୪ ପିସ୍ତଲ-ରିଭଲଭର ସହ ୧ ଗିରଫ

ସମ୍ବଲପୁର, ୨୨/୨ (ଓଡ଼ିଆ ପୁଅ) – ସମ୍ବଲପୁର ଜିଲ୍ଲା ପୋଲିସ ଗତରାତିରେ ଏକ ଆନ୍ତଃରାଜ୍ୟ ମାରଣା୍ସ୍ତ୍ର ଚାଲାଣ ର୍ୟାକେଟ୍ର ପର୍ଦ୍ଦାଫାଶ କରିଥିବା ଜଣାପଡ଼ିଛି। ସଦର ଥାନା ଅନ୍ତର୍ଗତ ସିନ୍ଦୁରପଙ୍କ ଅଞ୍ଚଳରେ ନାକାବନ୍ଦୀ ବେଳେ ଏକ କାରରୁ ବହୁସଂଖ୍ୟକ ରିଭଲଭର, ପିସ୍ତଲ ଓ ଗୁଳି ଜବତ କରାଯାଇଛି। ଏ ବାବଦରେ ଛତିଶଗଡ଼ ରାୟଗଡ଼ର ମୂଳନିବାସୀ ଓ ଏବେ ଝାରସୁଗୁଡ଼ା ଜିଲ୍ଲା ବଡ଼ବାହାଲରେ ରହୁଥିବା ଜଣା ଯୁବକଙ୍କୁ ଗିରଫ କରାଯାଇଛି। ଘଟଣା ବାବଦରେ ଅଧିକ ଅନୁସନ୍ଧାନ ଜାରି ରହିଥିବା ସଦର ଏସ୍ଡ଼ିପିଓ ମିହିର କୁମାର ପଣ୍ଡା ସୂଚନା ଦେଇଛନ୍ତି। ବେଆଇନ ମାରଣାସ୍ତ୍ର ଚାଲାଣ ହେଉଥିବା ସୂଚନା ପାଇ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଗତରାତିରେ ପୋଲିସ ନାକାବନ୍ଦୀ କରି ସଦର…

"୪ ପିସ୍ତଲ-ରିଭଲଭର ସହ ୧ ଗିରଫ"

ଘାଇ ମରାମତି ସତ୍ତ୍ୱେ ଶାସନ କେନାଲର ତଳମୁଣ୍ଡରେ ପାଣି ନ ପହଞ୍ଚିବାରୁ ଚିନ୍ତାରେ ଚାଷୀ

ସମ୍ବଲପୁର, ୨୦/୨ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ସମ୍ବଲପୁର ସଦର ସବ୍ଡ଼ିଭିଜନ ଅନ୍ତର୍ଗତ ହୀରାକୁଦ ବନ୍ଧରୁ ବାହାରି ଥିବା ଶାସନ ମୁଖ୍ୟ କେନାଲର ହେଡ଼୍ ରେଗୁଲେଟର ପାଖରେ ଗତ ୧୦ ତାରିଖ ଦିନ ବଡ଼ଧରଣର ଘାଇ ହୋଇଥିଲା। ତାଲବ – ବଲବସପୁର ପାଖ ସାଇଫନ୍ରେ ହୋଇଥିବା ଏହି ଘାଇ ଯୋଗୁଁ ଏବେ ମଧ୍ୟ ସ୍ୱାଭାବିକ ଅବସ୍ଥା ଫେରିନାହିଁ। କେନାଲରେ ମରାମତି ଉତ୍ତାରୁ ଧାର୍ଯ୍ୟ ୬୩୦ କ୍ୟୁସେକ ପାଣି ଛଡ଼ା ଯାଉଥିଲେ ମଧ୍ୟ ତଳ ମୁଣ୍ଡରେ ଏହା ପହଞ୍ଚି ପାରି ନାହିଁ। ଫଳରେ ହଜାର ହଜାର ଏକଡ଼ ଜମିରେ ରୋପଣ କରାଯାଇଥିବା ଧାନ ଓ ପଲ୍ହାକୁ ପାଣି ମିଳିପାରୁ ନଥିବା ଅଭିଯୋଗ ହୋଇଛି। ଯଦ୍ୱାରା ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।…

