ନିଆଁରେ ଜିଅନ୍ତା ଜଳିଗଲେ ନବ ବିବାହିତା ମହିଳା : ମୃତ୍ୟୁର କାରଣ ରହସ୍ୟ ଘେରରେ

କେନ୍ଦୁଝର ୨୫-୪ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝରରେ ନିଆଁରେ ପୋଡି ହୋଇ ଜଣେ ନବ ବିବାହିତା ମହିଳା ଙ୍କର ମୃତ୍ୟୁ, ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ଓ ରହସ୍ୟ ଘେରରେ। ମୃତକ ହେଲେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କବିତ୍ରା ଗାଁର ଲଳୀତା ମହାନ୍ତ। ମୃତ ଲଳିତାଙ୍କ ନିଜ ଘର ପାଟଣା ଥାନାର ଅଙ୍କୁର ଗାଁ’ ରେ। ଲଳିତା ଗତବର୍ଷ ଜୁଲାଇ ମାସରେ କବିତ୍ରା ଗାଁର କରୁଣା ମହାନ୍ତଙ୍କୁ ବୈଦିକ ରୀତି ରେ ବିବାହ କରିଥିଲେ। କରୁଣା ଚାଷବାସ କରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି। ହେଲେ ଆଜି ସକାଳେ ଲଳିତା କୁଆଡେ ତାଙ୍କ ସ୍ୱାମୀ ଓ ନଣନ୍ଦ ବିଲକୁ ଯିବେ ବୋଲି ତାଙ୍କୁ ଭାତ…

"ନିଆଁରେ ଜିଅନ୍ତା ଜଳିଗଲେ ନବ ବିବାହିତା ମହିଳା : ମୃତ୍ୟୁର କାରଣ ରହସ୍ୟ ଘେରରେ"

୧୮ ବର୍ଷର ବିଜେଡ଼ି ଶାସନ ପରେ ବି କେନ୍ଦୁଝରରେ ଅସହ୍ୟ ହେଲାଣି ଜଲକଷ୍ଟ : ସ୍ୱାଧୀନତାର ୭୧ ବର୍ଷ ପରେବି ଗାଁ ଲୋକଙ୍କୁ ନାଳ ଓ ଚୁଆ ପାଣି ଭରସା

କେନ୍ଦୁଝର ୨୪-୪ (ଓଡ଼ିଆ ପୁଅ) ସ୍ୱାଧୀନତାର ପ୍ରାୟ ୭୧ବର୍ଷ ପରେ ଆଜି ବି କେନ୍ଦୁଝର ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଲୋକେ ବର୍ଷ ତମାମ୍ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି। ଜିଲ୍ଲାରେ ଏପରି ଅନେକ ଅଞ୍ଚଳ ରହିଛି ଯେଉଁଠାରେ ସରକାରଙ୍କର ବିକାଶମୁଖୀ ଯୋଜନା ଏବେବି କେବଳ ଅପହଂଚ ନୁହେଁ ଅଧିକାଂଶ ଲୋକମାନଙ୍କ ପାଇିଁ ସବନିମ୍ନ ମୌଳିକ ସୁବିଧା ମଧ୍ୟ ସ୍ୱପ୍ନ। ଜିଲ୍ଲାର ଆଦିବାସୀ ମାନଙ୍କ ଭାଗ୍ୟରେ ପିଇବାକୁ ସାମାନ୍ୟ ଶୁଦ୍ଧ ପାଣି ଟୋପାଏ ମିଳିବା ବି ସାତସପନ। ଫଳରେ ପିଇବାତ ଦୂରର କଥା ଶୌଚ ହେବାକୁ ବି ଅନୁପଯୁକ୍ତ ଅଳିଆ ଅବର୍ଜ୍ଜନା ଭରା ମଇଳା ପାଣି ପିଇ ସେମାନଙ୍କୁ ବଂଚିବାକୁ ପଡୁଛି। ଏପରି ଏକ…

