ଶ୍ରୀଜିଉଙ୍କର ସେନାପଟ୍ଟା ପାଇଁ ବହୁଳ ବୃକ୍ଷ ଚିହ୍ନଟ

ପୁରୀ:୨୨/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଗାମୀ ସ୍ନାନ ଯାତ୍ରା ଓ ରଥଯାତ୍ରା ସମୟରେ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଆବଶ୍ୟକୀୟ ସେନାପଟ୍ଟା ଓ ବାହୁଟି ପାଇଁ ବହୁଳ ବୃକ୍ଷ ଚିହ୍ନଟ ହୋଇଛି। ସତ୍ୟବାଦୀ ଶ୍ରୀରାମଚନ୍ଦ୍ରପୁର ଗ୍ରାମର ନୃସିଂହପ୍ରସାଦ ମିଶ୍ରଙ୍କ ବାଡିରେ ଥିବା ବହୁଳ ଗଛକୁ ଏଥିନିମନ୍ତେ ଚିହ୍ନଟ କରାଯାଇଛି। ଶ୍ରୀମନ୍ଦିର ତତ୍ୱାବଧାରକ ସୁଦର୍ଶନ ମେକାପ, ଭୋଇ ସର୍ଦ୍ଦାର ରବି ଭୋଇ, ଦୁର୍ବ ଭୋଇ, ସାକ୍ଷୀଗୋପଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର ପ୍ରମୁଖ ଏହି ବୃକ୍ଷକୁ ଚିହ୍ନଟ କରିଛନ୍ତି। ଏହି ଚିହ୍ନଟ ସମୟରେ ସତ୍ୟବାଦୀ ତହସିଲଦାର ବିନୋଦ କୁମାର ସ୍ୱାଇଁ ପ୍ରାକ୍ତନ ଏବିଡିଓ ସିଦ୍ଦେଶ୍ୱର ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷା ସଶ୍ମିତା ପ୍ରଧାନ, କିଶୋର…

"ଶ୍ରୀଜିଉଙ୍କର ସେନାପଟ୍ଟା ପାଇଁ ବହୁଳ ବୃକ୍ଷ ଚିହ୍ନଟ"

ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତିଙ୍କ ପରଲୋକ

ପୁରୀ:୨୧/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତିଙ୍କ ଆଜି ପୂର୍ବାହ୍ନରେ ତାଙ୍କ ଅମଲାକ୍ଲବ ଗଳି ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା। ତାଙ୍କ ମର ଶରୀରକୁ ଏକ ପଟୁଆରରେ ସ୍ୱର୍ଗଦ୍ୱାରକୁ ନିଆଯାଇ ଶବ ସତ୍କାର କରାଯାଇଥିଲା। ତାଙ୍କର ଜ୍ୟେଷ୍ଠପୁତ୍ର ସ୍ୱର୍ଗଦ୍ୱାରରେ ମୁଖାଗ୍ନୀ ଦେଇଥିଲେ। ସ୍ୱର୍ଗତତ ମହାନ୍ତିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସହରର ଗଣମାଧ୍ୟମ ପ୍ରତିନିଧି ବିଶିଷ୍ଟ ଭଦ୍ର ବ୍ୟକ୍ତି ଓ ଭଦ୍ର ମହିଳା ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁରେ ଏକ ଶୋକ ସଭା ପୁରୀ ସାମ୍ବାଦିକ ପ୍ରକୋଷ୍ଠରେ ସାମ୍ବାଦିକ ରମେଶ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସ୍ୱର୍ଗତ…

"ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତିଙ୍କ ପରଲୋକ"

ରୋଟାରୀ କ୍ଳବ ପ୍ରତିଷ୍ଠା ଦିବସ

ପୁରୀ:୨୧/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରୋଟାରୀ କ୍ଳବ ଅଫ୍ ଶ୍ରୀଜଗନ୍ନାଥ ଧାମର ୧୮ତମ ପ୍ରତିଷ୍ଠା ଦିବସ ହୋଟେଲ ହଲିଡ଼େ ରିସର୍ଟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ରୋଟାରୀ ଜିଲ୍ଲା ପ୍ରାକ୍ତନ ଗଭର୍ଣ୍ଣର ଦିଲ୍ଲୀପ ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଉଦଘାଟକ କରିଥିଲେ। କ୍ଳବର ସଭାପତି ମନୋଜ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସଂମ୍ପାଦକ ସୁକାନ୍ତ କୁମାର ସେଠୀ କ୍ଳବ ପକ୍ଷରୁ ବର୍ଷକ ମଧ୍ୟରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସମ୍ୟକ୍ ସୂଚନା ଦେଇଥିଲେ। ଏହି ଅବସରରେ କ୍ଳବର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ରାମନାରାୟଣ ଖୁଟିଆଙ୍କ ସ୍ମୃତିରେ ବ୍ରଜବନ୍ଧୁ ମହାରଣା, ଶ୍ୟାମ ପ୍ରକାଶ ସେନାପତି, ରୋଜାଲିନ୍ ମହାନ୍ତି, ପ୍ରମୋଦ ଆଚାର୍ଯ୍ୟ, ଶିଷ୍ଟର ମ୍ୟାରୀଜର୍ଜ ଏବଂ…

