ସେଦିନ ୧୯୪୨ ଓ ଆଜି ୨୦୧୮

ସମ୍ବଲପୁର, ୨୩/୯ (ଓଡ଼ିଆ ପୁଅ) – ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୧୯୪୨ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଝାରସୁଗୁଡ଼ା ବିମାନବନ୍ଦର। ଦୁର୍ଲଗା, ମାଲିମୁଣ୍ଡା ଓ ତାଲମାଲ ଗ୍ରାମର ୧୭୯୨ ଏକଡ଼ ଜମି ବିମାନବନ୍ଦର ପାଇଁ ନିଆଯାଇଥିଲା। ବିଶେଷ କରି ଯୁଦ୍ଧ ଜାହାଜଗୁଡ଼ିକରେ ଇନ୍ଧନ ଭରିବା ସକାଶେ ଏହି ବିମାନବନ୍ଦର ବ୍ୟବହୃତ ହୋଇଥିଲା। ସ୍ୱାଧୀନତା ସଂଗ୍ରାମ ସମୟରେ ବିମାନବନ୍ଦରରେ ଘଟିଥିବା ଏକ ଅଗ୍ନିକାଣ୍ଡ ମଣିଷକୃତ ଥିଲା ଏବଂ ଏହା ପଛରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ହାତ ଥିବାର ସନ୍ଦେହ କରାଯାଇଥିଲା। ସ୍ୱାଧୀନତା ପରେ ଏହି ବିମାନବନ୍ଦର କଦାଚିତ କେତେବେଳେ କେମିତି ବିଶିଷ୍ଟ ବ୍ୟକ୍ତିମାନଙ୍କର ବିମାନର ଅବତରଣ ସକାଶେ ଉପଯୋଗ ହେଉଥିଲା। ଦ୍ୱିତୀୟ ବାଟାଲିୟନ ଓଡ଼ିଶା ଆର୍ମଡ଼ ଫୋର୍ସ ପ୍ରତିଷ୍ଠା ସମୟରେ…

"ସେଦିନ ୧୯୪୨ ଓ ଆଜି ୨୦୧୮"

ସମ୍ବଲପୁର ମଣ୍ଡଳରେ ସ୍ୱଚ୍ଛତା ପକ୍ଷ ଅବସରରେ ‘ସେବା ଦିବସ’ ଆୟୋଜନ

ସମ୍ବଲପୁର, ୨୨/୯ (ଓଡ଼ିଆ ପୁଅ) – ସମ୍ବଲପୁର ମଣ୍ଡଳରେ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨ ତାରିଖ ମଧ୍ୟରେ ସ୍ୱଚ୍ଛତା ହିଁ ସେବା ସ୍ୱଚ୍ଛତା ପାକ୍ଷିକ ଆୟୋଜିତ ହେଉଅଛି। ଏହି ଅବସରରେ ସେପ୍ଟେମ୍ବର ୨୨ ତାରିଖରେ ସମ୍ବଲପୁର ମଣ୍ଡଳର ବିଭିନ୍ନ ଷ୍ଟେସନରେ ‘ସେବା ଦିବସ’ ଆୟୋଜନ ହୋଇଅଛି। ମଣ୍ଡଳ ରେଳ ପ୍ରବନ୍ଧକ ଡକ୍ଟର ଜୟଦୀପ ଗୁପ୍ତାଙ୍କ ନେତୃତ୍ୱରେ ସମସ୍ତ ଅଧିକାରୀ, କର୍ମଚାରୀ ଓ ଟ୍ରେଡ଼ ୟୁନିୟନର କର୍ମକର୍ତ୍ତାମାନେ ରେଳନଗର ରେଲୱେ କଲୋନୀରେ ବିଶେଷ ଭାବେ ସଫାସୁତୁରା କରିଥିଲେ। ମଣ୍ଡଳର ବିିଭିନ୍ନ ଷ୍ଟେସନ ମାନଙ୍କରେ ଏକ ବଡ଼ଧରଣର ଶ୍ରମଦାନ କରାଯାଇ ଜନସାଧାରଣ ଓ ରେଳଯାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ଜନସାଧାରଣ, ରେଳଯାତ୍ରୀ, ରେଲୱେ କଲୋନୀରେ ବାସ କରୁଥିବା ରେଳ କର୍ମଚାରୀଙ୍କୁ…

