ଜିଲ୍ଲାରେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିବସରେ ୨ ମାଲପ୍ରାକଟିସ

କେନ୍ଦ୍ରାପଡା ୨୩/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ଆଜି ମାଟ୍ରିକ ପରୀକ୍ଷାର ପ୍ରଥମ ଦିବସରେ ଜିଲ୍ଲାର ୨ଜଣ କପି କରୁଥିବା ବେଳେ ସ୍କ୍ୱାର୍ଡ ହାତରେ ଧରାପଡିଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ଉଦୟନାଥ ମାଝିଙ୍କ ଠାରୁ ସୂଚନା ମିଳିଛି । ମହାକାଳପଡା ବ୍ଲକ ଅନ୍ତର୍ଗତ ରାମନଗରର ରାମଚଣ୍ଡି ବିଜୟାନନ୍ଦ ହାଇସ୍କୁଲ ପରୀକ୍ଷା କେନ୍ଦ୍ରର ୨ଜଣ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ କପି କରୁଥିବା ସମୟରେ ସ୍କ୍ୱାର୍ଡ ହାତରେ ଧରାପଡଥିବା ସୂଚନା ଦିଆଯାଇଛି ।

"ଜିଲ୍ଲାରେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିବସରେ ୨ ମାଲପ୍ରାକଟିସ"

କେନ୍ଦ୍ରାପଡାର ବିଭିନ୍ନ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଆରମ୍ଭ

କେନ୍ଦ୍ରାପଡା ୨୩/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ସହରର କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଆଜି ମାଟ୍ରିକ ପରୀକ୍ଷାର ପ୍ରଥମ ଦିବସରେ ସାହିତ୍ୟ ବିଷୟରେ ୩୭୧ ରେଗୁଲାର ଛାତ୍ରଛାତ୍ରୀ ଓ ୧୧ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ଇଛାପୁର ହାଇସ୍କୁଲର ୧୨୪ ରେଗୁଲାର ଓ ୭ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ଥିବା ବେଳେ ତରାଣ୍ଡୋ ହାଇସ୍କୁଲର ୭୬ରେଗୁଲାର ଓ ୪ ଏକ୍ସ ରେଗୁଲାର,ସାନ୍ତସାହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୭୧ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାପଡିଛି । କେନ୍ଦ୍ରାପଡା ସରକାରୀ ବାଳିକା ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୨୨୯ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଜଣେ ଅନୁପସ୍ଥିତ ଥିବା ବେଳେ ୨୨୮…

"କେନ୍ଦ୍ରାପଡାର ବିଭିନ୍ନ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଆରମ୍ଭ"

ହାଇକୋର୍ଟରେ ବିଚାରପତି ନିଜୁକ୍ତି ଦାବିରେ କେନ୍ଦ୍ରାପଡାରେ ଓକିଲ ସଙ୍ଘର କାର୍ଯ୍ୟବନ୍ଦ ଆନେ୍ଦାଳନ

କେନ୍ଦ୍ରାପଡା ୨୨/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ରାଜ୍ୟ ବାର କାଉନସିଲର ଅନୁରୋଧ କ୍ରମେ ଆଜି କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ଏକ ସାଧାରଣ ସଭା ସଙ୍ଘର ସଭାପତି ଦେବଦାସ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସେହି ବୈଠକରେ ରାଜ୍ୟ ବାର କାଉନସିଲ ଓଡିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତି ଦାବିରେ ଜାରି ରହିଥିବା କାର୍ଯ୍ୟବନ୍ଦ ଆନେ୍ଦାଳନ ନିଷ୍ପତିକୁ ସମର୍ଥନ କରି ଆଜି ଦିନକ ପାଇଁ କେନ୍ଦ୍ରାପଡାର ସମସ୍ତ କୋର୍ଟ କାର୍ଯ୍ୟରୁ ଓକିଲମାନେ ନିବୃତ ରହବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଓକିଲ ସଙ୍ଘର ସହ ସମ୍ପାଦକ ଇତିହାସ ଲେଙ୍କା,କାର୍ଯ୍ୟକାରି କମିଟି ସଦସ୍ୟ ଗଗନ ଖଟୂଆ,ବରିଷ୍ଠ ଓକିଲ ଭୀମସେନ ଭୂୟାଁ,ଧୃବ ଚରଣ ଜେନା,…

