ସମାଧାନ ହେବ ସୁପ୍ରିମ କୋର୍ଟ ଜଜଙ୍କ ବିବାଦ! ମୁଖ୍ୟ ବିଚାରପତି ଦୀପକ ମିଶ୍ର ଆଜି ଡାକି ପାରନ୍ତି ବୈଠକ

ନୂଆଦିଲ୍ଲୀ ୧୩-୧ (ଓଡ଼ିଆ ପୁଅ) ସୁପ୍ରିମ କୋର୍ଟର ଚାରି ଜଣ ବିଚାରପତିଙ୍କ ଦ୍ୱାରା ମୁଖ୍ୟ ବିଚାରପତି (CJI) ଦୀପକ ମିଶ୍ରଙ୍କ ବିରୁଦ୍ଧରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରିବା ପରେ ମୁଖ୍ୟ ବିଚାରପତି (CJI) ଦୀପକ ମିଶ୍ର ମଧ୍ୟ ଏହି ମାମଲାରେ ନିଜର ପକ୍ଷ ରଖିଛନ୍ତି। ଖବର ଅନୁଯାୟୀ ମୁଖ୍ୟ ବିଚାରପତି ଦୀପକ ମିଶ୍ର କହିଛନ୍ତି କି ସୁପ୍ରିମ କୋର୍ଟରେ ସମସ୍ତ ବିଚାରପତି ସମତୁଲ୍ୟ ଏବଂ ସ୍ୱତନ୍ତ୍ର। ମୁଖ୍ୟ ବିଚାରପତି ଦୀପକ ମିଶ୍ର ଶନିବାରଦିନ ଏହି ମାମଲା ଉପରେ ଚାରିଜଣ ବିଚାରପତିମାନଙ୍କ ସହିତ ବୈଠକ କରି ଏହି ମାମଲାର ସମାଧାନ କରିପାରନ୍ତି। ଦୀପକ ମିଶ୍ର କହିଛନ୍ତିଯେ, ସୁପ୍ରିମ କୋର୍ଟରେ ସମସ୍ତ କେସ୍ ଠିକ୍ ଭାବେ ବଣ୍ଟାଯାଏ। ସୂଚନା ଦିଆଯାଇପାରେଯେ,…

"ସମାଧାନ ହେବ ସୁପ୍ରିମ କୋର୍ଟ ଜଜଙ୍କ ବିବାଦ! ମୁଖ୍ୟ ବିଚାରପତି ଦୀପକ ମିଶ୍ର ଆଜି ଡାକି ପାରନ୍ତି ବୈଠକ"

କୃଷକମୋର୍ଚ୍ଚାର ଧାନମଣ୍ଡି ଚାଲ ଅଭିଯାନ ସ୍ୱୟଂ ରାଜ୍ୟ କୃଷିମନ୍ତ୍ରୀଙ୍କ ଅଂଚଳର ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା

ଭୁବନେଶ୍ୱର, ତା ୧୨/୦୧ (ଓଡ଼ିଆ ପୁଅ) : ରାଜ୍ୟରେ ଧାନର ଅଭାବି ବିକ୍ରି ଦେଖାଦେଇଛି। ମଣ୍ଡି ଗୁଡିକରେ ଅସାଧୁ ମିଲରଙ୍କ ଜୁଲମ ଚାଲିଛି। ବିଳମ୍ବରେ ମଣ୍ଡି ଖୋଲି ଅସାଧୁ ବେପାରୀମାନଙ୍କ ଦ୍ୱାରା ଚାଷୀମାନଙ୍କ ଠାରୁ କମ୍ ଦାମରେ ଧାନ ସଂଗ୍ରହ କରାଯାଉଛି। ଧାନ ମଣ୍ଡିଗୁଡିକରେ ବ୍ୟାପକ ଅବ୍ୟବସ୍ଥା ସହ ଏଫଏଏକ୍ୟୁ ଆଳ ଦେଖାଇ କ୍ୱିଂଟାଲ ପ୍ରତି ୩ କେଜିରୁ ୧୦ କେଜି ପର୍ଯ୍ୟନ୍ତ ଧାନ କାଟ ଆଦି ବିଭିନ୍ନ ପ୍ରସଙ୍ଗରେ ବିଜେପି କୃଷକମୋର୍ଚ୍ଚା ରାଜ୍ୟବ୍ୟାପୀ ମଣ୍ଡିଚାଲ ଅଭିଯାନ ଆରମ୍ଭ କରିଛି। ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆଜି ପିପିଲି ବ୍ଲକର ଜଇସିପାଟଣା, ଭାରତିପୁର, ପୁବାଶାସନ ଆଦି ମଣ୍ଡିଗୁଡିକୁ ଯାଇ କିପରି ଧାନ ସଂଗ୍ରହ ହେଉଛି…

