ଯୁବକଙ୍କୁ ହତ୍ୟା! ସହରରେ ଚାଞ୍ଚଲ୍ୟ – ଖାଇକରି ଘରୁ ଗଲା ଆଉ ନ ଫେରିଲା

ପୁରୀ ୮-୧୨ (ଓଡ଼ିଆ ପୁଅ/ବିଜୟ ମିଶ୍ର) ଦିନକୁ ଦିନ ପୁରୀ ସହରରେ ହତ୍ୟାକାଣ୍ଡ ବଢ଼ିବାରେ ଲାଗିଛି। ଗତକାଲି ରାତିରେ ଜଣେ ଯୁବକକୁ ହତ୍ୟାକରି ଶ୍ୱେତଗଙ୍ଗା ପୁଷ୍କରିଣୀ ପାଖରେ ପଥର ମଡ଼ାଇ ରଖିଥିବା ସକାଳୁ ସ୍ଥାନୀୟ ଲୋକେ ଦେଖିଥିଲେ। ଖବର ପାଇ ଟାଉନ୍ ଥାନା ଆଇଆଇସି ଉମାକାନ୍ତ ସିଂ ଓ ଟିମ୍ ପହଁଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ମୃତ ଯୁବକର ନାମ କୃଷ୍ଣଚନ୍ଦ୍ର ସାହୁ (୨୮) ଓରଫ ବାପି ବୋଲି ଜଣା ପଡ଼ିଛି। ପୂର୍ବ ଶତୃତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଗତକାଲି ରାତିରେ ବାପି ଖାଇବାକୁ ଯାଇଥିଲା କିନ୍ତୁ…

"ଯୁବକଙ୍କୁ ହତ୍ୟା! ସହରରେ ଚାଞ୍ଚଲ୍ୟ – ଖାଇକରି ଘରୁ ଗଲା ଆଉ ନ ଫେରିଲା"

ଯୁବତୀଯୁବକମାନଙ୍କ ଜାତୀୟତାବୋଧ ଭାବ ରବିବା ଉଚିତ୍

ପୁରୀ ୫-୧୨ (ଓଡ଼ିଆ ପୁଅ/ବିଜୟ ମିଶ୍ର): ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ୟୁଥ୍ ହଷ୍ଟେଲ ଠାରେ ମଙ୍ଗଳବାର ଦିନ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ସମ୍ପର୍କରେ ଏକ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବିଭିନ୍ନ କଲେଜରୁ ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ୧୧ ଜଣ ପ୍ରସଙ୍ଗ ଉପରେ ବକ୍ତୃତା ଦେଇଥିଲେ। ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବ୍ୟାପାର ପକ୍ଷରୁ ଏହି ବକ୍ତୃତା ପ୍ରତିଯୋଗିତା ସାରା ଭାରତରେ ଅନୁଷ୍ଠିତ ହେଉଛି। ବ୍ଲକ, ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବ। ଜାତୀୟତାବୋଧ ଉପରେ ଉପସ୍ଥିତ ଅତିଥିମାନେ ସେମାନଙ୍କର ବକ୍ତବ୍ୟ…

"ଯୁବତୀଯୁବକମାନଙ୍କ ଜାତୀୟତାବୋଧ ଭାବ ରବିବା ଉଚିତ୍"

ବାବାସାହେବ୍ ଆମ୍ବେଦକରଙ୍କ ୫୮ ତମ ଶ୍ରାଦ୍ଧ ବାର୍ଷିକୀ

ପୁରୀ ୩-୧୨ (ଓଡ଼ିଆ ପୁଅ/ବିଜୟ ମିଶ୍ର): ବାବାସାହେବ୍ ଆମ୍ବେଦକରଙ୍କ ୫୮ ତମ ଶ୍ରାଦ୍ଧ ବାର୍ଷିକ ବଡଦାଣ୍ଡ ନାୟକ ପ୍ଲାଜାଠାରେ ଅନୁଷ୍ଠିତ ହେବ । ସମ୍ବିଧାନ ଓ ଗଣତନ୍ତ୍ର ବଞ୍ଚାଅ ପ୍ରସଙ୍ଗ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଡିସେମ୍ବର ୬ ତାରିଖରେ ଅନୁଷ୍ଠିତ ଶ୍ରାଦ୍ଧ ବାର୍ଷିକରେ ପୁରୀ ନଗରପାଳ ଜୟନ୍ତ ଷଡଙ୍ଗୀ, ଶଙ୍କର୍ଷଣ ଦାସ, ସମାଜସେବୀ ଗିରୀଶ ନାୟକ, ପ୍ରମୁଖ ଯୋଗ ଦେଇ ଆଲୋଚନ କରିବା ସହ ଆମ୍ବେଦକରଙ୍କ ଆଦର୍ଶ ସମ୍ପର୍କରେ ଆଲୋକପାତ କରିବେ ବୋଲି ସ୍ମୃତି କମିଟିର ସମ୍ପାଦକ ତଥା ଶ୍ରମିକନେତା ବିମଳ ପାତ୍ର ଆଜି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

