କେନ୍ଦୁଝର: ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଗତିର ମୂଳମନ୍ତ୍ର

କେନ୍ଦୁଝର, ତା ୫.୩.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ପଞ୍ଚାୟତିରାଜ ବ୍ୟବସ୍ଥାକୁ ପ୍ରଗତିର ମୂଳମନ୍ତ୍ର ଏବଂ ଏହାକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧିମାନେ ଅଧିôକ ସଚେତନ ହେବାକୁ ଅତିଥି ଓ ବକ୍ତାମାନେ ପଞ୍ଜାୟତିରାଜ ଦିବସ ପାଳନ ଅବସରରେ ଆହ୍ୱାନ ଜଣାଇଛନ୍ତି। ମାର୍ଚ୍ଚ ୫ ତାରିଖରେ ଜିଲ୍ଳା ପ୍ରଶାସନ ଆନୁକୁଲ୍ୟରେ କେନ୍ଦୁଝର ଜିଲ୍ଲା ସଦର ମହକୁମାସ୍ଥ ନଗରଭବନଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କମଳିନୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦୁଝର ବିଧାୟକ ଅଭିରାମ ନାଏକ ପଞ୍ଜାୟତିରାଜ ଅନୁଷ୍ଠାନର ପ୍ରତିନିଧିମାନେ ପ୍ରକୃତରେ କ୍ଷମତାଶାଳୀ ଭାବେ ବର୍ଣ୍ଣନା କରି ସେମାନେ ସରକାରଙ୍କ ଦ୍ୱାରା ପ୍ରବର୍ତିତ ବିଭିନ୍ନ…

"କେନ୍ଦୁଝର: ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଗତିର ମୂଳମନ୍ତ୍ର"

କେନ୍ଦୁଝର: ଜିଲ୍ଲା ପରିଷଦ ଅଧିବେଶନ ଅନୁଷ୍ଠିତ

କେନ୍ଦୁଝର, ୧-୩ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ପଂଚମ ଜିଲ୍ଲା ପରିଷଦର ପଂଚମ ଅଧିବେଶନ ବୁଧବାର ଦିନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କମଳିନୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଦରବାର ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଧିବେଶନରେ ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ହୃଷିକେଶ ନାୟକ, ଲୋକସଭା ସଦସ୍ୟା ଶ୍ରୀମତୀ ଶକୁନ୍ତଳା ଲାଗୁରୀ, କେନ୍ଦୁଝର ବିଧାୟକ ଅଭିରାମ ନାଏକ, ତେଲକୋଇ ବିଧାୟକ ବେଦବ୍ୟାସ ନାୟକ, ଆନନ୍ଦପୁର ବିଧାୟକ ମାୟାଧର ଜେନା, ଜିଲ୍ଲାପାଳ ଆଶିଷ ଠାକ୍ ରେ, ଜିଲ୍ଲା ପରିଷଦ ଉପସଭାପତି ଅକ୍ଷୟ କୁମାର ସାହୁ, ପିଡି ଡିଆର୍ ଡିଏ ନୃସିଂହ ଚରଣ…

"କେନ୍ଦୁଝର: ଜିଲ୍ଲା ପରିଷଦ ଅଧିବେଶନ ଅନୁଷ୍ଠିତ"

ବିବାହ ଭୋଜିଖାଇ ୨୦ରୁ ଉର୍ଦ୍ଧ୍ୱ ଝାଡାବାନ୍ତିରେ ଆକ୍ରାନ୍ତ

କେନ୍ଦୁଝର ତା ୨୬.୨.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଳକ ଅନ୍ତର୍ଗତ ସିଂପୁର ପଞ୍ଚାୟତ ସାତବିରା ଗ୍ରାମରେ ଅନୁଷ୍ଠିତଏକ ବିବାହ ଉତ୍ସବରେ ଭୋଜିଖାଇ ସେହି ଗ୍ରାମର ୨୦ରୁ ଉର୍ଦ୍ଧ ଗ୍ରାମବାସୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ୪ ଜଣ ଶିଶୁ, ୮ ଜଣ ମହିଳା ଓ ୩ଜଣ ପୁରୁଷ ରହିଛନ୍ତି। ରବିବାର ରାତି ଗ୍ରାମର ରମାକାନ୍ତ ଦେହୁରୀ ଙ୍କ ଘରେ ଆୟୋଜିତ ବିବାହ ଭୋଜିରେ ଗ୍ରାମଲୋକମାନେ ସାମିଲ ହୋଇ ଭାତ, ଡାଲି ସହ କୁକୁଡା ଓ ଖାସି ମାଂସ ଖାଇଥିଲେ। କିନ୍ତୁ ବିଳମ୍ବିତ ରାତ୍ରୀରେ…

"ବିବାହ ଭୋଜିଖାଇ ୨୦ରୁ ଉର୍ଦ୍ଧ୍ୱ ଝାଡାବାନ୍ତିରେ ଆକ୍ରାନ୍ତ"

କେନ୍ଦୁଝର : ଅପରଧିଙ୍କର ଚରାଭୁମି ପାଲଟିଛି ସହର :ଦୁର୍ଗା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଗହଣା ଓ ଟଙ୍କା ଲୁଟ