"ଘାଇ ମରାମତି ସତ୍ତ୍ୱେ ଶାସନ କେନାଲର ତଳମୁଣ୍ଡରେ ପାଣି ନ ପହଞ୍ଚିବାରୁ ଚିନ୍ତାରେ ଚାଷୀ"

ବରିଷ୍ଠ ନାଗରିକ ଓ ଆୟକର ଉପରେ ଆଲୋଚନା

ସମ୍ବଲପୁର, ୨୦/୨ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ବଜେଟ ଆସିବା ପରେ ବରିଷ୍ଠ ନାଗରିକଙ୍କ ପାଇଁ ରହିଥିବା ବ୍ୟବସ୍ଥା ଓ ରିହାତି ବାବଦରେ ହୀରାଖଣ୍ଡ ନାଗରିକ ପରିଷଦ ପକ୍ଷରୁ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଡ. ରେଣୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଦାନନ୍ଦ ସୋନବର୍ଷା ଆୟକର ଏବଂ ବରିଷ୍ଠ ନାଗରିକ ତଥା ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ସାରଗର୍ଭକ ଆଲୋଚନା କରିଥିଲେ। ବରିଷ୍ଠ ନାଗରିକମାନଙ୍କ ସକାଶେ ଥିବା ଉପଧାରାଗୁଡ଼ିକୁ ସେ ବିଶ୍ଲେଷଣ କରିବା ସହିତ ଏ ବାବଦରେ ଉପସ୍ଥିତ ସଦସ୍ୟମାନଙ୍କର ଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ। ଡ. ଅରୁଣ ମଜୁମଦାର, ଡ. ବିଭୂତି ଭୂଷଣ ମିଶ୍ର, ଗୋପ ରଞ୍ଜନ…

"ବରିଷ୍ଠ ନାଗରିକ ଓ ଆୟକର ଉପରେ ଆଲୋଚନା"

ହାଇକୋର୍ଟ ଆନ୍ଦୋଳନ ଯୋଗୁଁ ଦ୍ୱିତୀୟ ଦିନରେ ମଧ୍ୟ ଅଚଳାବସ୍ଥା

ସମ୍ବଲପୁର, ୨୦/୨ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନର ଚେତାବନୀ ସପ୍ତାହର ଦ୍ୱିତୀୟ ଦିବସରେ ଆଜି ସମ୍ବଲପୁରରେ ସମସ୍ତ ପ୍ରଶାସନିକ ଦପ୍ତର, କୋର୍ଟ-କଚେରୀ, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ଆଦି ବନ୍ଦ ରହିଥିଲା। ଓକିଲ ତଥା ଜନସାଧାରଣ ମିଶି ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ। ମାନ୍ୟବର ବିଚାରପତିମାନଙ୍କୁ ନିବେଦନର ସହ ଫେରାଇ ଦିଆଯାଇଥିଲା। ଗତକାଲି ପ୍ରଥମ ଦିବସରେ ହିଁ ସହରର ଅନେକ ଏଟିଏମ୍ କାଉଣ୍ଟରରେ ଟଙ୍କା ସରିଯାଇଥିଲା। ଆଜି ଅପରାହ୍ନ ୫ଟା ପରେ ଏଟିଏମ୍ କାଉଣ୍ଟରରେ ଟଙ୍କା ଜମା କରାଯାଇ ପାରେ ବୋଲି ଆନ୍ଦୋଳନକାରୀଙ୍କ ପକ୍ଷରୁ ରିହାତି ପ୍ରଦାନ ପୂର୍ବକ କୁହାଯାଇଛି। ତେବେ ବ୍ୟାଙ୍କର ଅନ୍ୟାନ୍ୟ କାର୍ଯ୍ୟ ପାଇଁ କୌଣସି…