"୧୮ ବର୍ଷର ବିଜେଡ଼ି ଶାସନ ପରେ ବି କେନ୍ଦୁଝରରେ ଅସହ୍ୟ ହେଲାଣି ଜଲକଷ୍ଟ : ସ୍ୱାଧୀନତାର ୭୧ ବର୍ଷ ପରେବି ଗାଁ ଲୋକଙ୍କୁ ନାଳ ଓ ଚୁଆ ପାଣି ଭରସା"

କେନ୍ଦୁଝର : ଟେଲି ମେଡିସିନ୍ ସୋସାଇଟି ଅଫ୍ ଇଣ୍ଡିଆ, ଓଡ଼ିଶା ଚାପ୍ଟରର ସପ୍ତମ ବାର୍ଷିକ ସମ୍ମିଳନୀ: ଟେଲି ମେଡିସିନ୍ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି-ଜିଲ୍ଲାପାଳ

କେନ୍ଦୁଝର ତା ୨୨/୪ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଟେଲି ମେଡିସିନ୍ ସେବାକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ବ୍ୟାପକ କରାଯାଇପାରିଲେ ଜନସାଧାରଣ ବହୁଳ ଭାବେ ଉପକୃତ ହୋଇପାରିବେ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ମତବ୍ୟକ୍ତ କରିଛନ୍ତି। ୨୨ ତାରିଖ ରବିବାର ଦିନ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାରହଲ୍ ଠାରେ ଟେଲି ମେଡିସିନ୍ ସୋସାଇଟି ଅଫ୍ ଇଣ୍ଡିଆ ଓଡ଼ିଶା ଚାପ୍ଟର୍ର ସପ୍ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ ଠାକ୍ରେ ଏହି ମତବ୍ୟକ୍ତ କରିବା ସହିତ ଓଡ଼ିଶାରେ ତଥା ଦେଶରେ ଟେଲି ମେଡିସିନ୍ କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବାରେ ସୋସାଇଟିର ଉଦ୍ୟମକୁ ଭୂୟସୀ ପ୍ରଶଂସା…

"କେନ୍ଦୁଝର : ଟେଲି ମେଡିସିନ୍ ସୋସାଇଟି ଅଫ୍ ଇଣ୍ଡିଆ, ଓଡ଼ିଶା ଚାପ୍ଟରର ସପ୍ତମ ବାର୍ଷିକ ସମ୍ମିଳନୀ: ଟେଲି ମେଡିସିନ୍ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି-ଜିଲ୍ଲାପାଳ"

ମାଓବାଦୀଙ୍କର ଧମକ ପୂର୍ଣ୍ଣ ଚିଠି ସହ ୩ କୋଟି ଟଙ୍କା ଦାବି: ଚିଠିର ସତ୍ୟତା ଉପରେ ପ୍ରଶ୍ନ ଚିହ୍ନ – କେନ୍ଦୁଝରର ଆରଡେଣ୍ଟ ଷ୍ଟିଲ ପ୍ଲାଣ୍ଟକୁ ଚିଠି 

କେନ୍ଦୁଝର ତା ୨୨/୪ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ଗତ କିଛି ବର୍ଷ ହେବ ମାଓବାଦୀଙ୍କ ଉପସ୍ଥିତି ହ୍ରାସ ପାଇଥିବା କାରଣରୁ ଇତି ମଧ୍ୟରେ ସରକାରଙ୍କ ପକ୍ଷରୁ ମାଓବାଦୀଙ୍କ ଉପସ୍ଥିତ ଥିବା ଜିଲ୍ଲା ତାଲିକାରୁ କେନ୍ଦୁଝର ଜିଲ୍ଲାକୁ ବାଦ୍ ଦିଆଯିବା ନିଷ୍ପତି ନେବା ପରେ ପରେ ଜିଲ୍ଲାରେ ଏବେ ପୁଣି ଶୁଭିଛି ମାଓବାଦୀଙ୍କର ପଦଧ୍ୱନୀ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଫୁଲଝର ଗାଁ ନିକଟରେ ରହିଥିବା ଆରଡେଣ୍ଟ ଷ୍ଟିଲ ପ୍ଲାଣ୍ଟ ରେ ମାଓବାଦୀଙ୍କର ନାଁରେ ଏକ ଧମକ ପୁର୍ଣ୍ଣ ଚିଠି ପହଞ୍ଚିବା ପରେ, ଦୀର୍ଘ ଦିନର ବ୍ୟବଧାନ ପରେ ମାଓବାଦୀମାନେ ଜିଲ୍ଲାରେ ତାଙ୍କର ସ୍ଥିତି ଜାହିର କରିବାକୁ ପ୍ରୟାସ କରିଥିବା କୁହାଯାଇଥିଲେ ମଧ୍ୟ…

"ମାଓବାଦୀଙ୍କର ଧମକ ପୂର୍ଣ୍ଣ ଚିଠି ସହ ୩ କୋଟି ଟଙ୍କା ଦାବି: ଚିଠିର ସତ୍ୟତା ଉପରେ ପ୍ରଶ୍ନ ଚିହ୍ନ – କେନ୍ଦୁଝରର ଆରଡେଣ୍ଟ ଷ୍ଟିଲ ପ୍ଲାଣ୍ଟକୁ ଚିଠି "

କେନ୍ଦୁଝର: ଅପ୍ରେଲ ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ: ବ୍ୟାପକ ସଚେତନତା ଉପରେ ଗୁରୁତ୍ୱାରୋପ

କେନ୍ଦୁଝର, ୨୨ା୪: (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଚଳିତ ଅପ୍ରେଲ ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାରେ ୨୯ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ସଡକ ସୁରକ୍ଷା ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉପରେ ଜିଲ୍ଲାପାଳ ଆଶିଷ ଠାକରେ ଏବଂ ଏସ୍ପି ଜୟନାରାୟଣ ପଙ୍କଜ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦୁଝର ଜିଲ୍ଲାରେ ୨୯ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ନିମନ୍ତେ ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏସଂପର୍କରେ ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ମିନି କନଫରେନ୍ସ ହଲଠାରେ ଜିଲ୍ଲା ସଡକ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ଅପ୍ରେଲ ୨୩ ତାରିଖ…

"କେନ୍ଦୁଝର: ଅପ୍ରେଲ ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ: ବ୍ୟାପକ ସଚେତନତା ଉପରେ ଗୁରୁତ୍ୱାରୋପ"

ହୀରକ ଜୟନ୍ତୀ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ:ସମ୍ବର୍ଦ୍ଧିତ ହେଲେ ୫୦ରୁ ଉର୍ଦ୍ଧ ଗୁରୁ

କେନ୍ଦୁଝର ୧୦-୪ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ର ଝୁମ୍ପୁରା ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ ହୀରକ ଜୟନ୍ତୀ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟର ପୁରାତନ ଛାତ୍ର, ବର୍ତମାନର ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୃଷିକେଶ ନାଏକ ସଭାପତି ଦାୟୀତ୍ୱ ତୁଲାଇ ଥିବାବେଳେ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡିଶା ସରକାରଙ୍କର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ମାନ୍ୟବର ବଦ୍ରି ନାରାୟଣ ପାତ୍ର। ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ କେନ୍ଦୁଝର ସଦର ବିଧାୟକ ଅଭିରାମ ନାଏକ, ତହସିଲଦାର ଜନକ କୁମାର ନାୟକ, ବ୍ଲକ ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର…

"ହୀରକ ଜୟନ୍ତୀ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ:ସମ୍ବର୍ଦ୍ଧିତ ହେଲେ ୫୦ରୁ ଉର୍ଦ୍ଧ ଗୁରୁ"

