ଏ.ପି.ଡି.ଙ୍କୁ ହତ୍ୟା ଧମକ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଖସାଇ ଦେବାକୁ ଉଦ୍ୟମ

କେନ୍ଦ୍ରାପଡା ୧୪/୪(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡି.ଆର.ଡି.ଏ.)ର ସହକାରୀ ପ୍ରକଳ୍ପ ନିଦେ୍ର୍ଦଶକ(ଏ.ପି.ଡି.) ନିର୍ମଳ କୁମାର ସାହୁଙ୍କୁ ମୋବାଇଲରେ ହତ୍ୟା ଧମକ ଦେବା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ପ୍ରଶାସନ ଓ ପୋଲିସ ଉପରେ ଚାପ ପକାଯାଇ ଖସାଇ ଦେବାକୁ ରାଜନୈତିକ ଉଦ୍ୟମ କରାଯାଇଛି । ଘଟଣାରୁ ପ୍ରକାଶ ଯେ ଅଗଷ୍ଟମାସ ୨୮ତାରିଖ ରାତିରେ କେନ୍ଦ୍ରାପଡା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡି.ଆର.ଡି.ଏ.)ର ଏପିଡି ଶ୍ରୀ ସାହୁଙ୍କ ମୋବାଇଲକୁ ଫୋନ କରାଯାଇ ଜନୈକ ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କୈାଣସି ଫାଇଲ ପେସ ନକରିବାକୁ ଧମକ ଦେବା ଏବଂ ଏଥିରେ ଖିଲାପ କଲେ ତାଙ୍କ ପରିବାରକୁ ଜୀବନରୁ ଶେଷକରିଦେବାକୁ ଧମକ ଦିଆଯାଇଥିଲା । ଏ ସମ୍ପର୍କରେ ସମ୍ପୃକ୍ତ…

"ଏ.ପି.ଡି.ଙ୍କୁ ହତ୍ୟା ଧମକ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଖସାଇ ଦେବାକୁ ଉଦ୍ୟମ"

ସରକାରଙ୍କ ଧମକ ସତ୍ତ୍ୱେ ମୂଲ୍ୟାୟନରେ ସାମିଲ ଥିବା ଅଧ୍ୟାପକ/ଅଧ୍ୟାପିକା ଧାରଣାରେ ଯୋଗଦେଲେ

କେନ୍ଦ୍ରାପଡା ୧୪/୪(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ସରକାରଙ୍କ ଗିରଫ ଓ ନିଲମ୍ବନ ପାଇଁ ଧମକ ସତ୍ତ୍ୱେ ଅଧ୍ୟାପକ/ଅଧ୍ୟାପିକାମାନଙ୍କର ଆଜି ନବମ ଦିନର ଆନେ୍ଦାଳନ ବ୍ୟାପକ ହେବାରେ ଲାଗିଛି । ମୂଲ୍ୟାଙ୍କନରେ ସାମିଲ ଥିବା ଅଧ୍ୟାପକ/ଅଧ୍ୟାପିକାମାନେ ଧାରଣା ସ୍ଥଳରେ ଯୋଗଦେଇ ଆନେ୍ଦାଳନକୁ ଅଧିକ ତୀବ୍ରତର କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ଆନେ୍ଦାଳନ ଯୋଗୁଁ ସରକାର ଅନଭିଜ୍ଞ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଦ୍ୱାରା +୨ପରୀକ୍ଷା ଖାତା ମୂଲ୍ୟାୟନ କରାଉଥିବାରୁ ସଙ୍ଘ ପକ୍ଷରୁ ଏହାର ଘୋର ନିନ୍ଦା କରାଯାଇଛି । ସରକାର ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହିତ ଖେଳ ନଖେଳି ତୁରନ୍ତ ଦାବି ପୁରଣ କରିବା ପାଇଁ ନିଷ୍ପତି ନେବାକୁ ଶିକ୍ଷକ ଅଧ୍ୟାପକ ଓ କର୍ମଚାରୀ ମିଳିତ ମଞ୍ଚ…

"ସରକାରଙ୍କ ଧମକ ସତ୍ତ୍ୱେ ମୂଲ୍ୟାୟନରେ ସାମିଲ ଥିବା ଅଧ୍ୟାପକ/ଅଧ୍ୟାପିକା ଧାରଣାରେ ଯୋଗଦେଲେ"

