କେନ୍ଦୁଝରରେ ଭାଲୁ ଆତଙ୍କ : ଭାଲୁ ଆକ୍ରମଣରେ ୩ ମୃତ ୬ ଗୁରୁତର : ଶେଷରେ ମଲା ରକ୍ତମୁଖା ଭାଲୁ

କେନ୍ଦୁଝର ୨-୪ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ସଦର ରେଞ୍ଜ ଖାଡିଆଡିହା ଗ୍ରାମରେ ଆଜି ବଡି ଭୋରରୁ ରକ୍ତମୁଖା ହୋଇପଡିଥିଲା ଏକ ଜଙ୍ଗଲି ଭାଲୁ। ଆଉ ଏହି ରକ୍ତମୁଖା ଭାଲୁ ଆତଙ୍କରେ ସାରା ଅଞ୍ଚଳ ଆତଙ୍କିତ ହୋଇପଡିଥିଲା। ଭାଲୁ ହାବୁଡ଼ରେ ପଡି ବନବିଭାଗ କର୍ମଚାରୀଙ୍କ (ଓ୍ୟାଚର) ସମେତ ୩ଜଣ ମୃତ୍ୟୁ ବରଣ କରିଥିବାବେଳେ ୬ ଜଣ ଗୁରୁତର ଭାବେ ଆହାତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ଓ ପରେ ୩ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ସୂଚନାଯୋଗ୍ୟଯେ, ଗତକାଲି ବିଳମ୍ବିତ ରାତିରେ ଗ୍ରାମର କିଛି ଲୋକ ନିକଟସ୍ଥ ଗ୍ରାମରେ ପାଲା ଦେଖି ଫେରୁଥିବା ସମୟରେ ଭାଲୁ…

"କେନ୍ଦୁଝରରେ ଭାଲୁ ଆତଙ୍କ : ଭାଲୁ ଆକ୍ରମଣରେ ୩ ମୃତ ୬ ଗୁରୁତର : ଶେଷରେ ମଲା ରକ୍ତମୁଖା ଭାଲୁ"

ନଳକୂପରୁ ବାହାରୁ ନାହଁ ପାଣି ଏକ ମାତ୍ର ଭରସା ହୋଇଛି ଚୂଆ ପାଣି

କେନ୍ଦୁଝର ୩୧.୩.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଝୁମ୍ପୁରା ବ୍ଲକ, ଅର୍ଶଳା ଗ୍ରାମ ପଂଚାୟତର ତେଲି ଅର୍ଶଳା ଗ୍ରାମର ତାମୁଡିଆ ସାହୀ। ଏଠରେ ରହୁଥିବା ୩୦ରୁ ଉର୍ଦ୍ଧ୍ୱ ଗରୀବ ଆଦିବାସୀ ପରିବାରଙ୍କ ପାନୀୟ ଜଳର ଆବଶ୍ୟକତା ମେଣ୍ଟାଇବା ପାଇଁ ରହିଛି, ଗୋଟିଏ ମାତ୍ର ନଳକୂପ। ହେଲେ ଏବେ ଖରାର ତାପମାତ୍ରା ବଢି ଚାଲିଥିବା ବେଳେ ଏହି ନଳକୂପଟି ବାରମ୍ବାର ଅଚଳ ହୋଇ ପଡୁଛି ଏବଂ ଠିକ ଭାବେ ପାଣି ବାହାରୁ ନାହିଁ। ଏପରି କି ମଧ୍ୟାହ୍ନ ସମୟକୁ ପ୍ରାୟତଃ ଆଦୌ ପାଣି ବାହାରୁ ନାହିଁ। ଏଥି ପାଇଁ ଏକମାତ୍ର ଆରଡେଇ ନଦୀ କୂଳର ଚୂଆ ପାଣି ଭରସା ପାଲଟିଛି ସାହୀବାସିନ୍ଦାଙ୍କର। ବର୍ତମାନର ନଳକୂପକୁ ସଜାଡିବା ସହ…

"ନଳକୂପରୁ ବାହାରୁ ନାହଁ ପାଣି ଏକ ମାତ୍ର ଭରସା ହୋଇଛି ଚୂଆ ପାଣି"

