ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡ଼ ଗସ୍ତ କରିବେ

ନୂଆ ଦିଲ୍ଲୀ ୧୩ ଜୁନ୍ (ଓଡ଼ିଆ ପୁଅ) ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡ଼ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିଜର ଗସ୍ତରେ ଆଧୁନିକ ଏବଂ ବିସ୍ତାରିତ ଭିଲାଇ ଇସ୍ପାତ କାରଖାନା ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ। ଭିଲାଇ ଇସ୍ପାତ କାରଖାନାର ଆଧୁନିକୀକରଣରେ ଉତ୍ପାଦନ, ଉତ୍ପାଦ, ଗୁଣବତ୍ତା, ପୁଞ୍ଜିନିବେଶ, ପ୍ରତିଦ୍ୱନ୍ଦିତା, ଶକ୍ତି ଦକ୍ଷତା ଏବଂ ପର୍ଯ୍ୟାବରଣ ସଂରକ୍ଷଣ କ୍ଷେତ୍ରରେ ଅତ୍ୟାଧୁନିକ ଟୋକ୍ନୋଲେଜି ପ୍ରଯୋଗ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ କାର୍ଯ୍ୟକ୍ରମରେ ଆଇଆଇଟି ଭିଲାଇର ସ୍ଥାୟୀ ପରିସରର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ। ତା’ ସହିତ ହିଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତନେଟର ଦ୍ୱିତୀୟ ଚରଣର ଶୁଭାରମ୍ଭ କରିବେ। ଭାରତ ନେଟ ପରିଯୋଜନାରେ ଗ୍ରାମ…

"ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡ଼ ଗସ୍ତ କରିବେ"

କର୍ଣ୍ଣାଟକ: କଂଗ୍ରେସର ବାଜିମାତ୍: ବିଜେପିଠାରୁ ଛଡ଼ାଇନେଲା ଜୟନଗର ସିଟ, ୩୭୭୫ ଭୋଟ ଜୀତିଲେ ସୌମ୍ୟା ରେଡ୍ଡୀ

କର୍ଣ୍ଣାଟକ/ବାଙ୍ଗାଲୁରୁ ୧୩-୬ (ଓଡ଼ିଆ ପୁଅ) କର୍ଣ୍ଣାଟକର ଦକ୍ଷିଣ ବାଙ୍ଗାଲୁରୁର ଜୟନଗର ବିଧାନସଭା ସିଟରେ କଂଗ୍ରେସର ବାଜିମାତ୍। ବିଜେପିକୁ ୩୭୭୫ ଭୋଟରେ ହରାଇଲା। କଂଗ୍ରେସ ପ୍ରାର୍ଥୀ ସୌମ୍ୟା ରେଡ୍ଡୀ ୩୭୭୫ ଭୋଟରେ ବିଜୟ ଲାଭ କରିଛନ୍ତି। ସୌମ୍ୟା ରେଡ୍ଡୀଙ୍କୁ ୫୪୦୪୫ ଟି ଭୋଟ ମିଳିଥିବା ବେଳେ ବିଜେପି ବିଏନ ପ୍ରହ୍ଲାଦଙ୍କୁ ୫୦,୨୭୦ ଭୋଟ ମିଳିଛି। ସୂଚନାଯୋଗ୍ୟଯେ, ବିଜେପି ପ୍ରାର୍ଥୀ ବିଏନ ବିଜୟ କୁମାରଙ୍କର ୪ ମଇରେ ନିଧନ ହେବା ପରେ ଏହି ସିଟ ଖାଲି ହୋଇଥିଲା। ବିଜୟ କୁମାର ଏହି ସିଟରୁ ବିଧାୟକ ମଧ୍ୟ ଥିଲେ। ତାଙ୍କ ପରେ ଏହି ସିଟରେ ସୋମବାରଦିନ ନିର୍ବାଚନ ହୋଇଥିଲା। ଏହି ଉପନିର୍ବାଚନରେରେ ୫୫ ପ୍ରତିଶତ ଭୋଟିଂ ହୋଇଥିଲା। ଏହି ସିଟରେ…

