ଲେଡିଜ୍ ଓନଲି ରେଳଷ୍ଟେସନ

ଭୁବନେଶ୍ୱର ୨୩-୨ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ନାରୀ ସଶକ୍ତିକରଣକୁ ନେଇ ଭାରତୀୟ ରେଳ ବିଭାଗ ଭିର୍ଣ୍ଣ ଏକ ପଦକ୍ଷେପ ନେଇଛି।ରାଜସ୍ଥାନର ଗାନ୍ଧୀ ନଗର ରେଳ ଷ୍ଟେସନ ହୋଇଛି କେବଳ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ରେଳ ଷ୍ଟେସନ।ଏନେଇ ରେଳ ବିଭାଗ ସୂଚନା ଦେଇଛି। ଷ୍ଟେସନରେ କେବଳ ମହିଳା କର୍ମଚାରୀ ନିଯୁକ୍ତି ହୋଇଛନ୍ତି। ଗାନ୍ଧୀ ନଗର ରେଳ ଷ୍ଟେସନ ଦେଇ ଗୋଲାପୀ ସହର ରାଜସ୍ଥାନ-ଦିଲ୍ଲୀର ପ୍ରାୟ ସମସ୍ତ ମୁଖ୍ୟ ଟ୍ରେନ ଗୁଡ଼ିକ ଚଳାଚଳ କରିଥାଏ। ଏହି ଷ୍ଟେସନରେ ୪୦ ଜଣ ମହିଳା କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହା ବ୍ୟତିତ ଟିକେଟ ସଂଗ୍ରହକାରୀଙ୍କ ସମେତ ଆରପିଏଫ ଅଧିକାରୀ ଏବଂ ଆରକ୍ଷଣ ଏବଂ ବୁକିଂ ଅଧିକାରୀ ସମସ୍ତେ ମହିଳା ବୋଲି ଜଣାପଡ଼ିଛି।…

"ଲେଡିଜ୍ ଓନଲି ରେଳଷ୍ଟେସନ"

କଳାବଜାରୀ ଏବଂ ଅସାଧୁ ବେପାରୀଙ୍କ ଓକିଲ ସାଜିଛନ୍ତି ଶାସକ ବିଜେଡିର ସାଂସଦ ପ୍ରସନ୍ନ ଆଚାର୍ଯ୍ୟ: ବିଜେପି

ଭୁବନେଶ୍ୱର/ବରଗଡ, ତା ୨୨/୦୨ (ଓଡ଼ିଆ ପୁଅ) : ବିଜେପୁରରେ ଚିଟ୍ଫଣ୍ଡ ଟଙ୍କାରେ ଶାସକ ବିଜେଡି ନିର୍ବାଚନ ଲଢୁଛି। ବିଜେପୁର ଉପନିର୍ବାଚନ ଜିତିବା ପାଇଁ ଶାସକ ବିଜେଡିର ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବେ କଳାବଜାରୀ ଏବଂ ଅସାଧୁ ବେପାରୀମାନଙ୍କ ପାଇଁ ଓକିଲାତି ଆରମ୍ଭ କରି ଦେଇଛନ୍ତି। ନିର୍ବାଚନରେ କୈାଣସି ପ୍ରସଙ୍ଗ ନଥାଇ କେବଳ ବିଜେପୁରବାସୀଙ୍କୁ ବିଭ୍ରାନ୍ତି କରିବା ପାଇଁ ଶାସକ ବିଜେଡି ଏପରି ଅପଚେଷ୍ଟା ଚଳାଇଛି। ମୁଖ୍ୟମନ୍ତ୍ରୀ ନିଜ ଦଳକୁ ସ୍ୱଚ୍ଛ କହିବାର ଡେଙ୍ଗୁରା ବଜାଉଥିବାବେଳେ ବେଳେ ତାଙ୍କ ସାଂସଦ କଳାବଜାରି, ମାଫିଆ, ଅସାଧୁ ବେପାରୀ ଏବଂ ଅପମିଶ୍ରଣ କରୁଥିବା ତେଲ ଟାଙ୍କି ମାଲିକଙ୍କୁ ସୁରକ୍ଷା ଦେବାକୁ ଯାଇ ସେମାନଙ୍କ ସପକ୍ଷରେ ଓକିଲାତି କରୁଛନ୍ତି। ଜଣେ ସାଂସଦ…