"କୃଷକମୋର୍ଚ୍ଚାର ଧାନମଣ୍ଡି ଚାଲ ଅଭିଯାନ ସ୍ୱୟଂ ରାଜ୍ୟ କୃଷିମନ୍ତ୍ରୀଙ୍କ ଅଂଚଳର ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା"

ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆର ଦାବି :“ରାଜ୍ୟସଭା”କୁ ବିଲୁପ୍ତ କରାଯାଉ: ଜର୍ମାନୀରେ ଅନୁସୃତ “ମିଶ୍ରିତ” ଆନୁପାତିକ ପ୍ରତିନିଧିତ୍ୱ ଦ୍ୱାରା ଲୋକସଭା ଓ ବିଧାନସଭା ଗଠିତ ହେଉ

-ପରୋକ୍ଷରେ ନିର୍ବାଚିତ “ରାଜ୍ୟସଭା”କୁ ବିଲୁପ୍ତ କରାଯାଉ: ଜର୍ମାନୀରେ ଅନୁସୃତ “ମିଶ୍ରିତ” ଆନୁପାତିକ ପ୍ରତିନିଧିତ୍ୱ ଦ୍ୱାରା ଲୋକସଭା ଓ ବିଧାନସଭା ଗଠିତ ହେଉ -ସମସ୍ତ ମତଦାତା ଓ ସବୁ ରାଜନୈତିକ ଦଳକୁ “ରାଜନୈତିକ ନ୍ୟାୟ” ଦେବା ପାଇଁ “ଇଲେକ୍ଟୋରାଲ୍ ବଣ୍ଡ” ଅନାବଶ୍ୟକ : “ରାଜନୈତିକ ନ୍ୟାୟ”କୁ ପରିବ୍ୟାପ୍ତ କରିବା ପାଇଁ “ଆନୁପାତିକ ପ୍ରତିନିଧିତ୍ୱ” ହିଁ ଯଥେଷ୍ଟ – ଏଫ୍.ପି.ଆଇ. ଭୁବନେଶ୍ୱର ୧୨/୦୧(ଓଡ଼ିଆ ପୁଅ): “ମୁକ୍ତଚିନ୍ତନବାଦୀ” ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆର କାର୍ଯ୍ୟକାରିଣୀ ସମିତି ବୈଠକ ପାର୍ଟିର ସଭାପତି ଡ଼କ୍ଟର ବିଜୟାନନ୍ଦ କରଙ୍କ ଅଧ୍ୟକ୍ଷତାରେ ଗତ ବୁଧବାର ଦିନ ଅପରାହ୍ନରେ ଦଳର ସଦର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟସଭାର ଗଠନ ଓ କାର୍ଯ୍ୟାବଳୀ ଉପରେ ପୁଙ୍ଖାନୁପୁଙ୍ଖ…

"ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆର ଦାବି :“ରାଜ୍ୟସଭା”କୁ ବିଲୁପ୍ତ କରାଯାଉ: ଜର୍ମାନୀରେ ଅନୁସୃତ “ମିଶ୍ରିତ” ଆନୁପାତିକ ପ୍ରତିନିଧିତ୍ୱ ଦ୍ୱାରା ଲୋକସଭା ଓ ବିଧାନସଭା ଗଠିତ ହେଉ"