"କର୍ଣ୍ଣାଟକ: କଂଗ୍ରେସର ବାଜିମାତ୍: ବିଜେପିଠାରୁ ଛଡ଼ାଇନେଲା ଜୟନଗର ସିଟ, ୩୭୭୫ ଭୋଟ ଜୀତିଲେ ସୌମ୍ୟା ରେଡ୍ଡୀ"

ପ୍ରଧାନମନ୍ତ୍ରୀ ମୋଦୀ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କୁମାରସ୍ଵାମୀଙ୍କୁ ଦେଲେ ଫିଟନେସ ଚ୍ୟାଲେଞ୍ଜ

ନୂଆ ଦିଲ୍ଲୀ ୧୩ ଜୁନ୍ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫିଟନେସ ଚ୍ୟାଲେଞ୍ଜର ଭିଡ଼ିଓ ଜାରି କରିଛନ୍ତି। ଯେଉଁଥିରେ ସେ ଗାର୍ଡ଼େନ୍ ରେ ଯୋଗ ଏବଂ ଏକ୍ସରସାଇଜ କରୁଥିବାର ଦେଖାଯାଉଛି। ଏହି ଭିଡ଼ିଓ ଜରିଆରେ ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀ, ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ବିଜେତା ମନିକା ବାତ୍ରା ଏବଂ ଆଇପିଏସ ଅଫିସରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଗତ ମାସରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲୀ ପ୍ରଧାନମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରିଥିଲେ। I am delighted to nominate the following for the #FitnessChallenge: Karnataka’s CM Shri @hd_kumaraswamy. India’s pride and among the…

"ପ୍ରଧାନମନ୍ତ୍ରୀ ମୋଦୀ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କୁମାରସ୍ଵାମୀଙ୍କୁ ଦେଲେ ଫିଟନେସ ଚ୍ୟାଲେଞ୍ଜ"

ବସ ଡିଭାଇଡରରେ ମାଡ଼ ହୋଇ ପଲଟିଲା, ୧୬ ମୃତ, ୧୨ ଆହତ

ମୈନପୁରୀ/ଉତ୍ତର ପ୍ରଦେଶ ୧୩ ଜୁନ୍ (ଓଡ଼ିଆ ପୁଅ) ଉତ୍ତର ପ୍ରଦେଶ ମୈନପୁରୀ ଜିଲ୍ଲାରେ ଏକ ବଡ଼ ଭୟାନାକ ସଡ଼କ ଦୁର୍ଘଟଣାହୋଇଛି। ମୈନପୁରୀରେ ତେଜ ଗତିରେ ଆସୁଥିବା ବସ ପଲଟିବାରୁ ୧୬ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ୧୨ଜଣ ଲୋକ ଆହତ ହୋଇଛନ୍ତି ଏବଂ ତିନିଜଣଙ୍କର ଅବସ୍ଥା ଗମ୍ଭୀର ଗୁରୁତର ଅଛି। କୁହାଯାଉଛିଯେ, କି ବସ ଡ୍ରାଇଭର ଅଧିକ ତେଜ ଗତିରେ ଗାଡ଼ି ଚଳାଉଥିଲା। ବସ ଡିଭାଇଡରରେ ମାଡ଼ହୋଇ ପଲଟି ଯାଇଥିଲା ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟଯେ, ପଲଟିଥିବା ବସଟି ପ୍ରାଇବେଟ ବସ ଥିଲା। ଦୁର୍ଘଟଣାଙ୍କର ଭୟାବହତାକୁ ଦେଖି ଆଶଂକା କରାଯାଉଛିଯେ, ମୃତକଙ୍କର ସଂଖ୍ୟା ବଢ଼ିପାରେ। ପୁଲିସ ସେଠାରେ ପହଁଚିଛି ଏବଂ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

"ବସ ଡିଭାଇଡରରେ ମାଡ଼ ହୋଇ ପଲଟିଲା, ୧୬ ମୃତ, ୧୨ ଆହତ"