ମହିଳା ବିଜେଡି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

କେନ୍ଦ୍ରାପଡା ୧୪/୪(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ଉତ୍ତରପ୍ରଦେଶର ଉନ୍ନା ଓ ଏବଂ ଜାମ୍ମୁର ରାସାନାଠାରେ ମହିଳାଙ୍କ ପ୍ରତି ବର୍ବରତା ଏବଂ ବିଜେପି ଶାସିତ ରାଜ୍ୟଗୁଡିକରେ ନାରୀମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାର, ଅସମ୍ମାନ ଓ ଦୁଷ୍କର୍ମସହ ଅଭିଯୁକ୍ତଙ୍କୁ ସୁରକ୍ଷା ପ୍ରଦାନ କରାଯିବା ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କେନ୍ଦ୍ରାପଡା ମେଡିକାଲଛକ ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରୁ ବାହାରି ସହରର ମୁଖ୍ୟ ରାସ୍ତାଦେଇ ଆସି ପୁରୁଣା ବସଷ୍ଟାଣ୍ଡ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀପାଖରେ ପହଞ୍ଚିବାପରେ ଏକ ସଭା କରାଯାଇ ମୋଦି ସରକାର ଓ ବିଜେପି ଶାସିତ ସରକାର ବିରୁଦ୍ଧରେ ଦୃଢ ପ୍ରତିବାଦ କରାଯାଇଥିଲା । ମହିଳା ବିଜୁ ଜନତାଦଳର ଜିଲ୍ଲା ସଭାନେତ୍ରୀ…

"ମହିଳା ବିଜେଡି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା"

ଏସ.ପି.ଙ୍କ କାର୍ଯ୍ୟାଳୟରେ ସାମ୍ପ୍ରଦାୟିକ ସଦଭାବନା ରକ୍ଷାପାଇଁ ବୈଠକ

କେନ୍ଦ୍ରାପଡା ୧୪/୪(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରାପଡା ସହରର ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରମୁଖ ବ୍ୟକ୍ତିମାନଙ୍କୁ ନେଇ ଏକ ବୈଠକ ଆରକ୍ଷୀ ଅଧିକ୍ଷକ ନିତି ଶେଖରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଉଭୟ ସମ୍ପ୍ରଦାୟ ମଧ୍ୟରେ ଭାଇଚାରା ଓ ସାମ୍ପ୍ରଦାୟିକ ସଦଭାବନା ବଜାୟ ରହିବା ସହ ଧାର୍ମିକ କାର୍ଯ୍ୟକ୍ରମ ସୁରୁଖୁରୁରେ କରାଯିବା ପ୍ରଭୃତି ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ ଅତିରିକ୍ତ ଏସ.ପି ବିକାଶ ଚନ୍ଦ୍ର ଦାସ,କେନ୍ଦ୍ରାପଡା ଏସ.ଡି.ପି.ଓ ରାଜିବଲୋଚନ ପଣ୍ଡା, ପୂର୍ବତନ ପୈାରାଧ୍ୟକ୍ଷ ମହମ୍ମଦ ଆକବର ଅଲ୍ଲୀ,ପୂର୍ବତନ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ମହମ୍ମଦ ସଲୀମ ଖାଁ,ସୟଦ ଅକମଲ ଅଲ୍ଲୀ,ଲିଆକତ ହୁସେନ,ସେକ…

"ଏସ.ପି.ଙ୍କ କାର୍ଯ୍ୟାଳୟରେ ସାମ୍ପ୍ରଦାୟିକ ସଦଭାବନା ରକ୍ଷାପାଇଁ ବୈଠକ"

ପୋଷ୍ୟ ସନ୍ତାନ ଗ୍ରହଣ ସଙ୍କ୍ରାନ୍ତୀୟ ଜିଲ୍ଲା ସ୍ତରୀୟ କର୍ମଶାଳା

କେନ୍ଦ୍ରାପଡା ୧୪/୪(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ରାଜ୍ୟର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ କଟକର ‘ସଂଯୋଗ’,କେନ୍ଦ୍ରାପଡା ଜିଲ୍ଲା ଶିଶୁ କଲ୍ୟାଣ ସମିତି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ସହଯୋଗରେ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିସôାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଂଯୋଗ ଅନୁଷ୍ଠାନର ସଦସ୍ୟ ସମ୍ପାଦିକା ବିଜୟିନୀ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଟିତ ଏହି କର୍ମଶାଳାକୁ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ଡା.ବୈଷ୍ଣବ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଜରୁରୀ ଅଧିକାରିଣୀ ନମିତା ବାରିକ,ଅତିରିକ୍ତ ଜିଲ୍ଲା ଚିକିସôା ଅଧିକାରୀ ଡା.କିଶୋର କୁମାର…

