ ଜିଲାପାଳ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ଦାସଙ୍କଠାରୁ ପ୍ରକାଶ।

"ସ୍ୱାଧୀନତା ସଂଗ୍ରାମୀ ଭବନ ନିର୍ମାଣ ପାଇଁ ଜିଲାପାଳଙ୍କୁ ଦାବିପତ୍ର"

ବାରୋ ଜବାହାର ନବୋଦୟ ବିଦ୍ୟାଳୟର ବାର୍ଷିକ ଉତ୍ସବ

କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ)ବାରୋସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ଦଶମ ବାର୍ଷିକ ଉତ୍ସବ ଶନିବାର ବିଦ୍ୟାଳୟର ଅଧ୍ୟକ୍ଷ ସୁଧାଶୁଂ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଜିଲାପାଳ ରେଘୁଜୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବାବେଳେ ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ଡଃ. ରାମଚନ୍ଦ୍ର ବେହେରା ମୁଖ୍ୟବକ୍ତା ଓ ଉପାଧ୍ୟକ୍ଷା ମନୋରମା ବକ୍ସି, ସମ୍ମାନିତ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟାପନା ସହିତ ଖେଳକୁଦରେ ମନୋନିବେଶ କରିବାପାଇଁ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ଦାସ ବିଦ୍ୟାଳୟର ବିବରଣୀ ପ୍ରଦାନକରି କହିଥିଲେ ଯେ ଏହି ବିଦ୍ୟାଳୟରେ ଛାତ୍ର ଓ ଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି। ସେମାନଙ୍କ ପାଇଁ ସ୍ୱତନ୍ତ୍ର ଛାତ୍ରାବାସ ଓ ଛାତ୍ରୀ ନିବାସର ବ୍ୟବସ୍ଥା ରହିଛି। ଗ୍ରାମାଞ୍ଚଳରୁ ଆସୁଥିବା…

"ବାରୋ ଜବାହାର ନବୋଦୟ ବିଦ୍ୟାଳୟର ବାର୍ଷିକ ଉତ୍ସବ"