ନିରାପତ୍ତା ସଚେତନତା ଯୋଗୁଁ ରେଳ କର୍ମଚାରୀ ପୁରସ୍କୃତ

ସମ୍ବଲପୁର, ୧/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): – ସମ୍ବଲପୁର ମଣ୍ଡଳର ଦଇଖାଲୁ ଷ୍ଟେସନରେ କାର୍ଯ୍ୟରତ ଟିପିଏମ ବିଦୁଭୂଷଣ କୁମ୍ଭାରଙ୍କର ନିରାପତ୍ତା ପ୍ରତି ସାବଧାନତା ଓ କାର୍ଯ୍ୟପ୍ରତି ସମର୍ପଣ ଦ୍ୱାରା କିଲୋମିଟର ୨୭୫/୧୨.୧୧ରେ ରେଲ ଫେକ୍ଚର ଚିହ୍ନଟ କରିପାରିଥିଲେ। ତାଙ୍କର କାର୍ଯ୍ୟ ପ୍ରତି ଦକ୍ଷତା ଓ ନିଷ୍ଠାକୁ ଦୃଷ୍ଟିରେ ରଖି ମଣ୍ଡଳ ରେଳ ପ୍ରବନ୍ଧକ, ଡକ୍ଟର ଜୟଦୀପ ଗୁପ୍ତା ପ୍ରମାଣପତ୍ର ସହ ନଗଦ ରାଶି ଦେଇ ସମ୍ମାନିତ କରିଥିଲେ।

"ନିରାପତ୍ତା ସଚେତନତା ଯୋଗୁଁ ରେଳ କର୍ମଚାରୀ ପୁରସ୍କୃତ"

ସମ୍ବଲପୁରରେ ନୂତନ ବର୍ଷକୁ ସ୍ୱାଗତ କଲେ ଲୋକେ

ସମ୍ବଲପୁର, ୧/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): – ନୂତନ ବର୍ଷ ୨୦୧୮ର ଆଜି ପ୍ରଥମ ଦିନରେ ଦେବ ଦର୍ଶନ ସହିତ ଲୋକେ ଆରମ୍ଭ କରିଛନ୍ତି ଜୀବନଯାତ୍ରା। ଆଜି ସଂଯୋଗକୁ ସୋମବାର ଥିବାରୁ ମନ୍ଦିରମାନଙ୍କରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସମଲେଶ୍ୱରୀ, ପାଟଣେଶ୍ୱରୀ, ସୋମେଶ୍ୱର, ବ୍ରହ୍ମପୁରା ସହିତ ସହର ଓ ଆଖପାଖରେ ଥିବା ଦେବାଳୟମାନଙ୍କରେ ବଡ଼ି ଭୋର ସମୟରୁ ଭକ୍ତମାନେ ସମବେତ ହୋଇଥିଲେ। ଏଥିସହିତ ନୂଆବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ବିନିମୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ଲୋକେ ଫୁଲ, ପୁଷ୍ପଗୁଚ୍ଛ, ଶୁଭେଚ୍ଛା ବାର୍ତ୍ତା ଥିବା ପତ୍ର ଏବଂ କେତେକ ସ୍ଥଳେ ଡାଏରୀ ଓ କ୍ୟାଲେଣ୍ଡର ଦେଇ ବରିଷ୍ଠ ଓ ନିଜ ନିଜ ସଂସ୍ଥାନର ପଦାଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।…

"ସମ୍ବଲପୁରରେ ନୂତନ ବର୍ଷକୁ ସ୍ୱାଗତ କଲେ ଲୋକେ"

ନୂଆ ପାର୍କ ନିର୍ମାଣ କାର୍ଯ୍ୟରୁ ନୂତନ ବର୍ଷର ଆରମ୍ଭ

ସମ୍ବଲପୁର, ୧/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): – ସମ୍ବଲପୁର ସହରକୁ ସୁନ୍ଦର କରି ଗଢ଼ିତୋଳିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ମହାନଗର ନିଗମର ଯୋଜନା ସ୍ୱରୂପ ଆଜି ନୂତନ ବର୍ଷର ପ୍ରଥମ ସକାଳରେ ଏକ ନୂଆ ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ୭୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି ଏବଂ ତିନି ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ଧାର୍ଯ୍ୟ ହୋଇଛି। ଏହି ପାର୍କରେ ରଙ୍ଗୀନ ଆଲୋକ, ମୁକ୍ତାକାଶ ଜିମ୍ନାସିୟମ, ଶିଶୁମାନଙ୍କ ପାଇଁ ଖେଳ ଉପକରଣ, ବେଞ୍ଚ ଏବଂ ଚାରିପଟେ ଭ୍ରମଣ ପାଇଁ ପାଥୱେ ନିର୍ମାଣ କରାଯିବ। ଏଥି ସହିତ ପାର୍କ ଭିତରେ ଉଦ୍ୟାନକୁ ଆକର୍ଷଣୀୟ ଫୁଲଗଛ ଓ…