"ରୋଟାରୀ କ୍ଳବ ପ୍ରତିଷ୍ଠା ଦିବସ"

ପତଞ୍ଜଳୀ ଯୋଗ ସମିତି ଯୋଗ ଦିବସ

ପୁରୀ:୨୧/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଭାରତ ସ୍ୱାଭିମାନ ଓ ପତଞ୍ଜଳୀ ଯୋଗ ସମିତି ପୁରୀ ଜିଲ୍ଲା ପକ୍ଷରୁ ପାଳିତ ହୋଇଛି ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ। ହଲିଡ଼େ ରିସର୍ଟ ଲନ୍ନରେ ଆୟୋଯିତ ଏହି କାର୍ଯ୍ୟକ୍ରମକୁ ଭାରତ ସ୍ୱାଭିମାନର ସଂଯୋଜକ ଭାସ୍କର ପାତ୍ର, ପ୍ରଦୀପ ପ୍ରଜ୍ଜଳନ କରି ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ପତଞ୍ଜଳୀ ଯୋଗ ସମିତିର ସଭାପତି ମହେଶ ପ୍ରସାଦ ରଥ, ଯୋଗ ବିସ୍ତାରକ ଦିବସରେ ତ୍ରପାଠୀ, ମୁଖ୍ୟ ପୃଷ୍ଠ ପୋଷକ କୈଳାସ ଟିକାୟତ ରାୟ ସେ ମହିଳା ପ୍ରଭାରୀ ପ୍ରମିଳା ସଂମ୍ପକରେ ଆଲୋଚନା କରିଥିଲେ। ଏହି ଅବସରରେ ୨୦ ଜଣ ଯୋଗ ପ୍ରଶିକ୍ଷକଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ପୂର୍ବାହ୍ନ ୭ତାରେ ଆରମ୍ଭ କରାଯାଇଥିଲା…

"ପତଞ୍ଜଳୀ ଯୋଗ ସମିତି ଯୋଗ ଦିବସ"

ଆରମ୍ଭ ହେଲା କୁକୁର ବନ୍ଧ୍ୟାକରଣ

ପୁରୀ:୨୧/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୈାରସଂସ୍ଥା ପକ୍ଷରୁ ଗୁରୁବାର ଠାରୁ ଆରମ୍ଭ ହୋଇଛି କୁକୁର ବନ୍ଧ୍ୟାକରଣ ଅଭିଯାନ। ପୂର୍ବାହ୍ନରେ ଏ.ବି.ସି ଟିମ୍ ପୁରୀରେ ପହଂଚି ସଂଗ୍ରାମ କ୍ଳବଲେନ ଠାରୁ ଏହି ଅଭିଯାନର ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ପର୍ୟ୍ୟାୟରେ ପ୍ରାୟ ୨୦୦ କୁକୁରଙ୍କର ବନ୍ଧ୍ୟାକରଣ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। କିଛି ଦିନ ତଳେ ପୈାରସଂସ୍ଥାରେ ଏ ବାବଦରେ ଅର୍ଥ ପୈଠ କରିଥିଲେ। ପ୍ରାୟ ଦେଢବର୍ଷ ତଳେ ସିର୍ଦ୍ଧମହାବୀର ଜଗନ୍ନାଥ ଲେନ୍ ରେ ଜଣେ ଶିଶୁକୁ କୁକୁର ଝୁଣିମାରିବା ଘଟଣାପରେ ସହରରେ କୁକୁର ବନ୍ଧ୍ୟାକରଣ ଦାବି ଜୋର ଧରିଥିଲେ। ଫଳରେ ପ୍ରଶାସନ ପ୍ରଥମ ପର୍ୟ୍ୟାୟରେ ୧୦୦ କୁକୁରଙ୍କର ବନ୍ଧ୍ୟାକରଣ ନିମନ୍ତେ ପଦକ୍ଷେପ ନେଇଥିଲା। ଏବେ ପୁରି…