୧୩ ଜୁନ୍ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : କୌଣସି କାର୍ଯ୍ୟ କିମ୍ବା ପ୍ରୋଜେକ୍ଟରେ ସରକାରଙ୍କ ତରଫରୁ ଲାଭ ମିଳିବ। ଅଫିସରେ ମହତ୍ତ୍ଵପୂର୍ଣ୍ଣ ବିଷୟ ସମ୍ବନ୍ଧରେ ଉଚ୍ଚ ପଦାଧିକାରୀମାନଙ୍କର ସହିତ ବିଚାର-ବିମର୍ଶ ହୋଇପାରେ। ଅଫିସ୍ ର କାର୍ଯ୍ୟରେ ଯାତ୍ରା କରିପାରନ୍ତି। କାର୍ଯ୍ୟଭାର ବଢ଼ିବ। ପାରିବାରିକ ମାମଲାରେ ଗଭୀର ରୁଚି ନେଇକରି ସଦସ୍ୟମାନଙ୍କ ସହିତ ବିଚାର-ବିମର୍ଶ କରିବେ। ବୃଷ : ବିଦେଶ ଜଡ଼ିତ ବିଷୟଗୁଡ଼ିକ ପାଇଁ ଦିନ ଶୁଭ ରହିବ। ବ୍ୟାପାରିମାନଙ୍କୁ କାରବାରରେ ଧନ ଲାଭ ହେବ। ନୂଆ ଆୟୋଜନ ହାତକୁ ନେଇ ପାରିବେ। ଲମ୍ବା ଦୂରର ଯାତ୍ରା ହେବ, ତୀର୍ଥ ଯାତ୍ରା ମଧ୍ୟ କରିପାରନ୍ତି। ସନ୍ତାନମାନଙ୍କ ପ୍ରଗତି ହେବ। ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ। ମିଥୁନ : କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ।…

"୧୩ ଜୁନ୍ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ"

କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ କଳିଙ୍ଗନଗର ଗସ୍ତ: ଜାତୀୟ ଇସ୍ପାତ ନୀତି ଅଧୀନରେ ୨୦୩୦-୩୧ସୁଦ୍ଧା ୩୦୦ ନିୟୁତ ଟନ ଇସ୍ପାତ ଉତ୍ପାଦନର ଲକ୍ଷ୍ୟ

– ଓଡିଶାରେ କେବଳ ୧୦୦ ନିୟୁତ ଟନ ଉତ୍ପାଦନର ସମ୍ଭାବନା ଭୁବନେଶ୍ୱର ୧୨/୬ (ଓଡ଼ିଆ ପୁଅ) କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂ ୧୨ ଜୁନ, ୨୦୧୮ରେ କଳିଙ୍ଗନଗର ଗସ୍ତ କରିଥିଲେ। ସେଠାରେ ସେ ଓଡ଼ିଶାରେ ଥିବା ବୃହତ ଇସ୍ପାତ ଉତ୍ପାଦନ ୟୁନିଟଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ/କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ନିଜର ମନ୍ତବ୍ୟରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ କହିଥିଲେ ଯେ ୨୦୧୮ରେ ଭାରତ ବିଶ୍ୱର ଦ୍ୱିତୀୟ ଇସ୍ପାତ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଭାରତ ୧୦୦ ନିୟୁତରୁ ଅଧିକ ଇସ୍ପାତ ଉତ୍ପାଦନ କରିଛି। ଭାରତ ସରକାରଙ୍କ…

"କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ କଳିଙ୍ଗନଗର ଗସ୍ତ: ଜାତୀୟ ଇସ୍ପାତ ନୀତି ଅଧୀନରେ ୨୦୩୦-୩୧ସୁଦ୍ଧା ୩୦୦ ନିୟୁତ ଟନ ଇସ୍ପାତ ଉତ୍ପାଦନର ଲକ୍ଷ୍ୟ"

