ଆଡ଼ପ ମଣ୍ଡପକୁ ବିଜେ ହେବାପରେ ୧୭ ବର୍ଷପରେ ମହାପ୍ରଭୁଙ୍କର ପହଡ଼ ହୋଇଥିଲା

ପୁରୀ ୨୮/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ/ଫଟୋ ଡି.ପି.ଗାଙ୍ଗୁଲି) ଗତକାଲି ମହାପ୍ରଭୁଙ୍କର ପହଣ୍ଡି ବିଜେ ସଂଧ୍ୟା ୪ଟା ୫୦ ମିନିଟ୍ରୁ ଆରମ୍ଭ ହୋଇ ଶିଘ୍ରଶେଷ ହୋଇଥିବା ଯୋଗୁଁ ଆଡ଼ପ ମଣ୍ଡପ ବିଜେ ପରେ ଶ୍ରୀଜିଉ ମାନଙ୍କର ବଡ଼ସିଂହାର ବେଶ ଓ ବଡ଼ସିଂହାର ଭୋଗ ଅନୁଷ୍ଠିତ ହେବା ସହ ଶ୍ରୀଜିଉ ମାନଙ୍କୁ ପହୁଡ଼ କରାଯାଇଥିଲା। ୨୦୦୦ମସିହା ପରେ ଦୀର୍ଘ ୧୭ ବର୍ଷ ବ୍ୟବଧାନରେ ଏହି ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ, ଏସ୍ପି ଓ ଅନ୍ୟାନ୍ୟ ସେବାୟତ ମାନେ ଗୁଣ୍ଡିଚା ଘର ଭିତରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପ୍ରତ୍ୟେକ୍ଷ ଭାବେ ତଦାରଖ କରିଥିଲେ। ଆଜି ସକାଳ ୭ଟା ୧୮୫ ମିନିଟ୍ରେ ଶ୍ରୀଜିଉ ମାନଙ୍କର…

"ଆଡ଼ପ ମଣ୍ଡପକୁ ବିଜେ ହେବାପରେ ୧୭ ବର୍ଷପରେ ମହାପ୍ରଭୁଙ୍କର ପହଡ଼ ହୋଇଥିଲା"

ଶ୍ରୀଜୀଉଙ୍କ ବନକଲାଗି

ପୁରୀ ୨୮/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ/ଫଟୋ ଡି.ପି.ଗାଙ୍ଗୁଲି) ବୁଧବାର ସଂଧ୍ୟାରେ ଶ୍ରୀଜୀଉମାନଙ୍କ ବନକଲାଗି ନୀତି ରୀତିନୀତି ଅନୁଯାୟୀ ସଂପନ୍ନ ହୋଇଛି। ସୁଚନାଯୋଗ୍ୟ ଘୋଷଯାତ୍ରାରେ ପହଣ୍ଡିରେ ଆସିବା ବେଳେ ମହାପ୍ରଭୁଙ୍କ ଶ୍ରୀମୁଖ ମଳିନ ପଡ଼ିଯାଇଥିଲା।। ଏଥିପାଇଁ ବୁଧବାର ସଂଧ୍ୟାରେ ଶ୍ରୀଜୀଉ ମାନଙ୍କର ବନକଲାଗି କରାଯାଇଥିଲା। ଏଥିପାଇଁ ଗୁଣ୍ଡିଚା ମନ୍ଦିରରେ ସଂଧ୍ୟାରେ ଦର୍ଶନ ବନ୍ଦ ରହିଥିଲା। ସଂଧ୍ୟା ୬ଟା ୪ ଘଣ୍ଟାଧରି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ଦର୍ଶନବନ୍ଦ ରହିଥିଲା। ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦତ୍ତ ମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶ୍ରୀଙ୍ଗାର କରିଥିଲେ। କଳା, ହିଙ୍ଗୁଳ, ହରିତାଳ, କସ୍ତୁରୀ, କର୍ପୁର ଆଦିରେ ଦତ୍ତମହାପାତ୍ର ବନକଲାଗି ନୀତି ସଂପନ୍ନ କରିଥିଲେ।

"ଶ୍ରୀଜୀଉଙ୍କ ବନକଲାଗି"

