ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହାପ୍ରଭୁ ସବୁ ଓଡିଆଙ୍କ ଜୀବନରେ ଆହୁରି ଉନ୍ନତି ଆଣନ୍ତୁ ଏହା ହିଁ ମୋର ମହାପ୍ରଭୁଙ୍କ ପାଖରେ କାମନା-ଧର୍ମେନ୍ଦ୍ର ପ୍ରଧାନ

– ଆଜି ହେଉଛି ସାରା ବିଶ୍ୱପାଇଁ ପବିତ୍ର ଦିବସ – ବିଶ୍ୱର ସମସ୍ତ ନାଗରିକ ମାନଙ୍କ ଉପରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶ୍ରିର୍ବାଦ ରହୁ – ପୁରୀରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ଯୋଗଦାନ ପୁରୀ/ଭୁବନେଶ୍ୱର, ୧୪ ଜୁଲାଇ(ଓଡ଼ିଆ ପୁଅ)-ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଅବସରରେ ରଥଟଣାରେ ସାମିଲ ହୋଇ ନିଜକୁ ଜଣେ ଓଡିଆ ଭାବେ ଧନ୍ୟ ମଣିଥିଲେ। ମହାପ୍ରଭୁଙ୍କ ରଥଯାତ୍ରା ଅବସରରେ ଦେଶବିଦେଶରୁ ଆସିଥିବା ଭକ୍ତମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ଆଜି କେନ୍ଦ୍ରମନ୍ତ୍ରୀ ଦିନତମାମ ପୁରୀରେ ରହି ରଥଯାତ୍ରାରେ ନିଜକୁ ସାମିଲ କରିଥିଲେ। ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି…

"ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହାପ୍ରଭୁ ସବୁ ଓଡିଆଙ୍କ ଜୀବନରେ ଆହୁରି ଉନ୍ନତି ଆଣନ୍ତୁ ଏହା ହିଁ ମୋର ମହାପ୍ରଭୁଙ୍କ ପାଖରେ କାମନା-ଧର୍ମେନ୍ଦ୍ର ପ୍ରଧାନ"

ଓଡ଼ିଶା ପ୍ରଦେଶ କଂଗ୍ରେସ ସମନ୍ୱୟ କମିଟି ଗଠିତ ୧୬ ତାରିଖରେ ପ୍ରଥମ ବୈଠକ

ଭୁବନେଶ୍ୱର ତା ୧୪.୭ (ଓଡ଼ିଆ ପୁଅ) – ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀ ଓଡ଼ିଶା ରାଜ୍ୟରେ କଂଗ୍ରେସକୁ ସୁଦୃଢ଼ କରିବା ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ ସମନ୍ୱୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ଓଡ଼ିଶା ପ୍ରଭାରୀ ଶ୍ରୀ ଜିତେନ୍ଦ୍ର ସିଂ ଅଧ୍ୟକ୍ଷ ରହିଥିବା ବେଳେ ପୂର୍ବତନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ଆବାହକ ଭାବେ ରହିଛନ୍ତି। ସେହିପରି ଏହି କମିଟିରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ସୁଶିଳା ତିରିଆ, ନରସିଂହ ମିଶ୍ର, ରାମଚନ୍ଦ୍ର ଖୁଂଟିଆ, ଏଆଇସିସି ସଂପାଦକ ସର୍ବଶ୍ରୀ ଜି ରୁଦ୍ର ରାଜୁ, ଅନିଲ କୁମାର ଚୌଧୁରୀ, ମସ୍ତାନା ଭାଲି, ଯୁଗ୍ମ ସଂପାଦକ, ଆଦିତ୍ୟ ଶର୍ମା, କାର୍ଯ୍ୟକାରୀ…

"ଓଡ଼ିଶା ପ୍ରଦେଶ କଂଗ୍ରେସ ସମନ୍ୱୟ କମିଟି ଗଠିତ ୧୬ ତାରିଖରେ ପ୍ରଥମ ବୈଠକ"

