କେନ୍ଦ୍ରାପଡା ମିଳିତ ବିଇଡି ଶିକ୍ଷକ ମହାସଂଘ ଗଠିତ

କେନ୍ଦ୍ରାପଡା ୬/୧୧(ଓଡିଆ ପୁଅ/ ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ମିଳିତ ବିଇଡି ଶିକ୍ଷକ ମହାସଂଘର ଆବାହକ ତଥା ଆଟ୍ରିବୁଜୋରର ସଭାପତି ମହେନ୍ଦ୍ର କୁମାର ମଲ୍ଲିକଙ୍କ ଆବାହକତ୍ୱରେ ଶନିବାର ଏକ ଗୁରୁତ୍ୱପୂଣ୍ଣ ବୈଠକ ସ୍ଥାନିୟ ବାୟାବାବା ମଠ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଲିମେଣ୍ଟାରୀ ଟି.ଜି.ଶିକ୍ଷକ ସଂଘର କେନ୍ଦ୍ରାପଡା ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ସାହାଣୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ୯ଟି ବ୍ଲକର ଏଲିମେଣ୍ଟାରୀ,ଜିଲ୍ଲାପରିଷଦ,ଶିକ୍ଷାସହାୟକ ବିଇଡି ଶିକ୍ଷକ ସଂଘର କର୍ମକର୍ତ୍ତା ଓ ଜିଲ୍ଲାର ସମସ୍ତ ବର୍ଗର ତାଲିମପ୍ରାପ୍ତ ବିଇଡି ଶିକ୍ଷକମାନେ ଯୋଗଦେଇ ମିଳିତ ବିଇଡି ଶିକ୍ଷକ ମହାସଂଘ ଗଠନ କରିଥିଲେ । ଏହି ମହାସଂଘର ଆବାହକଭାବେ ପ୍ରଭାତ ରଞ୍ଜନ ବେହୁରା,ମହେନ୍ଦ୍ର କୁମାର ମଲ୍ଲିକ,ବଳଦେବ…

"କେନ୍ଦ୍ରାପଡା ମିଳିତ ବିଇଡି ଶିକ୍ଷକ ମହାସଂଘ ଗଠିତ"

କେନ୍ଦ୍ରାପଡା ବୋଇତ ବନ୍ଦାଣ ଉସôବ ଉଦଘାଟିତ

କେନ୍ଦ୍ରାପଡା ୬/୧୧(ଓଡିଆ ପୁଅ/ ଚିତ୍ତରଞ୍ଜନ ଦାସ ) – ପବିତ୍ର କାର୍ତ୍ତିକ ପୂଣିମା ଅବସରରେ କଳପଡାସ୍ଥିତ ଲୁଣାନଦୀ ଘାଟରେ କେନ୍ଦ୍ରାପଡା ବୋଇତ ବନ୍ଦାଣ ସମିତି ପକ୍ଷରୁ ବୋଇତ ବନ୍ଦାଣ ଉସôବ ଅନୁଷ୍ଠିତ ହୋଇଥିଲା । ଏହି ଉସôବରେ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତୀତ ନୈାବାଣିଜ୍ୟର ପରମ୍ପରାକୁ ମନେପକାଇବା ପାଇଁ ଉସôବରେ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଏହି ଉସôବରେ ଅନ୍ୟତମ ଅତିଥି ଭାବେ ଉଦୟ ଇଣ୍ଡିଆ ଇଂରାଜୀ ପତ୍ରିକାର ସମ୍ପାଦକ ଦୀପକ କୁମାର ରଥ,ଜିଲ୍ଲାପରିଷଦ ସଭାପତି ମାନସ କୁମାର ପରିଡା,କେନ୍ଦ୍ରାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଅନାମବନ୍ଧୁ ଧଳ,୮ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟା ଜ୍ୟୋସ୍ନ୍ାରାଣୀ ଜେନା,କଳପଡା ପଞ୍ଚାୟତ…

"କେନ୍ଦ୍ରାପଡା ବୋଇତ ବନ୍ଦାଣ ଉସôବ ଉଦଘାଟିତ"