"ଆରମ୍ଭ ହେଲା କୁକୁର ବନ୍ଧ୍ୟାକରଣ"

ଯୋଗ ଦିବସ ବାଲୁକାକଳା

ପୁରୀ:୨୦/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଆନ୍ତର୍ଜାତିକ ଯୋଗ ଦିବସରେ ଅବ୍ୟବହିତ ପୂର୍ବରୁ ବାଲୁକା ଶିଲ୍ପୀ ମାନସ କୁମାର ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ନିର୍ମାଣ କରିଛନ୍ତି ଆକର୍ଷଣୀୟ ବାଲୁକାକଳା। ବାଲୁକା କଳାରେ ସେ ଦର୍ଶାଇଛନ୍ତି ଯୋଗ ଆମର ସଂସ୍କୃତି ଓ ପରମ୍ପରା ଏବଂ ଯୋଗର ଉପକାରିତା ସାରା ବିଶ୍ୱକୁ ଏକ ସୂତ୍ରରେ ବାନ୍ଧି ରଖିଛି। ଏହି ସବୁ ବିଷୟ ବସ୍ତୁକୁ ନେଇ ଇନ୍ଦ୍ରଧନୁର ସୁନ୍ଦରତା ବିଭିନ୍ନ ଦେଶର ଏବଂ ଆମର ପ୍ରମୁଖ ସଂସ୍କୃତି ଯୋଗ ଯାହାଦ୍ୱାରା ସାରା ବିଶ୍ୱକୁ ଏକ ସୂତ୍ରରେ ବାନ୍ଧି ପାରିଛି ଏବଂ ତାହାର ସୁଯଂଳଦ୍ୱାରା ଶରୀର ସୁସ୍ଥ ରହିବା ସହ ଶାନ୍ତି, ସ୍ଥିରତା, ଆତ୍ମସନ୍ତୋଷ ଲାଭ ହୁଏ। ଏହି ସବୁକୁ ଅତି…

"ଯୋଗ ଦିବସ ବାଲୁକାକଳା"

ଆରମ୍ଭ ହେଲା ଉଜ୍ଜଳ ଆଲୋକୀକରଣ ବ୍ୟବସ୍ଥା

ପୁରୀ:୨୦/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୌରସଂସ୍ଥା ପକ୍ଷରୁ ସହରର ଉଜ୍ଜଳ ଆଲୋକୀକରଣ କରିବା ବ୍ୟବସ୍ଥା ଆରମ୍ଭ ହୋଇଛି। ଏବେ ସହରରେ ପ୍ରତ୍ୟେକ ଖୁଂଟରେ ଝଲ୍ସିବ ଏଲ.ଇ.ଡ଼ି ବଲ୍ ଲାଗିବ। ସହରରେ ଥିବା ସମସ୍ତ ବିଦ୍ୟୁତ ଖୁଂଟରୁ ହାଲୋଜିନ ଓ ସି.ଏଫ.ଏଲ ବଲ୍ କଡ଼ାଯାଇ କେବଳ ଏଲ.ଇ.ଡ଼ି ବଲ୍ ଲାଗିବ। ୧ ନମ୍ବର ୱାଡ଼ରୁ ପ୍ରାଥମିକ ଭାବେ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ସ୍ଥାନୀୟ ବିଶେଶ୍ୱରୀ ମନ୍ଦିରରେ ପୁଜାର୍ଚ୍ଚନା ପରେ ଏହି ନୂତନ ଏଲ.ଇ.ଡ଼ି ବଲ୍ ଲଗାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିବା ବେଳେ ପୌର ସହକାରୀ ଯନ୍ତୀ ଦେବବ୍ରତ ଷଡ଼ଙ୍ଗୀ…

"ଆରମ୍ଭ ହେଲା ଉଜ୍ଜଳ ଆଲୋକୀକରଣ ବ୍ୟବସ୍ଥା"