କେନ୍ଦୁଝର: ଅନଲାଇନରେ ରାଜସ୍ୱ ମାମଲା ଫଇସଲା ସଂପର୍କିତ ତାଲିମ ଶିବିର ଅନୁଷ୍ଠିତ

କେନ୍ଦୁଝର ତା୨୭.୩.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଅନଲାଇନ୍ ମାଧ୍ୟମରେ ବିଭିନ୍ନ ରାଜସ୍ୱ ମାମଲା ଗୁଡିକର ଫଇସଲା ସଂପର୍କିତ ତାଲିମ ଶିବିର ମଙ୍ଗଳବାର ଦିନ ଦରବାର ହଲଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଠାକ୍ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଲିମ ଶିବିରକୁ ଉଦ୍ଘାଟନ କରିବା ସହିତ ଉଦବୋଧନ ଛଳରେ ଏହି କାର୍ଯ୍ୟକ୍ରମକୁ ଏକ ଜନହିତକାରୀ ଯୋଜନା ଭାବେ ବର୍ଣ୍ଣନା କରିଥିଲେ। ବର୍ଷ ବର୍ଷ ଧରି ବିଭିନ୍ନ ରାଜସ୍ୱ ଅଦାଲତମାନଙ୍କରେ ପଡି ରହିଥିବା ରାଜସ୍ୱ ମାମଲାଗୁଡିକ ଅନଲାଇନ ମାଧ୍ୟମରେ ତୁରନ୍ତ ଫଇସଲା କରାଯାଇ ପାରିବ ଏବଂ ଏହାଦ୍ୱାରା ଜନସାଧାରଣ ଉପକୃତ ହୋଇପାରିବେ। ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶକ୍ରମେ ଏପରି ତାଲିମ…

"କେନ୍ଦୁଝର: ଅନଲାଇନରେ ରାଜସ୍ୱ ମାମଲା ଫଇସଲା ସଂପର୍କିତ ତାଲିମ ଶିବିର ଅନୁଷ୍ଠିତ"

କେନ୍ଦୁଝର : ହିତାଧିକାରୀଙ୍କ ଅର୍ଥ ହଡପ ଓ ଭୟଭୀତ କରାଇ ସତ୍ୟପାଠ ହାତେଇବା ଅଭିଯୋଗରେ ଅଭିଯୁକ୍ତ ଗିରଫ ଏବଂ କୋର୍ଟ ଚାଲାଣ

କେନ୍ଦୁଝର, ତା ୨୭.୦୩.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଇନ୍ଦିରା ଆବାସ ଯୋଜନା ଅନ୍ତର୍ଗତ ଗ୍ରାମୀଣ ଆବାସ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କଠାରୁ ଅର୍ଥ ହଡପ ଏବଂ ଭୟଭୀତ କରାଇ ହିତାଧିକାରୀଙ୍କଠାରୁ ସତ୍ୟପାଠ ହାତେଇବା ଅଭିଯୋଗରେ ଅଭିଯୁକ୍ତ ବିଲା ଗ୍ରାମର କ୍ଷେତ୍ରବାସୀ କବାଟକୁ ହରିଚନ୍ଦନପୁର ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ହରିଚନ୍ଦନପୁର ବ୍ଲକ୍ ର ଶଗଡପଟାଗ୍ରାମ ପଂଚାୟତ ଅଧିନସ୍ଥ ବିଲା ଗ୍ରାମର କ୍ଷେତ୍ରବାସୀ କବାଟ ସେହି ଗାଁର ନିରଞ୍ଜନ ରଣସିଂ, ପୁନି ପଲେଇ, ବିଦ୍ୟାଧର ପଲେଇ, କଣ୍ଠ ଦେହୁରୀ, ତିଳୋତମା ନାଏକ, ରଘୁନାଥ ପଲେଇ, କାନ୍ଦିରି ଦେହୁରୀ, ଟସୁନୀ ଦେହୁରୀ ଓ ବଚନା ଦେହୁରୀଙ୍କଠାରୁ ଗ୍ରାମୀଣ ଆବାସ ଯୋଜନାରେ ମଞ୍ଜୁର ହୋଇଥିବା ଅର୍ଥ ନେଇ ସେମାନଙ୍କ…

"କେନ୍ଦୁଝର : ହିତାଧିକାରୀଙ୍କ ଅର୍ଥ ହଡପ ଓ ଭୟଭୀତ କରାଇ ସତ୍ୟପାଠ ହାତେଇବା ଅଭିଯୋଗରେ ଅଭିଯୁକ୍ତ ଗିରଫ ଏବଂ କୋର୍ଟ ଚାଲାଣ"