"କଳାବଜାରୀ ଏବଂ ଅସାଧୁ ବେପାରୀଙ୍କ ଓକିଲ ସାଜିଛନ୍ତି ଶାସକ ବିଜେଡିର ସାଂସଦ ପ୍ରସନ୍ନ ଆଚାର୍ଯ୍ୟ: ବିଜେପି"

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ବଛା ବଛା ଶହେ ଅଧିକାରୀଙ୍କ ସହ ବୈଠକ କରି ସେମାନଙ୍କୁ ବିଜେଡିର ନିର୍ବାଚନ କାମ ପାଇଁ ବିଜେପୁରକୁ ପଠାଇଛନ୍ତି : ବିଜେପି

  – ବିଜେପୁର ଉପ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ନିଜ ସାମ୍ବିଧାନିକ ଦାୟିତ୍ୱ ପାଳନ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ବିଜେପିର ଦାବି – ବରଗଡ ଜିଲ୍ଲାର ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସମେତ ଜଳ ସମ୍ପଦ ବିଭାଗ, ମହିଳା ଶିଶୁ କଲ୍ୟାଣ ବିଭାଗ, ପୂର୍ତ ବିଭାଗର ଇଂଜିନିୟର ଓ ଅଧିକାରୀଙ୍କ ଉପରେ କ୍ୟାମେରା ରେକର୍ଡିଂ ସହ ନଜର ରଖାଯିବାକୁ ଦାବି – ସେମାନେ ସରକାରୀ ଗାଡିରେ ଟଙ୍କା ନେଇ କେବଳ ବିଜେଡି କର୍ମୀଙ୍କ ପାଖରେ ପହଂଚାଉ ନାହାନ୍ତି ବରଂ ଭୋଟ ପାଇଁ ନିର୍ଦିଷ୍ଟ ଟାର୍ଗେଟ ଆଧାରରେ ନିୟୋଜିତ ଅଛନ୍ତି   ଭୁବନେଶ୍ୱର,…

"ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ବଛା ବଛା ଶହେ ଅଧିକାରୀଙ୍କ ସହ ବୈଠକ କରି ସେମାନଙ୍କୁ ବିଜେଡିର ନିର୍ବାଚନ କାମ ପାଇଁ ବିଜେପୁରକୁ ପଠାଇଛନ୍ତି : ବିଜେପି"

ଚିଟଫଣ୍ଡ ଦ୍ୱାରା ସାଧାରଣ ଜନତାଙ୍କଠାରୁ କୋଟି କୋଟି ଟଙ୍କା ହଡପ କରିବା ପରେ ଏବେ ମିଥ୍ୟା ପ୍ରତିଶୃତି ଦେଇ ଶାସକ ବିଜେଡି ବିଜେପୁରବାସୀଙ୍କୁ ବିଭ୍ରାନ୍ତ କରୁଛି : ବିଜେପି

– ଚିଟ୍ଫଣ୍ଡ୍ ସହ ଜଡିତ ନେତାମାନଙ୍କର ବହୁଳ ବ୍ୟବହାର କରିଥିବା କାରଣରୁ ବିଜେପୁରର ଜନତା ଶାସକ ଦଳକୁ ପ୍ରତ୍ୟାଖ୍ୟାନ କରିବେ – ନିର୍ବାଚନ ପ୍ରଚାରର ମୁଖ୍ୟ କାର୍ପଟଦାର ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ଦୁର୍ନୀତି ଓ ଅନୈତିକ କାର୍ଯ୍ୟରେ ସଂପୃକ୍ତ ବହୁ ନେତାଙ୍କ ଉପସ୍ଥିତି ଭୋଟରଙ୍କ ଜନଭାବନାକୁ ଆହତ କରିଛି – ବିନା ଅଭିଜ୍ଞତାରେ ସିସୋର ଓ ଗ୍ରୀନରେ ଭଳି ଦୁଇଟି ଠକ ଚିଟଫଣ୍ଡ କମ୍ପାନୀକୁ ଗୁରୁତ୍ୱପୂର୍ଣ ସ୍ୱାସ୍ଥ୍ୟ ସମ୍ପର୍କିତ କାମରେ ନିୟୋଜିତ କରିଥିଲେ ଶ୍ରୀ ଆଚାର୍ଯ୍ୟ – ଗ୍ରୀନରେ କମ୍ପାନୀର ଔଷଧ ତିଆରି ବ୍ୟବସାୟ ସହ ଆଦୌ କୌଣସି ସମ୍ପର୍କ ନ ଥିବା ସତ୍ୱେ ଫାର୍ମାସିଟିକାଲ ବ୍ୟବସାୟରେ କମ୍ପାନୀ ୮୦ କୋଟି ଟଙ୍କା ବିନିଯୋଗ କରିଥିଲା…