ମୋଦି ଶାସନରେ ଓଡିଆ ସମ୍ମାନିତ : ବିଜେପି

ରଘୁନାଥ ମହାପାତ୍ର ଏବଂ ସୋନାଲ ମାନସିଂହ ରାଜ୍ୟସଭାକୁ ମନୋନୀତ ହେବା ପ୍ରସଙ୍ଗରେ – ଓଡିଶାର ସଂସ୍କୃତି, ଐତିହ୍ୟ, ସ୍ଥାପତ୍ୟ ଏବଂ କଳାକୁ ଜୀବିତ ରଖୁଥିବା ବ୍ୟକ୍ତିବିଶେଷଙ୍କୁ ମୋଦି ସରକାର ସମ୍ମାନିତ କରୁଛନ୍ତି ଭୁବନେଶ୍ୱର, ତା ୧୪/୦୭ (ଓଡ଼ିଆ ପୁଅ) : ‘ମୋଦି ଶାସନରେ ଓଡିଆ ସମ୍ମାନିତ’। ଆଜି ଭଳି ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ଦିନ ଦୁଇ ଜଣ ଓଡିଆ ତଥା ଶିଳ୍ପୀଗୁରୁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏବଂ ଓଡିଶୀ ନୃତ୍ୟାଙ୍ଗନା ପଦ୍ମବିିଭୁଷଣ ସୋନାଲ ମାନସିଂହଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଥିବାରୁ ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ବିଜେପିର ସମସ୍ତ ନେତୃବୃନ୍ଦ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜଣାଇଛନ୍ତି। କଳା, ସାହିତ୍ୟ, ସଂସ୍କୃତି ଏବଂ ସ୍ଥାପତ୍ୟର…

"ମୋଦି ଶାସନରେ ଓଡିଆ ସମ୍ମାନିତ : ବିଜେପି"

ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ନଦୀରେ ଡଙ୍ଗା ପଲଟିଲା, ୩୦ ରୁ ଅଧିକ ଯାଉଥିଲେ ଡଙ୍ଗାରେ ୧୦ ନିଖୋଜ

ଆନ୍ଧ୍ର ପ୍ରଦେଶ ୧୪-୭ (ଓଡ଼ିଆ ପୁଅ) ଆନ୍ଧ୍ର ପ୍ରଦେଶର ଗୋଦାବରୀ ନଦୀରେ ଏକ ଡଙ୍ଗା ପଲଟିଯାଇଛି। ଡଙ୍ଗାରେ ୩୦ରୁ ଅଧିକ ଲୋକ ଯାତ୍ରା କରୁଥିଲେ। ଡଙ୍ଗା ପଲଟିଯିବାରୁ ୧୦ଜଣ ଲୋକ ନିଖୋଜ ହୋଇଛନ୍ତି। ବର୍ତ୍ତମାନ ନିଖୋଜ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ ଅପରେସନ କରାଯାଉଛି। ମିଳିଥିବା ସୂଚନା ର ମୁତାବକ, ପୂର୍ବ ଗୋଦାବରୀ ନଦୀରେ ନିର୍ମାଣାଧିନ ଏକ ପିଲର ଟକରାଇବାରୁ ଡଙ୍ଗାଟି ପଲଟିଯାଇଥିଲା। ୧୦ ନିଖୋଜଙ୍କ ମଧ୍ୟରୁ ୨ ଜଣଙ୍କର ଶବ ମିଳିଛି। ୨୦ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରୀ ରହିଛି। ଗତ ଦିନମାନଙ୍କରେ ବର୍ଷାର କାରଣରୁ ଆନ୍ଧ୍ର ପ୍ରଦେଶର ଅନେକ ନଦୀରେ ଜଲସ୍ତର ବହୁତ ବଢ଼ିଯାଇଥିଲା। ଧବଲେଶ୍ଵରମ କଟନ…

"ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ନଦୀରେ ଡଙ୍ଗା ପଲଟିଲା, ୩୦ ରୁ ଅଧିକ ଯାଉଥିଲେ ଡଙ୍ଗାରେ ୧୦ ନିଖୋଜ"