ରତ୍ନ ଭଣ୍ଡାର ଚାବି ହଜିବା ଏବଂ ଆଇନର ଖୋଲା ଉଲ୍ଲଂଘନ ପ୍ରସଙ୍ଗରେ: ରାଜ୍ୟସରକାରଙ୍କ ସତ୍ ସାହସ ଥିଲେ ନିଜ ବିରୁଦ୍ଧରେ ଏତଲା ଦିଅନ୍ତୁ : ବିଜେପି

ଭୁବନେଶ୍ୱର, ତା ୧୨/୦୬ (ଓଡ଼ିଆ ପୁଅ): ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚୁପ୍ ରହିବା ଏବଂ ତାଙ୍କ ବିଜେଡି ଦଳର ପ୍ରତିନିଧୀମାନେ ବିଭିନ୍ନ ବିଭ୍ରାନ୍ତିକର ବୟାନ ରଖି ଘଟଣାକୁ ଚାପିଦେବାକୁ ଅପପ୍ରୟାସ କରିବା ଅତ୍ୟନ୍ତ ନିନ୍ଦନୀୟ। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ପୁରୀ ସାଂସଦ ପିନାକୀ ମିଶ୍ର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାକୁ ସାମାନ୍ୟ ବୋଲି କହିବା ରାଜ୍ୟସରକାର ଏବଂ ଶାସକ ବିଜେଡିର ସମ୍ବେଦନହୀନତାର ପରିଚୟ ଦେଇଛି। ଏପରିକି ଭାରତରେ ଲକ୍ଷ ଲକ୍ଷ ଆଇନ ଭଙ୍ଗ ହୁଏ ବୋଲି ସାଂସଦ ଗଣମାଧ୍ୟରେ କହିବା ତାଙ୍କର ଓ ତାଙ୍କ ସରକାରର ଦାୟୀତ୍ୱହୀନତାର ପରିଚୟ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ଅନିୟମିତତା ଖର୍ଚ୍ଚ ମାମଲାରେ ଏହି ସାଂସଦ…

"ରତ୍ନ ଭଣ୍ଡାର ଚାବି ହଜିବା ଏବଂ ଆଇନର ଖୋଲା ଉଲ୍ଲଂଘନ ପ୍ରସଙ୍ଗରେ: ରାଜ୍ୟସରକାରଙ୍କ ସତ୍ ସାହସ ଥିଲେ ନିଜ ବିରୁଦ୍ଧରେ ଏତଲା ଦିଅନ୍ତୁ : ବିଜେପି"

ରତ୍ନଭଣ୍ଡାର ଚାବି ହଜିବା ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂପତିକୁ ଅସୁରକ୍ଷିତ ରଖିଥିବା ରାଜ୍ୟସରକାରଙ୍କ ବିରୁଦ୍ଧରେ ରାଜ୍ୟର ବିଭିନ୍ନ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

– ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଏବଂ ଉପ-ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ – ରାଜ୍ୟବାସୀ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସ୍ୱତଃ ପ୍ରବୃତ ଭାବେ ସାମିଲ ହୋଇ ରାଜ୍ୟସରକାରଙ୍କ ଏଭଳି ଦାୟୀତ୍ୱହୀନ କାର୍ଯ୍ୟକଳାପକୁ କଟୁ ସମାଲୋଚନା କରିଛନ୍ତି ଭୁବନେଶ୍ୱର, ତା.୧୨/୦୬ (ଓଡ଼ିଆ ପୁଅ) : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂପତି ଅସୁରକ୍ଷିତ ରହିବାକୁ ନେଇ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଘୋଷଣା କରି ରାଜ୍ୟ ସରକାର ଦୋଷୀକୁ ଧରିବା ପାଇଁ ଠୋସ ଆଇନଗତ ପଦକ୍ଷେପ ନେବା ପରିବର୍ତେ ଘଟଣାରୁ ଦୃଷ୍ଟି ହଟାଇବା ପାଇଁ କେବଳ ସମୟ…

