ମାଆର ମିଛ

– ବିନୟ ମହାପାତ୍ର ମୁଁ ଯେତେ ବେଳ ଛୋଟ ପିଲାଟିଏ ଥିଲି ନ ଖାଇବାର ବାହାନା କରିଲେ, ବଡ ଗେହ୍ଲା କରି ମାଆ କୋଳେଇ ନିଏ, ଜହ୍ନକୁ ଦେଖାଇ ଖୁଆଇ ଦିଏ । ଗୀତ ଟେ ଗାଏ, ଆ ଜହ୍ନ ମାମୁଁ ସରଗ ଶଶି ମୋ କାହ୍ନୁ ହାତରେ ପଡ ରେ ଖସି । ଆଖି ଖୋଲି ମୁଁ ଆକାଶେ ଚାହେଁ ଜହ୍ନ ମାମୁଁ ପାଇଁ, ହାତ ବଢାଏ ସତେ ବା ମୋ ହାତେ ଯିବ ରେ ବସି । ହେଲେ ତା ଜାଗାରୁ ହଲେନି ଜହ୍ନ, ଜହ୍ନ ପାଇବାର ଆଶାରେ ଆଶାରେ ପେଟ ଭରି ମୁଁ ଖାଇ ତ ଯାଏ। ହେଲେ ଆଜି ମୁଁ…

"ମାଆର ମିଛ"

କଥାତ ନଥିଲା

କଥାତ ନଥିଲା ବନ୍ଧୁ, ତୁମେ କେବେ ଅବା ଆସିବ ବୋଲି, ତଥାପି କାହିଁକି ଚାହିଁ ବସଛି ମୁଁ ତୁମ ପଥ ଏଠି, ତୁମେ ଏବେ ସତେ ଆସିବ ଚାଲି। ଶ୍ରାବଣ ବି କେବେ କହିତ ନଥିଲା ନିଦାଘର ଶେଷେ ଆସିବ ସିଏ, ବସନ୍ତ ବି କେବେ କହି କି ଯାଇନି ଫଗୁଣେ ଆସିବ ମନକୁ ତୋଷିବ ନାନା ରଙ୍ଗ ଫୁଲେ ସଜାଇ ଏ ଧରା ମଳୟ ପବନେ ମହକାଇ ଯିବ ଭସାଇ ପରାଣ ପ୍ରେମର ସୁଏ। କଥା ତ ନଥିଲା ଆସିବ ବୋଲି, ତଥାପି ତୁମର ପଥ ଚାହିଁଛି ମୁଁ ଚାତକ ପରି। ନିତି ସଂଜ ହେଲେ ସୁରୁଜ ଡୁବଇ ପଶ୍ଚିମ ଆକାଶେ ନାଲିମା ବୋଳି,…

"କଥାତ ନଥିଲା"

“ପୃଥିବୀ”

– ବିନୟ ମହାପାତ୍ର ହେ ପୃଥିବୀ, ତୁମେ କୁଆଡେ ସର୍ବଂସହା ଧରିତ୍ରୀ, ତୃମେ ସୃଷ୍ଟି, ତୁମେ ଜନନୀ ତୁମରି କାରଣ ଏଇ ସମଗ୍ର ସୃଜନୀ। ନାରୀ ବି ତ ସବୁକିଛି ସହିଯାଏ, ତୁମଠାରୁ ଶିଖିଛି ପରା ଏଇ ସହିବାର ଗୁଣ। ହେ ମାତା, ତୁମର ଏ କନ୍ୟା ମାନଙ୍କୁ ବତେଇ ଦିଅନ୍ତନି ଥରେ, ତୁମ ପରି ନାରୀରେ ବି ଲୁଚିଛି, ଅଜସ୍ର ଗରମ ଲାଭାର ସ୍ରୋତ, ଖାଲି ଏକ ବିଷ୍ଫୋଟର ଆବଶ୍ୟକ ! ତୁମେବି ତ ଉଦ୍ଗାରୀ ଯାଅ, ଆଗ୍ନେୟ ଗୀରିର ସେହି ଉତପ୍ତ ଲାଭାର ସ୍ରୋତ, ତୁମେବି ତ କମ୍ପିଉଠ କ୍ରୋଦ୍ଧର ଭୂକମ୍ପ। ଅନ୍ୟାୟକୁ ନୀରବରେ ସହିଯିବା, ଲୁହପୋଛି ଚୁପ୍ ରହିଯିବା, ନୁହେଁ କିଛି…

"“ପୃଥିବୀ”"