ପ୍ରାକୃତିକ ବିପର୍ଯ୍ୟୟ ଜନିତ ମୃତ୍ୟୁରେ ଅନୁକଂପା ସହାୟତା ପ୍ରକ୍ରିୟାକୁ ସରଳୀକୃତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ରାଜ୍ୟ କାର୍ଯ୍ୟକାରୀ ପରିଷଦ ବୈଠକ – ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀକୁ ବହୁବିଧ ବ୍ୟବହାରରେ ଲଗାଇବାକୁ ନିର୍ଦ୍ଦେଶ। ସମସ୍ତ ଆଶ୍ରୟସ୍ଥଳୀ ଗୁଡିକୁ ଜରୁରୀକାଳିନ ସରଞ୍ଜାମ ଯୋଗାଇ ଦିଆଯିବ। ଭୁବନେଶ୍ୱର ୨୨-୩ (ଓଡ଼ିଆ ପୁଅ) ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ମୃତ୍ୟୁରେ ଅନୁକଂପା ମୂଳକ ସହାୟତା ରାଶି ପ୍ରଦାନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସଚିବାଳୟଠାରେ ଅନୁଷ୍ଠିତ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଗଠିତ ରାଜ୍ୟ କାର୍ଯ୍ୟ ନିର୍ବାହୀ ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପାଢ଼ୀ ଏହି ନିର୍ଦ୍ଦେଶ ଦେଇଛନ୍ତି।…

"ପ୍ରାକୃତିକ ବିପର୍ଯ୍ୟୟ ଜନିତ ମୃତ୍ୟୁରେ ଅନୁକଂପା ସହାୟତା ପ୍ରକ୍ରିୟାକୁ ସରଳୀକୃତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ"

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ ଉଦ୍‌ଘାଟିତ

ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦ ଗଠିତ ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀକୁ ଉପହାର ଭାବରେ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ଭୁବନେଶ୍ୱର ୨୨-୩ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ପୋଖରୀପୁଟଠାରେ ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟର ଉଦ୍‌ଘାଟନ କରିବା ସହିତ ରାଜ୍ୟବାସୀଙ୍କୁ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀକୁ ଉପହାର ଭାବରେ ବ୍ୟବହାର କରିବାକୁ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳା ଓ ସଂସ୍କୃତି ଗୋଟିଏ ଜାତିର ଆତ୍ମା। ତେଣୁ ଏହାର ସଂରକ୍ଷଣ, ପ୍ରଲେଖନ ( documentation ) ଓ ପ୍ରସାରଣ ଆମ ସମସ୍ତଙ୍କ ଦାୟିତ୍ୱ। ଏ ଦିଗରେ ଏହି ସଂଗ୍ରହାଳୟ ଏକ ଉତ୍ତମ…

"ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ ଉଦ୍‌ଘାଟିତ"

IPL 2018: ଉଦଘାଟନ କାର୍ଯ୍ୟକ୍ରମରେ ହେଲା ପରିବର୍ତ୍ତନ, ବିସିସିଆଇ ସ୍ଥିର କଲେ ନୂଆ ତାରିଖ !

ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଆପଣଙ୍କୁ ଏହା ସହିତ ଡଡ଼ିତ ଅନେକ ରୋମାଞ୍ଚକ ଏବଂ ଚମକପ୍ରଦ ଖବର ଶୁଣିବାକୁ ମିଳିପାରେ ସାର କଥା: – ଏବେ ବହୁତ ପରିବର୍ତ୍ତନ ବାକୀ ଅଛି ! – ଉଦଘାଟନ ସମାରୋହକୁ ସବୁଠାରୁ ଭବ୍ୟ ବନାଇବା ପାଇଁନେ ପ୍ରସ୍ତୁତି – ଅନେକ ବଲିଉଡ଼୍ ତାରକାଙ୍କ ସହ ଚାଲିଛି କଥାବାର୍ତ୍ତା! ନୂଆଦିଲ୍ଲୀ ୨୨-୩ (ଓଡ଼ିଆ ପୁଅ): ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ ଗୋଟିଏ-ଗୋଟିଏ ଦିନ ବିତିବା ପରେ କୋଟିକୋଟି ଭାରତୀୟଙ୍କ ସହିତ ଦୁନିଆର କ୍ରିକେଟ ପ୍ରେମିମାନେ ଧୈର୍ଯ୍ୟହରା ହେଲେଣି। ଏହାର କାରଣ ହେଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ (ଆଇପିଏଲ) 2018ର ଏକାଦଶ ସଂସ୍କରଣ। ଯେତେ ପାଖାପାଖି ଆସୁଛି ସେତେ ନୂଆ ନୂଆ…

"IPL 2018: ଉଦଘାଟନ କାର୍ଯ୍ୟକ୍ରମରେ ହେଲା ପରିବର୍ତ୍ତନ, ବିସିସିଆଇ ସ୍ଥିର କଲେ ନୂଆ ତାରିଖ !"