ପିଏସଏଲଭି ଦ୍ୱାରା ଏକକାଳୀନ ୩୧ ଉପଗ୍ରହର ସଫଳ ଉତକ୍ଷେପଣ

ଆନ୍ଧ୍ରପ୍ରଦେଶ ୧୨-୧ (ଓଡ଼ିଆ ପୁଅ) ଇସ୍ରୋର ପୋଲାର ସାଟେଲାଇଟ ଲଂଚ ଭେଇକିଲ୍ (ପିଏସଏଲଭି) ତାହାର ୪୨ତମ ଉଡ଼ାଣରେ ଏକକାଳୀନ ୩୧ଟି ଉପ୍ରଗହକୁ କକ୍ଷପଥରେ ଅବସ୍ଥାପିତ କରିବାରେ ସଫଳ ହୋଇଛି। ଏସବୁ ଉପଗ୍ରହ ମଧ୍ୟରେ ୭୧୦ କିଲୋଗ୍ରାମ ଓଜନର ରିମୋଟ ସେନ୍ସିଂ କାର୍ଟୋସାଟ-୨ ଓ ଅନ୍ୟାନ୍ୟ ୩୦ଟି ଉପଗ୍ରହ ଅଛି। ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆଜି ଏହାର ଉତ୍କ୍ଷେପଣ ହୋଇଛି। ପିଏସଏଲଭିର ଏହି ଉଡ଼ାଣକୁ ପିଏସଏଲଭି-ସି୪୦ କୁହାଯାଉଛି। ମହାକାଶ କେନ୍ଦ୍ରର ପ୍ରଥମ ଲଂଚ ପ୍ୟାଡରୁ ସକାଳ ୯ଟା ୨୯ ମିନିଟରେ ପିଏସଏଲଭି ଉଡ଼ାଣ ଭରିଥିଲା। ଉଡ଼ାଣ ଆରମ୍ଭର ୧୬ ମିନିଟ ୩୭ ସେକେଣ୍ଡ ମଧ୍ୟରେ ଉପଗ୍ରହଗୁଡ଼ିକ ବିଷୁବ ରେଖାର ୫୦୩ କିଲୋମିଟର ଓ ୯୭.୫୫…

"ପିଏସଏଲଭି ଦ୍ୱାରା ଏକକାଳୀନ ୩୧ ଉପଗ୍ରହର ସଫଳ ଉତକ୍ଷେପଣ"

ମୋବାଇଲ ଆପ୍ ଦ୍ୱାରା ବୁକ୍ ହୋଇଥିବା ଟିକେଟର ତ୍ୱରିତ ପ୍ରିଂଟିଙ୍ଗ ପାଇଁ କିଓସ୍କ ମେସିନ୍ ସେବା ଆରମ୍ଭ

– ମୁମ୍ବାଇର ୫ ସହରତଳି ଷ୍ଟେସନରେ ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ଆରମ୍ଭ ହେଲା ଓସିଆର କିଓସ୍କ ମେସିନ୍ ବ୍ୟବସ୍ଥା – ଯାତ୍ରୀଙ୍କୁ ଏଭଳି ସୁବିଧା ଦେବାରେ ୱେଷ୍ଟର୍ଣ୍ଣ ରେଳବାଇ ଦେଶରେ ପ୍ରଥମ ଜୋନ ନୂଆଦିଲ୍ଲୀ ୧୨-୧ (ଓଡ଼ିଆ ପୁଅ) ମୁମ୍ବାଇର ୫ଟି ସହରତଳି ଷ୍ଟେସନରେ ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ୨୦୧୮ ଜାନୁଆରୀ ୧୧ ତାରିଖରେ ଆରମ୍ଭ କରାଯାଇଛି ଓସିଆର କିଓସ୍କ ମେସିନ୍ ବ୍ୟବସ୍ଥା। ୟୁଟିଏସ ମୋବାଇଲ ଆପ୍ ଦ୍ୱାରା ଯେଉଁମାନେ ଟିକେଟ ବୁକିଂ କରୁଛନ୍ତି, ସେମାନେ ତ୍ୱରିତ ଟିକେଟ ପି୍ରଂଟିଙ୍ଗ କରିବା ପାଇଁ ଏହି ମେସିନ୍ ବସାଯାଇଛି। ଯାତ୍ରୀଙ୍କୁ ଏଭଳି ସୁବିଧା ଦେବାରେ ୱେଷ୍ଟର୍ଣ୍ଣ ରେଳବାଇ ଦେଶରେ ପ୍ରଥମ ଜୋନ୍। ପ୍ରତ୍ୟେକ କାର୍ଯ୍ୟରେ ନୂତନ ଟେକ୍ନୋଲୋଜି…