ବ୍ରାହ୍ମଣୀଝରୀ ଗ୍ରାମବାସୀ ଭୋଗୁଛନ୍ତି ପାନୀୟ ଜଳକଷ୍ଟ- ସୋଲାର ସିଷ୍ଟମ ନଳକୂପରୁ ବାହାରୁଛି ଲାଲପାଣି-ନଳକୂପ ଖରାପ, ମରାମତି ହେଉନି

କେନ୍ଦୁଝର ତା୨୪.୩.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଖରାତାତି ବଢିବା ସାଙ୍ଗକୁ ଦେଖା ଦେଲାଣି ଜଳକଷ୍ଟ। ଗ୍ରାମାଞ୍ଚଳରେ ରହିଥିବା ପୋଖରୀ, ବନ୍ଧ ଆଉ କିଛି ଦିନ ପରେ ଶୁଖିଲା ପଡିବ। ଖାଲୁଆ ଜାଗା, ଜଳଉତ୍ସ ଗୁଡିକ ମଧ୍ୟ ଶୁଖିବାକୁ ଆରମ୍ଭ କଲାଣି। ଭୂତଳ ଜଳସ୍ତର ହ୍ରାସ ପାଉଥିବା ଯୋଗୁଁ, ଗ୍ରାମାଞ୍ଚଳରେ ରହିଥିବା ନଳକୂପ ଗୁଡିକରୁ କମ ପାଣି ବାହାରୁଛି, ଯାହା ଫଳରେ ପାନୀୟ ଜଳର ଚାହିଦା ମେଣ୍ଟୁ ନାହିଁ। ପାନୀୟ ଜଳ ଯୋଗାଣ ବିଭାଗ ଦ୍ୱାରା ଗ୍ରାମାଞ୍ଚଳର ନଳକୂପ ସଜଡା ଯାଉଛି, ହେଲେ ୩/୪ ଦିନ ପରେ ପାଣି ବାହାରୁ ନାହଁି। ଗ୍ରାମାଞ୍ଚଳ ଅପେକ୍ଷା ଜଙ୍ଗଲାଞ୍ଚଳରେ ରହିଥିବା ଗ୍ରାମ, ବସ୍ତି ଗୁଡିକରେ ଏବେ ଠାରୁ ପାନୀୟ…

"ବ୍ରାହ୍ମଣୀଝରୀ ଗ୍ରାମବାସୀ ଭୋଗୁଛନ୍ତି ପାନୀୟ ଜଳକଷ୍ଟ- ସୋଲାର ସିଷ୍ଟମ ନଳକୂପରୁ ବାହାରୁଛି ଲାଲପାଣି-ନଳକୂପ ଖରାପ, ମରାମତି ହେଉନି"

ରାସ୍ତା ଦୁର୍ଘଟଣାରେ ୨ ମୃତ ଓ ଜଣେ ଆହତ

କେନ୍ଦୁଝର ୨୧-୩ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ବୁଧବାର ଭୋର ପ୍ରାୟ ୫ଟା ସମୟରେ ଜାତାୟରାଜପଥ ନଂ ୨୦ ଉପରେ ସିଦ୍ଧମଠ ନିକଟସ୍ଥ ପୋଖରୀପାଣି ଠାରେ ଏକ ସ୍କୁଟର ଧକ୍କାରେ ଆରୋହୀ ଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇତିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଭୋର ପ୍ରାୟ ୫ ଟା ବେଳେ ସଦରବ୍ଳକ ଅନ୍ତର୍ଗତ ଅତିବୁଦ୍ଧିପଡା ଗ୍ରାମର ମିଥୁନ ମୁଣ୍ଡା, ଚନ୍ଦନ ମୁଣ୍ଡା ଓ ସୁନିଆ ମୁଣ୍ଡା ଏକ ନୂଆ ଆକ୍ଟିଭା ସ୍କୁଟରରେ ବନ୍ଧୁ ଘରୁ ଫେରୁଥିବା ବେଳେ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଏକ ବ୍ରେକଡାଉନ ଟ୍ରକର ପଛରେ ଖୁବ ଜୋରରେ ଧକ୍କା ଦେଇଥିଲା। ଫଳରେ ଘଟଣା…

"ରାସ୍ତା ଦୁର୍ଘଟଣାରେ ୨ ମୃତ ଓ ଜଣେ ଆହତ"