ମହମ୍ମଦ ଶମୀଙ୍କୁ ମିଳିଲା ଆଶ୍ୱସ୍ତି, BCCI ମ୍ୟାଚ ଫିକ୍ସିଙ୍ଗ ଆରୋପରୁ ମିଳିଲା କ୍ଲିନ୍ ଚିଟ୍

ନୂଆଦିଲ୍ଲୀ ୨୨-୩ (ଓଡ଼ିଆ ପୁଅ) ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ), ପାରିବାରିକ ସମସ୍ୟାରେ ବନ୍ଧା ମୋହମ୍ମଦ ଶମୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ତାଙ୍କୁ ମ୍ୟାଚ୍ ଫିକ୍ସିଙ୍ଗର ଆରୋପରୁ କ୍ଲିନ୍ ଚିଟ୍ ଦେଇ ନୂଆ କଣ୍ଟ୍ରାକ୍ଟରେ ମଧ୍ୟ ସାମିଲ କରିଛନ୍ତି। ବିସିସିଆଇ ପ୍ରେସ ରିଲିଜ ଜାରି କରି କହିଛନ୍ତିକି ଶମୀଙ୍କ ବିରୁଦ୍ଧରେ ମ୍ୟାଚ୍ ଫିକ୍ସିଂଗର ଜାଞ୍ଚ କରାଯିବା ପରେ କୌଣସି ଭାବରେ ସେ ଦୋଷୀ ମିଳିଲେ ନାହିଁ । ତାଙ୍କୁ ଗ୍ରେଡ-ବି ଅଫର କରାଯାଇଛି। ଉଲ୍ଲେଖନୀୟ କି ହସୀନ ଜହାଂ ଇଂଗ୍ଲଣ୍ଡ ରହୁଥିବା ମହମ୍ମଦଙ୍କ ଭାଇଙ୍କ ନାମ ନେଇ ଶମୀଙ୍କ ଉପରେ ମ୍ୟାଚ୍ ଫିକ୍ସିଙ୍ଗର ଆରୋପ ଲଗାଇଥିଲେ। ଉଲ୍ଲେଖନୀୟ କି ସୁପ୍ରିମ କୋର୍ଟ ଦ୍ଵାରା ନିଯୁକ୍ତ…

"ମହମ୍ମଦ ଶମୀଙ୍କୁ ମିଳିଲା ଆଶ୍ୱସ୍ତି, BCCI ମ୍ୟାଚ ଫିକ୍ସିଙ୍ଗ ଆରୋପରୁ ମିଳିଲା କ୍ଲିନ୍ ଚିଟ୍"

ସ୍ୱାସ୍ଥ୍ୟ କ୍ଷେତ୍ରକୁ ବଳ: ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)କୁ ୧-୦୪-୧୭ ଠାରୁ ୩୧-୦୩-୨୦୨୦ ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ ୨୨-୩ (ଓଡ଼ିଆ ପୁଅ) ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୦୧ ଏପ୍ରିଲ, ୨୦୧୭ ଠାରୁ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)କୁ ଜାରି ରଖାଯିବ। ଏଥିପାଇଁ କେନ୍ଦ୍ର ସରକାର ୮୫, ୨୧୭ କୋଟି ଟଙ୍କାର ବଜେଟ ସହାୟତା ଯୋଗାଇ ଦେବେ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି। ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀର ଲାଗି ପ୍ରଧାନମନ୍ତ୍ରୀ ବିକାଶ ପ୍ୟାକେଜ ୨୦୧୫ ନିମନ୍ତେ ୫ ବର୍ଷରେ ଜିଲ୍ଲା ଡାକ୍ତରଖାନା, ଉପଜିଲ୍ଲା ଡାକ୍ତରଖାନା ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୌଳିକ ଢାଂଚା ପ୍ରସ୍ତୁତ କରିବା ଲାଗି ସହାୟତା ବୃଦ୍ଧି ପ୍ରସ୍ତାବକୁ…

"ସ୍ୱାସ୍ଥ୍ୟ କ୍ଷେତ୍ରକୁ ବଳ: ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)କୁ ୧-୦୪-୧୭ ଠାରୁ ୩୧-୦୩-୨୦୨୦ ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି"