"ପୋଷ୍ୟ ସନ୍ତାନ ଗ୍ରହଣ ସଙ୍କ୍ରାନ୍ତୀୟ ଜିଲ୍ଲା ସ୍ତରୀୟ କର୍ମଶାଳା"

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡା ୧୪/୪(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ଚଳିତମାସ ୨୦ତାରିଖରେ ଉଜ୍ଜ୍ୱଳା ଦିବସ ପାଳନ ଅବସରରେ କେନ୍ଦ୍ରାପଡା ଜିଲ୍ଲାର ୧୮ଟି ପଞ୍ଚାୟତର ୨୩ଟି ଗ୍ରାମର ଦାରିଦ୍ର୍ୟ ସୀମାରେଖା ତଳେ ଥିବା(ବି.ପି.ଏଲ.କ୍ୟାଟେଗୋରୀର) ପ୍ରାୟ ୧୮ଶହ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ଏଲ.ପି.ଜି.ଗ୍ୟାସ କନେକସନ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର କେନ୍ଦ୍ରାପଡା ଜିଲ୍ଲା ନୋଡାଲ ଅଧିକାରୀ ଜିତାମ୍ରୀତ ଦତ୍ତ ସ୍ଥାନୀୟ ଗରାପୁରସ୍ଥିତ ମୟୁରୀ ପ୍ୟାଲେସ ହୋଟେଲ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୧୬ମସିହା ମଇ ପହିଲାରେ ଆରମ୍ଭ ହୋଇଥିବା ଏହି ଉଜ୍ଜ୍ୱଳା ଯୋଜନାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ତଥା ୨୦୧୧ମସିହାର ହୋଇଥିବା ସାମାଜିକ,ଜାତିଗତ ଏବଂ ଅର୍ଥନୈତିକ ଜନଗଣନା…

"ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ"

ଜିଲ୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦହିପଣା ବଣ୍ଟନ

କେନ୍ଦ୍ରାପଡା ୧୪/୪(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ଜିଲ୍ଲା ସଚେତନ ନାଗରିକ ମଂଚ ପକ୍ଷରୁ ଆଜି ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ମହାବିଷୁବ ସଙ୍କ୍ରାନ୍ତି ତଥା ଓଡିଆ ନବବର୍ଷ ଉପଲକ୍ଷେ ଜନସାଧାଣଙ୍କୁ ଦହିପଣା ବଂଟନ କରାଯାଇଥିଲା । ନାଗରିକ ମଂଚର ସାଧାରଣ ସମ୍ପାଦକ ଇଂ ସୈାମ୍ୟରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ମଂଚର ସଦସ୍ୟମାନେ ମହାବିଷୁବ ସଙ୍କ୍ରାନ୍ତିରେ ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କରିବା ପାଇଁ ବହୁ ଦୂରଦୂରାନ୍ତରୁ ଆସିଥିବା ପ୍ରାୟ ୫ହଜାରରୁ ଉଦ୍ଧ୍ୱର୍ ଲୋକମାନଙ୍କୁ ଦହିପଣା ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଂଚର ସଭାପତି ପ୍ରତାପ ମହାପାତ୍ର,ମରୁତ କୁମାର ସ୍ୱାଇଁ,ରମେଶ ଚନ୍ଦ୍ର ସାହୁ,ବିଭୁଦତ୍ତ ମଲ୍ଲିକ,ହରେକୃଷ୍ଣ ସାହୁ,ଦିବାକର ପ୍ରଧାନ,ସରୋଜ କୁମାର ସାହୁ,ବିକ୍ରମ ରାଉତ,ରାଜେନ୍ଦ୍ର ମହାପାତ୍ର,କୈବଲ୍ୟ ରାଉତ,ମଂଚର ଉପଦେଷ୍ଟା ପ୍ରଣବ କୁମାର ଜେନା…

"ଜିଲ୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦହିପଣା ବଣ୍ଟନ"