କେନ୍ଦୁଝର : ଓଡିଶା ଦିବସ ପାଳନ ର ପ୍ରସ୍ତୁତି ବୈଠକ

କେନ୍ଦୁଝର ତା ୨୧.୩.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ୮୩ ତମ ଓଡିଶା ଦିବସ ପାଳନର କାର୍ଯ୍ୟଖସଡା ପ୍ରସ୍ତୁତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ଭକ୍ତଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ଦରବାରହଲ୍ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରଧାନ ଆଗାମୀ ଓଡିଶା ଦିବସକୁ ଉତ୍ସାହ, ଉଦ୍ଦୀପନା ଓ ଓଡିଆ ଭାବନା ସହ ମହାସମାରୋହରେ ପାଳନ କରିବା ନିମନ୍ତେ ସମସ୍ତଙ୍କର ସକ୍ରିୟ ସହଯୋଗ କାମନା କରିଥିଲେ। ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ କମଳିନୀ ପାତ୍ର ଏହି ପ୍ରସ୍ତୁତି ବୈଠକରେ ଉଦବୋଧନ ଦେଇ ପ୍ରତ୍ୟେକ ଓଡିଆ ଓଡିଶା ଦିବସ ପ୍ରତି ଆବେଗ…

"କେନ୍ଦୁଝର : ଓଡିଶା ଦିବସ ପାଳନ ର ପ୍ରସ୍ତୁତି ବୈଠକ"

କେନ୍ଦୁଝରରେ ଗ୍ରାହକଙ୍କ ଠାରୁ ନେସ୍କୋ ଆଦାୟ କରୁଛି ଜିଜିଆ କର

କେନ୍ଦୁଝର ତା ୧୩.୩.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲରେ ଗ୍ରାହକ ମାନଙ୍କ ଠାରୁ ନେସ୍କୋ ଆଦାୟ କରୁଛି ଜିଜିଆ କର। କେନ୍ଦୁଝର ରେ ନେସ୍କୋ ଗ୍ରାହକ ମାନଙ୍କ ଠାରୁ ସେମାନେ ବ୍ୟବହାର କରୁଥିବା ବିଦ୍ୟୁତ ବାବଦ ଦେୟ କେବଳ ଆଦାୟ କରୁନାହିଁ ବଂର ଏଥିସହ ଚତୁରତାର ସହ ଫିକ୍ସଡ ଡିମାଣ୍ଡ ଚାର୍ଯ୍ୟ ଓ ଇଲେକ୍ଟ୍ରିସିଟି ଡ୍ୟୁଟି ନାମରେ ମଧ୍ୟ ଅର୍ଥ ଆଦାୟ କରୁଛି। ନେସ୍କୋ ଗ୍ରାହକମାନଙ୍କ ଠାରୁ ବିଦ୍ୟୁତ ଦେୟ ଆଦାୟ କରିବା ଦିଗରେ ଯେଭଳି ଗୁରୁତ୍ୱ ଦେଉଛି, ସେବା ଯୋଗାଇବା ଦିଗରେ ତା ଅପେକ୍ଷା ବହୁଗୁଣ ଅବହେଲା କରୁଥିବା ଗ୍ରାହକମାନଙ୍କର ନିୟମିତ ଅଭିଯୋଗ ହେବାରେ ଲାଗିଛି।କିନ୍ତୁ ଏଦିଗରେ ସଚେତନ ହୋଇ ଗ୍ରାହକଙ୍କୁ…

"କେନ୍ଦୁଝରରେ ଗ୍ରାହକଙ୍କ ଠାରୁ ନେସ୍କୋ ଆଦାୟ କରୁଛି ଜିଜିଆ କର"

କେନ୍ଦୁଝର: ସମାଜ ଓ ଦେଶର ବିକାଶରେ ବ୍ୟାଙ୍କ ଏବଂ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ – ଝାରଖଣ୍ଡ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