"ଚିଟଫଣ୍ଡ ଦ୍ୱାରା ସାଧାରଣ ଜନତାଙ୍କଠାରୁ କୋଟି କୋଟି ଟଙ୍କା ହଡପ କରିବା ପରେ ଏବେ ମିଥ୍ୟା ପ୍ରତିଶୃତି ଦେଇ ଶାସକ ବିଜେଡି ବିଜେପୁରବାସୀଙ୍କୁ ବିଭ୍ରାନ୍ତ କରୁଛି : ବିଜେପି"

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ବଛା ବଛା ଶହେ ଅଧିକାରୀଙ୍କ ସହ ବୈଠକ କରି ସେମାନଙ୍କୁ ବିଜେଡିର ନିର୍ବାଚନ କାମ ପାଇଁ ବିଜେପୁରକୁ ପଠାଇଛନ୍ତି : ବିଜେପି

– ବିଜେପୁର ଉପ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ନିଜ ସାମ୍ବିଧାନିକ ଦାୟିତ୍ୱ ପାଳନ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ବିଜେପିର ଦାବି – ବରଗଡ ଜିଲ୍ଲାର ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସମେତ ଜଳ ସମ୍ପଦ ବିଭାଗ, ମହିଳା ଶିଶୁ କଲ୍ୟାଣ ବିଭାଗ, ପୂର୍ତ ବିଭାଗର ଇଂଜିନିୟର ଓ ଅଧିକାରୀଙ୍କ ଉପରେ କ୍ୟାମେରା ରେକର୍ଡିଂ ସହ ନଜର ରଖାଯିବାକୁ ଦାବି – ସେମାନେ ସରକାରୀ ଗାଡିରେ ଟଙ୍କା ନେଇ କେବଳ ବିଜେଡି କର୍ମୀଙ୍କ ପାଖରେ ପହଂଚାଉ ନାହାନ୍ତି ବରଂ ଭୋଟ ପାଇଁ ନିର୍ଦିଷ୍ଟ ଟାର୍ଗେଟ ଆଧାରରେ ନିୟୋଜିତ ଅଛନ୍ତି ଭୁବନେଶ୍ୱର, ତା.୨୨/୦୨(ଓଡ଼ିଆ ପୁଅ):…

"ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ବଛା ବଛା ଶହେ ଅଧିକାରୀଙ୍କ ସହ ବୈଠକ କରି ସେମାନଙ୍କୁ ବିଜେଡିର ନିର୍ବାଚନ କାମ ପାଇଁ ବିଜେପୁରକୁ ପଠାଇଛନ୍ତି : ବିଜେପି"

