ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଫୁଲବାଣୀ, ୨୩ା୧୧(ଓଡ଼ିଆ ପୁଅ/ଅଶୋକ ମହାନ୍ତି), ସଦର ଥାନା ଅନ୍ତର୍ଗତ ଦାତପାଜୁ ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପୁଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତ ଯୁବକ ଜଣକ ହେଲେ ବୌଦ୍ଧ ଜିଲା ମନମୁଣ୍ଡା ଥାନା କୁଣ୍ଡିପଦର ଗ୍ରାମର ପଂଚାନନ ଭୋଇ। ଆଜି ସକାଳେ ଫୁଲବାଣୀ-ବୌଦ୍ଧ ଜାତୀୟ ରାଜପଥ ଉପରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ନେଇ କିଛି ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଂଚି ଯୁବକଙ୍କ ମୁଣ୍ଡ ଉପରେ ଗାଡି ଚଢ଼ି ଯାଇଥିବା ଦେଖିବାକୁ ପାଇଥିଲା।ମୂଣ୍ଡ ସଂପୂର୍ଣ୍ଣ ରୂପେ ଚାପି ହୋଇ…

"ଅଜଣା ଗାଡି ଧକ୍କାରେ ଯୁବକ ମୃତ"

ବିଜେପୁର ରାଜନୀତି – ଚର୍ଚ୍ଚାରେ ଅଶୋକ ଓ ବିଜେଡ଼ି ଚାଲ୍

– (ଲୋକଙ୍କ ଚର୍ଚ୍ଚା) ଯଦି ଗତ ନିର୍ବାଚନରେ BJD ଚାଲ କରିଥିଲା ଏଥର ମଧ୍ୟ କ’ଣ ବିଜେଡ଼ି ଚାଲ କରିପାରିବ ନାହିଁ? ଯଦିବି ବିଜେପି ଟିକେଟ ଅଶୋକଙ୍କୁ ମିଳିଲା ସେଥର ପରି ଏଥର ମଧ୍ୟ BJPକୁ ହରାଇ ରୀତାଙ୍କୁ ବିଜୟୀ କରିବା ପାଇଁ ଅଶୋକଙ୍କୁ ବିଜେଡ଼ି ଚାଲ୍ ରେ ପକାଇ ପାରିବ ନାହିଁକି? ବିଜେପୁର ୨୬-୯ (ଓଡ଼ିଆ ପୁଅ/ବିଜୟ କୁମାର ସାହୁ) ବରଗଡ଼ ଜିଲା ବିଜେପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଆସନ୍ତା ବିଜେପୁର ନିର୍ବାଚନ ପାଇଁ ତାଙ୍କର ପରିବାରରୁ ରାଜନୀତିରେ ତାଙ୍କର ସ୍ତ୍ରୀ  କିମ୍ୱା ପୁଅ କେହି ଆସିବେ କି? ବୋଲି ପ୍ରଶ୍ନବାଚୀ ଉଠିଥିଲା। ତାଙ୍କର ଶ୍ରାଦ୍ଧ ପରେ…

"ବିଜେପୁର ରାଜନୀତି – ଚର୍ଚ୍ଚାରେ ଅଶୋକ ଓ ବିଜେଡ଼ି ଚାଲ୍"

ବିବାଦର ଅନ୍ତ ଘଟାଇବାକୁ ଯାଇ ବିଜେପୁରରୁ ରୀତା ସାହୁଙ୍କ ପ୍ରାର୍ଥିତ୍ୱ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବରଗଡ଼/ଭୁବନେଶ୍ୱର, ୨୫/୯ (ଓଡ଼ିଆ ପୁଅ/ବିଜୟ କୁମାର ସାହୁ) ବିଜେଡ଼ିର ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ହୋଇଯାଇଥିଲା। ତଥାପି ପ୍ରାର୍ଥୀ ହେବା ପାଇଁ ଆଗ୍ରହୀ କେତେକଙ୍କ ପକ୍ଷରୁ ବରଗଡ଼ ଜିଲ୍ଲାରେ ଭିନ୍ନ ଧରଣର ପ୍ରଚାର ଏବଂ ଛକାପଞ୍ଜା ଆରମ୍ଭ ହୋଇଯାଇଥିଲା। ରୀତା ସାହୁଙ୍କ ପ୍ରାର୍ଥୀତ୍ୱ ଘୋଷଣା ପରେ ସବୁ ପ୍ରକାର ଦ୍ୱନ୍ଦ୍ୱରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ। ତେବେ ଦଳର ଏହି ନିଷ୍ପତ୍ତିରେ ବରଗଡ଼ ଜିଲ୍ଲାରେ କେତେକ ବିଜେଡ଼ି ନେତା ସନ୍ତୁଷ୍ଟ ନ ଥିବା ଜଣାପଡ଼ିଛି। ଦଳ ଭିତରୁ କାହାରିକୁ ପ୍ରାର୍ଥୀ ନ କରି ହଠାତ୍ ସୁବଳ ସାହୁଙ୍କ ବିଧବା ପତ୍ନୀଙ୍କୁ ପ୍ରାର୍ଥୀ କରିବା ତଥା କଂଗ୍ରେସର ବହୁ ଲୋକଙ୍କୁ ଏକକାଳୀନ ବିଜେଡ଼ି ଦଳରେ ସାମିଲ କରିବା ଦ୍ୱାରା ସ୍ଥାନୀୟ…

"ବିବାଦର ଅନ୍ତ ଘଟାଇବାକୁ ଯାଇ ବିଜେପୁରରୁ ରୀତା ସାହୁଙ୍କ ପ୍ରାର୍ଥିତ୍ୱ ଘୋଷଣା କଲେ ମୁଖ୍ୟମନ୍ତ୍ରୀ"