ପ୍ରବାସୀ ଭାରତୀୟମାନଙ୍କ ଭାରତ-ବିକାଶ ଫାଉଣ୍ଡେସନ ବନ୍ଦ କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ ୨୨-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବିଦେଶରେ ରହୁଥିବା ଭାରତୀୟମାନଙ୍କ ଭାରତ ବିକାଶ ଫାଉଣ୍ଡେସନ (ଆଇଡିଏଫ-ଓଆଇ)କୁ ବନ୍ଦ କରିବା ପ୍ରସ୍ତାବ ଅନୁମୋଦିତ ହୋଇଛି। ଯାହାଦ୍ୱାରା ଜାତୀୟ ସ୍ୱଚ୍ଛ ଗଙ୍ଗା ମିଶନ ଏବଂ ସ୍ୱଚ୍ଛ ଭାରତ ମିଶନ ଭଳି ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଲାଗି ପ୍ରବାସୀ ଭାରତୀୟମାନଙ୍କ ଯୋଗଦାନ ଦିଗରେ ଏକ ତାଳମେଳ ରଖାଯାଇପାରିବ। ସୂଚନାଯୋଗ୍ୟ ଯେ, ସରକାର ୨୦୦୮ରେ କ୍ୟାବିନେଟ ମଞ୍ଜୁରି ପରେ ଆଇଡିଏଫ-ଓଆଇ ପ୍ରତିଷ୍ଠା କରିଥିଲେ। ଏହା ଏକ ଅଣଲାଭକାରୀ ନ୍ୟାସ ଥିଲା। ଏହାମାଧ୍ୟମରେ ପ୍ରବାସୀ ଭାରତୀୟଙ୍କଠାରୁ ଭାରତର ସାମାଜିକ ଏବଂ ବିକାଶ ପ୍ରକଳ୍ପ ଲାଗି ସ୍ୱେଚ୍ଛାକୃତ ଯୋଗଦାନ ଗ୍ରହଣ କରିବା ଲାଗି…

"ପ୍ରବାସୀ ଭାରତୀୟମାନଙ୍କ ଭାରତ-ବିକାଶ ଫାଉଣ୍ଡେସନ ବନ୍ଦ କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ"

‘ସମନ୍ୱିତ ରେଷମ ବିକାଶ ଯୋଜନା’କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ ୨୨-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୨୦୧୭-୧୮ ଠାରୁ ୨୦୧୯-୨୦ ପର୍ଯ୍ୟନ୍ତ ପରବର୍ତ୍ତୀ ତିନି ବର୍ଷ ଲାଗି କେନ୍ଦ୍ରୀୟ କ୍ଷେତ୍ର ‘ସମନ୍ୱିତ ରେଷମ ଉଦ୍ୟୋଗ ବିକାଶ ଯୋଜନା’ ଅନୁମୋଦନ ଲାଭ କରିଛି। ଏହି ଯୋଜନାର ୪ଟି ଭାଗ ରହିଛି- ୧. ଅନୁସନ୍ଧାନ ଏବଂ ବିକାଶ, ପ୍ରଶିକ୍ଷଣ, ପ୍ରଯୁକ୍ତି ହସ୍ତାନ୍ତର ଏବଂ ସୂଚନା ପ୍ରଯୁକ୍ତି ପ୍ରୟାସ। ୨. ଡିମ୍ବ ସଂରଚନା ଏବଂ କୃଷକ ସମ୍ପ୍ରସାରଣ କେନ୍ଦ୍ର। ୩. ବୀଜ, ସୂତା ଏବଂ ରେଷମ ଉତ୍ପାଦ ଲାଗି ସମନ୍ୱୟ ଏବଂ ବଜାର ବିକାଶ। ୪. ରେଶମ ପ୍ରଶିକ୍ଷଣ ସୁବିଧା, କ୍ଷେତ ଆଧାରିତ…

"‘ସମନ୍ୱିତ ରେଷମ ବିକାଶ ଯୋଜନା’କୁ କ୍ୟାବିନେଟ ମଞ୍ଜୁରି"

ଆୟୁଷ୍ମାନ ଭାରତ-ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନକୁ କ୍ୟାବିନେଟ ମଞ୍ଜୁରି

– ପ୍ରତ୍ୟେକ ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ଲାଭ – ୧୦ କୋଟିରୁ ଅଧିକ ପରିବାରକୁ ମିଳିବ ଲାଭ – ଆୟୁଷ୍ମାନ ଭାରତ-ଏନଏଚପିଏସରେ ମିଶିଯିବ ଆରଏସବିୱାଇ ଏବଂ ଏସସିଏଚଆଇଏସ ଯୋଜନା ନୂଆଦିଲ୍ଲୀ ୨୨-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି କେନ୍ଦ୍ର ପ୍ରାୟୋଜିତ ଆୟୁଷ୍ମାନ ଭାରତ-ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନ (ଏବି-ଏନଏଚପିଏମ) ଶୁଭାରମ୍ଭ କରିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ଯୋଜନାରେ ବାର୍ଷିକ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କାର ବୀମା/ଲାଭ କଭର ଦିଆଯିବ। ପ୍ରସ୍ତାବିତ ଯୋଜନାରେ ୧୦ କୋଟିରୁ ଅଧିକ ଗରିବ ହିତାଧିକାରୀ ପରିବାର ସାମିଲ ହେବେ। ଏହି ପରିବାର ଏସପିସିସି ଡାଟାବେସରେ…