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ

କେନ୍ଦ୍ରାପଡା ୩/୧୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ) – ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସମ୍ମିଳନି ଗ୍ୃହରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜିଲ୍ଲାପାଳ ରଘୁଜୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୁର୍ନୀତି ଆଜିର ସମାଜରେ ଏକ ଅଭ୍ୟାସରେ ପରିଣତହୋଇ ସମାଜ ଓ ରାଷ୍ଟ୍ରର ବ୍ୟାପକ କ୍ଷତି ସାଧନ କରୁଛି ବୋଲି କହିବାସହ ପ୍ରତ୍ୟେକ ବ୍ୟକ୍ତି ନୈତିକ ଚେତନା ଓ କର୍ତ୍ତବ୍ୟକୁ ଜାଗ୍ରତ କରି ଦୁର୍ନୀତିର ମୂଳୋତ୍ପାଟନ କରିବାକୁ ଆହ୍ୱାନ ଦେଇଥିଲେ । ଆଲୋଚନାଚକ୍ରରେ…

"ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ"

ଜିଲ୍ଲା ସ୍ତରୀୟ ଶିଶୁ ମହୋସôବ ‘ସୁରଭି’

କେନ୍ଦ୍ରାପଡା ୩/୧୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ ମହୋସôବ ଓ ମଧ୍ୟାହ୍ନ ଭୋଜନ ସଚେତନତା ମେଳା, ‘ସୁରଭି’ ଆଜି କେନ୍ଦ୍ରାପଡା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ତଥା ଉପଜିଲ୍ଲାପାଳ ଡଃ କାହ୍ନୁ ଚରଣ ଧିରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଉସôବରେ ଜିଲ୍ଲାପାଳ ରଘୁଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉସôବକୁ ଉଦ୍ଘାଟନ କରିବା ସହିତ ସରକାରୀ ବିଦ୍ୟାଳୟରେ ପାଠ ପଢି କିଭଳି ଏହି ଜିଲ୍ଲାର ପିଲାମାନେ ଡାକ୍ତରହୋଇ ବିଦେଶରେ କରିବାଠାରୁ ଆରମ୍ଭକରି ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ନର ହୋଇପାରିଛନ୍ତି ସେ ସମ୍ପର୍କରେ ଉଦାହରଣ ଦେଇଥିଲେ । ସରକାରୀ ବିଦ୍ୟାଳୟର ବିକାଶ…

"ଜିଲ୍ଲା ସ୍ତରୀୟ ଶିଶୁ ମହୋସôବ ‘ସୁରଭି’"

କେନ୍ଦ୍ରୀୟ ବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

କେନ୍ଦ୍ରାପଡା ୩/୧୧ (ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା କେନ୍ଦ୍ରୀୟ ବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରଚନା,ତର୍କ ପ୍ରଭ୍ୃତି ପ୍ରତିଯୋଗିତା ଅନୁଷ୍ଠିତ ହେବାସହ ନିକଟସ୍ତ ବାରିମୂଳ ପଂଚାୟତ କାର୍ଯ୍ୟାଳୟ ନିକଟରେ ଦୁର୍ନୀତି ନିବାରଣ ସମ୍ପର୍କିତ ସଚେତନତାଧର୍ମୀ ପଥପ୍ରାନ୍ତ ନାଟକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଏଥିସହିତ ବିଦ୍ୟାଳୟ ସନ୍ନିକଟ କେନ୍ଦ୍ରାପଡା – ଇନ୍ଦୁପୁର ରାସ୍ତାରେ ଯାଉଥିବା ପଥଚାରୀ ମାନଙ୍କୁ ମଧ୍ୟ ଏସମ୍ପର୍କରେ ଛାତ୍ରଛାତ୍ରୀମାନେ ସଚେତନ କରାଇଥିଲେ । ଆଜି ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ଏକ ଦୁର୍ନୀତି ନିବାରଣ ସଚେତନତା ବୈଠକ ଅନୁଷ୍ଠିତ ହୋଇ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ…

"କେନ୍ଦ୍ରୀୟ ବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ"

ହଳଧର ସେଠି ରାଜ୍ୟ ମସô୍ୟକଂଗ୍ରେସର ସଭାପତି

କେନ୍ଦ୍ରାପଡା ୨/୧୧ – ଓଡିଶା ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତଜାତି ସେଲର ଉପାଧ୍ୟକ୍ଷ ତଥା କଂଗ୍ରେସ ନେତା ହଳଧର ସେଠିଙ୍କୁ ରାଜ୍ୟ ମସô୍ୟକଂଗ୍ରେସର ସଭାପତି ଭାବେ କରାଯାଇଥିବା ମନୋନୟନକୁ ଅଖିଳ ଭାରତ କଂଗ୍ରେସ କମିଟି ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଅନୁମୋଦନ କରିଥିବା ଅଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସଂପାଦକ ଜନାର୍ଦ୍ଦନ ଦିବେଦି ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।