"ନୂଆ ପାର୍କ ନିର୍ମାଣ କାର୍ଯ୍ୟରୁ ନୂତନ ବର୍ଷର ଆରମ୍ଭ"

ସାମିଆ ମନ୍ଦିର ପୁଷ୍କରିଣୀ ସୌନ୍ଦର୍ଯ୍ୟକରଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପାରିପାର୍ଶ୍ୱିକ ବିକାଶ ପାଇଁ ୧.୦୫ କୋଟି ଟଙ୍କାର ଯୋଜନା

ସମ୍ବଲପୁର, ୧/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): – ଏକଦା ସମ୍ବଲପୁର ଦୁର୍ଗର ଗଡ଼ଖାଇ ଥିବା ଲମ୍ବା ଅଂଶ ମଧ୍ୟରୁ କିଛି ଅଂଶର ପୁନରୁର୍ଦ୍ଧାର କରାଯିବ। ସୋମେଶ୍ୱର ବା ସାମିଆ ଗୁଡ଼ି ନିକଟରେ ପୁଷ୍କରିଣୀ ରୁୂପରେ ଥିବା ଏହି ଅଂଶରେ ଅଧିକ ମାଟି ଖୋଳାଯିବ, ଚାରିପଟେ ଘେରା ନିର୍ମାଣ ଏବଂ ତା’ମଧ୍ୟରେ ପାଦଚଲା ରାସ୍ତା, କଂକ୍ରିଟ ବେଞ୍ଚ, ପୋଖରୀ ମଧ୍ୟକୁ ପାବଚ୍ଛ ଶ୍ରେଣୀ, ମଧ୍ୟଭାଗରେ ଫୁଆରା ତଥା ଆଲୋକ ବ୍ୟବସ୍ଥା ଦ୍ୱାରା ଏହାକୁ ସଜ୍ଜିତ କରାଯାଉଛି। ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଏଥିପାଇଁ ୨୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସର୍ବଶିକ୍ଷା ଅଭିଯାନର ବୈଷୟିକ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଏହି ନବୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ…

"ସାମିଆ ମନ୍ଦିର ପୁଷ୍କରିଣୀ ସୌନ୍ଦର୍ଯ୍ୟକରଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପାରିପାର୍ଶ୍ୱିକ ବିକାଶ ପାଇଁ ୧.୦୫ କୋଟି ଟଙ୍କାର ଯୋଜନା"

କବରାପାଲିରେ ଚକଜମି ବିବାଦ ଘନେଇଲା

ସମ୍ବଲପୁର, ୦୧.୦୧(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): ସମ୍ବଲପୁର ଜିଲ୍ଲା ଯୁଯୁମୁରା ତହସିଲ ଅନ୍ତର୍ଗତ କବରାପାଲି ରାଜସ୍ୱ ଗ୍ରାମରେ ଚକ ଜମି ଚିହ୍ନଟ ପ୍ରକ୍ରୀୟା ଜଟିଲ ହୋଇପଡିଛି। ୫୩ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ରାଜପଥ କଡରେ ଥିବା କବରାପାଲି ରାଜସ୍ୱ ଗ୍ରାମର ଚାଷୀଙ୍କ ଜମି ଅଧିଗ୍ରହଣ କରାଯାଇଛି। ତେବେ ମେଜରେ ଚାଷ କରୁଥିବା ପ୍ରଜାଙ୍କୁ ଚକ ଜମି ଚିହ୍ନଟ କରି ଏପର୍ଯ୍ୟନ୍ତ ଦିଆଯାଇ ନାହିଁ। ୮୩ ମସିହାରେ ହୋଇଥିବା ଚକ ବନ୍ଦୋବସ୍ତରେ ଗୁରୁତର ଜାଲିଆତି କରାଯାଇଥିବା ଯୋଗୁଁ ଗ୍ରାମର ୮୦ ପ୍ରତିଶତ ପ୍ରଜା ଚକ ସଂଶୋଧନ କରିବାକୁ ଦାବି କରିଥିଲେ। ସେଥିପାଇଁ ଆଜି ପର୍ଯ୍ୟନ୍ତ ଚକ ଜମି ଦଖଲ ହୋଇ ପାରି ନାହିଁ। କିଛି ଚାଷୀଙ୍କଜମି…

"କବରାପାଲିରେ ଚକଜମି ବିବାଦ ଘନେଇଲା"