ଚମ୍ପିଆନ୍ ଟ୍ରଫିରେ ୧୯ ଦିନ ହେବ ଖେଳ କେଉଁ ଦିନ କିଏ କାହା ସାଙ୍ଗରେ ଖେଳିବ? ସୂଚୀ

ନୂଆଦିଲ୍ଲୀ ୨୫/୫ (ଓଡ଼ିଆ ପୁଅ) ଚମ୍ପିଆନ୍ ଟ୍ରଫିରେ ୧୯ ଦିନ ପର୍ଯ୍ୟନ୍ତ ହେବ କ୍ରିକେଟ ଖେଳର ଆକର୍ଷଣ। ଇଂଲଣ୍ଡରେ ଆଠଟି ଦେଶର ଖେଳାଳି ଏଥିରେ ଖେଳିବେ। ଇଂଲଣ୍ଡରେ ଏକ ଜୁନରୁ ଆରମ୍ଭ ହେବାକୁଥିବା ଆଇସିସି ଚମ୍ପିଆନ୍ ଟ୍ରଫିର ଆକର୍ଷଣ କେବଳ ଏକ କିମ୍ୱା ଦୁଇ ଦିନ ନୁହେଁ ପୂରା ୧୯ ଦିନ ଯାକ ଦେଖିବାକୁ ମିଳିବ। ଚମ୍ପିଆନ ଟ୍ରଫି ଇଂଲଣ୍ଡ ହୋଷ୍ଟ କରୁଛି। ଏକ ଜୁନରେ ଖେଳାଯିବ ପ୍ରଥମ ମ୍ୟାଚ ଆଇସିସି ଚମ୍ପିଆନ୍ ଟ୍ରଫିର ପ୍ରଥମ ମ୍ୟାଚ ଏକ ଜୁନରେ ଖେଳାଯିବ ଏବଂ ଫାଇନଲ ୧୮ ଜୁନରେ ଖେଳାଯିବ। ୧୯ ଜୁନ ଫାଇନଲ ପାଇଁ ରିଜର୍ଭ ଡେ ରଖା ଯାଇଛି। ଏହି ଟର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ…

"ଚମ୍ପିଆନ୍ ଟ୍ରଫିରେ ୧୯ ଦିନ ହେବ ଖେଳ କେଉଁ ଦିନ କିଏ କାହା ସାଙ୍ଗରେ ଖେଳିବ? ସୂଚୀ"

ସରକାରୀ ସଂଗ୍ରହ କ୍ଷେତ୍ରରେ ‘ମେକ ଇନ ଇଣ୍ଡିଆ’ ଉତ୍ପାଦିତ ସାମଗ୍ରୀକୁ ଅଗ୍ରାଧିକାର ଦେବା ନୀତିକୁ କେନ୍ଦ୍ରର ଅନୁମୋଦନ

ନୂଆଦିଲ୍ଲୀ ୨୫/୫ (ଓଡ଼ିଆ ପୁଅ) ‘ମେକ ଇନ ଇଣ୍ଡିଆ’ କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ବିନିର୍ମାଣ ଉଦ୍ୟୋଗ ପକ୍ଷରୁ ପ୍ରସ୍ତୁତ ସାମଗ୍ରୀକୁ ସରକାରୀ ସଂଗ୍ରହରେ ଅଗ୍ରାଧିକାର ଦିଆଯିବ। ଏ ସଂକ୍ରାନ୍ତ ନୂତନ ନୀତିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ଏଭଳି ନୀତି ଦ୍ୱାରା ‘ମେକ ଇନ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଘରୋଇ ବିନିର୍ମାଣ ଉଦ୍ୟୋଗ ଓ ସେବା ବ୍ୟବସ୍ଥାକୁ ଅଧିକ ବଳ ମିଳିବ ଏବଂ ଏହି କ୍ଷେତ୍ରରେ କର୍ମ ନିଯୁକ୍ତିର ବ୍ୟାପକ ସୁଯୋଗ ସୃଷ୍ଟି ହେବ। ଅଧିକନ୍ତୁ ଏଭଳି ନୀତି ଦ୍ୱାରା ବିନିର୍ମାଣ ଉଦ୍ୟୋଗ କ୍ଷେତ୍ରରେ ଅଧିକ ମୂଳଧନୀ ପୁଞ୍ଜି ଓ ଆଧୁନିକ ଟେକ୍ନୋଲଜିର ବିନିଯୋଗ କରାଯିବ। ଏହି…

"ସରକାରୀ ସଂଗ୍ରହ କ୍ଷେତ୍ରରେ ‘ମେକ ଇନ ଇଣ୍ଡିଆ’ ଉତ୍ପାଦିତ ସାମଗ୍ରୀକୁ ଅଗ୍ରାଧିକାର ଦେବା ନୀତିକୁ କେନ୍ଦ୍ରର ଅନୁମୋଦନ"

