ଭାବୁକ ହେଲେ ବିଧାୟକ ପ୍ରଭାତ ବିଶ୍ୱାଳ : ସମ୍ଭାଳି ପାରିଲେନି କୋହ – କାନ୍ଦି ପକେଇଲେ

କଟକ ୨ ଜୁନ୍ (ଓଡ଼ିଆ ପୁଅ/ଚନ୍ଦନ ମଲ୍ଲିକ) : ଚିଟଫଣ୍ଡ ଦୁର୍ନୀତିରେ ଛନ୍ଦିହୋଇ ଗିରଫ ହେବାପରେ ବିଜେଡି ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳ ମାନସିକ ସ୍ୱାସ୍ଥ୍ୟ ଏବେ ଭଲନାହିଁ ବେଲି କୁହାଯାଉଛି। ସିବିଆଇ ଦ୍ୱାରା ଗତ ସେପ୍ଟେମ୍ବର ମାସରେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବାର କିଛିଦିନ ପରେ ତାଙ୍କର ଶରୀରର ଅସୁସ୍ଥତା କାରଣରୁ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପାକସ୍ଥଳୀ ଏବଂ ମେରୁଦଣ୍ଡ ଜନିତ ରୋଗ ଯୋଗୁଁ ତାଙ୍କର ପୂର୍ବରୁ ଅପେରସନ ହେଇଥିଲା। ସେ ଏବେ ଚିକିତ୍ସାଧିନ ଅଛନ୍ତି। ୟା ଭିତରେ ଖବର ପ୍ରକାଶ ପାଇଥିଲାଯେ, ତାଙ୍କର ମାନସିକ ଅବସ୍ଥା ଠିକ ନାହିଁ। ନିଜ ଲୋକମାନଙ୍କୁ ଭଲରେ…

"ଭାବୁକ ହେଲେ ବିଧାୟକ ପ୍ରଭାତ ବିଶ୍ୱାଳ : ସମ୍ଭାଳି ପାରିଲେନି କୋହ – କାନ୍ଦି ପକେଇଲେ"

କାଠଯୋଡ଼ି ନଈ କୂଳରୁ ଦୁଇ ଶିଶୁପୁତ୍ରଙ୍କର ମୃତ ଦେହ ଉଦ୍ଧାର

କଟକ ୨ ଜୁନ୍ (ଓଡ଼ିଆ ପୁଅ/ଚନ୍ଦନ ମଲ୍ଲିକ) ଫତେଶ୍ୱରୀ ବୁରୁଜ ନିକଟରେ କାଠଯୋଡ଼ି ନଈ କୂଳରୁ ଦୁଇ ଶିଶୁ ପୁତ୍ରଙ୍କର ମୃତଶରୀର ଭାସି ଭାସି ନଈକୂଳରେ ପଡ଼ିଥିବାର ଦେଖି ଲୋକମାନେ ପୋଲିସକୁ ଖବର ଦେଇଥିଲେ। ପୁରୀଘାଟ ଥାନା ପୋଲିସ୍ ସେଠାରେ ପହଁଚି ଶୁଶୁ ଦ୍ୱୟଙ୍କର ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ତେଣୁ କେଉଁଠାରୁ ଏହି ଶବ ଭାସି କରି ଆସିଛି କିମ୍ବା କେଉଁ କାରଣରୁ ଏହିଭଳି ଘଟଣା ଘଟିଛି ତାହା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିନାହିଁ। ତେବେ ଶବକୁ ଜବତ କରି ପୋଲିସ୍ ଅନୁସନ୍ଧାନ ଚଳାଇଛି। ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛିଯେ, ଶିଶୁମାନଙ୍କ ମଧ୍ୟରୁ ଜଣଙ୍କର ବୟସ ୫ ଏବଂ ଅନ୍ୟ ଶିଶୁର ବୟସ…

"କାଠଯୋଡ଼ି ନଈ କୂଳରୁ ଦୁଇ ଶିଶୁପୁତ୍ରଙ୍କର ମୃତ ଦେହ ଉଦ୍ଧାର"

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ମୃତ

ଯାଜପୁର ୧୫-୩ (ଓଡ଼ିଆ ପୁଅ/ଚନ୍ଦନ ମଲ୍ଲିକ) ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ବନ୍ଦାଳ ନିକଟରେ ଗତକାଲି ବିଳମ୍ୱିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ମୃତକଙ୍କ ମଧ୍ୟରେ ଜଣେ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ ଥିବା ଜଣାପଡ଼ିଛି। ସେମାନେ ଏକ କାର୍‌ ଯୋଗେ ଭୋଗରାଇରୁ କଟକ ଫେରୁଥିଲେ। ତେବେ ତାଙ୍କ କାର୍‌ ସହ କେଉଁ ଗାଡିର ଧକ୍କା ହୋଇ ଦୁର୍ଘଟଣା ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏଭଳି ଦୁର୍ଘଟଣାରେ ସ୍ଥାନୀୟ ଲୋକ ଭୟଭୀତ ହେବା ସହ ମୃତକଙ୍କ ପରିବାର ଏବଂ ପରିଜନମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

"ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ମୃତ"