ବିଜେପି ବିଧାୟକଙ୍କ ଉପରେ ପତ୍ନୀ ଲଗାଇଥିଲେ କଲେଜ ଛାତ୍ରୀଙ୍କ ସହିତ ଅବୈଧ ସମ୍ପର୍କର ଆରୋପ, ପ୍ରମାଣ ନେଇ ପହଁଚିଲେ ପାର୍ଟି ନେତାଙ୍କ ପାଖରେ

ନୂଆ ଦିଲ୍ଲୀ ୧୪-୭ (ଓଡ଼ିଆ ପୁଅ) ଜାମ୍ମୁ କାଶ୍ମୀରର ଆରଏସପୁରାର ଭାରତୀୟ ଜନତା ପାର୍ଟିର ବିଧାୟକ ଗଗନ ଭଗତଙ୍କ ଉପରେ ତାଙ୍କ ପତ୍ନୀ ତାଙ୍କୁ ଧୋକା ଦେବା ଏବଂ ଜଣେ କଲେଜ ଛାତ୍ରୀଙ୍କ ସହିତ ଅବୈଧ ସମ୍ବନ୍ଧ ରଖିବାର ଆରୋପ ଲଗାଇ ଛନ୍ତି। ଗଗନ ଭଗତଙ୍କର ପତ୍ନୀ ମୋନିକା ଶର୍ମା କହିଛନ୍ତିଯେ, ତାଙ୍କର ପତି ତାଙ୍କଠାରୁ ଛାଡ଼ପତ୍ର ନନେଇ ବିନା ବିବାହ କରିକି ଏକ ଛାତ୍ରୀ ସହିତ ରହୁଛନ୍ତି। ଗଗନ ଭଗତଙ୍କୁ ଏହାକୁ ନେଇକରି ପାର୍ଟିର ଅନୁଶାସନ ସମିତି ସାମନାରେ ମଧ୍ୟ ନିଜ ମତ ରଖିବାକୁ କୁହାଯାଇଛି। ମୋନିକା ମାମଲାରେ ପ୍ରଧାନମନ୍ତ୍ରୀ ମୋଦୀ ଦଖଲ ଦେବାକୁ ଏବଂ ତାଙ୍କ ସହିତ ନ୍ୟାୟର ହେଉ ବୋଲି ଦାବି…

"ବିଜେପି ବିଧାୟକଙ୍କ ଉପରେ ପତ୍ନୀ ଲଗାଇଥିଲେ କଲେଜ ଛାତ୍ରୀଙ୍କ ସହିତ ଅବୈଧ ସମ୍ପର୍କର ଆରୋପ, ପ୍ରମାଣ ନେଇ ପହଁଚିଲେ ପାର୍ଟି ନେତାଙ୍କ ପାଖରେ"

ଓଡିଶାର ଦୁଇଜଣ ମହାନ୍ ବ୍ୟକ୍ତିତ୍ୱ ପଦ୍ମବିଭୁଷଣ ରଘୁନାଥ ମହାପାତ୍ର ଓ ନୃତ୍ୟଶିଳ୍ପୀ ସୋନାଲ ମାନସିଂଙ୍କୁ ରାଜ୍ୟସଭା ପାଇଁ ମନୋନୀତ

ଆଜି ହେଉଛି ଓଡିଶା ପାଇଁ ସୌଭାଗ୍ୟର ଦିନ-ଧର୍ମେନ୍ଦ୍ର ପ୍ରଧାନ – ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ପ୍ରଦାନ – ଓଡିଶାର ନିଷ୍ଠା, ସମ୍ମାନ, ସଂସ୍କୁତି ଓ ଲୋକକଳା ଏବଂ ପରମ୍ପରାକୁ ସ୍ୱୀକୃତି ମିଳିଲା ଭୁବନେଶ୍ୱର, ୧୪ ଜୁଲାଇ (ଓଡ଼ିଆ ପୁଅ) – ଆଜି ହେଉଛି ଓଡିଶା ପାଇଁ ସୌଭାଗ୍ୟର ଦିନ। ପବିତ୍ର ରଥଯାତ୍ରା ଅବସରରେ ଓଡିଶାର ଦୁଇଜଣ ମହାନ୍ ବ୍ୟକ୍ତିତ୍ୱ ପଦ୍ମବିଭୁଷଣ ରଘୁନାଥ ମହାପାତ୍ର ଓ ନୃତ୍ୟଶିଳ୍ପୀ ସୋନାଲ ମାନସିଂଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରାଯାଇଥିବା ହେତୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ…