"ହାଇକୋର୍ଟ ଆନ୍ଦୋଳନ ଯୋଗୁଁ ଦ୍ୱିତୀୟ ଦିନରେ ମଧ୍ୟ ଅଚଳାବସ୍ଥା"

ଅଇଁଠାପାଲି ଥାନା ହାଜତରେ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ରକରି ଲଙ୍କାକାଣ୍ଡ : ଥାନା ଉପରେ ଆକ୍ରମଣ ଓ ପୋଡ଼ାଜଳା

ସମ୍ବଲପୁର, ୯/୨ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସହରର ଅଇଁଠାପାଲି ଥାନାରେ ନିକଟସ୍ଥ ଭାଲୁପାଲିର ଜଣେ ଯୁବକ ଅବିନାଶ ମୁଣ୍ଡା (୧୯)ଙ୍କ ମୃତ୍ୟୁକୁ କେନ୍ଦ୍ରକରି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଅବିନାଶ ମୁଣ୍ଡାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଆଜି ସକାଳୁ ଉତ୍ତ୍ୟକ୍ତ ଲୋକେ ଥାନାକୁ ଆସିଥିଲେ। ଏଠାରେ ପୋଲିସ ସହ ମୁହାଁମୁହିଁ ହେବା ଉତ୍ତାରୁ ଥାନା ଭିତରେ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା ହୋଇଛି। ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ୭ରୁ ଉର୍ଦ୍ଧ୍ୱ ପୋଲିସ ଆହତ ହୋଇଛନ୍ତି। ପୋଲିସ ଲାଠିଚାର୍ଜ କରିବା ଉତ୍ତାରୁ ଥାନା ସମ୍ମୁଖସ୍ଥ ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥରୁ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା କରାଯାଉଥିବା ରାସ୍ତାରୋକ ହଟିଯାଇଥିଲେ ମଧ୍ୟ ଉତ୍ତେଜନା…

"ଅଇଁଠାପାଲି ଥାନା ହାଜତରେ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ରକରି ଲଙ୍କାକାଣ୍ଡ : ଥାନା ଉପରେ ଆକ୍ରମଣ ଓ ପୋଡ଼ାଜଳା"

ପ୍ରଫେସର ଅଟଳ ଚୌଧୁରୀ ଭିଏସ୍ ଏସ୍ ୟୁଟିର ନୂଆ କୁଳପତି

ସମ୍ବଲପୁର, ୨୯/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ – ଭିଏସଏସ୍ ୟୁଟିର ନୂତନ କୁଳପତି ଭାବେ ପ୍ରଫେସର ଅଟଳ ଚୌଧୁରୀଙ୍କୁ କୁଳାଧିପତି ତଥା ରାଜ୍ୟପାଳ ଡ. ଏସ.ସି. ଜମିର ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ଇ. ସାଇବାବା ରେଡ୍ଡୀ କୁଳପତି ଥିଲେ। ତାଙ୍କର ତିନି ବର୍ଷିୟା କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବାରୁ ଡ. ବିଭୂତି ଭୂଷଣ ପତି କାର୍ଯ୍ୟକାରୀ କୁଳପତି ଦାୟିତ୍ୱ ତୁଲାଉ ଥିଲେ। ପ୍ର. ଚୌଧୁରୀ ଏବେ ଯାଦବପୁର ବିଶ୍ୱବିଦ୍ୟାଳୟର କମ୍ପୁ୍ୟଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଅଛନ୍ତି। ନୂଆ ଦାୟିତ୍ୱକୁ ସେ ସଫଳତାର ସହ ନିର୍ବାହ କରିବେ ବୋଲି କହିଛନ୍ତି। ସର୍ବଦା ବିଶ୍ୱବିଦ୍ୟାଳୟର ବିକାଶ ପାଇଁ କାର୍ଯ୍ୟ…