"ବାବାସାହେବ୍ ଆମ୍ବେଦକରଙ୍କ ୫୮ ତମ ଶ୍ରାଦ୍ଧ ବାର୍ଷିକୀ"

ଲୋକସଭା ଯୁବ କଂଗ୍ରେସର କାର୍ଯ୍ୟକାରୀ ବୈଠକ: ବିଜେଡି-ବିଜେପିର ସକାଲକୁସ୍ତକୁ ଲୋକଲୋଚନକୁ ଆଣିବ

ପୁରୀ ୩-୧୨ (ଓଡ଼ିଆ ପୁଅ/ବିଜୟ ମିଶ୍ର): ସ୍ଥାନୀୟ ଇନ୍ଦିରା ଭବନଠାରେ ପୁରୀ ଲୋକସଭା ଯୁବ କଂଗ୍ରେସର କାର୍ଯ୍ୟକାରୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଭାପତି ଇଂ ସେକ୍ ସଫିକ୍ ଉଦ୍ଦୀନ୍ ସଭାପତିତ୍ୱ କରିଥିବା ବେଳେ ପୁରୀ ଲୋକସଭା ପ୍ରଭାରୀ ଜି. ବିମଳ ବେହେରା ଯେଗଦାନ କରିଥିଲେ । ବିଗତ ଦିନରେ ବିଜେଡି-ବିଜେପି ମିଳିତ ଭାଗିଦାରୀରେ ଓଡିଶା ଶାସନ କରି ଖଣି, ଖାଦାନ, ଜଳ ଓ ଜମି ଆଦି ଲୁଟ୍ରେ ଲିପ୍ତ ରହିଥିବା ବେଳେ ବିଧାନସଭା ସିଟ୍ ଭାଗ ନ ଛିଣ୍ଡିବାରୁ ବିଜେପି-ବିଜେଡି ଅଲଗା ହୋଇଯାଇଥିଲେ । ଚିଟ୍ଫଣ୍ଡ ଦୁର୍ନୀତି ସେହି ସମୟରେ ହୋଇଥିବା ବେଳେ ଓଡିଶାର ହଜାର ହଜାର ଜମାକାରୀ ଟଙ୍କା…

"ଲୋକସଭା ଯୁବ କଂଗ୍ରେସର କାର୍ଯ୍ୟକାରୀ ବୈଠକ: ବିଜେଡି-ବିଜେପିର ସକାଲକୁସ୍ତକୁ ଲୋକଲୋଚନକୁ ଆଣିବ"

ଶାସ୍ତ୍ରୀୟ କଥକ ଓ ଓଡଶୀ ନୃତ୍ୟରେ ଦର୍ଶକ ବିଭୋର କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟା

କୋଣାର୍କ ୦୨.୧୨.୧୭ (ଓଡ଼ିଆ ପୁଅ/ବିଜୟ ମିଶ୍ର) ଅର୍କକ୍ଷେତ୍ର କୋଣାର୍କର ଭବ୍ୟ ସୂର୍ଯ୍ୟ ମନ୍ଦିର ପାଦ ଦେଶରେ ଆୟୋଜିତ କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟା ଶାସ୍ତ୍ରୀୟ, କଥକ ଓ ଓଡିଶୀ ନୃତ୍ୟ ପରିବେଷଣରେ ହୋଇଥିଲା ନୃତ୍ୟମୁଖର। ଅଭିନବ ଡ୍ୟାନସ୍ କମ୍ପାନି ବାଙ୍ଗାଲୋରର ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ଦମ୍ପତି ନିରୁପମା ଓ ରାଜେନ୍ଦ୍ର ଓ ସାଥିଙ୍କ କଥକ ଶୁଦ୍ଧ ନୃତ୍ୟ ଲୟ ଲାସ୍ୟ ଉଦ୍ଧତ ଶକ୍ତି ଓ ସୁକୁମାର ଶକ୍ତି ସମନ୍ୱୟକୁ ତୋଳି ଧରିଥିଲା। ନାଟ୍ୟଶାସ୍ତ୍ର ଆଧାରିତ ଏହି ନୃତ୍ୟ ସଂଯୋଜନା ଖୁବ୍ ରୁଚିପୂର୍ଣ୍ଣ ଭାବେ ପରିବେଶିତ ହୋଇଥିଲା। ଏହାପରେ କଥକ ନୃତ୍ୟରେ ଦେଖିବାକୁ ମିଳିଥିଲା ରାସ ରାଜ କୃଷ୍ଣ, ରାସେଶ୍ୱରୀ ଓ ବୃନ୍ଦାବନ ଗୋପବାଳୀଙ୍କ ପ୍ରିତି ବିଳାସର…