"ରତ୍ନଭଣ୍ଡାର ଚାବି ହଜିବା ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂପତିକୁ ଅସୁରକ୍ଷିତ ରଖିଥିବା ରାଜ୍ୟସରକାରଙ୍କ ବିରୁଦ୍ଧରେ ରାଜ୍ୟର ବିଭିନ୍ନ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ"

ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର ସିଂହଙ୍କ ଆଲୋଚନା : ବିଜୁ ପଟ୍ଟନାୟକ ଷ୍ଟିଲ ପ୍ରତିଷ୍ଠାନକୁ ଆଇ.ଆଇ.ଟି ଭଳି ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ବର, ୧୨/୬(ଓଡ଼ିଆ ପୁଅ) କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ବିରେନ୍ଦ୍ର ସିଂହ ଆଜି ଓଡିଶା ଗସ୍ତରେ ଆସି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଉଭୟଙ୍କ ମଧ୍ୟରେ ରାଜ୍ୟରେ ଇସ୍ପାତ ଶିଳ୍ପର ବିକାଶ ସଂପର୍କରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ ଇନ୍‌ଷ୍ଟିଚ୍ୟୁଟକୁ ଏକ ସଂପୂର୍ଣ୍ଣ ଜାତୀୟ ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୨ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ପ୍ରତିଷ୍ଠାନ ବର୍ତ୍ତମାନ ବିଭିନ୍ନ ସାର୍ଟିଫିକେଟ ଫର୍ମରେ ଶିକ୍ଷା ପ୍ରଦାନ କରୁଅଛି। ୨୦୦୪ ମସିହାରେ କେନ୍ଦ୍ର କ୍ୟାବିନେଟ ଏହାକୁ ଏକ ସ୍ଵୟଂସଂପୂର୍ଣ୍ଣ ଜାତୀୟ ଶିକ୍ଷାନୁଷ୍ଠାନ ଭାବରେ…

"ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର ସିଂହଙ୍କ ଆଲୋଚନା : ବିଜୁ ପଟ୍ଟନାୟକ ଷ୍ଟିଲ ପ୍ରତିଷ୍ଠାନକୁ ଆଇ.ଆଇ.ଟି ଭଳି ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ"

କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧରୀ ବୀରେନ୍ଦ୍ର ସିଂହଙ୍କ ଦ୍ବାରା ରାଉରକେଲା ଇସ୍ପାତ କାରଖାନାର ନବୀକୃତ ଏକ ନମ୍ବର ବ୍ଲାଷ୍ଟ ଫର୍ଣସ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ

ରାଉରକେଲା ୧୨/୬ (ଓଡ଼ିଆ ପୁଅ) କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂହ ୨୦୧୮ ମସିହା ଜୁନ୍ ୧୧ ତାରିଖରେ ରାଉରକେଲା ଇସ୍ପାତ କାରଖାନାର ନବୀକୃତ ଏକ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସ-ପାର୍ବତୀ’କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଉପସ୍ଥିତିରେ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏକ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସ-‘ପାର୍ବତୀ’ ହେଉଛି ସେଲ୍‌ର ପ୍ରଥମ ବ୍ଲାଷ୍ଟ ଫର୍ନେସ ଯାହାକୁ ୧୯୫୯ ମସିହା ଫେବୃୟାରୀ ୩ ତାରିଖରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହି ବ୍ଲାଷ୍ଟ ଫର୍ନେସ୍କୁ ସମ୍ପୂର୍ଣ୍ଣ ପୁନନିର୍ମାଣ ପାଇଁ ୨୦୧୩ ମସିହା ଅଗଷ୍ଟ ୬ ତାରିଖରୁ ବନ୍ଦ ରଖାଯାଇଥିଲା।…

"କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧରୀ ବୀରେନ୍ଦ୍ର ସିଂହଙ୍କ ଦ୍ବାରା ରାଉରକେଲା ଇସ୍ପାତ କାରଖାନାର ନବୀକୃତ ଏକ ନମ୍ବର ବ୍ଲାଷ୍ଟ ଫର୍ଣସ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ"