ଖାଦ୍ୟ ସୁରକ୍ଷା ଯୋଜନାର ବିଚିତ୍ର ନୀତି , ୬ଜଣିଆ ପରିବାରରୁ ମିଳୁଛି ମାତ୍ର ଜଣକୁ ।

ଢେଙ୍କିକୋଟ, ତା୧୦/୦୮(ଓଡ଼ିଆ ପୁଅ / ବିରେନ୍ଦ୍ର କୁମାର) ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ୨୦୧୩ ପ୍ରଣୟନ ସମୟରେ ହିତାଧିକାରୀ ଚୟନର ମାନଦଣ୍ଡ ନିର୍ଦ୍ଧାରଣ ସମୟରେ ବ୍ୟାପକ ବିଶୃଙ୍ଖଳା କାରଣରୁ ବହୁ ଯୋଗ୍ୟ ହିତାଧିକାରୀ ବାଦପଡି ଯାଇଛନ୍ତି । ଉପର ସ୍ତରରେ ତ୍ରୁଟି ଯୋଗୁଁ ଦୁଇବର୍ଷ ଧରି ରାସନ କାର୍ଡ ପାଇବାରୁ ବଞ୍ଚିତ ଗୋଟିଏ ପରିବାରର ଦୁଃଖ ଠାରୁ ଦୁଇମାସ ତଳେ କାର୍ଡ ପାଇବା ପରେ ଦୁଃଖ ଆହୁରି ବଢ଼ିଯାଇଛି । ସରକାରୀ ତ୍ରୁଟି ଯୋଗୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଡେଙ୍କିକୋଟ ପଞ୍ଚାୟତ ଟିକିରା ଗ୍ରାମର ମହନ୍ତ ମାଝୀ (୭୫) ପରିବାର ଦୀର୍ଘ ଦୁଇବର୍ଷର ପ୍ରତୀକ୍ଷା ପରେ ଦୁଇମାସ ତଳେ ରାସନକାର୍ଡ ପାଇଥିଲେ । ତେବେ…

"ଖାଦ୍ୟ ସୁରକ୍ଷା ଯୋଜନାର ବିଚିତ୍ର ନୀତି , ୬ଜଣିଆ ପରିବାରରୁ ମିଳୁଛି ମାତ୍ର ଜଣକୁ ।"

ଚତୁର୍ଥ ଶ୍ରେଣୀ କର୍ମଚାରୀ ହାତରେ ପ୍ରାଣୀ ଚିକିତ୍ସାକେନ୍ଦ୍ର ଚିନ୍ତାରେ ଗୋ ଚାଷୀ

ଢେଙ୍କିକୋଟ, ତା୦୬/୦୭(ଓଡିଆ ପୁଅ /ବିରେନ୍ଦ୍ର କୁମାର )-କେନ୍ଦୁଝର ଜିଲ୍ଲାର ଢେଙ୍କିକୋଟ ଠାରେ ପଶୁ ସମ୍ପଦ ଚିକିତ୍ସା ପାଇଁ ଚିକିତ୍ସାଳୟଟି ୧୯୫୭ ମସିହାରେ ଓଡିଶା ସରକାରଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିଲା। ଅଞ୍ଚଳର ଏହା ପ୍ରଥମ ସରକାରୀ କାର୍ୟ୍ୟାଳୟ ବୋଲି ବୟୋଜ୍ୟେଷ୍ଠ ନାଗରିକ ମତ ଦେଇଥିବା ବେଳେ ଏହି ପଶୁ ଚିକିତ୍ସାଳୟ ଉପରେ ଘଟଗାଁ ଓ ପାଟଣା ବ୍ଲକ ର କିଛି ଅଞ୍ଚଳ ନିର୍ଭର କରିଥାନ୍ତି। ତେବେ ପରିତାପର ବିଷୟ ଗତ ଛଅ ବର୍ଷ ହେଲା ଏଠାରେ ଜଣେ ମାତ୍ର ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ଦ୍ଵାରା ଏହି ପଶୁ ଚିକିତ୍ସା କେନ୍ଦ୍ର ଚାଲିଆସୁଛି ଏଠାରେ ନିଯୁକ୍ତି ପାଇଥିବା ପଶୁ ଡାକ୍ତର ଡେପୁଟେସେନ ରେ ଛଅ ବର୍ଷ ହେଲା…

"ଚତୁର୍ଥ ଶ୍ରେଣୀ କର୍ମଚାରୀ ହାତରେ ପ୍ରାଣୀ ଚିକିତ୍ସାକେନ୍ଦ୍ର ଚିନ୍ତାରେ ଗୋ ଚାଷୀ"

ବିଜେପି ଯୁବମୋର୍ଚ୍ଚାର ମିଲେନିୟମ୍ ଭୋଟର କ୍ୟାମ୍ପେନ

ଢେଙ୍କିକୋଟ, ତା୦୬/୦୭(ଓଡିଆ ପୁଅ /ବିରେନ୍ଦ୍ର କୁମାର )- ଘଷିପୁରା ନିର୍ବାଚନ ମଣ୍ଡଳୀ ପଣ୍ଡାପଡ଼ା ଜୋନ ସ୍ଥରୀୟ ମିଲେନିୟମ ଭୋଟର କ୍ୟାମ୍ପନ ଶୁକ୍ରବାର ପଣ୍ଡାପଡା ଠାରେ ଅନୁଷ୍ଠିତ ହୋଇଯାଇଛି । ଯୁବମୋର୍ଚ୍ଚା ତରଫରୁ ଏହି ମିଲେନିୟମ୍ ଭୋଟର କ୍ୟାମ୍ପେନ ବୈଠକ ରେ ପଣ୍ଡାପଡ଼ା ଜୋନ ସଭାପତି ଯଦୁମଣି ପାତ୍ର ଙ୍କ ଅଧ୍ୟକ୍ଷତା ରେ ଯୁବ ମୋର୍ଚା ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଅମର ସିଂ , ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକ , ସାଧାରଣ ସମ୍ପାଦକ ପ୍ରକାଶ ମଲ୍ଲିକ , ସମ୍ପାଦକ ଜିତେନ୍ଦ୍ର ପଲେଇ ପ୍ରମୁଖ ଙ୍କ ଉପସ୍ଥିତି ରେ ସମ୍ପାଦିତ ହେଇଛି ।ଅନ୍ୟ ମାନଙ୍କ ମଧ୍ୟ ରେ ପଣ୍ଡାପଡ଼ା ଜୋନ ସଭାପତି ସଞ୍ଜୟ ସାହୁ ,…

"ବିଜେପି ଯୁବମୋର୍ଚ୍ଚାର ମିଲେନିୟମ୍ ଭୋଟର କ୍ୟାମ୍ପେନ"

ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ମହିଳା ମୃତ

ଢେଙ୍କିକୋଟ, ତା ୦୧.୦୬.୧୮(ଓଡିଆ ପୁଅ /ବିରେନ୍ଦ୍ର କୁମାର )- ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ତଣ୍ଡିବେଡା ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ଗ୍ରାମର ମଦନ ନାଏକଙ୍କ ପତ୍ନୀ ସୁମିତ୍ରା ନାଏକ। ସକାଳୁ ଗାଧୋଇ ସାରିବା ପରେ ଓଦାକପଡା ସୁଖାଉଥିବା ବେଳେ ଅସାବଧାନତା କାରଣରୁ କପଡା ବିଦ୍ୟୁତ ତାର ଉପରେ ପଡିଯାଇଥିଲା। ସେହି ସମୟରେ ଘରେ ଅନ୍ୟ କେହି ସଦସ୍ୟ ନଥିବା କାରଣରୁ ବହୁ ସମୟ ବିଦ୍ୟୁତ ସଂସ୍ପର୍ଷରେ ରହିବା ସହ ଗୁରୁତର ହୋଇ ତଳେ ପଡିଯାଇଥିଲେ। ପରେ ପରିବାର ଲୋକେ ତାଙ୍କୁ ଢେଙ୍କିକୋଟ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା…

"ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ମହିଳା ମୃତ"

ସ୍କୁଟର – ଟୟୋଟା କାର ମୁହାଁମୁହିଁ ଧକ୍କା ୨ଗୁରୁତର

ଢେଙ୍କିକୋଟ ,ତା୨୪/୦୩(ଓଡିଆ ପୁଅ /ବିରେନ୍ଦ୍ର କୁମାର) କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ଓଭରବ୍ରିଜ ଉପରେ ସ୍କୁଟର ସହ ଟୟୋଟା କାରର ମୁହାଁମୁହିଁ ଧକ୍କା ହୋଇ ଦୁଇ ସ୍କୁଟର ଆରୋହି ଗୁରୁତର । ଆଜି ସଂନ୍ଧ୍ୟା ସମୟରେ କେନ୍ଦୁଝର ଅଭିମୁଖେ ଯାଉଥିବା ଟୟୋଟା କାର ସହ ସ୍କୁଟର ର ଧକ୍କା ହେବା ଫଳରେ ସ୍କୁଟରେ ଥିବା ଦୁଇ ସ୍ଥାନୀୟ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଦ୍ବୟ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଡଳଙ୍ଗପାଣି ଗ୍ରାମର ଟୁକୁନା ମୁଣ୍ଡା ଓ ଭୋଳବେଡା ଗ୍ରାମର ଭରତ ମୁଣ୍ଡା ବୋଲି ଜଣାପଡ଼ିଛି । ଆହତ ଦ୍ବୟ କୁ ଆମ୍ବୁଲାନ୍ସ ଯୋଗେ ଘଟଗାଁ ସ୍ବାସ୍ଥକେନ୍ଦ୍ରରେ ଭର୍ତ୍ତି…

"ସ୍କୁଟର – ଟୟୋଟା କାର ମୁହାଁମୁହିଁ ଧକ୍କା ୨ଗୁରୁତର"