ବିଦେଶୀ ପୁଞ୍ଜି ବିକାଶ ବୋର୍ଡର ଉଚ୍ଛେଦ ପାଇଁ କେନ୍ଦ୍ର କ୍ୟାବିନେଟର ନିଷ୍ପତି

ନୂଆଦିଲ୍ଲୀ ୨୪/୫ (ଓଡ଼ିଆ ପୁଅ) ବହୁ ବର୍ଷ ଧରି ଚାଲିଆସିଥିବା ବୈଦେଶିକ ପୁଞ୍ଜି ବିନିଯୋଗ ବିକାଶ ବୋର୍ଡ (ଏଫଆଇପିବି)କୁ ପର୍ଯ୍ୟାୟକ୍ରମେ ଉଚ୍ଛେଦ କରାଯିବ। ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି। ଏଫଆଇପିବିର ଉଚ୍ଛେଦ ପରେ ସମ୍ପୃକ୍ତ ମନ୍ତ୍ରଣାଳୟ ଓ ବିଭାଗମାନେ ବୈଦେଶିକ ପୁଞ୍ଜି ବିନିଯୋଗ ସଂକ୍ରାନ୍ତ ପ୍ରସ୍ତାବ/ଆବେଦନମାନ ନିଜେ ପ୍ରୋସେସିଂ କରି ସରକାରୀ ମଞ୍ଜୁରି ପାଇଁ ପଠାଇବେ। ପ୍ରଚଳିତ ବୈଦେଶିକ ପୁଞ୍ଜି ବିନିଯୋଗ ନୀତି ଏବଂ ଫେମା ଆଇନ ମୁତାବକ ସମ୍ପୃକ୍ତ ମନ୍ତ୍ରଣାଳୟ ଓ ବିଭାଗମାନେ ବାଣିଜ୍ୟ ମନ୍ତ୍ରଣାଳୟ ଅଧିନସ୍ଥ ଶିଳ୍ପ ନୀତି ଓ ବିକାଶ ବିଭାଗ ସହିତ ପରାମର୍ଶ କରି ବିଭିନ୍ନ ପୁଞ୍ଜି…

"ବିଦେଶୀ ପୁଞ୍ଜି ବିକାଶ ବୋର୍ଡର ଉଚ୍ଛେଦ ପାଇଁ କେନ୍ଦ୍ର କ୍ୟାବିନେଟର ନିଷ୍ପତି"

୨୦୧୭-୧୮ ବର୍ଷ ପାଇଁ ଚିନିକଳ ନିମନ୍ତେ ଆଖୁର ଉଚିତ ଓ ଲାଭପ୍ରଦ ମୂଲ୍ୟ ସ୍ଥିରୀକୃତ

ନୂଆଦିଲ୍ଲୀ ୨୫/୫ (ଓଡ଼ିଆ ପୁଅ) ୨୦୧୭-୧୮ ଆଖୁ ଋତୁ ନିମନ୍ତେ କେନ୍ଦ୍ର ସରକାର ଆଖୁର ଉଚିତ ଓ ଲାଭପ୍ରଦ ମୂଲ୍ୟ କ୍ୟୁଣ୍ଟାଲ ପିଛା ୨୫୫ ଟଙ୍କା ସ୍ଥିର କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ଆଜି ଏହି ନିଷ୍ପତି ନିଆଯାଇଛି। ଚଳିତ ୨୦୧୭-୧୮ ଋତୁ ନିମନ୍ତେ ଚିନିକଳମାନେ ଚାଷୀଙ୍କ ଠାରୁ ଏହି ଦରରେ ଆଖୁ କିଣିବେ। ଚିନିକଳ ଉଦ୍ୟୋଗର ମହତ୍ୱ ଏବଂ ଆଖୁ ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତି ନେଇଛନ୍ତି। ଏହି କୃଷି ଭିତିକ ଶିଳ୍ପ ଦେଶର ୫ କୋଟି ଆଖୁ ଚାଷୀ ଏବଂ ଏହି ଉଦ୍ୟୋଗରେ…

"୨୦୧୭-୧୮ ବର୍ଷ ପାଇଁ ଚିନିକଳ ନିମନ୍ତେ ଆଖୁର ଉଚିତ ଓ ଲାଭପ୍ରଦ ମୂଲ୍ୟ ସ୍ଥିରୀକୃତ"