ଅଖିଳ ଭାରତୀୟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏସ୍ସି/ଏସ୍ଟି/ଓବିସି କର୍ମଚାରୀ ସଂଘ, ଓଡିଶା ୟୁନିଟର ଦ୍ୱାଦଶ ତ୍ରୈବାର୍ଷିକ ସାଧାରଣ ପରିଷଦ ବୈଠକ : କେନ୍ଦୁଝର ୧୧.୩.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ସମାଜ ଓ ଦେଶର ବିକାଶରେ ବ୍ୟାଙ୍କ ଏବଂ ବ୍ୟାଙ୍କ କର୍ମଚାରୀମାନଙ୍କର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି ମାନ୍ୟବର ଝାରଖଣ୍ଡ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କହିଛନ୍ତି। ରବିବାର ଦିନ ପୂର୍ବାହ୍ନରେ ଜିଲ୍ଲା ସଦର ମହକୁମାସ୍ଥିତ ଉତ୍ସବ ମଣ୍ଡପଠାରେ ଅଖିଳ ଭାରତୀୟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏସ୍ସି/ଏସ୍ଟି/ଓବିସି କର୍ମଚାରୀ ସଂଘ, ଓଡିଶା ୟୁନିଟର ଦ୍ୱାଦଶ ତ୍ରୈବାର୍ଷିକ ସାଧାରଣ ପରିଷଦ ବୈଠକକୁ ଉଦ୍ଘାଟନ କରି ମାନ୍ୟବର ଝାରଖଣ୍ଡ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି ମତବ୍ୟକ୍ତ କରିବା…

"କେନ୍ଦୁଝର: ସମାଜ ଓ ଦେଶର ବିକାଶରେ ବ୍ୟାଙ୍କ ଏବଂ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ – ଝାରଖଣ୍ଡ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ"

କେନ୍ଦୁଝର: ଉତର ଓଡ଼ିଶା ବିଶ୍ୱ ବିଦ୍ୟାଳୟ ଦ୍ୱିତୀୟ ପରିସର କେନ୍ଦୁଝର ଆନୁକୂଲ୍ୟରେ “ଓଡ଼ିଆ ଭାଷାର ସାମ୍ପ୍ରତିକ ସ୍ଥିତି ଓ ଭବିଷ୍ୟତ” ସମ୍ପର୍କିତ ଜାତୀୟ କର୍ମଶାଳା ଅନୁଷ୍ଠିତ:ଭାଷା ବଂଚିଲେ ଜାତି ବଂଚିବ

କେନ୍ଦୁଝର ତା ୮.୩.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଭାଷା ବଂଚିଲେ ଜାତି ବଂଚିବ। ପରିବର୍ତ୍ତନର ସ୍ରୋତରେ ଯୁଗ ଧର୍ମର ଆହ୍ୱାନରେ ଭାଷାକୁ ବଂଚାଇ ରଖିବା ପାଇଁ ସମସ୍ତଙ୍କର ଆନ୍ତରିକତା, ମାନସିକତା, ଆବେଗ ଓ ଭାବପ୍ରଣତା ଏକାନ୍ତ ଆବଶ୍ୟକ ବୋଲି ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ପରିସର କେନ୍ଦୁଝର ଆନୁକୂଲ୍ୟରେ ଆୟୋଜିତ ଏକ କର୍ମଶାଳାରେ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଗୁରୁବାର ଦିନ କେନ୍ଦୁଝର ଜିଲ୍ଲା ସଦର ମହକୁମାସ୍ଥ ନଗରଭବନଠାରେ “ଓଡ଼ିଆ ଭାଷାର ସାମ୍ପ୍ରତିକ ସ୍ଥିତି ଓ ଭବିଷ୍ୟତ” ସମ୍ପର୍କିତ ଜାତୀୟ କର୍ମଶାଳାରେ ଯୋଗ ଦେଇ ଅତିଥି ଓ ବକ୍ତାମାନେ ପ୍ରତିଟି ଓଡ଼ିଆ କାୟ ମନୋବାକ୍ୟରେ ଓଡ଼ିଆ ଭାଷାର ଅଭିବୃଦ୍ଧି ଓ ସମୃଦ୍ଧି ପାଇଁ…

"କେନ୍ଦୁଝର: ଉତର ଓଡ଼ିଶା ବିଶ୍ୱ ବିଦ୍ୟାଳୟ ଦ୍ୱିତୀୟ ପରିସର କେନ୍ଦୁଝର ଆନୁକୂଲ୍ୟରେ “ଓଡ଼ିଆ ଭାଷାର ସାମ୍ପ୍ରତିକ ସ୍ଥିତି ଓ ଭବିଷ୍ୟତ” ସମ୍ପର୍କିତ ଜାତୀୟ କର୍ମଶାଳା ଅନୁଷ୍ଠିତ:ଭାଷା ବଂଚିଲେ ଜାତି ବଂଚିବ"