"ହଳଧର ସେଠି ରାଜ୍ୟ ମସô୍ୟକଂଗ୍ରେସର ସଭାପତି"

କେନ୍ଦ୍ରାପଡା ନିୟନ୍ତ୍ରୀତ ବଜାର କମିଟି ବୈଠକ

କେନ୍ଦ୍ରାପଡା ୨/୧୧ – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧରଠାରେ ଥିବା ନିୟନ୍ତ୍ରୀତ ବଜାର କମିଟି କାର୍ଯ୍ୟାଳୟ ସଭାଗ୍ୃହରେ ବୁଧବାର ପୂର୍ବାହ୍ନରେ ବଜାର କମିଟି ଉପସଭାପତି ବିଜୟ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ତ୍ୃତୀୟ ସାଧାରଣ ଅଧିବେସନ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ୱର୍ବ ବୈଠକର ବିବରଣୀକୁ ଅନୁମୋଦନ କରାଯିବା ପରେ ଡିସେମ୍ବରମାସ ସୁଧା ପ୍ରସ୍ତାବିତ ଶୀତଳ ଭଣ୍ଡାରର ନିର୍ମାଣକାର୍ଯ୍ୟ ଆରମ୍ଭ କରିବା,ଛତାବଜାର,ମାର୍ଶାଘାଇ,ଗରଦପୁର ଓଇନ୍ଦୁପୁର ଠାରେ ନିର୍ମାଣ କରାଯାଇଥିବା ଗ୍ୃହ ଗୁଡିକୁ ଆବଣ୍ଟନ କରାଯିବା,ମହାକାଳପଡାର ରାମନଗର,ଗହ୍ମା,ବଡିହ ଓ କେନ୍ଦ୍ରାପଡାର ନିକିରାଇ,ଢୋଲ ପ୍ରଭ୍ୃତି ସ୍ଥାନରେ ନୂତନ ବଜାର ପ୍ରତିଷ୍ଠା କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ସେହିପରି ପତ୍ତମୁଣ୍ଡାଇ ହାଟ ଉନ୍ନତି କରଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବା…

"କେନ୍ଦ୍ରାପଡା ନିୟନ୍ତ୍ରୀତ ବଜାର କମିଟି ବୈଠକ"

୭ରେ ନିଖିଳ ଉକôଳ ଗ୍ରାମରକ୍ଷୀ ସଂଘର ଗଣଧାରଣା

କେନ୍ଦ୍ରାପଡା ୨/୧୧ – ଆସନ୍ତା ୭ ତାରିଖରେ ଭୂବନେଶ୍ୱରରେ ନିଖିଳ ଉକôଳ ଗ୍ରାମରକ୍ଷୀ ସଂଘର ରାଲି ଓ ଗଣଧାରଣା ଅନୁଷ୍ଠିତ ହେବ । ଏଥିରେ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ୭ ଦଫା ଦାବିକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯିବାକୁ ଥିବାରୁ ସେହିଦିନ ପୂର୍ବାହ୍ନ ୧୦ଟା ସମୟରେ ସମସ୍ତ ଗା୍ରମରକ୍ଷୀ ଭାଇମାନେ ଭୂବନେଶ୍ୱର ରେଳଷ୍ଟେସନଠାରେ ପହଁଚି ରାଲିରେ ଯୋଗଦେବାକୁ ସଂଘର ଜିଲ୍ଲା ଶାଖାର ସଭାପତି ଗନ୍ଧର୍ବ ମଲ୍ଲିକ,ପ୍ରେମାନନ୍ଦ ମଲ୍ଲିକ ଓ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ଅନୁରୋଧ କରିଛନ୍ତି ।

"୭ରେ ନିଖିଳ ଉକôଳ ଗ୍ରାମରକ୍ଷୀ ସଂଘର ଗଣଧାରଣା"