"ସମ୍ବଲପୁର ମଣ୍ଡଳରେ ସ୍ୱଚ୍ଛତା ପକ୍ଷ ଅବସରରେ ‘ସେବା ଦିବସ’ ଆୟୋଜନ"

୨୩ ସେପ୍ଟେମ୍ବର ରବିବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଉଗ୍ର ସ୍ଵଭାବ ଉପରେ ନିୟନ୍ତ୍ରଣ ରଖିବେ। ଶାରୀରିକ ଏବଂ ମାନସିକ ସ୍ତରରେ ଶିଥିଳତା ଅନୁଭବ କରିବେ। ଅଧିକ ପରିଶ୍ରମ ପରେ ମଧ୍ୟ ଅଳ୍ପ ସଫଳତା ପ୍ରାପ୍ତ ହେବ। ସନ୍ତାନମାନଙ୍କର ବିଷୟରେ ମଧ୍ୟ ଆପଣଙ୍କୁ ଚିନ୍ତା ରହିବ। ବ୍ୟସ୍ତତା ଯୋଗୁଁ ପରିଜନମାନଙ୍କ ଉପରେ କମ ଧ୍ୟାନ ଦେଇ ପାରିବେ। ଉଦର ରୋଗରେ ପେଟରେ ଯନ୍ତ୍ରଣାର ଆଶଂକା ଅଛି। ଯାତ୍ରା ଯଦି ହୁଏ ତେବେ ଆଜି ଟାଳିବାକୁ ଚେଷ୍ଟା କରିବେ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ପ୍ରାପ୍ତ ହେବ। ବୃଷ : ଆଜି ଆପଣଙ୍କ ମନୋବଳ ଉଚ୍ଚା ରହିବା ସହିତ ଆପଣ ଆତ୍ମବିଶ୍ଵାସରେ ପରିପୂର୍ଣ୍ଣ ରହିବେ। ମା’ଘରୁ ଲାଭଦାୟୀ ସମାଚାର ପ୍ରାପ୍ତ ହେବ। ପାଠପଢ଼ାରେ ବିଦ୍ୟାର୍ଥିମାନଙ୍କର ରୁଚି…

"୨୩ ସେପ୍ଟେମ୍ବର ରବିବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ"

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତକ୍ଷିପ୍ତ ହେବା ତାଙ୍କ ଚରିତ୍ରର ବ୍ୟତିକ୍ରମ ଓ ଏହା ନୂଆ କଥା : ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଟିପ୍ପଣୀକୁ ନେଇ ପ୍ରତ୍ୟୁତର ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ – ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ମରମ ଭେଦି ଥିବା ବେଳେ ମୁଖ୍ୟମନ୍ତ୍ରୀ କାହିଁକି ତାଙ୍କ ଉପରେ ରାଗ ସୁଝାଉଛନ୍ତି ବୋଲି ପ୍ରଶ୍ନ – ସ୍କିଲ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଉତର : ତାଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ସମ୍ମାନିତ କରିଥିବା ପୁନେର ମହାରାଷ୍ଟ୍ର ଏକାଡେମୀ ଅଫ ଇଂଜିନିୟରିଂ ଏଣ୍ଡ ଏଜୁକେସନ ରିସର୍ଚ ଅଭିଯୁକ୍ତ ଓ ଉପଯୁକ୍ତ ତଦନ୍ତ ସହ ନିଆ ଯିବ ଦୃଢ କାର୍ଯ୍ୟାନୁଷ୍ଠାନ – ଓଡିଶାର କୌଣସି ବି ଉଜ୍ୱଳା ହିତାଧିକାରୀ ଘର ମୁଖ୍ୟମନ୍ତ୍ରୀ ନିଜେ ବାଛନ୍ତୁ ଓ ସେ ତାଙ୍କ ସହ ହିତାଧିକାରୀ ମହିଳାଙ୍କ ଠାରୁ…

"ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତକ୍ଷିପ୍ତ ହେବା ତାଙ୍କ ଚରିତ୍ରର ବ୍ୟତିକ୍ରମ ଓ ଏହା ନୂଆ କଥା : ଧର୍ମେନ୍ଦ୍ର ପ୍ରଧାନ"

ରପ୍ତାନୀ ନୀରିକ୍ଷଣ ଏଜେନ୍ସିର ନୂଆ ଅଫିସ ଉଦଘାଟନ କେବଳ ଖଣିଜ ସଂପଦ ରପ୍ତାନୀ ନୁହେଁ ଓଡିଶା ହୋଇ ପାରିବ ମାନୁଫାକଚରିଂ ହବ୍- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ଓଡ଼ିଆ ପୁଅ) : ଭାରତ ସରକାରଙ୍କ ରପ୍ତାନୀ ନୀରିକ୍ଷଣ ଏଜେନ୍ସିର ନୂତନ ଗୃହ ଓ ପରୀକ୍ଷାଗାର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡିଶା କେବଳ ଖଣିଜ ସଂପଦର ରପ୍ତାନୀରୁ ନୁହେଁ ବରଂ ଉଚ୍ଚ ମାନର ମାନୁଫାକଚରିଂରୁ ରପ୍ତାନୀ ସୁଯୋଗ ସୃଷ୍ଟି କରି ରୋଜଗାର ବଢାଇ ରାଜ୍ୟକୁ ସମୃଦ୍ଧି କରିବାକୁ ଆହ୍ୱାନ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ଶିଳ୍ପ, ବାଣିଜ୍ୟ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ ଓଡିଶାକୁ ଉଡାଜାହାଜ ପାଇଁ ଆବଶ୍ୟକ ଯନ୍ତ୍ରାଂଶ ନିର୍ମାଣର ଏକ ପ୍ରମୁଖ କେନ୍ଦ୍ର କାହଁକି କରାଯାଇ ପାରିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଓଡିଶାରେ ଉଚ୍ଚ…

"ରପ୍ତାନୀ ନୀରିକ୍ଷଣ ଏଜେନ୍ସିର ନୂଆ ଅଫିସ ଉଦଘାଟନ କେବଳ ଖଣିଜ ସଂପଦ ରପ୍ତାନୀ ନୁହେଁ ଓଡିଶା ହୋଇ ପାରିବ ମାନୁଫାକଚରିଂ ହବ୍- ଧର୍ମେନ୍ଦ୍ର ପ୍ରଧାନ"

କାର୍-ବାଇକ୍ ମୁହାଁମୁହିଁ ଧକ୍କା: ଘଟଣା ସ୍ଥଳରେ ୨ ମୃତ

ଢେଙ୍କନାଳ ୨୨-୦୯ ( ଓଡିଆ ପୁଅ/ଦୁଷ୍ମନ୍ତ ମହାନ୍ତି) ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୨ ମୃତ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳୁଅ ଝରଣ ଛକ ଠାରେ ଆଜି ସନ୍ଧ୍ୟା ୭ଟା ବେଳକୁ କାର- ବାଇକ ମୁହାଁମୁହିଁ ଧକ୍କାରେ ଦୁଇ ବାଇକ ଆରୋହିଙ୍କର ମୃତ୍ୟୁ ଘଟିଛି। କାର୍ ଟି ଢେଙ୍କାନାଳରୁ କାମାକ୍ଷାନଗର ଆଡକୁ ଯାଉଥିବା ବେଳେ ବିପରିତ ଦିଗରୁ ବାଇକଟି ଯାଉଥିଲା ବେଳେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ଦୁଇ ବାଇକ ଆରୋହି ଙ୍କ ମୃତ୍ୟୁ ଘଟିଛି।ମୃତକ ହେଲେ ସନ୍ତୋଷ ପଧାନ(୨୬ବର୍ଷ) ଓ ସିଦ୍ଧାନ୍ତ ପଧାନ(୨୪ବର୍ଷ) ।ଘଟଣା କୁ ନେଇ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟରାସ୍ତା ଅବରୋଧ କରିଛନ୍ତ। ଖବର ପାଇ…