୫୦ରୁ ଉର୍ଦ୍ଧ୍ୱ ତୁଙ୍ଗ ନେତା ବିଜେଡିରେ ଯୋଗ ଦେଲେ

– କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ: – ଦଳୀୟ କର୍ମୀମାନେ ଲୋକଙ୍କ ଅଧିକ ନିକଟତର ହୋଇ ସାମାଜିକ ଉତ୍ଥାନ ପାଇଁ କାର୍ଯ୍ୟ କରିବା ଆବଶ୍ୟକ: କେନ୍ଦୁଝର ୧୦-୪ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ବିଜୁ ଜନତା ଦଳର କର୍ମୀମାନେ ସାଧାରଣ ଲୋକଙ୍କର ବିଶ୍ୱାସଭାଜନ ହେବା ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ନିଷ୍ଠାପର ଭାବରେ ଉଦ୍ୟମ କରିବା ସହ ଲୋକଙ୍କର ନିକଟତର ହେବା ପାଇଁ ଉଦ୍ୟମ କରନ୍ତୁ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପ୍ରକାଶ କରିଛନ୍ତି। ସରକାର ସାଧାରଣ ଲୋକଙ୍କ ଉନ୍ନତି ନିମନ୍ତେ ଯଥେଷ୍ଟ କାର୍ଯ୍ୟକ୍ରମ…

"୫୦ରୁ ଉର୍ଦ୍ଧ୍ୱ ତୁଙ୍ଗ ନେତା ବିଜେଡିରେ ଯୋଗ ଦେଲେ"

ଅଧ୍ୟାପକଙ୍କ ଆନ୍ଦୋଳନରେ ସାମିଲ ହେଲେ ଛାତ୍ରଛାତ୍ରୀ

କେନ୍ଦୁଝର ୧୦-୪ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ବ୍ଲକ ଗ୍ରାଂଟ ଅଧ୍ୟାପକମାନେ ନିଜର ହକ ପାଇଁ +୨ ଖାତା ଦେଖା ବର୍ଜନ କରି ବିଭିନ୍ନ ମହାବିଦ୍ୟାଳୟ ମାନଙ୍କ ସମ୍ମୁଖରେ ଆନ୍ଦୋଳନ ଜାରୀ ରଖିଥିବାବେଳେ ଏଥିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟ ସାମିଲ ହୋଇଛନ୍ତି। ସୋମବାରଦିନ କେନ୍ଦୁଝର ଧରଣୀ ଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଚାଲିଥିବା ଅଧ୍ୟାପକ ମାନଙ୍କ ଆନ୍ଦୋଳନରେ ବହୁ ସଂଖ୍ୟା ଛାତ୍ରଛାତ୍ରୀ ମାନେ ଯୋଗ ଦେଇତôବା ଦେଖିବାକୁ ମିଳିଥିଲା। ସରକାର ଯେନତେନ ପ୍ରକାରର ଖାତା ଦେଖା କରାଇବାକୁ ଅଣ ତାଲିମ ପ୍ରାପ୍ତ ଅଧ୍ୟାପକଙ୍କ ଦ୍ୱାରା ଖାତା ଦେଖା କରୁଥିବା ଏପରିକି ବିଜ୍ଞାନ ଖାତାକୁ କଳା ଅଧ୍ୟାପକ ଦେଖୁଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ…

"ଅଧ୍ୟାପକଙ୍କ ଆନ୍ଦୋଳନରେ ସାମିଲ ହେଲେ ଛାତ୍ରଛାତ୍ରୀ"

କେନ୍ଦୁଝରରେ ପାଣି ପାଇଁ ହାହାକାର … ପାରମ୍ପରିକ ଅସ୍ତ୍ରଶସ୍ତ୍ର ଏବଂ କଳସି ଧରି ରାଜରାସ୍ତାରେ ଶହ ଶହ ଆଦିବାସୀ ମହିଳା ଓ ପୁରୁଷ