"ମୋବାଇଲ ଆପ୍ ଦ୍ୱାରା ବୁକ୍ ହୋଇଥିବା ଟିକେଟର ତ୍ୱରିତ ପ୍ରିଂଟିଙ୍ଗ ପାଇଁ କିଓସ୍କ ମେସିନ୍ ସେବା ଆରମ୍ଭ"

ସାତ ଶିଖର ଉପରେ ବିଜୟ ପ୍ରାପ୍ତ କଲା ଭାରତୀୟ ବାୟୁସେନା: ଦେଶର ପ୍ରଥମ ସଙ୍ଗଠନ ଭାବେ ସାତ ପର୍ବତ ଶିଖର ଅଭିଯାନ ପୂରଣ କରିଛି ଭାରତୀୟ ବାୟୁସେନା

ନୂଆଦିଲ୍ଲୀ ୧୨-୧ (ଓଡ଼ିଆ ପୁଅ) ଭାରତୀୟ ବାୟୁସେନାର ପର୍ବତାରୋହୀଙ୍କ ଏକ ବିଶେଷଜ୍ଞ ଦଳ ପ୍ରଥମେ ୬ଟି ବିଭିନ୍ନ ମହାଦ୍ୱୀପର ସର୍ବୋଚ୍ଚ ଶିଖର ଆରୋହଣ କରିଥିଲେ ଏବଂ ଏଇ ନିକଟରେ ମିଶନ ସାତ ଶିଖର ପୁରା କରିବା ଉଦ୍ଦେଶ୍ୟରେ ଆଂଟାର୍କଟିକାର ମାଉଂଟ ଭିନସନ ଆରୋହଣ କରିବା ପାଇଁ ଅନ୍ତିମ ଅଭିଯାନରେ ୨୦୧୭ ଡିସେମ୍ବର ୮ରେ ଗସ୍ତ କରିଥିଲେ। ଗ୍ରୁପ କ୍ୟାପଟେନ ସି ତ୍ରିପାଠୀ ବିଏମ ଙ୍କ ନେତୃତ୍ୱରେ ୫ ସଦସ୍ୟ ବିଶିଷ୍ଟ ଦଳର ଯାତ୍ରାକୁ ବାୟୁ ସେନା ପ୍ରମୁଖ ଏୟାର ଚିଫ ମାର୍ଶାଲ ବିଏମ ଧନୋୱା ପତାକା ଦେଖାଇ ଶୁଭାରମ୍ଭ କରାଇଥିଲେ। ଏହି ଦଳ ୨୦୧୭ ଡିସେମ୍ବର ୨୫ ସଂଧ୍ୟା ୬.୪୫ ସମୟରେ ଆଂଟାର୍କଟିକାର ସର୍ବୋଚ୍ଚ ଘାଟି…

"ସାତ ଶିଖର ଉପରେ ବିଜୟ ପ୍ରାପ୍ତ କଲା ଭାରତୀୟ ବାୟୁସେନା: ଦେଶର ପ୍ରଥମ ସଙ୍ଗଠନ ଭାବେ ସାତ ପର୍ବତ ଶିଖର ଅଭିଯାନ ପୂରଣ କରିଛି ଭାରତୀୟ ବାୟୁସେନା"

ଗଣତନ୍ତ୍ର ଓ ନିଜ କର୍ତ୍ତବ୍ୟକୁ ଭୁଲି ଶାସକ ବିଜେଡିର ଏଜେଣ୍ଡାରେ ସାମିଲ ହୋଇ ପୋଲିସ ଓ ପ୍ରଶାସନ ସାଧାରଣ ଲୋକଙ୍କ ଉପରେ ଜୁଲମ କରୁଛି: ବିଜେପି