ବାହାରିଲା ଆଡ଼ପ ଅବଢ଼ା :ଶରଧାବାଲିରେ ଭକ୍ତ ଗହଳି

ପୁରୀ ୨୮/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ/ଫଟୋ ଡି.ପି.ଗାଙ୍ଗୁଲି) ମଙ୍ଗଳବାର ସଂଧ୍ୟାରେ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତୀ। ରତ୍ନବେଦୀକୁ ଛାଡ଼ି ଏବେ ଜନ୍ମ ବେଦୀରେ ଭକ୍ତଜନଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ। ବୁଧବାର ଅପରାହ୍ନରେ ଗୁଣ୍ଡିଚା ମନ୍ଦିରରେ ପ୍ରଥମ ଆଡ଼ପ ଅବଢ଼ା ପ୍ରସ୍ତୁତ ହୋଇଛି। ବିଶ୍ୱାସ ରହିଛି ଆଡ଼ପ ଅବଢ଼ା ସେବନ କଲେ କୋଟି ପୂଣ୍ୟ ପ୍ରାପ୍ତି ହୋଇଥାଏ। ଜନ୍ମ ବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଶ୍ରଦ୍ଧାଳୁ। ପ୍ରଥମ କରି ବାହାରିଥିବା ମହାପ୍ରସାଦ ସେବନ କରି ଭକ୍ତ ହୋଇଥିଲେ ଅତ୍ୟନ୍ତ ଆନନ୍ଦ। ଆଡ଼ପ ବିଜେ ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ଗୁଣ୍ଡିଚା ମନ୍ଦିରରେ। ଲୋକାରଣ୍ୟ ହୋଇ ଉଠିଛି ଶରଧାବାଲି ଅଞ୍ଚଳ। ଆଡ଼ପ…

"ବାହାରିଲା ଆଡ଼ପ ଅବଢ଼ା :ଶରଧାବାଲିରେ ଭକ୍ତ ଗହଳି"

ଖୋଲମ୍ ଖୋଲା ବେଆଇନ ମଦ କାରବାର

ପୁରୀ ୨୮/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଓ ରବିବାର ଦୁଇଦିନ ଧରି ଦେଶୀ, ବିଦେଶୀ ମଦ ଦୋକାନ ଓ ବାର୍ ଗୁଡ଼ିକୁ ବନ୍ଦ କରାଯାଇଥିଲା। କିନ୍ତୁ ଏହି ସମୟରେ ବହୁଳ ଭାବେ ବେଆଇନ ଭାବେ ଅନେକ ବିଦେଶୀ ମଦ ଦୋକାନ ନିକଟରେ ମଦ ବିକ୍ରି ହେଉଥିବା ମଧ୍ୟ ଦେଖାଯାଇଥିଲା। ଚୋରା ମଦ କାରବାରକୁ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଏକ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ମଦ ବିକ୍ରିକୁ ବନ୍ଦ କରାଯାଇପାରିନଥିଲା। ବେଆଇନ ମଦ ବିକ୍ରି ଯୋଗୁଁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଠି ହେଉଛି।

"ଖୋଲମ୍ ଖୋଲା ବେଆଇନ ମଦ କାରବାର"

ଶ୍ରୀଜିଉମାନେ ଆଡ଼ପ ମଣ୍ଡପକୁ ବିଜେ କରିବେ

ପୁରୀ ୨୭/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଗତକାଲି ଶ୍ରୀଜିଉ ମାନଙ୍କର ଘୋଷଯାତ୍ରା ପାଇଁ ରତ୍ନବେଦୀରୁ ଓହ୍ଲେଇ ଆସିଥିଲେ ଚତୁର୍ଦ୍ଧାମୂର୍ତ୍ତୀ ଜନତା ଜନାର୍ଦ୍ଦନଙ୍କୁ ଦର୍ଶନ ଦେବାପାଇଁ। ଦ୍ୱାଦଶ ଯାତ୍ରା ମଧ୍ୟରେ ସ୍ନାନପୂର୍ଣ୍ଣିମା ଓ ଘୋଷଯାତ୍ରାରେ ମହାପ୍ରଭୁଙ୍କର ସମସ୍ତ ନୀତି ଭକ୍ତ ମାନଙ୍କର ସମ୍ମୁଖରେ ହୋଇଥାଏ। ରଥଟଣା ୩ଟା ୫୫ରେ ଆରମ୍ଭ ହୋଇଥିଲେ ସୁଦ୍ଧା ଗତକାଲି ତିନୋଟି ଯାକରଥ ଗୁଣ୍ଡିଚା ଘରେ ପହଞ୍ଚିପାରିନଥିଲା। ବଳଭଦ୍ରଙ୍କର ତାଳଧ୍ୱଜରଥ ବଳଗଣ୍ଡିରେ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ବଗଲାଧର୍ମଶାଳା ନିକଟରେ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଜନତା ସିନେମା ହଲ୍ ଠାରେ ଅଟକି ରହିଥିଲା। ତିନୋଟି ଯାକ ରଥ ଦାଣ୍ଡ ଉପରେ ଅଟକି ରହିବା ପରେ ଶ୍ରଦ୍ଧାଳୁ ଭକ୍ତ ମାନେ ରଥାରୁଢ଼ ପ୍ରଭୁଙ୍କୁ…