"ଶାସ୍ତ୍ରୀୟ କଥକ ଓ ଓଡଶୀ ନୃତ୍ୟରେ ଦର୍ଶକ ବିଭୋର କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟା"

କଲେଜ ପରିସରରେ ବାଡ, ଥାନାରେ ଅଭିଯୋଗ

ବ୍ରହ୍ମଗିରି, ୬/୧୧ (ଓଡ଼ିଆ ପୁଅ/ବିଜୟ ମିଶ୍ର) ବ୍ରହ୍ମଗିରିସ୍ଥିତ ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟ ପରିସରରେ କୌଣସି ବ୍ୟକ୍ତି ବାଡ ବୁଜିଥିବାରୁ ମହାବିଦ୍ୟାଳୟକୁ ଅଧ୍ୟାପକ ତଥା ଛାତ୍ର ଛାତ୍ରୀ ମାନେ ଯାଇପାରୁନାହାନ୍ତି। ବର୍ତ୍ତମାନ ପିଲାମାନଙ୍କର ପରିକ୍ଷା ଚାଲିଥିବାରୁ ଛାତ୍ର ଛାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏ ନେଇ ଆଜି ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟାପକ ଅଧ୍ୟାପିକା ସମସ୍ତେ ବ୍ରହ୍ମଗିରି ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। ଖବର ଲେଖାହେବା ବେଳ ସୁଦ୍ଧା ମାମଲା ରୁଜୁ ହୋଇନଥିବା ବେଳେ ଅଭିଯୁକ୍ତଙ୍କ ନାମ ଜଣାପଡିନାହିଁ।

"କଲେଜ ପରିସରରେ ବାଡ, ଥାନାରେ ଅଭିଯୋଗ"

ଲୁଲୁ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ: ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବ୍ରହ୍ମଗିରି, ୬ା୧୧ (ଓଡ଼ିଆ ପୁଅ/ବିଜୟ ମିଶ୍ର) ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ବ୍ରହ୍ମଗିରିର ପ୍ରାକ୍ତନ ବିଧାୟକ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର(ଲୁଲୁ)ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଆଜି ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମଗିରି ଗଡରୋଡଙ୍ଗସ୍ଥିତ ତାଙ୍କର ଜନ୍ମମାଟିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଥମେ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ପରେ ବକ୍ସିଙ୍କ ଉଆସ ମଧ୍ୟରେ ଆୟୋଜିତ ଏକ ସ୍ମୃତି ସଭାରେ ଯୋଗଦେଇ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଜୀବନୀ ଓ ତାଙ୍କର ରାଜ୍ୟ ରାଜନୀତିରେ ଥିବା ଅବଦାନ ବିଷୟରେ ଆଲୋକପାତ କରିଥିଲେ। ସ୍ୱର୍ଗତ ବକ୍ସି…

"ଲୁଲୁ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ: ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ"

ପୁରୀ ରଥଯାତ୍ରା: ଦୁଆର ବେଢା ଉଠିଲା

ପୁରୀ ୨୧/୬ (ଓଡ଼ିଆ ପୁଅ/ବିଜୟ ମିଶ୍ର): ରଥଖଳାରେ ରଥ କାମ ପ୍ରାୟ ଶେଷ ହୋଇ ବଳଭଦ୍ରଙ୍କ ଛାମୁଣ୍ଡିଆ ଖୋଲା ସରିଲାଣି। ୩ ରଥର ଘୋଡାରେ ରଙ୍ଗ ଦିଆଯାଇ ପ୍ରସ୍ତୁତ ହୋଇ ରହିଛନ୍ତି। ଆଜି ୩ ରଥର ଆଗ ପଛ ଦୁଆର ବେଢା ରଥ ଉପରକୁ ଉଠିଛି। ଏହି ଦୁଆର ବେଢା ଉପରେ ନୃସିଂହ ମୂର୍ତ୍ତୀ ପରି ରାହୁ ମୂର୍ତ୍ତୀ ଜଗି ରହିଛନ୍ତି। ଓଲଟ ଶୁଆ ଉପରେ ସଖିମାନେ ଚାମର ଝାଡୁଛନ୍ତି। ସିଂହାସନ ପ୍ରଭା କାମ ଶେଷ ହୋଇଛି। ୩ନ ରଥର ଚଟାଣରେ ପଟ୍ଟା ବାଡିଆ ଚାଲିଛି। ଦୁଆର ବେଢା ପାଇଁ ରଥ କନା ସିଲେଇ କାମ ସରି ଯାଇଛି। ସଖୀ, ପାର୍ଶ୍ୱ ଦେବାଦେବୀ, ମୂର୍ତ୍ତୀ ରଙ୍ଗକାମ…

"ପୁରୀ ରଥଯାତ୍ରା: ଦୁଆର ବେଢା ଉଠିଲା"