"ହାଇକୋର୍ଟରେ ବିଚାରପତି ନିଜୁକ୍ତି ଦାବିରେ କେନ୍ଦ୍ରାପଡାରେ ଓକିଲ ସଙ୍ଘର କାର୍ଯ୍ୟବନ୍ଦ ଆନେ୍ଦାଳନ"

ଜିଲ୍ଲା ଶିଶୁମଙ୍ଗଳ କମିଟି ପକ୍ଷରୁ ଚଢାଉ ନାବାଳିକାର ବିବାହ ନୋହିଲା

କେନ୍ଦ୍ରାପଡା ୨୨/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ଜିଲ୍ଲା ଶିଶୁମଙ୍ଗଳ କମିଟି ଜିଲ୍ଲା ଶିଶୁ ସରୁକ୍ଷା ଶାଖା, ବାଲ୍ୟ ବିବାହ ନିଷେଧ ଅଧିକାରୀ ତଥା ଡେରାବିଶ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଓ ଡେରାବିଶ ଥାନା ପୋଲିସର ମିଳିତ ଚଢାଉ ଫଳରେ ଏକ ସଂଖ୍ୟାଲଘୁ ସଂପ୍ରଦାୟ ନାବାଳିକାର ବିବାହ ବନ୍ଦ ହୋଇଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଡେରାବିଶ ବ୍ଲକ ଅନ୍ତର୍ଗତ ନୁଆହାଟ ଗ୍ରାମର ସଂଖ୍ୟାଲଘୁ ସଂପ୍ରଦାୟର ଜନୈକ ନାବାଳିକାର ବିବାହ ପାଇଁ ଟେଣ୍ଟ ବନ୍ଧା କାର୍ଯର୍୍ୟ ସମେତ ସମସ୍ତ ପ୍ରସ୍ତୃତି କାର୍ଯର୍୍ୟ ଶେଷ ପର୍ଯ୍ୟାୟରେ ପହଁଚିଥିବାବେଳେ କୈାଣସି ସୁତ୍ରରୁ ଖବର ପାଇ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶିଶିର କୁମାର ରାଉତରାୟ, ସଦସ୍ୟ…

"ଜିଲ୍ଲା ଶିଶୁମଙ୍ଗଳ କମିଟି ପକ୍ଷରୁ ଚଢାଉ ନାବାଳିକାର ବିବାହ ନୋହିଲା"

ନାବାଳକ ସହ ଯୈ÷ାନ ବ୍ୟଭିଚାର ଅଭିଯୋଗ ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ

କେନ୍ଦ୍ରାପଡା ୨୨/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଖମୋଳ ଗ୍ରାମର ଜନୈକ ନାବାଳକକୁ ବ୍ଲାକମେଲିଂ କରି ପଟ୍ଟାମୁଣ୍ଡାଇ ଅଂଚଳର ଜଣେ ପ୍ରାପ୍ତ ବୟସ୍କା ମହିଳା ଜୋର ଜବରଦସ୍ତ ସେହି ନାବାଳକକୁ ବିବାହ କରିବାକୁ ଦାବି କରୁଛି । ଗତ ଅଗଷ୍ଟ ମାସ ୧୭ତାରିଖରେ ଉକ୍ତ ପ୍ରାପ୍ତ ବୟସ୍କା ମହିଳା ଜଣକ ଜୋର ଜବରଦସ୍ତି ସେହି ନାବାଳକକୁ ବିବାହ କରିବା ପାଇଁ ନାବାଳକର ଘରେ ଅନଧିକାର ପ୍ରବେଶ କରିଥିବାବେଳେ ଡେରାବିଶ ଥାନା ପୁଲିସ ଲିଖିତ ଅଭିଯୋଗ ପାଇ ସେହି ଘଟଣାକୁ ରଫାଦଫା କରିଦେଇଥିବା ଏବଂ ନାବାଳକର ପିତାଠାରୁ ଥାନାରେ ଲେଖାଇନେଇ ନାବାଳକ ପୁଅକୁ ତାଙ୍କ ଜିମାରେ ଛାଡି ଦିଆଯାଇଥିବା ଅଭିଯୋଗ ହୋଇଛି…