କେନ୍ଦ୍ରୀୟ ସଡକ ପାଂଠି ଆଇନ ୨୦୦୦ ରେ ସଂଶୋଧନ ପାଇଁ କ୍ୟାବିନେଟ ନିଷ୍ପତି – ଜାତୀୟ ଜଳପଥର ବିକାଶ, ରକ୍ଷଣାବେକ୍ଷଣ ପାଇଁ ସଡକ ପାଂଠିରୁ ଦିଆଯିବ ୨.୫ ପ୍ରତିଶତ ଅର୍ଥ

ନୂଆଦିଲ୍ଲୀ ୨୪/୫ (ଓଡ଼ିଆ ପୁଅ) କେନ୍ଦ୍ରୀୟ ସଡକ ପାଣ୍ଠି ୨୦୦୦ରେ ଆବଶ୍ୟକ ସଂଶୋଧନ ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ତଥା ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ମିଳିତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହି ନିଷ୍ପତି ଫଳରେ କେନ୍ଦ୍ରୀୟ ସଡକ ପାଣ୍ଠିରୁ ୨.୫ ପ୍ରତିଶତ ଅର୍ଥ ଜାତୀୟ ଜଳପଥଗୁଡିକର ବିକାଶ ଓ ରକ୍ଷଣାବେକ୍ଷଣ ଲାଗି ଦିଆଯିବ। ତା’ଛଡା ଜାତୀୟ ରାଜପଥର ବିକାଶ ଲାଗି ଏହି ପାଂଠିରୁ ଦିଆଯାଉଥିବା ସହାୟତା ଅଂଶକୁ ସାମାନ୍ୟ ପରିମାଣରେ ହ୍ରାସ କରାଯିବ। ସମ୍ଭାବ୍ୟ ଜାତୀୟ ଜଳପଥ ପ୍ରକଳ୍ପଗୁଡିକର ରୂପାୟନ ବେଳେ ସମ୍ପୃକ୍ତ ମନ୍ତ୍ରଣାଳୟ ପ୍ରଥମେ ସରକାରୀ-ଘରୋଇ ଭାଗୀଦାରିତା (ପିପିପି) ମୋଡେଲକୁ ଗ୍ରହଣ କରିବେ। ତେବେ…

"କେନ୍ଦ୍ରୀୟ ସଡକ ପାଂଠି ଆଇନ ୨୦୦୦ ରେ ସଂଶୋଧନ ପାଇଁ କ୍ୟାବିନେଟ ନିଷ୍ପତି – ଜାତୀୟ ଜଳପଥର ବିକାଶ, ରକ୍ଷଣାବେକ୍ଷଣ ପାଇଁ ସଡକ ପାଂଠିରୁ ଦିଆଯିବ ୨.୫ ପ୍ରତିଶତ ଅର୍ଥ"

ବିଦ୍ୟୁତ ବିଭ୍ରାଟ ସଂକ୍ରାନ୍ତୀୟ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ୨୪/୫ (ଓଡ଼ିଆ ପୁଅ) ଗ୍ରୀଷ୍ମ ଋତୁରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ବିଭ୍ରାଟ ସଂକ୍ରାନ୍ତୀୟ ଅଭିଯୋଗ ସଂପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ। ପ୍ରଚଣ୍ଠ ଗ୍ରୀଷ୍ମପ୍ରବାହ ସମୟରେ ବିଦ୍ୟୁତ ବିଭ୍ରାଟ ସମସ୍ୟାର ତୁରନ୍ତ ସମାଧାନ ଉପରେ ବୈଠକରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ଆସନ୍ତା ୩ ଦିନ ମଧ୍ୟରେ ଶକ୍ତି ବିଭାଗ ତାର ନିଜସ୍ଵ ଟୁଇଟର ଆକାଉଣ୍ଟ ଓ ଫେସବୁକ ଆକାଉଣ୍ଟ ଖୋଲି ସୋସିଆଲ ମିଡିଆ ଜରିଆରେ ଲୋକମାନଙ୍କ ଅଭିଯୋଗର ତୁରନ୍ତୁ ସମାଧାନ ପାଇଁ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ପ୍ରତି ଦିନ ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ଓ ଫେସବୁକ୍‌ରେ ବିଦ୍ୟୁତ…

"ବିଦ୍ୟୁତ ବିଭ୍ରାଟ ସଂକ୍ରାନ୍ତୀୟ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ"

ନାଲ୍‌କୋରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନାଲ୍‌କୋ କର୍ମଚାରୀ ପ୍ରତିନିଧି ଦଳ