ବିଜେପିର କର୍ମୀମାନଙ୍କୁ ଅଗଣତାନ୍ତ୍ରିକ ଭାବରେ ଗିରଫ କରିବା ପ୍ରସଙ୍ଗରେ: – ଗତକାଲି କଟକରେ ବିଜେପି କାର୍ଯ୍ୟକର୍ତାଙ୍କୁ ରାତିଅଧିଆ ଗିରଫ ଅଗଣତାନ୍ତ୍ରୀକ – ଖୋଦ୍ ମୁଖ୍ୟମନ୍ତ୍ରୀ ଗଣତନ୍ତ୍ରରେ ହିଂସା ସୃଷ୍ଟି କରି ନିଜର ରାଜନୈତିକ ଫାଇଦା ହାସଲ କରିବାକୁ ମଧ୍ୟ ପଛାଉନାହାଁନ୍ତି – ସାଧାରଣ ସହରବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗକୁ ଉତ୍ଥାପନ କରିବା କ’ଣ ଭୂଲ ? – ହିଂସା ପରାୟଣ ଶାସକ ବିଜେଡିର ଅସହିଷ୍ନୁ ମନୋଭାବ ସ୍ପଷ୍ଟ ହୋଇଛି ଭୁବନେଶ୍ୱର, ତା ୧୨/୦୧ (ଓଡ଼ିଆ ପୁଅ) : ରାଜ୍ୟରେ ଚାଲିଛି ଅରାଜକତାର ସରକାର। ପ୍ରଶାସନିକ ଅଧିକାରୀଠୁ ଆରମ୍ଭ କରି ପୋଲିସ ଅଫିସର ପର୍ଯ୍ୟନ୍ତ ଲାଗୁଛି ସମସ୍ତେ ଯେମିତି ଶାସକ ବିଜେଡିର ଚାବି ଦିଆ ଖେଳନା। ଶାସକ ବିଜେଡି…

"ଗଣତନ୍ତ୍ର ଓ ନିଜ କର୍ତ୍ତବ୍ୟକୁ ଭୁଲି ଶାସକ ବିଜେଡିର ଏଜେଣ୍ଡାରେ ସାମିଲ ହୋଇ ପୋଲିସ ଓ ପ୍ରଶାସନ ସାଧାରଣ ଲୋକଙ୍କ ଉପରେ ଜୁଲମ କରୁଛି: ବିଜେପି"

“ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ନ୍ୟୁ ଏନର୍ଜି ଆଣ୍ଡ ଇନୋଭେସନ” ସ୍ଥାପନା ପାଇଁ ପୁଣି ନବୀନ ଚିଠି ଲେଖିଲେ ମୋଦୀଙ୍କୁ

ଭୁବନେଶ୍ୱର ୧୨-୧ (ଓଡ଼ିଆ ପୁଅ) ଓଡିଶାରେ “ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ନ୍ୟୁ ଏନର୍ଜି ଆଣ୍ଡ ଇନୋଭେସନ”ର ସ୍ଥାପନା  ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତ୍ର ଲେଖିଛନ୍ତି। ଏହା ପୂର୍ବରୁ ନବୀନ ତିନିଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ବିଷୟରେ ପତ୍ର ଲେଖି ଅନୁରୋଧ କରିସାରିଛନ୍ତି। ଅକ୍ଷୟ ଶକ୍ତି କ୍ଷେତ୍ରରେ ଆର ଏଣ୍ଡ ଡି ଗତିବିଧିକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ରାଜ୍ୟରେ ଏହି ପ୍ରତିଷ୍ଠିତ ପରିଯୋଜନା ପାଇଁ ଆବଶ୍ୟକ ଭିତ୍ତିଭୂମିର ସହାୟତା ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ। ରାଜ୍ୟ ସରକାର ପୂର୍ବରୁ ସଂସ୍ଥାନ ପାଇଁ ଆଇଆଇଟି ଭୁବନେଶ୍ୱର ନିକଟରେ ୭୩.୬୮ ଏକର ଜମି ଆବଣ୍ଟିତ କରିଛନ୍ତି। ଏହା…