"ନାବାଳକ ସହ ଯୈ÷ାନ ବ୍ୟଭିଚାର ଅଭିଯୋଗ ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ"

କେନ୍ଦ୍ରାପଡା ଜିଲ୍ଲାର ୧୦୪ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ୨୩ହଜାର ୧୧୬ ପରୀକ୍ଷାର୍ଥୀ

କେନ୍ଦ୍ରାପଡା ୨୨/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ଶୁକ୍ରବାରଠାରୁ କେନ୍ଦ୍ରାପଡା ଜିଲ୍ଲାର ୧୦୪ଟି ପରୀକ୍ଷା କେନ୍ଦ୍ରରେ ୨୩ହଜାର ୧୧୬ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ । ଏଥିମଧ୍ୟରୁ ୨୧ହଜାର ୧୫ଜଣ ରେଗୁଲାର ଛାତ୍ରଛାତ୍ରୀ ହୋଇଥିବାବେଳେ ଏକ୍ସ ରେଗୁଲାରରେ ୫୬୫ଜଣ, ମଧ୍ୟମାରେ ୪୧୮ଜଣ ମଦ୍ରାସାର ୨୩୭ଜଣ ଏବଂ ମୁକ୍ତ ସ୍କୁଲର ୮୮୧ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ପାଇଁ ମାଟ୍ରିକ ପରୀକ୍ଷା ଦେବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ସୂଚନା ମିଳିଛି । ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ରଖାଯିବା ପାଇଁ ଜିଲ୍ଲାରେ ୯ଟି ନୋଡାଲ ସେଣ୍ଟର କାର୍ଯ୍ୟ କରୁଛି । ସେଥିମଧ୍ୟରୁ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ, ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟ, ମାର୍ଶାଘାଇ ସରକାରୀ…

"କେନ୍ଦ୍ରାପଡା ଜିଲ୍ଲାର ୧୦୪ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ୨୩ହଜାର ୧୧୬ ପରୀକ୍ଷାର୍ଥୀ"

ଜିଲ୍ଲା କାର୍ଯ୍ୟାଳୟ ପରିସରରେ ତ୍ରିଦିବସୀୟ ଯୋଗ ଶିବିର ଉଦଘାଟିତ

କେନ୍ଦ୍ରାପଡା ୨୨/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ଜିଲ୍ଲା କ୍ରୀଡା ବିଭାଗ ଓ ଜିଲ୍ଲା ପ୍ରଶାସନର ମିଲିତ ଆନୁକୁଲ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ତ୍ରିଦିବସୀୟ ଯୋଗ ଶିବିର ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲାପାଳ ରଘୁଜୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଯୋଗ ଶିବିରକୁ ଉଦଘାଟନ କରି ଉପସ୍ଥିତ ଜିଲ୍ଲା କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ଉଦ୍ବୋଧନ ଦେବା ଅବସରରେ କହିଥିଲେ ଯେ କର୍ମକ୍ଲାନ୍ତ ଜୀବନରେ ମାନସିକ ଚାପ ଓ ଶାରିରୀକ କ୍ଲାନ୍ତ ଲାଘବ କରିବା ନିମନ୍ତେ ପ୍ରତ୍ୟେହ ଯୋଗ କରାଯିବା ନିତ୍ୟାନ୍ତ ଆବଶ୍ୟକ । ଯୋଗଦ୍ୱାରା ମଣିଷର ଶରୀର ଓ ମନ ସୁସ୍ଥ ରହିବା ସହିତ ନିଷ୍ଠାର ସହିତ କାର୍ଯ୍ୟ କରିବା ପାଇଁ ପ୍ରେରଣା…

"ଜିଲ୍ଲା କାର୍ଯ୍ୟାଳୟ ପରିସରରେ ତ୍ରିଦିବସୀୟ ଯୋଗ ଶିବିର ଉଦଘାଟିତ"

ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ବିଶ୍ୱ ମାତୃଭାଷା ଦିବସ ପାଳିତ

କେନ୍ଦ୍ରାପଡା ୨୧/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ସାନ୍ତସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅଭିରାମ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଶ୍ୱ ମାତୃଭାଷା ଦିବସ ଉସôବରେ ବିଶିଷ୍ଟ ଶିକ୍ଷାବିତ, ପ୍ରାବନ୍ଧିକ ତଥା କରିଲୋପାଟଣା ମହା ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ସର୍ବେଶ୍ୱର ସେଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମା ବାଗଦେବୀଙ୍କ ନିକଟରେ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଐତିହ୍ୟ, ସଂସ୍କୃତି ଓ ପରମ୍ପରା ରକ୍ଷା ପାଇଁ ମାତୃଭାଷା ଏକ ବଳିଷ୍ଠ ମାଧ୍ୟମ ବୋଲି କହିବା ସହିତ ମାତୃଭାଷାକୁ ଉପେକ୍ଷା କରି କୌଣସି ଜାତି ବଡ ହୋଇନାହିଁ କି ହୋଇପାରିବ ନାହିଁ । ଏହା ଉପରେ ସଚେତନତା ସୃଷ୍ଟି…

"ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ବିଶ୍ୱ ମାତୃଭାଷା ଦିବସ ପାଳିତ"

ବିଜେପିର ଗୁଣ୍ଡାରାଜ ବିରୋଧରେ କେନ୍ଦ୍ରାପଡା ବିଜେଡିର ପ୍ରତିବାଦ

କେନ୍ଦ୍ରାପଡା ୨୧/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ବିଜେପୁର ଉପ ନିର୍ବାଚନ ପ୍ରଚାର ପାଇଁ ଏକ ନିର୍ବାଚନି ସଭାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷଣ ଦେଉଥିବା ବେଳେ ତାଙ୍କ ଉପରକୁ ଜନୈକ ବିଜେପି କର୍ମୀଙ୍କ ଚପଲ ଫିିଙ୍ଗା ଗୁଣ୍ଡାରାଜ ଘଟଣା ବିରୋଧରେ କେନ୍ଦ୍ରାପଡା ବିଜୁ ଯୁବ ଛାତ୍ର ଜନତା ଦଳ ଓ ବିଜେଡି ଆଇନଜିବୀ ସାମ୍ମୁଖ୍ୟ ପକ୍ଷରୁ ତାହାର ପ୍ରତିବାଦରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଶୋଭାଯାତ୍ରା ବାହାରି ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡରେ ପହଞ୍ଚିବା ପରେ ସେଠାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୁର୍ତ୍ତୀରେ ପୁୁଷ୍ପମାଲ୍ୟ ପ୍ରଦାନ କରାଯାଇ ଏଭଳି ଅଶୋଭନୀୟ ଆଚରଣର ଶାନ୍ତିପୁର୍ଣ୍ଣ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶାନ୍ତିପୁର୍ଣ୍ଣ ଓଡିଶାରେ ବିଜେପି କର୍ମୀଙ୍କ ଏଭଳି ଅଶୋଭନୀୟ…

"ବିଜେପିର ଗୁଣ୍ଡାରାଜ ବିରୋଧରେ କେନ୍ଦ୍ରାପଡା ବିଜେଡିର ପ୍ରତିବାଦ"

କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚିକିତ୍ସାଧିନ ରୋଗୀ ନିଖୋଜ

କେନ୍ଦ୍ରାପଡା ୨୧/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚିକିତ୍ସାଧିନ ରୋଗୀ ନିଖୋଜ ହୋଇଯାଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ନିକିରାଇ ଥାନା ଅନ୍ତର୍ଗତ ଛୋଟି ପଞ୍ଚାୟତର ନେତୁଆ ଗ୍ରାମର ସ୍ୱର୍ଗତ ନରସିଂହ ମାଝିଙ୍କ ପୁଅ ବୋଧିରାମ ମାଝିଙ୍କ ଦେହ ଅସୁସ୍ଥ ହୋଇପଡିବାରୁୁ ତାଙ୍କୁ ସ୍ଥାନୀୟ ଲୋକେ ଗତ ୧୩ ତାରିଖ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତାଙ୍କର ଦେଖା ଶୁଣା କରିବା ନିମନ୍ତେ ଗ୍ରାମରୁ ଜଣକ ବଦଳରେ ଜଣେ ଡାକ୍ତରଖାନାରେ ରହି ବୁଝା ଶୁଝା କରୁଥିଲେ । ଗତ ୧୬ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ଆସି…

"କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚିକିତ୍ସାଧିନ ରୋଗୀ ନିଖୋଜ"