କେନ୍ଦୁଝର: ଭୋଟବର୍ଜନ ପରେ ବି ସୁଫଳ ମିଳୁନାହଁ: ପ୍ରଶାସନର ନାକ ତଳେ ବିପଦସଂକୁଳ ଗୃହରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

କେନ୍ଦୁଝର ୨୪/୪ (ଓଡିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ)କେନ୍ଦୁଝର ଜିଲ୍ଲାରେ ସର୍ବଶିକ୍ଷା ଅଭିଯାନର, ସଭିଏଁ ପଢିବେ ସଭିଏଁ ହସିବେ ନାରା ଏବେ କେବଳ ନାରା ହୋଇ ରହିଯାଇଛି। ଜିଲାରେ ଅଗମ୍ୟ ପାହାଡ଼ ମଧ୍ୟରେ ସ୍କୁଲ ଘର ନଥିବାରୁ ଉପର ଇରିଡା ଅଞ୍ଚଳ ଭଳି ଅନେକ ଅଞ୍ଝଳର ଛାତ୍ରଛାତ୍ରୀମାନେ ଅଙ୍ଗନବାଡି ଘରେ ପଢିବାକୁ ବାଧ୍ୟ ହେଉଥିବା ବେଳେ ଖୋଦ ଜିଲ୍ଲା ପ୍ରଶାସନର ନାକ ତଳେ, ସ୍କୁଲ ଗୃହର ଅସୁରକ୍ଷିତ ଅବସ୍ଥା କାରଣରୁ ଅଙ୍ଗନବାଡି ଘରେ ପଢୁଛନ୍ତି। କେନ୍ଦୁଝର ସହର ର ଅନତି ଦୁରରେ ରହିଛି ନରଣପୁର ପଂଚାୟତ ର ବଡ଼ବିଲ ଗ୍ରାମ। ୧୯୫୯ ମସିହାରୁ ଏଠାରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଅଛି।ଏଠାରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ କ୍ଲାସରେ ୬୦ରୁ…

"କେନ୍ଦୁଝର: ଭୋଟବର୍ଜନ ପରେ ବି ସୁଫଳ ମିଳୁନାହଁ: ପ୍ରଶାସନର ନାକ ତଳେ ବିପଦସଂକୁଳ ଗୃହରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ"

ଗଛରେ ଝୁଲୁଛି ଯୁବକ ଙ୍କର ମୃତ ଦେହ : ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ

କେନ୍ଦୁଝର ୨୪/୪(ଓଡିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ). ବୁଧବାର ସକାଳେ କେନ୍ଦୁଝର ସହରର ସିଲୁଆଁ ସାହି ନିକଟସ୍ଥ ବିଲ ମଝିରେ ଥିବା ଏକ ତେନ୍ତୁଳି ଗଛରେ ଜଣେ ଅଚିହ୍ନା ଯୁବକଙ୍କର ମୃତ ଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ମୃତ ଦେହଟି ଏକ କଳା ରଙ୍ଗର ଓଢଣି ଗଛରେ ଟଙ୍ଗା ହୋଇଥିବା ବେଳେ ତାର ଗୋଡ ଦୁଇଟି ସଂପୂର୍ଣ୍ଣ ଭାବରେ ମାଟିରେ ଲାଗି କରି ରହିଥିବା ଏବଂ ପାଖରେ ଗୋଟିଏ ହଳ ଯୋତା ଥୁଆହୋଇଥିଲା ଏବଂ ଝୁଲୁଥିବା ମୃତ ଦେହ ଠାରୁ କିଛି ଦୂରରେ ଏକ ବ୍ୟାଗ, ପ୍ୟାଟଂ, ମୋଜା ଓ କିଛି କାଗଜ ପତ୍ର ପଡିଥିବା ଦେଖିବାକୁ ମିଳିଥିଲା। ମୃତ ଯୁବକ ଜଣ ଆଖ ପାଖ ଅଞ୍ଚଳର…

"ଗଛରେ ଝୁଲୁଛି ଯୁବକ ଙ୍କର ମୃତ ଦେହ : ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ"

କାଶିଆ ଗ୍ରାମରେ ପାନୀୟ ଜଳାଭାବ: ସାହାରା ପାଲଟିଛି ପରିତ୍ୟକ୍ତ କୂଅ

କେନ୍ଦୁଝର ୨୪-୪ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକ ଅନ୍ତର୍ଗତ ମଲଦା ଗ୍ରାମ ପଂଚାୟତର କାଶିଆ ଗ୍ରାମରେ ପାନୀୟ ଜଳ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ୫ଟି ନଳକୂପ ଅଛି, ହେଲେ ସବୁ ଗୁଡିକ ଅଚଳ ଅବସ୍ଥା। ବାରମ୍ବାର ନଳକୂପକୁ ସଜଡା ଯାଉଛି, ହେଲେ ନଳକୂପ ଗୁଡିକ ଠିକ ଭାବେ କାମରେ ଲାଗି ପାରୁନାହିଁ। ଘଣ୍ଟା ଘଣ୍ଟା ଧରି ହ୍ୟାଣ୍ଡଲ ହଲାଇଲେ, ଗୋଟିଏ ବାଲଟି ପାଣି ବାହାରୁଛି, ସେ ପୁଣି ଭୋର ସମୟରେ ନ ହେଲେ ରାତ୍ରୀ ସମୟରେ ବୋଲି ଏହି କଥା ଗ୍ରାମର ଶରତ ମୁଣ୍ଡା, ସତ୍ୟାନନ୍ଦ ନାଏକ, ବିରଂଚି ମହାନ୍ତ, ଶ୍ରୀମତୀ ମୁଣ୍ଡା, କନକ ମୁଣ୍ଡା,…

"କାଶିଆ ଗ୍ରାମରେ ପାନୀୟ ଜଳାଭାବ: ସାହାରା ପାଲଟିଛି ପରିତ୍ୟକ୍ତ କୂଅ"