"ଶ୍ରୀଜିଉମାନେ ଆଡ଼ପ ମଣ୍ଡପକୁ ବିଜେ କରିବେ"

ମାଳିଯାଗା ଭଜନ ସମାରୋହ

ପୁରୀ ୨୭/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପବିତ୍ର ଘୋଷଯାତ୍ରା ଅବସରରେ ମାଳିଯାଗା ପକ୍ଷରୁ ଏକ ମନୋଜ୍ଞ ଭଜନସମାରୋହ ଯାଗା ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ସୋମବାର ସଂଧ୍ୟାରେ ଏହି ଭଜନ ସମାରୋହର ଆୟୋଜନ କରାଯାଇଥିଲା । ବ୍ରହ୍ମପୁରର ଶ୍ରୀଜଗନ୍ନାଥ ଦିବ୍ୟାଙ୍ଗ ଭଜନ ଓ ଜଣାଣ ପରିବେଷଣ କରି ଅନ୍ଧ ବଧିର ଏହି କଣ୍ଠଶିଳ୍ପୀ ମାନଙ୍କ କଣ୍ଠର ଯାଦୁରେ ବିମୁଗ୍ଧ ହୋଇଥିଲେ ଶ୍ରୋତା । ଗୋଟିଏ ପରେ ଗୋଟିଏ ଭଜନ ଓ ଜଣାଣ ଗାଇ କଣ୍ଠଶିଳ୍ପୀ ମାନେ ମହାପ୍ରଭୁଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ । ମାଳିଯାଗାର ସଂପାଦକ ନାରାୟଣ ଗୋଚ୍ଛିକାର । ସ୍ମୃତିର ଓଡ଼ିଶାର ରଜନୀକାନ୍ନତ ମିଶ୍ର ଓ ଉଷାଦେବୀ ଏବଂ ଶିବଶଙ୍କର ରାଖି ପ୍ରମୁଖ ସମାରୋହକୁ…

"ମାଳିଯାଗା ଭଜନ ସମାରୋହ"

ରଥଯାତ୍ରାର ଏପାଖ ସେପାଖ

ପୁରୀ ୨୭/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରଥ ଯାତ୍ରାରେ ଦେଖିବାକୁ ମିଳିଥିଲା ଅନେକ ଚିତାକର୍ଷକ ଦୃଶ୍ୟ । ଏଭଳି ଦୃଶ୍ୟ ଦେଖଣାହାରୀଙ୍କୁ ବିମୋହିତ କରିଥିଲା । ଏଭଳି ଏକ ଅନନ୍ୟ ଦୃଶ୍ୟଥିଲା ଥିଲା ମହାପ୍ରଭୁଙ୍କ ପହଣ୍ଡି । ଘଣ୍ଟୁାଙ୍କ ଘଣ୍ଟବାଦ୍ୟରେ ପ୍ରକମ୍ପିତ ହେଉଥିଲା ସିଂହଦ୍ୱାର । ଆଉ ଘଣ୍ଟନାଦର ତାଳରେ ତାଳ ମିଶାଇ ନାଚୁଥିଲେ ଓଡ଼ିଶୀ ଓ ଗୋଟିପୁଅ ଶିଳ୍ପୀ । ନୃତ୍ୟ ମାଧ୍ୟମରେ ଏହି ଶିଳ୍ପୀ ମାନେ ମହାପ୍ରଭୁଙ୍କୁ ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ । ରଥଯାତ୍ରାରେ ସୁରକ୍ଷାକୁ ନେଇ ବିଶେଷ ଚିନ୍ତାରେ ଥିଲା ପୋଲିସ ପ୍ରଶାସନ । ଯେଉଁଥି ପାଇଁ ଚଳିତବର୍ଷ ରଥକର୍ଡନ ମଧ୍ୟରେ ବଂଧୁକ ଧାରୀ ଶସନ୍ତ୍ର ପୋଲିସଙ୍କୁ ମୃତୟନ କରାଯାଇଥିଲା ।…

"ରଥଯାତ୍ରାର ଏପାଖ ସେପାଖ"