ତୁଳସୀ ବିବାହ ଉସôବ ଓ କନ୍ଦରାସୁର ପୋଡି

କେନ୍ଦ୍ରାପଡା ୨/୧୧ – ଏହି ଦିବସରେ ଲଙ୍ଗଳ ମୁନରେ କନ୍ଦରାସୁରକୁ ବଧକରି ପ୍ରଭୁ ବଳଭଦ୍ର କନ୍ଦରାସୁରର ପାଳିତାକନ୍ୟା ତୁଳସୀକୁ ବିବାହ କରିଥିବାରୁ ସେଥିପାଇଁ ବୁଧବାର ଶ୍ରୀ ବଳଦେବଜୀଉଙ୍କ ବିଜେ ପ୍ରତିମା ଶ୍ରୀ ଗୋବିନ୍ଦଜୀଉ ମଣି ବିମାନରେ ବିଜେକରି ଗୋପସ୍ଥିତ ତୁଳସୀ ମନ୍ଦିରକୁ ଶୋଭାଯାତ୍ରାରେ ଆସି ପହଁଚିଥିଲେ । ସେଠାରେ ରୀତିନିତି ଅନୁଯାଇ ବଳଭଦ୍ରଙ୍କ ସହିତ କନ୍ଦରାସୁରର ପାଳିତା କନ୍ୟା ତୁଳସୀଙ୍କର ବିବାହକାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏହାପରେ ଶ୍ରୀ ଜୀଉଙ୍କ ଚଳନ୍ତି ପ୍ରତିମା ମନ୍ଦିରକୁ ଫେରି ଯାଇଥିଲେ । ଏହି ଉପଲକ୍ଷେ ବୁଧବାର ତୁଳସୀ ମହିଳା ମହାବିଦ୍ୟାଳୟ ସମ୍ମୁଖ ପଡିଆରେ ତୁଳସି ଚେତନା ପରିଷଦର ସଭାପତି ଅତିରିକ୍ତ ଜିଲ୍ଲାପାଳ ଧନଞ୍ଜୟ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବରେ…

"ତୁଳସୀ ବିବାହ ଉସôବ ଓ କନ୍ଦରାସୁର ପୋଡି"

ଏସ.ୟୁ.ସି.ଆଇ.ପକ୍ଷରୁ ପଥପ୍ରାନ୍ତ ସଭା

କେନ୍ଦ୍ରାପଡା ୨/୧୧- କଲିକତାଠାରେ ଆସନ୍ତା ନଭେମ୍ବରମାସ ୧୭ ତାରିଖରେ ମହାନ୍ ନଭେମ୍ବର ବିପ୍ଲବ ଶତବର୍ଷ ଉପଲକ୍ଷେ ଉଦଯାପନୀ ସମାବେଶ ନିମନ୍ତେ ଆଜି ଏକ ପଥପ୍ରାନ୍ତ ସଭା କେନ୍ଦ୍ରାପଡା ସହରର ସାନ୍ତସାହି ଠାରେ ଅନୁଷ୍ଠିତ ହୋଇଥିଲା । କ୍ଷେତ,ଖମାର,କଳ,କାରଖାନା,ଖଣିଖାଦାନ,ରାସ୍ତାଘାଟ,କୋଠାବାଡି,ଗାଡିମଟର,ଉଡାଜାହାଜ ଆଦି ସବୁ କ୍ଷେତ୍ରରେ ଶ୍ରମିକମାନଙ୍କ ଗୁରୁତ୍ୱ ରହିଥିବା ବେଳେ ସରକାର ସେମାନଙ୍କୁ ପ୍ରତାରଣା କରିଚାଲିଛନ୍ତି ବୋଲି ପଥପ୍ରାନ୍ତ ସଭାରେ କେନ୍ଦ୍ରାପଡା ଜିଲ୍ଲା ଶାଖାର ଏସ.ୟୁ.ସି.ଆଇ.କର୍ମକର୍ତ୍ତା ହିରାମଣି ରାଉତ,ଏଲିନା ସାମନ୍ତରାୟ,ରାମଚନ୍ଦ୍ର ଶଙ୍ଖୁଆ,ରମଣିରଞ୍ଜନ ରାଉତରାୟ ପ୍ରମୁଖ ଉଦବୋଧନ ଦେଇ ନଭେମ୍ବର ବିପ୍ଲବ ସମାବେଶକୁ ସ‘ଳ କରିବାକୁ ଆହ୍ୱାନ ଦେଇଥିଲେ ।

"ଏସ.ୟୁ.ସି.ଆଇ.ପକ୍ଷରୁ ପଥପ୍ରାନ୍ତ ସଭା"