"କାର୍-ବାଇକ୍ ମୁହାଁମୁହିଁ ଧକ୍କା: ଘଟଣା ସ୍ଥଳରେ ୨ ମୃତ"

ରାଜସ୍ଥାନ: ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା, ଜସବନ୍ତ ସିଂହଙ୍କର ପୁଅ ମାନଭେନ୍ଦ୍ର ସିଂହ ପାର୍ଟି ଛାଡିଲେ

ଜୟପୁର/ରାଜସ୍ଥାନ ୨୨-୯ (ଓଡ଼ିଆ ପୁଅ) ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟୀକୁ ଏକ ବଡ଼ ଝଟକା ଲାଗିଛି। ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଜସବନ୍ତ ସିଂହଙ୍କର ପୁଅ ମାନଭେନ୍ଦ୍ର ସିଂହ ଶନିବାରଦିନ ଭାରତୀୟ ଜନତା ପାର୍ଟୀ ଛାଡ଼ି ଦେଇଛନ୍ତି। ରାଜସ୍ଥାନରେ ଏକ ରାଲୀକୁ ସଂବୋଧିତ କରି ସେ ଶନିବାରଦିନ ଏହା ଘୋଷଣା କରିଛନ୍ତି। ଏନଡିଟିଭି.କମର ରିପୋର୍ଟ ମୁତାବକ ବାଡ଼ମେରର ପଚପଦରାରେ ସ୍ଵାଭିମାନ ରାଲିକୁ ସଂବୋଧିତ କରି ସେ କହିଛନ୍ତି, ‘କମଲକା ଫୁଲ, ହମାରୀ ବଡ଼ି ଭୂଲ।’ ସୂଚନାଯୋଗ୍ୟଯେ, ୨୦୧୪ ର ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଜଶବନ୍ତ ସିଂହଙ୍କୁ ବାଡ଼ମେରରେ ଟିକଟ ଦେଇନଥିଲେ। ଏହା ପରେ ସିଂହ ପରିବାରର ପାର୍ଟି…

"ରାଜସ୍ଥାନ: ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା, ଜସବନ୍ତ ସିଂହଙ୍କର ପୁଅ ମାନଭେନ୍ଦ୍ର ସିଂହ ପାର୍ଟି ଛାଡିଲେ"

ଓଡ଼ିଶାରେ ପୁଞ୍ଜିନିବେଶ ସଂକ୍ରାନ୍ତୀୟ ତଥ୍ୟ ସରକାରଙ୍କ ନିକଟରେ ନାହିଁ

ଭୁବନେଶ୍ୱର, ୨୨ା୯(ଓଡ଼ିଆ ପୁଅ): ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବା ଲାଗି ବ୍ୟାପକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। କାର୍ଯ୍ୟକ୍ରମରେ ନିବେଶକାରୀଙ୍କୁ ବିଭିନ୍ନ ପ୍ରକଳ୍ପରେ ଅର୍ଥ ଖଟାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଅଥଚ ଏ ସଂକ୍ରାନ୍ତରେ ତଥ୍ୟ ରାଜ୍ୟ ସରକାରଙ୍କ ନିକଟରେ ନାହିଁ। ସଦ୍ୟ ସମାପ୍ତ ବିଧାନସଭା ଅଧିବେଶନର ଶେଷ ଦିନରେ ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଦେଶ ଭିତରେ, ବିଦେଶରେ ଓ ରାଜ୍ୟର କେଉଁ କେଉଁ ସ୍ଥାନରେ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବା ପାଇଁ ୨୦୧୦ରୁ ଏଯାବତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଏବଂ ଏହି କାର୍ଯ୍ୟକ୍ରମରେ କେତେ ଟଙ୍କାର ପୁଞ୍ଜିନିବେଶ ଲାଗି…

"ଓଡ଼ିଶାରେ ପୁଞ୍ଜିନିବେଶ ସଂକ୍ରାନ୍ତୀୟ ତଥ୍ୟ ସରକାରଙ୍କ ନିକଟରେ ନାହିଁ"

ଝାରସୁଗୁଡ଼ା ବିମାନବନ୍ଦର ଏବଂ ବିମାନ ଉଡ଼ାଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ: ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେଲା ବିମାନ ବନ୍ଦର