ଦେଶରେ ଅସମାନତା ବୃଦ୍ଧି ପାଉଛି : ଅକ୍ସଫାମ ରିପୋର୍ଟ

ନୂଆଦିଲ୍ଲୀ ୨୨-୨ (ଓଡ଼ିଆ ପୁଅ)   ବିଗତ ତିନି ଦଶନ୍ଧି ଧରି ଦେଶରେ ବିଭିନ୍ନ କ୍ଷେତ୍ରରେ ଅସମାନତା ବୃଦ୍ଧି ପାଉଛି। ଦେଶର ଶାସନ ବ୍ୟବସ୍ତାରେ ତୃଟିତ୍ପୂର୍ଣ ସରକାରୀ ନୀତି ଗୁଡିକ କେତେକାଂଶରେ ଏଥିପାଇଁ ଦାୟୀ। ‘The widening Gaps: India Inequality Report 2018’ ନାମକ ଏକ ରିପୋର୍ଟ ଅକ୍ସଫାମ ଦ୍ଵାରା ପ୍ରକାଶିତ କରାଯାଇଛି ଯେଉଁଥିରେ ଦେଶରେ ଅସମାନତାର ସାଂପ୍ରତିକ ସ୍ଥିତି, ଏହାର କାରଣ ଏବଂ ନୀତି ଭିତ୍ତିକ ସୁପାରିଶ ମଧ୍ୟ ରଖାଯାଇଛି। ତୀବ୍ର ଅସମାନତା ଥିବା ଦେଶମାନଙ୍କ ମଧ୍ୟରେ ଭାରତ ଏକ ଅନ୍ୟତମ ରାଷ୍ଟ୍ର। ଏହି ରିପୋର୍ଟ ଭାରତ ନିଜକୁ ଏକ କମ ଆସମାନତା ଥିବା ରାଷ୍ଟ୍ର ଦାବିକରୁଥିବା ଭ୍ରାନ୍ତ ଧାରଣ କୁ ଦୂର କରିଛି।…

"ଦେଶରେ ଅସମାନତା ବୃଦ୍ଧି ପାଉଛି : ଅକ୍ସଫାମ ରିପୋର୍ଟ"

ବିଜେପୁର ଉପ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପାଂଚ ଅଧିକାରୀଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ ଆଣିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ଭି.କେ ପାଣ୍ଡିଆନ ବଛା ବଛା ଶହେ ଜଣ ସରକାରୀ କର୍ମଚାରୀଙ୍କ ସହ ବୈଠକ କରି ସେମାନଙ୍କୁ ଛୁଟି ଦେଇ ବିଜେପୁର ବିଜେଡି ପ୍ରଚାର ପାଇଁ ପଠାଇବା ଅଭିଯୋଗ – ଭି. କେ ପାଣ୍ଡିଆନଙ୍କ ଛଡା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଡି.ଏସ. କୁଟ୍ଟେ, ରୂପା ରୋସନ ସାହୁ, ଗୋପବନ୍ଧୁ ଦାସ, ଓ ପ୍ରଦୀପ୍ତ ମହାପାତ୍ରଙ୍କ ବିଜେଡି ପାଇଁ ନିର୍ବାଚନ ପରିଚାଳନା କରୁଥିବା ଅଭିଯୋଗ – ନିର୍ବାଚନ ସରିବା ଯାଏ ଏହି ପାଂଚ ଅଧିକାରୀଙ୍କ ଗତିବିଧି ଉପରେ କ୍ୟାମେରା ରେକର୍ଡିଂ ସହ ନଜର ରଖିବାକୁ ଦାବି – ଏହି ଅଧିକାରୀ ମାନଙ୍କର ଫୋନ କଲ, ଏସଏମସ. ହ୍ୱାଟ୍ସଆପ ଓ ଟେଲିଗ୍ରାମ ଉପରେ ମଧ୍ୟ ନଜର ରଖିବାକୁ ଦାବି –…

"ବିଜେପୁର ଉପ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପାଂଚ ଅଧିକାରୀଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ ଆଣିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ"

ଗୋପ ଓ କୋଣାର୍କ ମଧ୍ୟରେ ଥିବା ଟୋଲ୍ ଗେଟ୍ ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ୨୨-୦୨ (ଓଡ଼ିଆ ପୁଅ) ଗୋପ୍ ଓ କୋଣାର୍କ ମଧ୍ୟରେ ବେଗୁନିଆ ଠାରେ ଥିବା ଟୋଲ୍ ଗେଟ କୁ ଉଠାଇଦେବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୫ ମସିହାରୁ ଏହି ଟୋଲ ଗେଟ୍ କାର୍ଯ୍ୟକାରୀ ହୋଇଥିଲା। ପର୍ଯ୍ୟଟକ ଓ ଜନସାଧାରଣଙ୍କ ସୁବିଧା ପାଇଁ ଏହି ଟୋଲ ଗେଟ୍‌ଙ୍କୁ ଉଚ୍ଛେଦ କରାଯାଇଛି।