ଭୁବନେଶ୍ୱର ୨୪/୫ (ଓଡ଼ିଆ ପୁଅ) ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କର ନିଷ୍ପତ୍ତି ସଂପର୍କରେ ନାଲ୍‌କୋ ସମନ୍ଵୟ ସମିତିର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ସଚିବାଳୟରେ ଭେଟି ଆଲୋଚନା କରିଥିଲେ। ନାଲ୍‌କୋ ଦେଶର ଏକ ଲାଭଜନକ ରାଷ୍ଟ୍ରୀୟତ୍ତ ଉଦ୍ୟୋଗ। ତେଣୁ ଏଥିରୁ ୯.୧ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଓଡିଶା ତଥା ନାଲ୍‌କୋ କର୍ମଚାରୀଙ୍କ ସ୍ୱାର୍ଥ ବିରୋଧୀ ବୋଲି ପ୍ରତିନିଧି ଦଳ ମତ ରଖିଥିଲେ। ଓଡିଶାର ସ୍ୱାର୍ଥ ଦୃଷ୍ଟିରୁ ଏହି ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତିରେ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲେ। ମୁଖ୍ୟମନ୍ତ୍ରୀ ଏ ସଂପର୍କରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି…

"ନାଲ୍‌କୋରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନାଲ୍‌କୋ କର୍ମଚାରୀ ପ୍ରତିନିଧି ଦଳ"

ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର ୨୪/୫ (ଓଡ଼ିଆ ପୁଅ) ବିଜୁ ଜନତା ଦଳର ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ଦାମୋଦର ରାଉତଙ୍କୁ – ଢେଙ୍କାନାଳ, ପ୍ରସନ୍ନ ଆଚାର୍ଯ୍ୟ – ପୁରୀ, ଉଷା ଦେବୀ – କଟକ, ମହେଶ୍ୱର ମହାନ୍ତି – ଗଞ୍ଜାମ, ନିରଞ୍ଜନ ପୂଜାରୀ – କଳାହାଣ୍ଡି, ପୁଷ୍ପେନ୍ଦ୍ର ସିଂଦେଓ – ନୂଆପଡ଼ା, ପ୍ରଫୁଲ୍ଲ କୁମାର ମଲ୍ଲିକ – ବରଗଡ଼, ପ୍ରଶାନ୍ତ ନନ୍ଦ – ସୁନ୍ଦରଗଡ଼, ରଣେନ୍ଦ୍ର ପ୍ରତାପ ସ୍ୱାଇଁ – ଭଦ୍ରକ, ରବି ପାଣି – ଝାରସୁଗୁଡ଼ା, ବିମ୍ୱାଧର କଅଁର – କେନ୍ଦୁଝର, ପ୍ରମିଳା ମଲ୍ଲିକ – କେନ୍ଦ୍ରାପଡ଼ା, ଶଶୀ ଭୂଷଣ ବେହେରା – ନୟାଗଡ଼, ଅଶୋକ କୁମାର ପଣ୍ଡା – ଯାଜପୁର, ଦେବାଶୀଷ ନାୟକ…

"ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ନିଯୁକ୍ତ"

ବସ୍ତୁ ଓ ସେବା କର (ଜିଏସଟି) ଦ୍ୱାରା କାହାର ଦର ଦର ହ୍ରାସ ପାଇବ

ନୂଆଦିଲ୍ଲୀ ୨୪/୫ (ଓଡ଼ିଆ ପୁଅ) ବସ୍ତୁ ଓ ସେବା କର (ଜିଏସଟି) ଦ୍ୱାରା ସିମେଂଟ ପ୍ୟାକେଟ୍ , ଔଷଧ, ସ୍ମାର୍ଟ ଫୋନ୍ ଏବଂ ସର୍ଜିକାଲ୍ ଉପକରଣ ସହିତ ଅନେକ ଦ୍ରବ୍ୟ ଉପରେ ଟିକସ ବୋଝ ହ୍ରାସ ପାଇବ ବସ୍ତୁ ଓ ସେବା କର (ଜିଏସଟି) ଲାଗୁ ହେବା ଫଳରେ ସିମେଂଟ ପ୍ୟାକେଟ୍ , ଔଷଧ, ସ୍ମାର୍ଟ ଫୋନ୍ ଏବଂ ସର୍ଜିକାଲ୍ ଉପକରଣ ଭଳି ବିଭିନ୍ନ ବସ୍ତୁ ଉପରେ ଟିକସ ଦର ହ୍ରାସ ପାଇବ। ସିମେଂଟ ପ୍ୟାକେଟ୍ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ୧୨.୫ ପ୍ରତିଶତ ଏବଂ ୧୨୫ ଟଙ୍କା ପିଏମ୍ ଟି ତଥା ୧୪.୫ ପ୍ରତିଶତ ଦରରେ ଭାଟ୍ ଲାଗୁ ହେଉଥିଲା। ଏହି ଦର ଉପରେ…

"ବସ୍ତୁ ଓ ସେବା କର (ଜିଏସଟି) ଦ୍ୱାରା କାହାର ଦର ଦର ହ୍ରାସ ପାଇବ"