– ଭୁବନେଶ୍ୱର-ରାଂଚି-ରାୟପୁର ମଧ୍ୟରେ ଝାରସୁଗୁଡ଼ା ବିମାନବନ୍ଦର ହେବ ତ୍ରିବେଣୀ ସଂଗମ – ଗର୍ଜନବାହାଲ, ଦୁଲଙ୍ଗା ଖଣି ପ୍ରକଳ୍ପ ସହ ଝାରସୁଗୁଡା-ବରପାଲି-ସରଡେଗା ରେଳ ଲିଙ୍କ୍ ରାଷ୍ଟ୍ରକୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ – ଓଡିଶା ସରକାର ବିକାଶ ପ୍ରତି ଉଦାସିନ, କାଗଜ କଲମରେ ଚାଲିଛି ପ୍ରଗତି – ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବାକୁ ରାଜ୍ୟ ସରକାରଙ୍କୁ ଆହ୍ୱାନ – ଓଡିଶାରେ ସର୍ବନିମ୍ନ ସମର୍ଥନ ମୂଲ୍ୟ ଘୋଷଣାର ଲାଭ ପାଉନାହାନ୍ତି ଚାଷୀ – ମଣ୍ଡିରେ ଧାନ ଚାଷୀଙ୍କୁ ମିଳୁନି ନ୍ୟାୟ – ସ୍ୱାସ୍ଥ୍ୟ ସେବା, ପୁଷ୍ଟିସାଧନ, ସ୍ୱଚ୍ଛତା ରକ୍ଷା, ଲିଙ୍ଗଗତ ନ୍ୟାୟ, ଶିଶୁ ଓ ମାତୃ ମୃତ୍ୟୁ ହ୍ରାସ କ୍ଷେତ୍ରରେ ଓଡିଶା ପଛୁଆ – କେନ୍ଦ୍ରୀୟ ସହାୟତାର ବିନିଯୋଗ…

"ଝାରସୁଗୁଡ଼ା ବିମାନବନ୍ଦର ଏବଂ ବିମାନ ଉଡ଼ାଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ: ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେଲା ବିମାନ ବନ୍ଦର"

ମୁଁ ନାବାଳିକା ବାହା ହେବିନାହିଁ ପାଠ ପଢିବି ଚାକିରୀ କରିବି ଆଜ୍ଞା : ଛାତ୍ରୀ

ରାୟଗଡା ତା-୨୨/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ମୁଁ ନାବାଳିକା ବାହା ହେବିନାହିଁ ପାଠ ପଢ଼ିବି ଚାକିରୀ କରିବି ଆଜ୍ଞା ବୋଲି ଅନୁରୋଧ କରି କହୁଥିଲା କରୁଣ ସ୍ଵରରେ ନାବାଳିକା। ଆଦିବାସୀ ସମ୍ପ୍ରଦାୟର ଏହି ଝିଅ ପିଲାଟି ଦିନରୁ ନିଜ ମାଁ ଛେଉଣ୍ତ । ଗତ ତିନି ବର୍ଷ ତଳେ ବାପା ମଧ୍ୟ ଏକୁଟିଆ କରିଦେଲେ। ଭାଗ୍ୟ କୁ ଆଦରି ଗାଁ ଲୋକ ଭରସାରେ କିଛି ଦିନ ପରେ ନାକିଟି ଗ୍ରାମର ପଦ୍ମାବତୀ ହିଆଲ ନାମକ ମହିଳା ଏହି ଅନାଥ ଝିଅର ଦେଖାରଖା କରି ଆସୁଥିଲେ। ବର୍ତ୍ତମାନ ବାଳିକା ଜଣକ ୧୪ବର୍ଷ ହୋଇଥିବା ବେଳେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଝିଅଟି ଅଭିଯୋଗରେ ଲେଖିଅଛି ଯେ ସେ ବଡ…

"ମୁଁ ନାବାଳିକା ବାହା ହେବିନାହିଁ ପାଠ ପଢିବି ଚାକିରୀ କରିବି ଆଜ୍ଞା : ଛାତ୍ରୀ"