"ଗୋପ ଓ କୋଣାର୍କ ମଧ୍ୟରେ ଥିବା ଟୋଲ୍ ଗେଟ୍ ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ"

ବିଜେପୁର ଉପ ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ୩ଟି ସୁଟକେସ ଭର୍ତ୍ତି କଳାଟଙ୍କା ଅଛି : ବିଜେପି

– ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ – ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଏହି ବିପୁଳ କଳା ଟଙ୍କା ଜବତ ହେବା ନିହାତି ଜରୁରୀ – ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ବିଜେପିର ଦାବି ଭୁବନେଶ୍ୱର, ତା.୨୧/୦୨(ଓଡ଼ିଆ ପୁଅ): କଳା ଟଙ୍କା ଭର୍ତ୍ତି ୩ଟି ସୁଟକେସ୍ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବନ୍ଦ କୋଠରୀରେ ଅଛି। ବିଜେପୁର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଏହି ଟଙ୍କା ଗଚ୍ଛିତ ଥିବାର ସୂଚନା ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଦେବା ସହ ଏହି ସ୍ଥାନକୁ ଚଢାଉ କରି ଟଙ୍କା ଜବତ ସହ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ବିଜେପି ଦାବି କରିଛି। ବିଜେପି ନିର୍ବାଚନ ଆୟୋଗଙ୍କୁ ସୂଚନା…

"ବିଜେପୁର ଉପ ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ୩ଟି ସୁଟକେସ ଭର୍ତ୍ତି କଳାଟଙ୍କା ଅଛି : ବିଜେପି"

ମାତୃଭାଷା ଦିବସରେ ଓଡ଼ିଆ ଗୀତ ରିଲିଜ୍

ଭୁବନେଶ୍ୱର ୨୧/୨ (ଓଡ଼ିଆ ପୁଅ): ଆଜି ଆନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଓଡ଼ିଆ ଇ-ପତ୍ରିକା ନବପଲ୍ଲବ ତରଫରୁ ଓଡ଼ିଆ ଗୀତଟିଏ ରିଲିଜ୍ ହୋଇଛି। ଗତ ଜାନୁଆରୀ ୧ ତାରିଖରେ ନୂଆବର୍ଷ ଅବସରରେ ଏହି ପତ୍ରିକାଟିର ପ୍ରଥମ ସଂସ୍କରଣ ଇଣ୍ଟରନେଟରେ pdf ଭାବରେ ପ୍ରକାଶିତ ହୋଇଥିଲା। ଏହାର ପ୍ରଥମ ସଂସ୍କରଣରେ ସମୁଦାୟ ୪୦ଟି ଲେଖା ସ୍ଥାନିତ ହୋଇଥିଲା। ପରବର୍ତ୍ତୀ ସମୟରେ ଓଡ଼ିଆ ଲିପି ପଢ଼ିପାରୁନଥିବା ପାଠକ ଏବଂ ଗପ ପଢ଼ିବା ଅପେକ୍ଷା ଶୁଣିବାରେ ଅଧିକ ରୁଚି ରଖୁଥିବା ପାଠକଙ୍କ ପାଇଁ ଏହି ପତ୍ରିକା ତରଫରୁ ଅଡ଼ିଓ ମାଗାଜିନ୍ ତିଆରି କରାଯାଇଥିଲା। ପତ୍ରିକାଟିରେ ପ୍ରକାଶିତ ଲେଖାଗୁଡ଼ିକ ରେକର୍ଡ଼ିଂ କରି ଏହାକୁ ୟୁ-ଟ୍ୟୁବ୍‌ଚେନାଲରେ ଅପ୍‌ଲୋଡ୍ କରାଯାଇଛି। ଫଳରେ ମାଗଣାରେ ପତ୍ରିକାଟି…

"ମାତୃଭାଷା ଦିବସରେ ଓଡ଼ିଆ ଗୀତ ରିଲିଜ୍"