କେନ୍ଦୁଝର ତା ୨୬.୨.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ରେ ଦୁର୍ଗା ମନ୍ଦିର ରୁ ଲକ୍ଷାଧିକ ଟଙ୍କାର ଗହଣା ଓ ଟଙ୍କା ଲୁଟ। କେନ୍ଦୁଝର ସହରର ଜନଗହଳି ପୁର୍ଣ୍ଣ ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ଦୁର୍ଗା ମନ୍ଦିରରୁ ରବିବାର ରାତି ରେ କେହି ଦୃବୃର୍ତ ମନ୍ଦିରର ତାଲା ଭାଙ୍ଗି ମନ୍ଦିର ଭିତରେ ଥିବା ହୁଣ୍ଡି ତାଡି ଠାକୁର ଙ୍କର ଲକ୍ଷାଧିକ ଟଙ୍କାର ଗହଣା ଓ ଟଙ୍କା ଲୁଟ ନେଇଛନ୍ତି। ପୂଜକ ଭାସ୍କର ପଣ୍ଡାଙ୍କର କହିବା ଅନୁସାରେ ସୋମବାର ଭୋର ରେ ସେ ପୂଜା କରିବାକୁ ଆସିଥିବା ସମୟରେ ମନ୍ଦିରରୁ ଚୋରୀ ହୋଇଥିବାର ଜାଣିବାକୁ ପାଇଥିଲେ। ଠାକୁର ଦୁର୍ଗାଙ୍କର ମୁକୁଟ ଓ ବାକ୍ସ ଭିତରେ ଥିବା…

"କେନ୍ଦୁଝର : ଅପରଧିଙ୍କର ଚରାଭୁମି ପାଲଟିଛି ସହର :ଦୁର୍ଗା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଗହଣା ଓ ଟଙ୍କା ଲୁଟ"

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ :୧୩ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କେନ୍ଦୁଝର ତା ୨୫.୨ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝରର କାଞ୍ଜିପାଣି ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍। ଜଣେ ଯାତ୍ରୀଙ୍କର ଅବସ୍ଥା ସଂଙ୍କଟାପନ୍ନ ଥିବା ବେଳେ ୧୩ ଜଣ ଯାତ୍ରୀଙ୍କର ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସାଇବାବା ନାମକ ଏହି ବସଟି ରାତିରେ ଟାଟାରୁ ଭାୟା କେନ୍ଦୁଝର ହୋଇ ଅନୁଗୁଳ ଯାଉଥିବା ସମୟରେ ରାତି ପ୍ରାୟ ୩.୩୦ ମିନିଟ ସମୟରେ କାଞ୍ଜିପାଣି ଘାଟିରେ ଏକ ଟର୍ଣ୍ଣୀଙ୍ଗରେ ବସଟି ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡିଥିଲା। ଯାତ୍ରୀ ମାନେ ବହୁ କଷ୍ଟରେ ଘାଟିରୁ ରାସ୍ତା ଉପରକୁ ଉଠି ଆସିବା ପରେ ଗୁରୁତର ହୋଇଥିବା ୧୩ ଜଣ ଯାତ୍ରୀଙ୍କୁ ବହୁ…

"ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ :୧୩ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି"

ବେଆଇନ ଟୋଲପ୍ଲାଜା ଉଚ୍ଛେଦ ଦାବିରେ ହଜାର ହଜାର ଲୋକଙ୍କର ୪୮ ଘଣ୍ଟିଆ ୨୦ ନମ୍ବର ଜାତୀୟ ରାଜପଥ ଅବରୋଧ, ୧୪୪ ଧାରା ଜାରି

କେନ୍ଦୁଝର ୧୨-୧ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ରେ ବେଆଇନ ଟୋଲପ୍ଲାଜା ଉଚ୍ଛେଦ ଦାବିରେ ଆଜି ହଜାର ହଜାର ସଂଖ୍ୟାରେ ଲୋକ ୨୦ ନମ୍ବର ଜାତୀୟ ରାଜପଥ ର ସିଲିସୁଆଁ ଠାରେ ଜାତୀୟ ରାଜପଥ କରିଛନ୍ତି। ନିୟମ ଅନୁଯାୟୀ ୨ଟି ଟୋଲପ୍ଲାଜା ମଧରେ ଅନୁନ୍ୟ ୬୦ କି.ମି ବ୍ୟବଧାନ ଏବଂ ମୁନିସପାଲିଟି ଅଂଚଳରୁ ୧୦ କି.ମି ଦୁରରେ ସ୍ଥାପନ ହେବ। କିନ୍ତୁ କେନ୍ଦୁଝରରେ ଏହି ନିୟମ ଉଲ୍ଲଘଂନ କରାଯାଇ ଟୋଲପ୍ଲାଜା ସ୍ଥାପନ କରାଯାଇଥିବା ଅଭିଯୋଗ ହୋଇଛି। ତେଣୁ ଏପରି ବେଆଇନ ଟୋଜପ୍ଲାଜା ଉଠାଇବା ଦାବିରେ ଆଜି ଶତାଧିକ ପୁରୁଷ ଓ ମହିଳା ରାଜରାସ୍ତା କୁ ଓହ୍ଲାଇଛନ୍ତି। ଟୋଲ ପ୍ଲାଜା ର ୧ କିମି ଅଞ୍ଚଳରେ…

"ବେଆଇନ ଟୋଲପ୍ଲାଜା ଉଚ୍ଛେଦ ଦାବିରେ ହଜାର ହଜାର ଲୋକଙ୍କର ୪୮ ଘଣ୍ଟିଆ ୨୦ ନମ୍ବର ଜାତୀୟ ରାଜପଥ ଅବରୋଧ, ୧୪୪ ଧାରା ଜାରି"