ରେବତୀ ଆଖିର ଲୁହ

ଶ୍ରୀ ବିଦ୍ୟାଧର ସେଠୀ ନିରିମାଖି ରେବତୀ ଲୋ’ କେତେଯେ କଷଣ ସହିଲୁ ଛାତିରେ ପଥର ସହି ତତଲା ଆଖିର ଲୁହ … ଶୁଖିଲା ଓଠରେ ପିଇଲୁ। ଇଛାଥିଲା ଗଢିବାକୁ ଆକାଂକ୍ଷିତ ସ୍ୱପ୍ନର ମହଲ ଆକାଶରୁ ତୋଳିବାକୁ ଚୂନାଚୂନା କେତେ ତାରା ଫୁଲ ବିଶାଳ ଏ ପାରାବାରେ ଶାମୁକାର ସନ୍ଧାନରେ ବେଳେବେଳେ ହଜିଯାଉ ଉଛୁଳା ଢେଉରେ ବନ୍ଦିନୀ ଜୀବନେ ତୋର ମୁକ୍ତିର ଅଭିଲାଷୀ ସାଜି ସଞ୍ଜବଳିତା ହୋଇ ଜଳିଲୁ। ଯଦିଚ ନିଜେ ଜଳି ଦେଖାଇଲୁ ଆଶାର ଆଲୋକ ବର୍ତ୍ତିକା ନାରୀର ଜାଗୃତି ପାଇଁ ସ୍ୱୟଂ ରଚିଗଲୁ ଅମୋଘ ପୁସ୍ତିକା ପରନ୍ତୁ ନିର୍ଜନ ରାସ୍ତାରେ ଏକା ଏକା ଚାଲିବାରେ ନା ଅଛି ମୌଳିକ ଅଧିକାର ନା ସ୍ୱାଧୀନ ବିଚାର…

"ରେବତୀ ଆଖିର ଲୁହ"