"ପ୍ରଫେସର ଅଟଳ ଚୌଧୁରୀ ଭିଏସ୍ ଏସ୍ ୟୁଟିର ନୂଆ କୁଳପତି"

ସମ୍ବଲପୁର ଜିଲ୍ଲାରେ ଧାନ ସଂଗ୍ରହ ହାର କମିଲା

ସମ୍ବଲପୁର, ୨୯/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ସମ୍ବଲପୁର ଜିଲ୍ଲାରେ ୨୦୧୭-୧୮ ଖରିଫ ଋତୁର ଧାନ ସଂଗ୍ରହ ପ୍ରକ୍ରିୟା ପ୍ରାୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। ଜିଲ୍ଲାର କେତୋଟି ସ୍ଥାନରେ ଆଜି ଏବଂ କୁଚିଣ୍ଡା ଉପଖଣ୍ଡର ଗୋବିନ୍ଦପୁରରେ ଆସନ୍ତା ମଙ୍ଗଳବାର ଦିନ ଧାନ ସଂଗ୍ରହ କରାଯିବ। ହେଲେ ଏ ବର୍ଷ ଅନାବୃଷ୍ଟି ଓ ମରୁଡ଼ି ପରିସ୍ଥିତି ଯୋଗୁଁ ଗତ ଖରିଫ ତୁଳନାରେ ଧାନ ସଂଗ୍ରହ କମିଛି। ଯେଉଁଥି ପାଇଁ ଧାନ ସଂଗ୍ରହ ବାବଦକୁ ହିସାବ ମଧ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି। ଜିଲ୍ଲାର ୩୫୫୦୬ ଜଣ ଚାଷୀଙ୍କ ଠାରୁ ୨୯ ଲକ୍ଷ ୬୪ ହଜାର ୬୫ କ୍ୱିଣ୍ଟାଲ ୩୧ କିଲୋଗ୍ରାମ ଧାନ ସଂଗ୍ରହ କରାଯାଇଛି। ଅଦ୍ୟାବଧି ୪୫୯ କୋଟି ୧୩…

"ସମ୍ବଲପୁର ଜିଲ୍ଲାରେ ଧାନ ସଂଗ୍ରହ ହାର କମିଲା"

େଚାରା ଗଞ୍ଜେଇ ଓ ମଦ ଜବତ : ୬ ଗିରଫ

ସମ୍ବଲପୁର, ୨୯/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ସମ୍ବଲପୁର ଜିଲ୍ଳାର ଯୁଯୁମୁରା ଥାନା ପୋଲିସ ଗତକାଲି ଜାତୀୟ ରାଜପଥର ଟିକିଲିପଡ଼ା ଠାରେ ଚଢ଼ଉ କରି ୫ କେଜି ୭୯୦ ଗ୍ରାମ େଚାରା ଗଞ୍ଜେଇ ଜବତ କରିଛି। ଏ ବାବଦରେ କତରବଗା ଥାନା ଦେହୁରୀପାଲିର ଦୁଷ୍ମନ୍ତ ପାଣ୍ଡିଆ (୩୧) ଏବଂ ଜମନକିରା ଥାନାର ରୁପେଶ ପ୍ରସାଦ (୨୯)ଙ୍କୁ ଗିରଫ କରାଯାଇଛି। ଏ ନେଇ ଥାନାର କେସ ସଂଖ୍ୟା ୧୧/୨୮.୧.୨୦୧୮ ଉପରେ ଏନ୍ ଡ଼ିପିଏସ୍ ଆଇନର ଧାରା ୨୯, ୨୦(ଖ) ପ୍ରଭୃତି ଦଫାରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ଜିଲ୍ଲାର ବିଭିନ୍ନ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୪ ଜଣଙ୍କୁ ଗିରଫ କରିବା ସହିତ ୬୯ ପାଉଚ…