ଶିତଳଷଷ୍ଠୀର ଆତସବାଜୀ ପରମ୍ପରା

ପୁରୀ:୨୦/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରକ୍ଷେତ୍ର ସମେତ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ଶିତଳଷଷ୍ଠୀ। ବିଶେଷ ଭାବେ ଏଥିପାଇଁ ବ୍ରାହ୍ମଣ ଶାସନ ଗୁଡ଼ିକ ଚଳଚଂଚଳ ହୋଇଉଠିଥିଲା। ୩ଦିନ ଧରି ବ୍ରାହ୍ମଣ ଶାସନ ଗୁଡ଼ିକରେ ପାଳିତ ହୋଇଥିଲା ଦେବଦମ୍ପତିଙ୍କ ବିବାହ ଉତ୍ସବ। ଗୁଆଲି ଅବସରରେ ଶାସନ ଗୁଡ଼ିକରେ ଦେବଦମ୍ପତିଙ୍କ ସମ୍ମୁଖରେ ଆତସବାଜୀ ପ୍ରଦର୍ଶନ କରାଯାଇଥିଲା। ବ୍ରାହ୍ମଣ ଶାସନ ଗୁଡ଼ିକରେ ଏହା ଏକ ଅନନ୍ୟ ପରମ୍ପରା। ସହର ଉପକପୃଷ୍ଠବୀର ହରେକୃଷ୍ଣ ପୁର ଶାସନର ଦେବଦମ୍ପତିଙ୍କ ଗୁଆଲି ଅବସରରେ ଆକର୍ଷଣୀୟ ଆତସବାଜୀ ମଙ୍ଗଳବାର ଅପରାହ୍ନରେ ପ୍ରଦର୍ଶିତ ହୋଇଥିଲା। ଗ୍ରାମର ପ୍ରଥମ ଖଣ୍ଡିର ବାଲୁକେଶ୍ୱର ଓ ରୁଦ୍ରେଶ୍ୱର ଏବଂ ଦ୍ୱିତୀୟ ଖଣ୍ଡିର ଲୋକନାଥ ଓ ମାତା ପାର୍ବତୀ ବୃଷଭ…

"ଶିତଳଷଷ୍ଠୀର ଆତସବାଜୀ ପରମ୍ପରା"

ଜିଲ୍ଲାସ୍ତରୀୟ ମକଡ୍ରିଲ

ପୁରୀ:୨୦/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ମକଡ୍ରିଲ ମଙ୍ଗଳବାର ଜିଲ୍ଲାସ୍କୁଲରେ ଅନୁଷ୍ଠିତ ହୋଇଯାଇଛି। ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟମଞ୍ଜରୀ ଦାସ ଏଥିରେ ଅଧ୍ୟକ୍ଷତା କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟକୁ କିପରି ମୁକାବିଲା କରାଯିବ ସେ ସମ୍ପର୍କରେ ସେ ଆଲୋକପାତ କରିଥିଲେ। ବନ୍ୟା ଓ ବାତ୍ୟା ସମୟରେ ଲୋକଙ୍କୁ କିପରି ତତ୍କ୍ଷଣାତ୍ ଉଦ୍ଧାର କରାଯାଇପାରିବ ଏବଂ ସେମାନଙ୍କୁ ନିରାପଦ ସ୍ଥାନକୁ ନିଆଯିବ ସେସମ୍ପର୍କରେ ସୂଚନା ଦେଇଥିଲେ। ବିପର୍ଯ୍ୟୟ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଓ ଉଦ୍ଧାର କାର୍ଯ୍ୟରେ ସମସ୍ତେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ। ଅତିରିକ୍ତ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର…

"ଜିଲ୍ଲାସ୍ତରୀୟ ମକଡ୍ରିଲ"

ସିଂହଦ୍ୱାର ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ଖାଦ୍ୟ ପଦାର୍ଥ ବିତରଣ ମନା

ପୁରୀ:୨୦/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରଥଯାତ୍ରା ପାଇଁ ପ୍ରଶାସନ ସ୍ୱଚ୍ଛାସେବୀ ଦ୍ୱିତୀୟ ସମନ୍ୱୟ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ହରପ୍ରସାଦ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସିଂହଦ୍ୱାର ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ମାଗଣା ଖାଦ୍ୟପଦାର୍ଥ ବିତରଣ ଉପରେ ରୋକ୍ ଲଗାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ପ୍ରବଳ ଜନଗହଳି ଯୋଗୁ ଦଳାଚକଟା ପରିସ୍ଥିତି ଏଡାଇବା ପାଇଁ ଏଭଳି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ୟ ସ୍ଥାନରେ ଖାଦ୍ୟ ବିତରଣ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ତାହାକୁ ଯାଞ୍ଚ କରାଯିବ। ଖାଦ୍ୟ ବାଣ୍ଟିବା ପାଇଁ ଇଚ୍ଛୁକ ସଂସ୍ଥା ଜିଲ୍ଲା ପ୍ରଶାସନ ପାଖରେ ଦରଖାସ୍ତ କରିବାକୁ ପରାମର୍ଶ…

"ସିଂହଦ୍ୱାର ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ଖାଦ୍ୟ ପଦାର୍ଥ ବିତରଣ ମନା"