"“ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ନ୍ୟୁ ଏନର୍ଜି ଆଣ୍ଡ ଇନୋଭେସନ” ସ୍ଥାପନା ପାଇଁ ପୁଣି ନବୀନ ଚିଠି ଲେଖିଲେ ମୋଦୀଙ୍କୁ"

ଛାତ୍ରୀମାନଙ୍କର ପୋଷ୍ଟ ଗ୍ରେଜୁଏଟ ପର୍ଯ୍ୟନ୍ତ ପାଠପଢା ହୋଇପାରେ ମାଗଣା

ନୂଆଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) କ୍ୟାବ (ସେଣ୍ଟ୍ରାଲ ଏଡଭାଇଜରୀ ବୋର୍ଡ ଅଫ ଏଜୁକେସନ) ର ଉପ-ସମିତିର  ପ୍ରସ୍ତାବଗୁଡ଼ିକ ଉପରେ ଯଦି ଦୃଷ୍ଟି ଦିଆଯାଏ ତେବେ ଦେଶରେ ଶିଘ୍ର ହିଁ ଛାତ୍ରୀମାନଙ୍କର ପୋଷ୍ଟ ଗ୍ରେଜୁଏସନ୍ ପର୍ଯ୍ୟନ୍ତ ପାଠପଢା ମାଗଣା ହୋଇଯିବ। ତା’ ସହିତ ହିଁ ଶିକ୍ଷାର ଅଧିକାର (RTE)ର ପରିସର ମଧ୍ୟ ବଢିକରି ନର୍ସରୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ହୋଇଯିବ। ବର୍ତ୍ତମାନ ପର୍ଯ୍ୟନ୍ତ RTE ର ପରିସର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରଖାଯାଇଛି। କ୍ୟାବର ୧୫ ଏବଂ ୧୬ ଜାନୁଆରୀରେ ହେବାକୁ ଥିବା ବୈଠକରେ ଅନ୍ତିମ ନିର୍ଣୟ ହେବ। କ୍ୟାବର ଦିଲ୍ଲୀରେ ହେବାକୁଥିବା ଏହି ବୈଠକରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କ ସହିତ ଦେଶର…

"ଛାତ୍ରୀମାନଙ୍କର ପୋଷ୍ଟ ଗ୍ରେଜୁଏଟ ପର୍ଯ୍ୟନ୍ତ ପାଠପଢା ହୋଇପାରେ ମାଗଣା"

ଦିବ୍ୟ ସନ୍ଦେଶ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ୧୧ା୧ (ଓଡ଼ିଆ ପୁଅ) : ରଜନୀଶଙ୍କ ଆଧ୍ୟାତ୍ମିକ ସାହିତ୍ୟ ଦର୍ଶନ ମାନବ ସମାଜର କୃତୀ ସାଧନ ପାଇଁ ଉଦ୍ଦିଷ୍ଟ। ଦିବ୍ୟ ସନ୍ଦେଶ ପୁସ୍ତକକୁ ଉନ୍ମୋଚନ କରି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହା କହିଛନ୍ତି। ଗୁରୁବାର ପୂର୍ବାହ୍ଣରେ ପୂର୍ବତନ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସରକାରୀ ବାସଭବନରେ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ରୂପେ ଯୋଗଦେଇ ଶ୍ରୀ ମିଶ୍ର କହିଥିଲେ ଯେ, ପଞ୍ଚଦଶ ଶତାବ୍ଦୀରୁ ଓଡ଼ିଶାରେ ଧର୍ମ, ସାହିତ୍ୟ, ଆଧ୍ୟାତ୍ମିକ ସାହିତ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଜୀବନର ତତ୍ତ୍ୱକୁ ଅଧ୍ୟୟନ କରିପାରିଲେ ଏବଂ ଆତ୍ମାକୁ ନିବିଡ଼ ଭାବେ ଭଲ ପାଇଲେ ଏହା ସମ୍ଭବ ଓ ସାକାର…

"ଦିବ୍ୟ ସନ୍ଦେଶ ପୁସ୍ତକ ଉନ୍ମୋଚିତ"