"ଓଡିଶାର ଦୁଇଜଣ ମହାନ୍ ବ୍ୟକ୍ତିତ୍ୱ ପଦ୍ମବିଭୁଷଣ ରଘୁନାଥ ମହାପାତ୍ର ଓ ନୃତ୍ୟଶିଳ୍ପୀ ସୋନାଲ ମାନସିଂଙ୍କୁ ରାଜ୍ୟସଭା ପାଇଁ ମନୋନୀତ"

୧୪ ଜୁଲାଇ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜି ଗୁପ୍ତ ଶତ୍ରୁମାନଙ୍କଠାରୁ ସାବଧାନ ରହିବାକୁ ଉପଦେଶ। କୌଣସି କଥାରେ ଆପଣଙ୍କ ମନ ଦୁଖୀ ହୋଇପାରେ ଏବଂ ଆପଣ ଦୁଃଖୀ ହୋଇପାରନ୍ତି। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ଆପଣଙ୍କୁ ହୋଇପାରେ। ନୂଆ ସମ୍ବନ୍ଧ ଅସୁବିଧା ଦାୟକ ପ୍ରମାଣିତ ହୋଇପାରନ୍ତି। ବୃଷ : ଆଜି ଆପଣଙ୍କ ଚିନ୍ତା କମ ହେବ ଏବଂ ଉତ୍ସାହ ବଢ଼ିବ। ମନ ପ୍ରଫୁଲ୍ଲିତ ରହିବ। ଆଜି ଆପଣ ଅଧିକ ସମ୍ବେଦନଶୀଳତା ଏବଂ ଭାବୁକତା ଅନୁଭବ କରିବେ। ଆପଣଙ୍କ କଳ୍ପନାଶକ୍ତି ସମ୍ପୂର୍ଣ୍ଣରୁପେ ବୃଦ୍ଧି ପାଇବା କାରଣରୁ ସାହିତ୍ୟ ଲେଖନରେ କୌଣସି ରଚନାର ସୃଜନ କରିବେ। ମିଥୁନ : ଆଜି ଆପଣଙ୍କ ଦିନ ମିଶ୍ରିତ ଫଳଦାୟୀ ରହିବ। ଆଜି ଆପଣ ଆଳସ୍ୟ, ବ୍ୟଗ୍ରତା ଏବଂ…

"୧୪ ଜୁଲାଇ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ"

ପାକିସ୍ତାନ: ନିର୍ବାଚନ ରାଲି ସମୟରେ ବିଷ୍ପୋରଣ: ବିଏପି ନେତା ସମେତ ୧୫ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ ୧୩-୭ (ଓଡ଼ିଆ ପୁଅ) ପାକିସ୍ତାନରେ ଏକ ନିର୍ବାଚନ ରାଲି ସମୟରେ ବମ ବିଷ୍ପୋରଣରେ ୧୫ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ବିଷ୍ପୋରଣରେ ୨୫ ଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ମୁତାବକ ଆକ୍ରମଣ ମସ୍ତଙ୍ଗର ଦାରେନଗଢ଼ରେ ବଲୁଚିସ୍ତାନ ଅବାମୀ ପାର୍ଟି (ବିଏପି) ର ପ୍ରାର୍ଥୀ ନବାବଜାଦା ସିରାଜ ରାୟସୈନୀଙ୍କର ନିର୍ବାଚନ ରାଲି ସମୟରେ କରାଯାଇଥିଲା। ଯେଉଁଥିରେ ସିରାଜଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଆକ୍ରମଣର କାରଣ ବିଷୟରେ ତଦନ୍ତ କରାଯାଉଛି ବୋଲି ପୋଲିସ୍ କହିଛି। ନବ ଗଠିତ ବଲୁଚିସ୍ତାନ ଆବାମି ପାର୍ଟିର ପ୍ରାର୍ଥୀ ରାୟସୈନୀ ପୂର୍ବ ବଲୁଚିସ୍ତାନର ମୁଖ୍ୟମନ୍ତ୍ରୀ ନବାବ…