ଜିଲ୍ଲା କଂଗ୍ରେସ ଭବନରେ ଆମ୍ବେଦକର ଜୟନ୍ତି ପାଳିତ

କେନ୍ଦ୍ରାପଡା ୧୪/୪(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଆନୁକୁଲ୍ୟରେ କଜଳାସ୍ଥିତ କଂଗ୍ରେସ ଭବନରେ ଆଜି ଭାରତରନô ଡଃ.ବି.ଆର.ଆମ୍ବେଦକରଙ୍କ ୧୨୭ତମ ଜୟନ୍ତୀ ଉସôବ ଜିଲ୍ଲା କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ସର୍ବେଶ୍ୱର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଉସôବରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତବର୍ଷର ଜଣେ ମହାନ ରାଷ୍ଟ୍ରନାୟକଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ‘ଆମ୍ବେଦକର’ ସମାଜର ଦଳିତ,ଅବହେଳିତ,ନିଷ୍ପେଷିତ ଓ ଦୁର୍ବଳଶ୍ରେଣୀର ଲୋକମାନଙ୍କ ପାଇଁ ସେ ଆଲୋକବର୍ତ୍ତୀକା ସାଜିଥିଲେ ଏବଂ ହଜାର ହଜାର ବର୍ଷର ଜାତି ପ୍ରଥାର ପ୍ରାଚୀରକୁ ଡଃ ଆମ୍ବେଦକର ଶକ୍ତ ଆଘାତ ଦେଇଥିଲେ ବୋଲି କହିଥିଲେ…

"ଜିଲ୍ଲା କଂଗ୍ରେସ ଭବନରେ ଆମ୍ବେଦକର ଜୟନ୍ତି ପାଳିତ"

ଏପ୍ରିଲ ୨୦ରେ ସ୍ଥାନାନ୍ତରିତ ହେବେ ମା’ପଂଚୁବରାହୀ ଜିଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ବୈଠକ

କେନ୍ଦ୍ରାପଡ଼ା ୧୧ା୪(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ) – ଆସନ୍ତା ଏପ୍ରିଲ ମାସ ୨୦ ତାରିଖ ଦିନ ମା’ ପଚୁବରାହୀଙ୍କୁ ସ୍ଥାନାନ୍ତରିତ କରାଯାଇ ବଗପାଟିଆ ଠାରେ ନବ ନିର୍ମିିତ ମନ୍ଦିରରେ ପ୍ରତିଷ୍ଠା କରାଯିବା ନେଇ ଚୂଡ଼ାନ୍ତ ପ୍ରକିୟା ଶେଷ ହୋଇଛି। ସୋମବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ରଘୁଜୀଙ୍କ ଅଧ୍ୟକ୍ଷତାରେ ଏଥି ପାଇଁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କନିକାରାଜା ଶିବେନ୍ଦ୍ରନାରାୟଣ ଭଞ୍ଜଦେବ, ରାଜନଗର ବିଧାୟକ ଅଂଶୁମାନ ମହାନ୍ତି, ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲିପ କୁମାର ପରିଡା, ଅତିରିକ୍ତ ତହସିଲଦାର ନିହାର ରଞ୍ଜନ ମଲ୍ଲିକ, ରାଜନଗର ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ପ୍ରଧାନ, ଆର.ଡି.ର ସହକାରୀ ଯନ୍ତ୍ରୀ…

"ଏପ୍ରିଲ ୨୦ରେ ସ୍ଥାନାନ୍ତରିତ ହେବେ ମା’ପଂଚୁବରାହୀ ଜିଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ବୈଠକ"

ଲାଲ ବାହାଦୁର ନୋଡାଲ ଉଚ୍ଚ ଶିକ୍ଷାଶ୍ରମର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ

କେନ୍ଦ୍ରାପଡା ୧୧/୪(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ମେହେନ୍ଦିପୁର ଲାଲ ବାହାଦୁର ନୋଡାଲ ଉଚ୍ଚ ଶିକ୍ଷାଶ୍ରମର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ସୁବର୍ଣ୍ଣ ଜୟନ୍ତୀ ସମାରୋହ ରବିବାର ସଂନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟି ସଭାପତି ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦିବାକର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ରାଜ୍ୟ ବିଧାନସଭାର ବିରୋଧୀଦଳ ନେତା ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଭଲ ରାଜନେତା ସୃଷ୍ଟି ନହେଲେ ଗଣତନ୍ତ୍ର ଭୁଷୁଡି ପଡିବ। ତେଣୁ ଏହି ଶିକ୍ଷାଶ୍ରମ ଭଳି ବିଦ୍ୟାଳୟ ଗୁଡିକରେ ଭଲ ରାଜନେତା ସୃଷ୍ଟି କରି ଗଣତନ୍ତ୍ରକୁ ବଂଚାଇ ରଖିବାକୁ ପଡିବ…

"ଲାଲ ବାହାଦୁର ନୋଡାଲ ଉଚ୍ଚ ଶିକ୍ଷାଶ୍ରମର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ"