ମୋ ଗାଆଁରେ ସଞ୍ଜ

ବିନୟ ଭୂଷଣ ମହାପାତ୍ର ପଶ୍ଚିମାକାଶେ ମନବିରସେ ସୂରୁଜ ଗଲେ ବୁଡି। ଚଡେଇଜାକ ବସାକୁ ତାଙ୍କ ଆସିଲେଣି ତ ଉଡି ॥ ଗାୟାଳ ଭାଇ ଗାଈଙ୍କୁ ନେଇ ଆସଇ ପାଟୁଁ ଫେରି। ଗାଈକୁ ବାନ୍ଧି କୁଳୁଚି ହାଣ୍ଡି ଆଣିଲେ ବାପା ଧରି ॥ ମଲ୍ଲି-ମାଲତୀ ଚମ୍ପା-କେତକୀ ଆହୁରି କେତେ ଫୁଲ। ଫୁଟି ଗଲେଣି ବାଡିରେ ପୁଣି ମହକେ ମନ ପ୍ରାଣ ॥ ହଳୁଆ ଭାଇ ହଳ ଫିଟାଇ ଆସଇ ଗୋରୁ ଆଣି। ଜୁଆଳି କାଢି ଗୁହାଳେ ବାନ୍ଧି ଦିଅଇ ନଡା ପାଣି ॥ ଛାଡିଣ ଗାତ ଦେଲେଣି ଡାକ ବିଲୁଆ ପାଳି କରି। କୁକୁର ପଲ ହୋଇଣ ମେଳ ତାଳରେ ଦେଲେ ହୁରି ॥ ଚଉଁରା ମୂଳେ…

"ମୋ ଗାଆଁରେ ସଞ୍ଜ"

ମୋ ଗାଁଆରେ ସକାଳ

ବିନୟ ଭୂଷଣ ମହାପାତ୍ର ସକାଳ ଯେବେ ଆସେ ମୋ ଗାଁଆ ଉଠେ ସତେକି ହସି। ରାବଇ କାଉ ଗଳାକୁ ଝାଡି ଚାଳ ଉପରେ ବସି। କୁକୁଡା ସବୁ ଭାଡି ଭିତରେ କରନ୍ତି ଅକର୍ଥନ, ବାହାରେ ଆସି ଛାଡି ବୋବାଳି ଫଟାନ୍ତି ମୁଣ୍ଡ କାନ। ହାତରେ ଧରି ବିଲାତି ଛଡି ପୋଷା କୁକୁର ରସି, ଚାଲନ୍ତି ଧିରେ ନିଶକୁ ମୋଡି ଘନବାବୁ ଯେ ହସି। ରମଣୀ ରାଣୀ ଗୋବର ପାଣି ହାତରେ ଦିଏ ଛିଞ୍ଚି, ସୂରୁଜ ଦେବ କିରଣ ତାଙ୍କ ଦିଅନ୍ତି ପୁଣି ବିଞ୍ଚି। ହଳଦୀ ତେଲ ହାତରେ ଧରି ଭୁଆସୁଣୀଏ ଯେତେ, ଗାଧୁଆ ପାଇଁ ବାହରି ଥାଇ ବାଲତି-ଗରା ହାତେ। ଯୁବତୀମାନେ ଉତ୍ସାହ ମନେ ଗାଧୁଆ…

"ମୋ ଗାଁଆରେ ସକାଳ"

ଲୋକହସା ହେବା କଥା – ଏଥୁ ନାହିଁ ଅନ୍ୟଥା

(କବିସୂର୍ଯ୍ୟ ବଳଦେବ ରଥଙ୍କୁ ସର୍ମପିତ) – ବିନୟ ଭୂଷଣ ମହାପାତ୍ର ବରଜି ବିହଙ୍ଗ ମୀନ ଭକ୍ଷଣ, ସରସୀ ମଧ୍ୟରେ କଲେ ଭ୍ରମଣ, ବାରିଜ ନାଡକୁ କରିଲେ ପାକ, ହଂସରେ ଗଣାକି ହୋଇବ ବକ ! ଲୋକହସା ହେବା କଥା ଏଥୁ ନାହିଁ ଅନ୍ୟଥା ॥୧॥ ଚୂତ ତରୁଡାଳେ କଲେ କୁଜନ, ମଢ ଖାଇବାରେ ନ ଦେଲେ ମନ, ଶାବକ ଜନ୍ମାଇ ବସାରେ ଆନ, କାକ କି କରିବ କୋକିଳ ଗାନ ! ଲୋକହସା ହେବା କଥା ଏଥୁ ନାହିଁ ଅନ୍ୟଥା ॥୨॥ ହଳାହଳ ବିଷ ସେବନ କରି, ସର୍ପର ସାଙ୍ଗରେ କଲେ ବଇରୀ, ଛାଡିଲେ ଘଡିଏ ମୁଣ୍ଡ ଟୁଙ୍ଗାରି, ସରଟ ନକୁଳେ ହେବ କି ସରି…

"ଲୋକହସା ହେବା କଥା – ଏଥୁ ନାହିଁ ଅନ୍ୟଥା"