କେନ୍ଦୁଝର ୧୦-୪ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଜିଲ୍ଲାରେ ଆଦିବାସୀଙ୍କ ପାଇଁ ସରକାରଙ୍କର ସବୁ ସେବା ଅପହଁଚ। ଏମାନଙ୍କ ଭାଗ୍ୟରେ ନା ଅଛି ଟୋପାଏ ବିଶୁଦ୍ଧ ପିଇବା ପାଣି ନା ପକ୍କା ସଡକ ନାଁ ବିଜୁଳି ଆଲୁଅ। ସାମନ୍ୟ ବିଶୁଦ୍ଧ ଜଳ ଟିକକବି ଏମାନଙ୍କ ଭାଗ୍ୟରେ ଜୁଟେ ନାହିଁ। ନଦୀନାଳର ମଇଳା ପାଣିରେ ବିତେ ଏମାନଙ୍କର ଜିବନ। ଏପରି ଦୃଶ୍ୟ କେନ୍ଦୁଝରର ସମସ୍ତ ଆସୀବାସୀ ଅଞ୍ଚଳରେ ଦେଖାଯାଏ। ବର୍ଷବର୍ଷ ଧରି ଏପରି ଅସୁବିଧାରେ ବଂଚିଥିବାବେଳେ ଏବେ ନିଜର ହକ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି ଆଦିବାସୀ ଲୋକେ। ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଦିବାସୀ ମହିଳା ଓ ପୁରୁଷ ମାନେ ଅଭିନବ ପ୍ରତିବାଦ ପ୍ରର୍ଦଶନ…

"କେନ୍ଦୁଝରରେ ପାଣି ପାଇଁ ହାହାକାର … ପାରମ୍ପରିକ ଅସ୍ତ୍ରଶସ୍ତ୍ର ଏବଂ କଳସି ଧରି ରାଜରାସ୍ତାରେ ଶହ ଶହ ଆଦିବାସୀ ମହିଳା ଓ ପୁରୁଷ"

ସରକାର ନବୁଝିଲେ ଆତ୍ମହତ୍ୟା କରିବେ ଚାଷୀ: କେନ୍ଦୁଝରରେ ଅଦିନିଆ ଝଡ ବର୍ଷା ସାଙ୍ଗକୁ ପ୍ରବଳ କୁଆପଥର ମାଡରେ ଉଜୁଡିଲା ଫସଲ – ହଜାର ହଜାର ଏକର ପନିପରିବା ଚାଷ ନଷ୍ଟ

କେନ୍ଦୁଝର ତା ୭.୪.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କାଳବୈଶାଖି ପ୍ରଭାବରେ କେନ୍ଦୁଝରରେ ଗତ ୩ଦିନ ଧରି ଝଡବର୍ଷା ଲାଗିରହିଥିବାବେଳେ ଶୁକ୍ରବାର ସଂଧ୍ୟାରେ ବର୍ଷା ସଙ୍ଗକୁ ପ୍ରବଳ କୁଆପଥର ମାଡ ହୋଇଛି। ଏହି କୁଆପଥର ମାଡରେ ଚାଷୀଙ୍କ ମେରୁଦଣ୍ଡ ପ୍ରାୟତଃ ଭାଙ୍ଗି ପଡିଛି। ବର୍ଷା ଏବଂ କୁଆପଥର ଚାଷୀଙ୍କ ଫସଲ ନଷ୍ଟ କରି ଦେଇଥିବା ବେଳେ ଏବେ ଚାଷୀକୁଳ କିପରି ଋଣ ଶୁଝିବେ ଓ ପରିବାର ମୁହଁରେ ମୁଠେ ଆହାର ଦେବେ ସେହି ଚିନ୍ତା ରେ ମୁଣ୍ଡରେ ହାତଦେଇ ବସିଛି। ସମଗ୍ର କେନ୍ଦୁଝର ଜିଲ୍ଲାରେ ଚାଷୀମାନେ ହଜାହଜାର ଏକର ଜମିରେ କରିଛନ୍ତି ରବି ଫସଲ। ବିଶେଷକରି ଖରାଦିନେ ୨ପଇସା ଭଲ ମିଳିବା ଆଶାରେ ଚାଷୀମାନେ ପରିବା…

"ସରକାର ନବୁଝିଲେ ଆତ୍ମହତ୍ୟା କରିବେ ଚାଷୀ: କେନ୍ଦୁଝରରେ ଅଦିନିଆ ଝଡ ବର୍ଷା ସାଙ୍ଗକୁ ପ୍ରବଳ କୁଆପଥର ମାଡରେ ଉଜୁଡିଲା ଫସଲ – ହଜାର ହଜାର ଏକର ପନିପରିବା ଚାଷ ନଷ୍ଟ"