ଆଜି ଚତୃର୍ଦ୍ଧା ମୂର୍ତ୍ତି ଆଡ଼ପ ମଣ୍ଡପରେ ଦର୍ଶନ ଦେବେ

ପୁରୀ ୨୭/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଦର୍ଶନ ଦେବାପାଇଁ ରତ୍ନବେଦୀରୁ ଓହ୍ଲାଇ ଆସିଛନ୍ତି ଜନ୍ମ ବେଦୀକୁ । ଘୋଷଯାତ୍ରାର ତୃତୀୟ ଦିନରେ ଚତୁର୍ଦ୍ଧା ମୂର୍ତ୍ତି ଆଜି ଆଡ଼ପ ମଣ୍ଡପକୁ ପହଣ୍ଡି ହୋଇ ବିଜେ କରିବେ । ଶରଧାବାଲିରେ ରହିଥିବା ତିନୋଟି ଯାକ ରଥରେ ଆଜି ମଙ୍ଗଳଆଳତୀ, ତଡ଼ପଲାଗି, ସକାଳଧୂପ, ମଧ୍ୟାହ୍ନ ଧୂପ ଓ ସଂଧ୍ୟା ଧୂପ ଅନୁଷ୍ଠିତ ହେବାପରେ ମହାପ୍ରଭୁଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ପ୍ରଥମେ ସୁଦର୍ଶନ, ରାମ କୃଷ୍ଣ ଓ ମଦନ ମୋହନଙ୍କୁ ଆଡ଼ପ ମଣ୍ଡପକୁ ନିଆଯିବା ପରେ ବଳଭଦ୍ର, ଦେବୀ ସୁଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ନିଆଯାଇଥିଲା । ଆଜି…

"ଆଜି ଚତୃର୍ଦ୍ଧା ମୂର୍ତ୍ତି ଆଡ଼ପ ମଣ୍ଡପରେ ଦର୍ଶନ ଦେବେ"

ଶ୍ରୀମନ୍ଦିର ଗର୍ଭଗୃହ ସୁରକ୍ଷିତ: ବୈଶ୍ୟକ କୋର କମିଟି ସୂଚନା ଦେଲେ

ପୁରୀ ୨୭/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ବୈଶ୍ୟକ କୋର କମିଟିର ସଦସ୍ୟ ମାନେ ଆଜି ଗର୍ଭଗୃହ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବା ପରେ ଗର୍ଭଗୃହ ସୁରକ୍ଷିତ ଅଛି ବୋଲି ମତ ଦେଇଛନ୍ତି । ଜଗମୋହନ ମରାମତି ସମ୍ପର୍କ ମନୁମେଣ୍ଟ ନିଦେ୍ର୍ଦଶକ କହିଛନ୍ତି ଯେ ଜଗମୋହନ ମରାମତି କାର୍ଯ୍ୟ ଶେଷ ହୋଇଛି । ଆଉ କିଛି କାମ ବାକି ରହିଛି ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେବା ପରେ ଦୁଇ ସାମ ମଧ୍ୟରେ ଉକ୍ତ କାର୍ଯ୍ୟ ଶେଷ ହେବ । ଗର୍ଭଗୃହର ସ୍ଥିତି ସୁରକ୍ଷିତ ରହିଛି । ବାୟୁ ନିଷ୍କାସନରେ କିଛି ସମସ୍ୟା ରହିଛି ଯାହାକି ସ୍ୱତନ୍ତ୍ର କମିଟି ଅନୁଧ୍ୟାନ କରିବ । ବୈଶ୍ୟକକୋର କମିଟିର ଅଧ୍ୟକ୍ଷ ଗୋପାଳ…

"ଶ୍ରୀମନ୍ଦିର ଗର୍ଭଗୃହ ସୁରକ୍ଷିତ: ବୈଶ୍ୟକ କୋର କମିଟି ସୂଚନା ଦେଲେ"

ହରିହରମୂର୍ତ୍ତୀ ପୁନଃ ଅବସ୍ଥାପନ ଓ ସୌନ୍ଦର୍ଯ୍ୟକରଣ ଉଦ୍ ଘାଟନ

ପୁରୀ ୨୭/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହରଙ୍କ ପୁନଃ ଅବସ୍ଥାପନ ଓ ହରିହର ଛକର ସୌନ୍ଦର୍ଯ କରଣ ପ୍ରକଳ୍ପ ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ହରିହରଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ପୁଷ୍ପାର୍ଘ୍ୟ ଅର୍ପଣ ସହ ଫଳକ ଅନାବରଣ କରି ନୂତନଭାବେ ନିର୍ମିତ ୱାଟର ଫାଉଣ୍ଟେସନକୁ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ। ଏହି ଉଦ୍ ଘାଟନୀ ଉତ୍ସବରେ ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ, ଲଜିଂ ହାଉସ ଫଣ୍ଡର ସଭାପତି ସବ୍ୟସାଚୀ ମହାପାତ୍ର, ପୌର ସଦସ୍ୟ ବଳରାମ ରେଡ୍ଡୀ, ପୌର ନିର୍ବାହୀ ଅଧିକାରୀ ସଂଜୟ ମିଶ୍ର, ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ ନିରୋଜ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

"ହରିହରମୂର୍ତ୍ତୀ ପୁନଃ ଅବସ୍ଥାପନ ଓ ସୌନ୍ଦର୍ଯ୍ୟକରଣ ଉଦ୍ ଘାଟନ"