"େଚାରା ଗଞ୍ଜେଇ ଓ ମଦ ଜବତ : ୬ ଗିରଫ"

ହରତାଳ ଯୋଗୁଁ ସମ୍ବଲପୁରରେ ଜନଜୀବନ ପ୍ରଭାବିତ

ସମ୍ବଲପୁର, ୨୪/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- କୋରାପୁଟ ଜିଲ୍ଲା କୁନ୍ଦୁଲିରେ ଗଣଦୁଷ୍କର୍ମର ପୀଡ଼ିତା ନାବାଳିକାଙ୍କ ଆତ୍ମହତ୍ୟା ଏବଂ ଏଥିରେ ସରକାରୀ କଳର ଉଦାସିନତାର ପ୍ରତିବାଦରେ ଆଜି କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟିର ଡାକରାରେ ରାଜ୍ୟବ୍ୟାପୀ ହରତାଲର ପ୍ରଭାବ ସମ୍ବଲପୁର ଜିଲ୍ଲାରେ ମଧ୍ୟ ଅନୁଭୂତ ହୋଇଛି। ଏଥିଯୋଗୁଁ ସମ୍ବଲପୁର ସହରରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ବିଜେପି ଓ କଂଗ୍ରେସ କର୍ମୀମାନେ ଦଳ ଦଳ ହୋଇ ଶୋଭାଯାତ୍ରା ସହିତ ପିକେଟିଂ କରିଥିଲେ। ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଇଥିଲା। ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ବେସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ, ବ୍ୟାଙ୍କ, ବୀମା ଆଦି ଆର୍ଥିକ ସଂସ୍ଥା ମଧ୍ୟକୁ ଅଧିକାରୀ ଓ କର୍ମଚାରୀମାନେ ପ୍ରବେଶ…

"ହରତାଳ ଯୋଗୁଁ ସମ୍ବଲପୁରରେ ଜନଜୀବନ ପ୍ରଭାବିତ"

Update: ମର୍ମନ୍ତୁଦ ବସ ଦୁର୍ଘଟଣା : ୪ ମୃତ ୩୨ ଆହତ

ସମ୍ବଲପୁର, ୨୪/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ସମ୍ବଲପୁର ଜିଲ୍ଲା ୬ ନମ୍ବର ଜାତୀୟ ରାଜପଥର ସମ୍ବଲପୁର-ଦେବଗଡ଼ ରାସ୍ତାର ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ମାଲତୀଯୋର ସେତୁ ଉପରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବସଟି ସମ୍ବଲପୁରରୁ-ରାଇରଙ୍ଗପୁର ଅଭିମୁଖେ ଯାଉଥିବା ବେଳେ ୪୦ ଫୁଟ ତଳକୁ ଖସିପଡ଼ିଥିଲା। ଏଥିରେ ମୃତ୍ୟୁବରଣ କରିଥିବା ୪ ଜଣ ହେଲେ ରଞ୍ଜନ ମେହେର (ବିଜେପୁର), ଗୋପାଳ ଚନ୍ଦ୍ର ମହନ୍ତ ଓ ଦିଲ୍ଲୀପ ସାହୁ (କେନ୍ଦୁଝର) ଏବଂ ସରୋଜ ରାଉତରାୟ (ପୁରୀ)। ବୁର୍ଲା ମେଡ଼ିକାଲରେ ବ୍ୟବଚ୍ଛେଦ ଉତ୍ତାରୁ ଏମାନଙ୍କର ମରଶରୀରକୁ ସେମାନଙ୍କ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି। ଗତ ବିଳମ୍ବିତ…

"Update: ମର୍ମନ୍ତୁଦ ବସ ଦୁର୍ଘଟଣା : ୪ ମୃତ ୩୨ ଆହତ"