"ଆୟୁଷ୍ମାନ ଭାରତ-ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନକୁ କ୍ୟାବିନେଟ ମଞ୍ଜୁରି"

ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଯୋଗ ଲାଗି ଭାରତ, ଗୁଏନା ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ ୨୨-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅକ୍ଷୟ / ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଗୁଏନା ମଧ୍ୟରେ ବୁଝାମଣାକୁ ଅନୁମୋଦନ ମିଳିଛି। ୩୦ ଜାନୁଆରୀ, ୨୦୧୮ରେ ଦିଲ୍ଲୀରେ କେନ୍ଦ୍ର ଶକ୍ତି ଏବଂ ନୂତନ ଓ ଅକ୍ଷୟ ଶକ୍ତି (ସ୍ୱାଧିନ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଆର.କେ.ସିଂହ ଏବଂ ଗୁଏନାର ଦ୍ୱିତୀୟ ଉପରାଷ୍ଟ୍ରପତି ତଥା ବିଦେଶ ମନ୍ତ୍ରୀ ମହାମହିମ ଶ୍ରୀ କାର୍ଲ ବି ଗ୍ରିନିଜଙ୍କ ଦ୍ୱାରା ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ଉଭୟ ଦେଶ ମଧ୍ୟରେ ଆପୋସ ଲାଭ, ସମାନତା ଏବଂ ପାରସ୍ପରିକ ବିନିମୟ ଆଧାରରେ ନୂତନ ଏବଂ…

"ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଯୋଗ ଲାଗି ଭାରତ, ଗୁଏନା ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ"

ସହୀଦ ସନ୍ତାନମାନଙ୍କର ଶିକ୍ଷାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ସରକାର – ୧୦ ହଜାର ଟଙ୍କାର ସୀମା ହଟିଲା

ନୂଆଦିଲ୍ଲୀ ୨୨-୩ (ଓଡ଼ିଆ ପୁଅ) : ଦେଶପାଇଁ ଜୀବନ ଉତ୍ସର୍ଗ କରିଥିବା ସୈନିକମାନଙ୍କର ସନ୍ତାନମାନଙ୍କ ଶିକ୍ଷାର ସମ୍ପୂର୍ଣ୍ଣ ଖର୍ଚ୍ଚ ଏବେ ସରକାର ବହନ କରିବେ। ରକ୍ଷା ମନ୍ତ୍ରଣାଳୟ ସହୀଦମାନଙ୍କର ସନ୍ତାନମାନଙ୍କର ପାଇଁ ୧୦ ହଜାର ଟଙ୍କା ପର୍ୟ୍ୟନ୍ତ ସୀମାକୁ ହଟାଇ ଶିକ୍ଷା ଖର୍ଚ୍ଚ ଉଠାଇବାପାଇଁ ଆଦେଶ ଜାରୀ କରିଛନ୍ତି। ସରକାର ଗତ ବର୍ଷ ଜୁଲାଇରେ ଏହି ସୀମା ସ୍ଥିର କରିଥିଲେ। ସରକାର ନିଜର ଆଦେଶରେ କହିଥିଲେ କି ଯୋଜନାର ଅନୁଯାୟୀ ମିଳୁଥିବା ସହାୟତା ପ୍ରତି ମାସ ୧୦,୦୦୦ ଟଙ୍କାରୁ ଅଧିକ ହେବନାହିଁ। ଏହି ନିଷ୍ପତ୍ତିର ସ୍ଥଳସେନା, ବାୟୁସେନା ଏବଂ ଜଳସେନା ସଂଯୁକ୍ତ ରୂପରେ ବିରୋଧ କରିଥିଲେ। ଅର୍ଥମନ୍ତ୍ରୀ କହିଥିଲେ ଶିକ୍ଷା ପାଇଁ ୧୦,୦୦୦ ଟଙ୍କା ପ୍ରତିମାସର…

"ସହୀଦ ସନ୍ତାନମାନଙ୍କର ଶିକ୍ଷାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ସରକାର – ୧୦ ହଜାର ଟଙ୍କାର ସୀମା ହଟିଲା"