"ପାକିସ୍ତାନ: ନିର୍ବାଚନ ରାଲି ସମୟରେ ବିଷ୍ପୋରଣ: ବିଏପି ନେତା ସମେତ ୧୫ ଜଣଙ୍କର ମୃତ୍ୟୁ"

ବିଜେପି ଓ ଆପ୍ର ଶତାଧିକ କର୍ମୀ କଂଗ୍ରେସରେ ଯୋଗଦେଲେ

ଭୁବନେଶ୍ୱର ତା ୧୨.୭ (ଓଡ଼ିଆ ପୁଅ) – ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୫୫ ନମ୍ବର ୱାର୍ଡର ଶତାଧିକ କର୍ମୀ ବିଜେଡି, ବିଜେପି ଓ ଆମ୍ ଆଦ୍ମି ପାର୍ଟି ଛାଡି କଂଗ୍ରେସରେ ଯୋଗଦେଇଛନ୍ତି। ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଲୋୟର ପିଏମଜି ଠାରେ ଚାଷ ଓ ଚାଷୀ ସ୍ୱାର୍ଥ ବିରୋଧି କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାର ବିରୁଦ୍ଧରେ ଅନୁଷ୍ଠିତ ଧାରଣା କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ରଶ୍ମି ମହାପାତ୍ରଙ୍କ ଉଦ୍ୟମରେ ଉପରୋକ୍ତ ଦଳର କର୍ମୀମାନେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସେମାନଙ୍କୁ କଂଗ୍ରେସ ଦଳରେ…

"ବିଜେପି ଓ ଆପ୍ର ଶତାଧିକ କର୍ମୀ କଂଗ୍ରେସରେ ଯୋଗଦେଲେ"

ଚାଷୀକୂଳ ପ୍ରତି ଉଭୟ ସରକାରର ବିଶ୍ୱାସଘାତକତାକୁ କଂଗ୍ରେସ ବରଦାସ୍ତ କରିବ ନାହିଁ – ନିରଞ୍ଜନ

ଓଡିଶା ପ୍ରଦେଶ କଂଗ୍ରେସ କମିଟି: କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନ ସରକାର ଚାଷୀ ସ୍ୱାର୍ଥର ବିରୋଧୀ ଭୁବନେଶ୍ୱର ତା ୧୨.୭ (ଓଡ଼ିଆ ପୁଅ) – ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍ଜି ଠାରେ ଚାଷୀ ଓ ଚାଷୀ ସମସ୍ୟା ନେଇ ଏକ ଗଣଧାରଣ ଅନୁଷ୍ଠିତ ହୋଇଯାଇଛି। ଏହି ଗଣଧାରଣାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ ଯେ କେନ୍ଦ୍ର ବିଜେପି ସରକାର ତା’ର ସାଢେ ଚାରିବର୍ଷ ଶାସନ କାଳରେ ଚାଷୀଙ୍କୁ ଯେତେଗୁଡିଏ ପ୍ରତିଶ୍ରୁତି ଦେଇଛି ତାହା ସଂପୂର୍ଣ୍ଣ ପ୍ରତାରଣାରେ ପରିଣତ ହୋଇଛି। ସ୍ୱାମୀନାଥନ୍ କମିଟି ରିପୋର୍ଟ ଅନୁଯାୟୀ କୃଷି ଉତ୍ପାଦନ ଖର୍ଚ୍ଚର ଦେଢଗୁଣା ମୂଲ୍ୟ…

"ଚାଷୀକୂଳ ପ୍ରତି ଉଭୟ ସରକାରର ବିଶ୍ୱାସଘାତକତାକୁ କଂଗ୍ରେସ ବରଦାସ୍ତ କରିବ ନାହିଁ – ନିରଞ୍ଜନ"